ଶ୍ରୀଜିଉଙ୍କ ଅନବସରର ପଞ୍ଚମ ଦିନ: ଆଜି ମହାପ୍ରଭୁଙ୍କ ନିକଟରେ ଲାଗି ହେବ ଫୁଲୁରି ତେଲ

ସ୍ନାନଯାତ୍ରା ପରେ ଅଣସର ଘରେ ଅସୁସ୍ଥ ଦାରୁବ୍ରହ୍ମଙ୍କ ଅନବସର ତଥା ଗୁପ୍ତ ସେବା। ପଞ୍ଚମ ଦିନର ବିଳମ୍ବିତ ରାତିରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଫିଟିଛି । ଆଜି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ନିକଟରେ ଲାଗି ହେବ ଫୁଲୁରୀ ତେଲ। ଏନେଇ ବଡଓଡିଆ ମଠ ପକ୍ଷରୁ ଚାଲିଛି ତେଲ ପ୍ରସ୍ତୁତି। ଆଜି ମଧ୍ୟାହ୍ନ ଧୂପ ପରେ ଏହି ଫୁଲୁରି ତେଲ ଶ୍ରୀମନ୍ଦିରକୁ ବିଜେ କରିବା ସହିତ ରାତିରେ ମହାପ୍ରଭୁଙ୍କୁ ଲାଗି କରିବେ ଦଇତାପତି ସେବକ। ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ଏବେ […]

ଯଦି ଆମେରିକା ବିଶ୍ୱକପ୍ ଜିତିବ! ଚନ୍ଦ୍ରପୃଷ୍ଠରେ ଖେଳାଯିବ ଫୁଟବଲ୍

ଚଳିତ ୨୦୨୬ ଫିଫା ବିଶ୍ୱକପ୍‌ରେ ଆମେରିକା ଦଳର ବିଜୟ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏକ ଅଦ୍ଭୁତ ଏବଂ ରୋମାଞ୍ଚକର ପ୍ରତିଶ୍ରୁତି ଦେଇଛି। ଯଦି ଆମେରିକା ପୁରୁଷ ଫୁଟବଲ ଦଳ ଚଳିତ ବିଶ୍ୱକପ ଟ୍ରଫି ହାସଲ କରେ, ତେବେ ସଂସ୍ଥା ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ଏକ ଫୁଟବଲ ପଠାଯିବ ବୋଲି ନାସାର ପ୍ରଶାସକ ଜାରେଡ ଆଇଜାକ୍‌ମ୍ୟାନ ମଙ୍ଗଳବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି।ବର୍ତ୍ତମାନ ନାସା ଚନ୍ଦ୍ରରେ ମାନବ ବସତି ବା ‘ଇନସାନୀ ବେସ୍’ ସ୍ଥାପନ […]

OMSAର ଧର୍ମଘଟ ପ୍ରତ୍ୟାହାର ପାଇଁ ସରକାରଙ୍କ ଆହ୍ୱାନ, ଆସନ୍ତାକାଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ସ୍ୱାଭାବିକ କରିବା ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଓଡ଼ିଶା ମେଡିକାଲ ସେବା ସଂଘ (OMSA)ର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାର ସଂଘର କର୍ମକର୍ତ୍ତାଙ୍କୁ ଆମନ୍ତ୍ରଣ କରିଛନ୍ତି ।ଆସନ୍ତାକାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଓମ୍ସାର ବିଭିନ୍ନ ଦାବି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଆସୋସିଏସନର ରାଜ୍ୟ […]

ସୌମ୍ୟର ସାଙ୍ଗ ଓମ୍‌ର ହେଲା ମିଛଧରା ପରୀକ୍ଷା; ଖୋଲିବ କି ହତ୍ୟାକାଣ୍ଡର ଗୁମର ?

ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାର ଖୋଳତାଡ଼ ଚଳାଇଛି କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ସାଙ୍ଗ ଓମ୍ ପ୍ରକାଶ ରାଉତଙ୍କ ଆଜି (ଶୁକ୍ରବାର) ଲାଏ ଡିଟେକ୍ସନ୍ ଟେଷ୍ଟ୍ ହୋଇଛି ।ରାଜ୍ୟ ଫରେନ୍ସିକ ସାଇନ୍ସ ଲାବୋରେଟୋରୀରେ କଡ଼ା ସୁରକ୍ଷା ମଧ୍ୟରେ ଓମ୍‌ଙ୍କୁ ସାମ୍ନା କରିବାକୁ ପଡ଼ିଛି ବିଶେଷଜ୍ଞଙ୍କ ପ୍ରଶ୍ନବାଣ । ଓମ୍‌ଙ୍କ ପରୀକ୍ଷା ପରେ ହତ୍ୟାକାଣ୍ଡର ଅସଲ ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି ।ଓମ୍ ପ୍ରକାଶଙ୍କ ଉପରେ ସୌମ୍ୟଙ୍କ ପରିବାର ଲୋକ ସନ୍ଦେହ […]

