ରାୟଗଡ ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

ରାୟଗଡ଼: ତା.୨୩/୦୧: ରାୟଗଡ଼ ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟିର ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିଟିର ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲାକାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାୟଗଡ଼ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆପଲସ୍ୱାମୀ କାଡ୍ରାକ,ମାନ୍ୟବର ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ, ମାନ୍ୟବର ବିଷମକଟକ ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା,ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି,ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ […]

ସିଡିଏ ଜମି ଜାଲିଆତି ମାମଲା; ତଦନ୍ତ ନିର୍ଦ୍ଦେଶ ଦିଆ‌ଯାଇଛି -କୃଷ୍ଣଚନ୍ଦ୍ର ମହାପାତ୍ର

ସିଡିଏ‌ ସେକ୍ଟର-୬ରେ ୧୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି କେଳେଙ୍କାରୀରେ ଜାଲିଆତି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ଘଟଣାର ତଦନ୍ତ ଲାଗି ବିଭାଗକୁ ନିର୍ଦ୍ଦେଶ ଦିଆ‌ଯାଇଛି। ତଦନ୍ତ ରିପୋର୍ଟ ଆସିଲା ପରେ ଏନେଇ ପଦକ୍ଷେପ ନିଆଯିବ। ଏଣେ ସିଡିଏ ଭିସି କହିଛନ୍ତି, ନିୟମ ଅନୁସାରେ ଟେଣ୍ଡର ହୋଇଛି। ଅନ୍ୟପଟେ, ସିଡିଏ ଭିସି କହିଛନ୍ତି, ନିୟମ ଅନୁସାରେ ଟେଣ୍ଡର ହୋଇଛି । ସିଡିଏ‌ ସେକ୍ଟର-୬ରେ ୧୦୦ କୋଟିରୁ ଅଧିକ […]

ନିଟ୍‌-ଏମଡିଏସ୍‌ ଏବଂ ନିଟ୍‌-ପିଜି ପରୀକ୍ଷା ପାଇଁ ତାରିଖ ଘୋଷଣା

ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ୍ (ଏନବିଇଏମଏସ୍) ନିଟ୍-ଏମଡିଏସ୍ ୨୦୨୬ ଓ ନିଟ୍-ପିଜି ୨୦୨୬ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଘୋଷଣା । ମେ ମାସ ୨ ତାରିଖରେ ନିଟ୍-ଏମ୍‌ଡିଏସ୍ ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବ , ସେହିପରି ଅଗଷ୍ଟ ୩୦ ତାରିଖରେ ନିଟ୍-ପିଜି ୨୦୨୬ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ପାଇଁ ପ୍ରସ୍ତାବ ରହିଛି । ନିଟ୍-ଏମ୍‌ଡିଏସ୍ ୨୦୨୬ ପାଇଁ କଟ୍ ଅଫ୍ ଡେଟ୍ ଅଫ୍ କମ୍ପିଟିସନ୍ ଅଫ୍ ଇଣ୍ଟର୍ଣ୍ଣସିପ୍ ମେ ମାସ ୩୧ […]

ୟୁନେସ୍କୋରେ ସ୍ଥାନ ପାଇଲା ଓଡିଶାର ବୌଦ୍ଧ ତ୍ରିଭୁଜ ସ୍ଥଳ

ୟୁନେସ୍କୋରେ ସ୍ଥାନ ପାଇଲା ଓଡିଶାର ବୌଦ୍ଧ ତ୍ରିଭୁଜ ସ୍ଥଳ। ୟୁନେସ୍କୋ ବିଶ୍ୱ ଐତିହ୍ୟ ଶିଳାଲେଖ ପାଇଁ ଭାରତର ତାଲିକାରେ ଓଡ଼ିଶାର ବୌଦ୍ଧ ତ୍ରିଭୁଜ ସ୍ଥଳ (ରତ୍ନଗିରି, ଉଦୟଗିରି, ଲଳିତଗିରି)କୁ ଆନୁଷ୍ଠାନିକ ସାମିଲ କରିଛି । ଓଡ଼ିଶାର ବୌଦ୍ଧ ତ୍ରିଭୁଜ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ନତାତ୍ତ୍ୱିକ ଏବଂ ଆଧ୍ୟାତ୍ମିକ ଭୂଦୃଶ୍ୟ ମଧ୍ୟରୁ ଗୋଟିଏ। ଏହା ବ୍ୟତୀତ, ଏହି ସ୍ଥାନଗୁଡ଼ିକ ମହାଯାନ ଏବଂ ବଜ୍ରଯାନ ପରମ୍ପରାର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶନ କରେ। ଏଗୁଡ଼ିକରେ ମଠ, ସ୍ତୂପ, ମୂର୍ତ୍ତି ଏବଂ ଶିଳାଲେଖ […]

