ଦୁର୍ବଳ ହେବାରେ ଲାଗିଛି ଲାଲଗଡ଼। ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ 

ମାଲକାନଗିରି ଜିଲ୍ଲା ପୁଲିସ୍‌ ନିକଟରେ ୨୨ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୯ଟି ବନ୍ଧୁକ, ୧୪ଟି ଟିଫିନ ବୋମା, ଗୁଳି, ବିସ୍ଫୋରକ ସାମଗ୍ରୀ ଓ ଅନ୍ୟ ମାଓ ସାମଗ୍ରୀ ସହ ମାଓବାଦୀମାନେ ପୁଲିସ୍‌ ଡିଜି ୱାଇ ବି ଖୁରାନିଆଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ । ଆତ୍ମସମର୍ପଣ କରିଥିବା ନସ୍କଲଙ୍କ ନାଁରେ ଥିଲା ୨ କୋଟି ୧୮ ଲକ୍ଷ ଟଙ୍କାର ପୁରସ୍କାର ।ମାଓ ସଙ୍ଗଠନ ନିଜର ଶେଷ ନିଶ୍ୱାସ ନେଉଥିବା ବେଳେ […]

୧୦୮ ଆମ୍ବୁଲାନ୍ସ ସେବାରେ ସାମିଲ ହେଲା ୧୫୦ଟି ନୂଆ ଆମ୍ବୁଲାନ୍ସ

ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ଆମ୍ବୁଲାନ୍ସ ଉତ୍ସର୍ଗୀକୃତ ସମାରୋହ । ରାଜ୍ୟରେ ଗଡିବ ୪୨୮ଟି ୧୦୮ ନୂଆ ଆମ୍ବୁଲାନ୍ସ । ନୂଆ ଆମ୍ବୁଲାନ୍ସ ରୋଗୀଙ୍କ ସେବାରେ ନିୟୋଜିତ ହେବ । ଆମ୍ବୁଲାନ୍ସ ସେବା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଛି। ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ ଆମ୍ବୁୁଲାନ୍ସ ଗଡ଼ିବାର ଯୋଜନା ଅଛି। ଅଚଳ ଆମ୍ବୁଲାନ୍ସ ସ୍ଥାନରେ ନୂଆ ଆମ୍ବୁଲାନ୍ସ ଗଡିବ ।ଆଗକୁ ବାକି ସବୁ […]

ଜାତୀୟ କୃଷକ ଦିବସ ଅବସରରେ କୃଷକ ଭାଇଭଉଣୀଙ୍କୁ ନବୀନଙ୍କ ଶୁଭେଚ୍ଛା

ଭାରତ ଏକ କୃଷି ପ୍ରଧାନ ଦେଶ, ଯେଉଁଠାରେ କୋଟି କୋଟି ଲୋକଙ୍କ ଜୀବିକା ଏବଂ ଦେଶର ଖାଦ୍ୟ ସୁରକ୍ଷା ସିଧାସଳଖ ଚାଷଜମି ସହିତ ଜଡ଼ିତ । ଏହି କୃଷି ସଂସ୍କୃତି ଏବଂ ଅନ୍ନଦାତାଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ୨୩ ଡିସେମ୍ବରରେ ‘କୃଷକ ଦିବସ’ ପାଳନ କରାଯାଏ । ୨୦୦୧ ମସିହାରେ କୃଷକ ଦିବସର ଶୁଭାରମ୍ଭ କରାଯାଇଥିଲା । ଭାରତ ସରକାର ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜୟନ୍ତୀକୁ ଜାତୀୟ କୃଷକ ଦିବସ […]

ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ

ସୁନ୍ଦରଗଡ ଓଏସସିଏସସି ଲିମିଟେଡ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଗିରଫ ହୋଇଛନ୍ତି । ଗତକାଲି ଭିଜିଲାନ୍ସ ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ଠାବ ହୋଇଛି ବିପୁଳ ଟଙ୍କାର ସଂପତ୍ତି । ବାବୁଙ୍କର ବାଲେଶ୍ୱରରେ ଗୋଟିଏ ବଡ ଅଟ୍ଟାଳିକା, ମାର୍କେଟ କମ୍ପେ୍ଲକ୍ସ ଓ ଜିମ ଠାବ ହୋଇଛି । କଲ୍ୟାଣ ମଣ୍ଡପ ସହ ବାଲେଶ୍ୱର ସହର ଆଖପାଖରେ ଅଛି ୪ ଦାମୀ ପ୍ଲଟ । ୧୭୫ ଗ୍ରାମ ସୁନା ଜବତ ଓ ୪୩ ଲକ୍ଷ ୮୧ ହଜାର ଟଙ୍କାର […]