ବରଯାତ୍ରୀଙ୍କ ପାଇଁ କାଳ ହେଲା ବଜ୍ରପାତ;ଜଣେ ମୃତ

ବରଯାତ୍ରୀ ଯାଉଥିବା ବେଳେ ଅଘଟଣ । ବଜ୍ରପାତ ଘଟି ଜଣେ ମୃତ ଓ ୨ ଜଣ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଝୁମ୍ପୁଡ଼ିଆରେ । ମୃତକ କୋଇଲିପଙ୍ଗି ଗାଁର ଅମିନ ବେହେରା ବୋଲି ଜଣାପଡ଼ିଛି। ଗୁରୁତର ତପନ ଜେନା, ମନୋଜ ଦେହୁରୀଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।ଏହାପରେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନରେ ଝୁମ୍ପୁଡ଼ିଆରୁ ରଞ୍ଜା ଗାଁକୁ ଏକ ବରାଯାତ୍ରୀ ଦଳ […]

ଧର୍ମ ପରିବର୍ତ୍ତନ କରିଥିବାରୁ ମିଳିଲାନି ଶ୍ମଶାନ

ରାୟଗଡା ତା ୦୩/୦୭ (ନିପ୍ର) ଧର୍ମ ପରିବର୍ତ୍ତନ କରିଥିବାରୁ ଜଣେ ଆଦିବାସୀ ବୃଦ୍ଧଙ୍କୁ ଶ୍ମଶାନ ମିଳୁନଥିବା ଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ବ୍ଲକ ସ୍ଥିତ ଗାଜିଗାଁ ଗ୍ରାମ ରେ । ଗାଜିଗାଁ ଗ୍ରାମର ଆଦିବାସୀ ସଂପ୍ରଦାୟର ଜାକାକା ଦାମ (୬୫ ବର୍ଷ )୪/୫ ବର୍ଷ ତଳେ ଖ୍ରିଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ । କିଛି ମାସ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ।ଗତକାଲି ସକାଳେ […]

ପୁରୀ ଜିଲ୍ଲାରେ ମଧୁ ବାବୁ ପେନସନ ଟଙ୍କା ଲୁଟ୍ ଘଟଣାରେ ୨ ପୂର୍ବତନ PEOଙ୍କୁ ଗିରଫ କଲା ଭିଜିଲାନ୍ସ

ପୁରୀ ଜିଲ୍ଲାରେ ମଧୁ ବାବୁ ପେନସନ ଟଙ୍କା ଲୁଟ୍ ଘଟଣାରେ ୨ ପୂର୍ବତନ PEOଙ୍କୁ ଗିରଫ କଲା ଭିଜିଲାନ୍ସ । ଜମରସୁଆଁ ପଞ୍ଚାୟତ ପୂର୍ବତନ PEO ସୁଲମଣି ଜାନି ଓ ସାହୁପଡ଼ା ପଞ୍ଚାୟତ ପୂର୍ବତନ PEO ଟୁନା ପ୍ରଧାନ ଗିରଫ । ଉଭୟଙ୍କ ନାଁରେ ୩୦ ଲକ୍ଷ ୭୮ହଜାର ପେନସନ ଟଙ୍କା ହଡ଼ପ ଅଭିଯୋଗ ହୋଇଛି ।ଭିଜିଲାନ୍ସ ତଦନ୍ତ ଅନୁଯାୟୀ, ଏହି ଦୁଇଜଣ ୨୦୨୨ରୁ ୨୦୨୫ ମଧ୍ୟରେ ମୋଟ ୩୦,୭୮,୬୨୦ ଟଙ୍କା ହଡ଼ପ କରିଛନ୍ତି। ସୁଲମଣି ଜାନି […]

ଓଡ଼ିଶାରେ ଭୋଟର ତାଲିକା SIR ପାଇଁ ୧୦ IAS ପର୍ଯ୍ୟବେକ୍ଷକ ନିଯୁକ୍ତ

ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR) ପ୍ରକ୍ରିୟାକୁ ସ୍ୱଚ୍ଛ, ସୁଚାରୁ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ଓଡ଼ିଶାର ୧୦ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ‘ଭୋଟର ତାଲିକା ପର୍ଯ୍ୟବେକ୍ଷକ’ ଭାବେ ନିଯୁକ୍ତ କରିଛନ୍ତି।ଶ୍ରୀ ରାଜେଶ ପ୍ରଭାକର ପାଟିଲ, IAS (କମିଶନର ତଥା ସମବାୟ ବିଭାଗ ସଚିବ) ଙ୍କୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ,ଶ୍ରୀ ଅରବିନ୍ଦ ଅଗ୍ରୱାଲ, IAS (କମିଶନର ତଥା ଉଚ୍ଚଶିକ୍ଷା […]

ଖୋଲିଲା SCERT ଏବଂ ଓସେପା ୱେବସାଇଟ୍, ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ ପାଠ୍ୟପୁସ୍ତକ ଉପଲବ୍ଧ