ନୟାଗଡ଼ରେ ଗୋଟିଏ ଦିନରେ ୨ ନାବାଳିକାଙ୍କୁ ଦୁଷ୍କର୍ମ

ନୟାଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ରଣପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବାବେଳେ ଶରଣକୂଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରଣପୁର ଥାନା ଅଞ୍ଚଳର ଜଣେ ୧୦ବର୍ଷର ନାବାଳିକା ଘର ବାହାରେ ଖେଳୁଥିବାବେଳେ ଦୁଇ ଜଣ ଯୁବକ ତାଙ୍କୁ ଅନ୍ୟ ସ୍ଥାନକୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଦୁଇଟି ଘଟଣାରେ ପୋଲିସ […]

୨୭ରେ ବ୍ୟାଙ୍କ ଧର୍ମଘଟର ଡାକରା 

ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ୫-ଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ କରିବା ଏବଂ ଅନ୍ୟ ସବୁ ଶନିବାରଗୁଡ଼ିକୁ ଛୁଟିଦିନ ଭାବରେ ଘୋଷଣା କରିବା ପାଇଁ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ(ୟୁଏଫ୍‌ବିୟୁ) ପକ୍ଷରୁ ଦାବି କରାଯାଇ ୨୭ ତାରିଖରେ ଧର୍ମଘଟର ଡାକରା ଦେଇଛି।ପ୍ରାୟ ୮ଲକ୍ଷ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀମାନେ ଦେଶବ୍ୟାପୀ ଗୋଟିଏ ଦିନିଆ ଧର୍ମଘଟ କରିବାକୁ ଯୋଜନା କରିଛନ୍ତି ।ଏହି ଆନ୍ଦୋଳନରେ ସରକାରୀ, ବେସରକାରୀ, ବିଦେଶୀ, ଗ୍ରାମୀଣ ଏବଂ ସମବାୟ ବ୍ୟାଙ୍କ ଅନ୍ତର୍ଭୁକ୍ତ ହେବେ ।ୟୁନିଅନ ଗୁଡ଼ିକ ଅନୁଯାୟୀ, […]

ମହାନଦୀ ପ୍ରସଙ୍ଗକୁ ନେଇ ମନ୍ତ୍ରୀଙ୍କୁ କାଉଣ୍ଟର କଲେ ବିଜେଡି ବରିଷ୍ଠ ଉପସଭାପତି

ମହାନଦୀ ପ୍ରସଙ୍ଗକୁ ନେଇ ମୁହାମୁହିଁ ହେଲେ ସରକାର ଓ ବିରୋଧି। ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଖୋଲିଲେ ବିଜେଡିର ପୋଲ। କାହିଁକି ଟ୍ରିବୁନାଲରେ ବିଳମ୍ବ ହୋଇଥିଲା ମାମଲା। ବିଜେଡି ସରକାରରେ ମନ୍ତ୍ରୀଙ୍କ ବିଧାନସଭା ବିବୃତି ଅଡୁଆ ବଢ଼େଇଥିଲା ବୋଲି ଅଭିଯୋଗ କଲେ । ମନ୍ତ୍ରୀ ସୁରେଶ ପୂଜାରୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ। ସେ ଜଣେ ପଢ଼ାଶୁଣା ଲୋକ। ସେମାନେ ଆମ ସହ ୯ ବର୍ଷ ସରକାରରେ ଥିଲେ। ତୁମର […]

ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୭ ତମ ଜନ୍ମଦିନ

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଆଜି ୨୧୭ ତମ ଜନ୍ମ ଜୟନ୍ତୀ। ପ୍ରତିଟି ଓଡ଼ିଆଙ୍କ ଗର୍ବ, ଗୌରବ ଓ ସମ୍ମାନ ବୀର ସୁରେନ୍ଦ୍ର ସାଏ । ୧୮୦୯ ମସିହା ଜାନୁଆରୀ ୨୩ ତାରିଖରେ ସମ୍ବଲପୁରର ଖିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସୁରେନ୍ଦ୍ର ସାଏ । ଚୌହାନ ବଂଶର ଏହି ବୀର ସନ୍ତାନ ମାତ୍ର ୧୮ ବର୍ଷ ବୟସରୁ ଇଂରେଜ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ୧୮୨୭ରେ ସମ୍ବଲପୁରର ରାଜା ମହାରାଜା ସାଏଙ୍କ […]