ଚନ୍ଦକା କୁମାରଖୁଣ୍ଟିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଶମ୍ଭୁ

ଚନ୍ଦକା କୁମାରଖୁଣ୍ଟିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଶମ୍ଭୁ । । ଗତକାଲି ସକାଳେ ଶମ୍ଭୁ ହଠାତ ଅସୁସ୍ଥ ହୋଇପଡିଥିଲା । ତାର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବାକୁ ପଶୁ ଡାକ୍ତରଙ୍କ ଡକା ଯାଇଥିଲା । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମଙ୍କ ଦ୍ବାରା ଶମ୍ଭୁକୁ ସାଲାଇନ ଦିଆଯିବା ସହ ନୀରିକ୍ଷଣରେ ରଖାଯାଇଥିଲା । ସ୍ବାସ୍ଥ୍ୟରେ ଉନ୍ନତି ନହେବାରୁ ଶମ୍ଭୁକୁ ନନ୍ଦନକାନନକୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାର ମୃତ୍ୟୁ ହୋଇଛି […]

ସର୍ବାଧିକ ରେକର୍ଡ ସ୍ତର ଛୁଇଁଲା ସୁନା ଦର

ସର୍ବାଧିକ ରେକର୍ଡ ସ୍ତର ଛୁଇଁଲା ସୁନା ଦର। ୨୪ କ୍ୟାରେଟ୍ ୧୦ ଗ୍ରାମ୍ ଦର ୨୪ ଶହ ଟଙ୍କା ବୃଦ୍ଧି ହୋଇଛି। ୧୦ ଗ୍ରାମ୍‌କୁ ଲକ୍ଷେ ୩୮ ହଜାର ୫୫୦ ଟଙ୍କା ହୋଇଛି। ୨୨ କ୍ୟାରେଟ୍ କୁ ୨୨୦୦ ଟଙ୍କା ବୃଦ୍ଧି ପାଇ ଲକ୍ଷେ ୨୭ ହଜାର ଟଙ୍କା ପାର୍‌ ହୋଇଛି। ଏହା ପୂର୍ବରୁ ୧୮ ଡିସେମ୍ବରରେ ସୁନା ଦର ବୃଦ୍ଧି ପାଇ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପ୍ରତି ୧୦ ହଜାର ୧୧୩ ଥିଲା […]

ପ୍ରେମୀ ସହ ମିଶି ସ୍ବାମୀଙ୍କୁ ଗ୍ରାଇଣ୍ଡିଂ କରିଦେଲେ ଜଣେ ମହିଳା

ମେରଠର ମୁସ୍କାନ ମାମଲା ପରି ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାରେ ସମାନ ଘଟଣା ଘଟିଛି। ଯେଉଁଠାରେ ଜଣେ ମହିଳା ପ୍ରେମୀ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ପଛାଇ ନାହିଁ।ଏହି ମାମଲାରେ ପୋଲିସ ଅଭିଯୁକ୍ତ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତ ମହିଳାଙ୍କ ନାମ ରୁବି ଓ ତାଙ୍କ ପ୍ରେମିକଙ୍କ ନାମ ଗୌରବ ବୋଲି ପ୍ରକାଶ କରିଛନ୍ତି ସମ୍ଭଲ ପୋଲିସ ଅଧୀକ୍ଷକ କେ.କେ. ବିଷ୍ନୋଇ।ରୁବି ଚନ୍ଦୌସି ଅଞ୍ଚଳର ମୋହଲ୍ଲା ଚୁନିର ବାସିନ୍ଦା ଥିବା […]

ପେଟ୍ରୋଲ ପାଇଁ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ ପ୍ରସଙ୍ଗ, ନିୟମ କୋହଳ

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଇନ୍ଧନ ମନା ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଅଳ୍ପ ଦିନ ମଧ୍ୟରେ ଯେଉଁମାନଙ୍କର ପ୍ରଦୂଷଣ ଜୋରିମାନା ଆସିଥିବ ତାକୁ ଅଣଦେଖା କରାଯିବ ବୋଲି ପରିବହନ ଆୟୁକ୍ତ ସ୍ପଷ୍ଟ କରିଛନ୍ତି। ସୂଚନାମୁତାବକ ସୋମବାର ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ଆରଟିଓ-୧ ପରିସରରେ ତୈଳ ବିତରକ କମ୍ପାନୀ ଓ ପରିବହନ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ […]