ଖୋଲିଲା SCERT ଏବଂ ଓସେପା ୱେବସାଇଟ୍ । ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ ପାଠ୍ୟପୁସ୍ତକ ଗୁଡିକୁ ଏହି ୱେବସାଇଟରେ ଦିଆଯାଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏବଂ ଓସେପାର ୱେବସାଇଟରେ ସଂଶୋଧିତ ପାଠ୍ୟପୁସ୍ତକ ଦିଆଯାଇଛି । ପୁସ୍ତକ ଗୁଡିକ ସମ୍ବନ୍ଧରେ ସୁଚିନ୍ତିତ ମତାମତ ଇମେଲ ଆଇଡି textbookscertodisha@gmail.com କିମ୍ବା ବିଦ୍ୟା ସମୀକ୍ଷା କେନ୍ଦ୍ରର ହେଲ୍ପ ଲାଇନ ନମ୍ବର – ୧୮୦୦୩୪୫୬୭୨୨ […]

ଘରୋଇ ସ୍କୁଲ୍ ଖୋଲିବା ପାଇଁ ଏଣିକି ବାଧ୍ୟତାମୂଳକ ନୁହେଁ ଏସେନ୍ସିଆଲିଟି ସାର୍ଟିଫିକେଟ

ରାଜ୍ୟରେ ଘରୋଇ ବିଦ୍ୟାଳୟ ସ୍ଥାପନ ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଗଣଶିକ୍ଷା ବିଭାଗ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି। ଓଡ଼ିଶା ଶିକ୍ଷା ଆଇନ ଓ ଶିଶୁଙ୍କ ନିଶୁଳ୍କ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର (RTE) ଆଇନ ସମେତ ବିଭିନ୍ନ ଶିକ୍ଷା ସମ୍ବନ୍ଧୀୟ ଆଇନକୁ ଆଧାର କରି ଏହି ନୂଆ ବ୍ୟବସ୍ଥା ପ୍ରଣୟନ କରାଯାଇଛି।ନୂଆ ଘରୋଇ ବିଦ୍ୟାଳୟ ସ୍ଥାପନ କରୁଥିବା ସଂସ୍ଥା ସୋସାଇଟିଜ୍ ରେଜିଷ୍ଟ୍ରେସନ୍ ଆକ୍ଟ କିମ୍ବା ଇଣ୍ଡିଆନ୍ ଟ୍ରଷ୍ଟ ଆକ୍ଟ ଅନୁଯାୟୀ […]

ରଥ ଉପରକୁ ମୋବାଇଲ ମନା, ଛଦ୍ମବେଶୀଙ୍କ ବିରୁଦ୍ଧରେ ନିଆଯିବ ଦୃଢ଼ କାର୍ଯ୍ୟନୁଷ୍ଠାନ

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ରଥ ଉପରେ ଅନଧିକୃତ ଓ ଛଦ୍ମବେଶୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ରଥ ଉପରକୁ ନେଇପାରିବେନି ମୋବାଇଲ । ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । । ଚଳିତ ବର୍ଷ ଯୋଡ଼ା ଜ୍ୟେଷ୍ଠ ଯୋଗୁଁ ରଥ ନିର୍ମାଣ ବେଶ୍ ଆଗୁଆ ରହିଛି। ରଥ ନିର୍ମାଣରେ ନିୟୋଜିତ ମହାରଣା, ରୂପକାର, ଚିତ୍ରକାର, ଭୋଇ, କମାର, ଦରଜୀ ସେବକ ମାନେ ନିଷ୍ଠା, […]

ଝାରପଡ଼ା ପରେ ଚୌଦ୍ୱାର ଜେଲ୍‌ରେ ୫ କଏଦୀ HIV ପଜିଟିଭ୍ ଚିହ୍ନଟ

ଜେଲ ଭିତରେ ଟେନସନ ବଢ଼ାଇଛନ୍ତି HIV ସଂକ୍ରମିତ। ଭୁବନେଶ୍ବର ଝାରପଡ଼ା ଜେଲ ପରେ ଏବେ ଚୌଦ୍ୱାର ମଣ୍ଡଳ କାରାଗାରରେ ୫ ଜଣ କଏଦୀ ଏଚଆଇଭି ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨ ଜଣ ସଜ୍ଜା କାଟୁଥିବା ବେଳେ ୩ ଜଣ ବିଚାରାଧୀନ କଏଦୀ ବୋଲି ଜଣାପଡିଛି ।ସେମାନଙ୍କୁ ଜେଲ୍ ଭିତରେ ଥିବା ସ୍ବତନ୍ତ୍ର ୱାର୍ଡରେ ରଖାଯାଇ ରୀତିମତ ଚିକିତ୍ସା ଯୋଗାଇ ଦିଆଯାଉଛି । ଜେଲ୍‌ରେ ଥିବା ଜଣେ ଡ଼ାକ୍ତର ଓ ଦୁଇ ଜଣ ଫାର୍ମାସିଷ୍ଟ […]