ମାଛ ଜାଲରେ ଫସିଲା ହାତୀଛୁଆ । ୧୨ ଘଣ୍ଟା ପରେ ହେଲା ଉଦ୍ଧାର

ମାଛ ଜାଲରେ ଫସିଲା ହାତୀଛୁଆ । ୧୨ ଘଣ୍ଟା ପରେ ହେଲା ଉଦ୍ଧାର । ଉଦ୍ଧାର ପରେ ବି ଗ୍ରହଣ କଲାନି ହାତୀପଲ । ଦେବଗଡ଼ ବନଖଣ୍ଡ ବାରକୋଟ ବନାଞ୍ଚଳ ପାଳଲହଡା ବ୍ଲକ ପବିତ୍ରପୁର ପଞ୍ଚାୟତ ହରିପୁରରେ ଦେଖିବାକୁ ମିଳିଛି ଘଟଣା ।ସୂଚନା ଅନୁଯାଇ ଦୀର୍ଘ ଦିନ ହେବ ୧୧ ଟିକିଆ ହାତୀ ପଲ ଚସାଗୁରୁଜାଙ୍ଗ ଓ ପବିତ୍ରପୁର ପଞ୍ଚାୟତର ବିଭିନ୍ନ ଗାଁରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ । ଗତକାଲି ସନ୍ଧ୍ୟା ସମୟରେ ପବିତ୍ରପୁର ପଞ୍ଚାୟତ ପଟୁ […]

ବୋହୂକୁ ପେଟ୍ରୋଲ ଢାଳି ଜାଳିବାକୁ ଉଦ୍ୟମ

ବୋହୂକୁ ପେଟ୍ରୋଲ ଢାଳି ଜାଳିବାକୁ ଉଦ୍ୟମ । ଗ୍ରାମାଞ୍ଚଳ ଥାନା ଡାମରପୁର ଗାଁରେ ଶ୍ୱଶୂରର ଉନ୍ମତ୍ତ କାଣ୍ଡ । ବୋହୂର କନ୍ୟା ସନ୍ତାନ ଜନ୍ମ ହେବାରୁ ଜାଳିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।ଗତ କାଲି ବିଳମ୍ବିତ ରାତିରେ ଶୋଇଥିବାବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ତେବେ ଅଳ୍ପକେ ବର୍ତ୍ତିଯାଇଥିଲେ ବୋହୂ ଓ ନାତୁଣୀ । ଘର ଭିତରର ସମସ୍ତ ଆସବାବପତ୍ର ପୋଡି ଯାଇଛି । ୮ ବର୍ଷ ତଳେ ନିଶ୍ଚିନ୍ତ କୋଇଲି ବାଲିପଡ଼ା […]

ସ୍ବାଧୀନ ଚେତନାର ବାଜିଗର-ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ଦାନରେ ନୁହେଁ ବରଂ ଶକ୍ତି ବଳରେ ସ୍ବାଧୀନତା ପାଇବାର ଅଟଳ ଜିଦ୍‌ ଦେଶବାସୀଙ୍କ ମଧ୍ୟରେ ଜାତୀୟତାବାଦର ଚେତନାକୁ ଜାଗ୍ରତ କରିଥିଲା। ସେ ଥିଲେ ମହାନ ଜନନାୟକ ତଥା ସ୍ବାଧୀନତା ସଂଗ୍ରାମର ବାଜିଗର ନେତାଜୀ ସୁଭାଷ ଚନ୍ଦ୍ର ବୋଷ। “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଏହା ଥିଲା ‘ଆଜାଦ୍ ହିନ୍ଦ୍ ଫୌଜ୍’ ଉଦ୍ଦେଶ୍ୟରେ ସୁଭାଷ ବୋଷଙ୍କ ସେହି ନାରା, ଯାହାକୁ ଅନୁସରଣ କରି କୋଟି କୋଟି ସ୍ୱାଧୀନତା ସଂଗ୍ରମୀ ସ୍ୱାଧୀନତା ଲଢ଼େଇରେ ଲମ୍ଫପ୍ରଦାନ କରିଥିଲେ।୧୮୯୭ […]

ଇନ୍ଦୋରରେ ପୁଣି ଜଳ ପ୍ରଦୂଷଣ ଆତଙ୍କ: ଦୂଷିତ ପାଣି ପିଇ ୨୫ ଅସୁସ୍ଥ

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜଳ ପ୍ରଦୂଷଣ ଜନିତ ସମସ୍ୟା ଥମିବାର ନାମ ନେଉନାହିଁ। , ଜିଲ୍ଲାର ମହୁ ତହସିଲ ମୁଖ୍ୟାଳୟର ପଟ୍ଟି ବଜାର ଅଞ୍ଚଳରେ ୧୦ ରୁ ୧୫ ଦିନ ମଧ୍ୟରେ ୧୯ ଜଣ ପିଲାଙ୍କ ସମେତ ପ୍ରାୟ ୨୫ ଜଣ ଜଣ୍ଡିସ, ଟାଇଫଏଡ୍ ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅନେକ ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାସିନ୍ଦାଙ୍କ ଅନୁଯାୟୀ, ଅଞ୍ଚଳର ଟ୍ୟାପ୍ରୁ ମଇଳା, ଦୁର୍ଗନ୍ଧଯୁକ୍ତ ଏବଂ କାଦୁଅ ପାଣି ବହିଯାଉଛି। ଫୁଟିବା ପରେ ମଧ୍ୟ […]