ରାଜ୍ୟରେ ଜାରି ରହିଛି ଶୀତ ଲହରୀ

ରାଜ୍ୟରେ ଶୀତ ଲହରୀ ଜାରି ।  ଗତ କିଛି ଦିନ ହେଲା କ୍ରମାଗତ ଭାବେ ଶୀତ ଲହରୀ ଜାରି ରହିଛି ।  ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ପାଇଁ ୫ ଜିଲ୍ଳାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।  ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର ଓ ସୋନପୁରରେ ଘନ କୁହୁଡ଼ି ସମ୍ଭାବନା ରହିଛି ।  ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି […]

ବଦଳିଲେ ଧଉଳି ଗଣ ଦୁଷ୍କର୍ମ ଘଟଣାର ତଦନ୍ତ କାରୀ ଅଧିକାରୀ

ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ । ବଦଳିଲେ ମାମଲାର ତଦନ୍ତକାରୀ ଅଧିକାରୀ । ଆଇୟୁସିଏଡବ୍ଲୁ ତଦନ୍ତ କରିବ, ତଦାରଖ କରୁଛି ସିଏଡବ୍ସୁ । କିନ୍ତୁ ଧଉଳି ଥାନା ପୋଲିସ ତଦନ୍ତରେ ସଦଯୋଗ କରିବ । ଧଉଳି ଥାନାରୁ ଦାୟିତ୍ୱ ହସ୍ତାନ୍ତର କଲେ ତଦନ୍ତକାରୀ ଅଧିକାରୀ । ପୂର୍ବରୁ ଧଉଳି ଥାନାଧିକାରୀ ସ୍ମୃତି ରଞ୍ଜନ ମହାନ୍ତି ଦାୟିତ୍ୱରେ ଥିଲେ। ବର୍ତ୍ତମାନ ଏହି ଦାୟିତ୍ବ ଡିସିପି ହେଡକ୍ବାଟରର ଏଡିସିପି ଆରତୀ ଗିରିଙ୍କୁ ଦିଆଯାଇଛି । ଡିସେମ୍ବର ୧୦ […]

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି

୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ ପ୍ରକାଶ ପାଇଛି ତାଲିକା। ସେହିପରି ୩ଟି ଜିଲାର ୫ ନୂଆ ମ୍ୟୁନିସିପାଲିଟି ନେଇ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ, ନୂଆ ଏନଏସିଗୁଡ଼ିକ ହେଉଛି ପାଲଲହଡ଼ା, ସିମୁଳିଆ, ସୋହେଲା, ତିହିଡି, ଧୂଷୁରୀ, ସାଲେପୁର, ବଡ଼ମ୍ବା, ନରସିଂହପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ନର୍ଲା, ଜୟପାଟଣା, ଖୋର୍ଦ୍ଧାର ଟାଙ୍ଗୀ, ବୋରିଗୁମ୍ମା, ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡ଼ା, […]

ଜାନୁଆରୀ ୧ରୁ କଡ଼ାକଡ଼ି ଗାଡ଼ି ଚେକିଂ

ଜାନୁଆରୀ ୧ ତାରିଖରୁ ହେବ ଜୋରଦାର ଗାଡ଼ି ଚେକିଂ। ସୂଚନା ଦେଲେ ପରିବହନ କମିଶନର ଅମିତାଭ ଠାକୁର। ସୂଚନା ଦେଇ ସେ କହିଛନ୍ତି ଯେ ଏମଭିଆଇ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣା ହେବନି। ସବୁ ପେଟ୍ରୋଲ ପମ୍ପ ମାଲିକ ଓ ଡିଲରଙ୍କ ସହ ଆଲୋଚନା କରିଛୁ। ପିୟୁସି ସାର୍ଟିଫିକେଟ ବାବଦରେ ଆଉଟଲେଟ୍‌ରେ ଲେଖିବାକୁ କହିଛୁ। ପିୟୁସି କରାଇବାକୁ ସେମାନେ ଆଉଟ୍‌ଲେଟ୍‌ରେ ଲେଖିବେ। ସୂଚନାଥାଉକି, ବାୟୁ ଗୁଣବତ୍ତାର ସ୍ଥିତିକୁ […]