ଆଉ ଚଳିବନି ଅନଲାଇନ୍ ଡ୍ରାଇଭରଙ୍କ ମନମାନି,ଓଡିଶା ଯାତ୍ରୀ ଆପକୁ ବ୍ୟାପକ କରାଯିବ

ଅନଲାଇନ ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା। ଆଉ ଚଳିବନି ଅନଲାଇନ ଡ୍ରାଇଭରଙ୍କ ମନମାନି। ଓଡିଶା ଯାତ୍ରୀ ଆପକୁ ବ୍ୟାପକ କରାଯିବ। ଯାତ୍ରୀଙ୍କ ସୁବିଧା ପାଇଁ ନଗର ଉନ୍ନୟନ ବିଭାଗର ବଡ ନିଷ୍ପତ୍ତି। ପରିବହନ ବିଭାଗ ସହ ସମନ୍ଵୟ ରଖିବ ନଗର ଉନ୍ନୟନ ବିଭାଗ। ଯେଉଁଥିରେ ଯାତ୍ରୀମାନଙ୍କ ଅସୁବିଧା ହେବ ନାହିଁ। । ଲୋକଙ୍କୁ ସେବା ଯୋଗାଇବା ସହ ଡ୍ରାଇଭର ମାନେ କିପରି ଲାଭବାନ ହୋଇପାରିବେ ତାକୁ ଗୁରୁତ୍ଵ ଦିଆଯିବ। ସବୁ ସହରରେ ଓଡ଼ିଶା […]

ପୁଅ ସାଙ୍ଗରେ ଫ୍ୟାମିଲି କୋର୍ଟରେ ପହଁଞ୍ଚିଲେ ସୁନୀତା, ଗୋବିନ୍ଦା-ସୁନୀତାଙ୍କର ହେବନି ଛାଡ଼ପତ୍ର

ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ଖବର ଆସିବା ପରେ ଛାଡ଼ପତ୍ରକୁ ନେଇ ମଧ୍ୟ ଅନେକ ରିପୋର୍ଟ ସାମ୍ନାକୁ ଆସିଥିଲା। ଏହାରି ଭିତରେ ସୁନୀତା ଆହୁଜା ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ନଜର ଆସିଛନ୍ତି । ତାଙ୍କ ସହିତ ପୁଅ ୟଶବର୍ଦ୍ଧନ ଆହୁଜା ମଧ୍ୟ ନଜର ଆସିଛନ୍ତି । ସୁନିତା କୋର୍ଟରେ ପହଁଞ୍ଚିବା ପଛର କାରଣ କହିଛନ୍ତି, […]

ଏମଏମଡିଆର ସଂଶୋଧିତ ବିଲକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଏମଏମଡିଆର ସଂଶୋଧିତ ବିଲକୁ ବିରୋଧ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ବିଲ୍ ସଂସଦରେ ପାରିତ ହୋଇଛି । ଏହା ଓଡ଼ିଶାର ଅର୍ଥନୀତିକୁ ବିପଦକୁ ଠେଲିଛି । ଆଗକୁ ଓଡ଼ିଶା କେନ୍ଦ୍ରର ଦୟା ଉପରେ ନିର୍ଭର କରିବାକୁ ବାଧ୍ୟ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି । ତେବେ ଓଡ଼ିଶା ମାଟି ଓ ଖଣି ଅଧିକାରର ସୁରକ୍ଷା ପାଇଁ ଲଢ଼େଇ କରିବେ ବୋଲି ଘୋଷଣା କରିଛନ୍ତି ନବୀନ । ଶେଷ ନିଶ୍ୱାସ […]

ଜାନୁଆରୀରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ SCB ନୂଆ ବିଲ୍ଡିଂ

ଡିସେମ୍ବରରେ ଏସ୍‌ସିବି ନୂଆ ବିଲ୍ଡିଂର ଉଦଘାଟନ । ଜାନୁଆରୀରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତିକରଣ ଓ ଭିତ୍ତିଭୂମି ବିକାଶ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏସସିବି ନୂଆ ବିଲଡିଂ ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନେଇଥିଲେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ନୂଆ ବିଲଡିଂର ଦୁଇଟି ବ୍ଲକ କାମ […]

ଅନଲାଇନ୍ ଟାକ୍ସି ଚାଳକଙ୍କ ଉନ୍ମତ୍ତକାଣ୍ଡ: ୫୦ରୁ ଅଧିକ ଗିରଫ

ରାଜଧାନୀ ଭୁବନେଶ୍ବରରେ ଅନଲାଇନ୍ ଚାଳକ ମିଳିତ ମଞ୍ଚର ଆନ୍ଦୋଳନ ବେଳେ ଖଣ୍ଡଯୁଦ୍ଧ ସ୍ଥିତି ଉପୁଜିଛି । ଆଜି (ବୁଧବାର) ଓଲା, ଉବେର ଓ ରାପିଡୋ ଅନଲାଇନ୍ ଟାକ୍ସି ଚାଳକଙ୍କ ଆନ୍ଦୋଳନରେ ରାଜଧାନୀର ମୁଖ୍ୟ ରାସ୍ତା ପ୍ରାୟତଃ ଅଚଳ ହୋଇପଡିଥିଲା । ଆନ୍ଦୋଳନର ତୃତୀୟ ଦିନରେ ଅନଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭରଙ୍କ ଧାରଣା ବେଳେ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ସମସ୍ତ ଚାଳକ ଏକାଠି ହୋଇଥିଲେ । ଏପରିକି ମୁଖ୍ୟ ରାସ୍ତାରେ ଗାଡ଼ି ରଖି ରାସ୍ତା ଅବରୋଧ କରିଥିଲେ […]

ଦେଶର ରେଳ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ! ୯,୪୫୦ କୋଟିର ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅର୍ଥନୈତିକ ବ୍ୟାପାର କମିଟି ଦେଶର ରେଳ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ବୁଧବାର ରେଳ ମନ୍ତ୍ରଣାଳୟର ପ୍ରାୟ ୯,୪୫୦ କୋଟି ଟଙ୍କାର ୪ଟି ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି ।ଖଡ଼ଗପୁର–ଭଦ୍ରକ, ଭଦ୍ରକ–ହରିଦାସପୁର ଓ କଟକ–ପାରାଦୀପ କରିଡର ସାମିଲ; ୪୧୦ କିମି ବଢ଼ିବ ରେଳ ନେଟୱର୍କ । ଦେଶର ଚାରିଟି ରାଜ୍ୟରେ ରେଳ ନେଟୱର୍କର କ୍ଷମତା ବୃଦ୍ଧି ପାଇଁ ଚାରିଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି […]

ଅଗଷ୍ଟ ୨୭ ନା’ ୨୮ ! କେବେ ପଡୁଛି ରାଖି ପୂର୍ଣ୍ଣିମା?

୨୦୨୬ ମସିହାରେ ରାଖିପୂର୍ଣ୍ଣିମା ତିଥି ଦୁଇ ଦିନ ରହୁଥିବାରୁ ଏହି ପର୍ବ କେବେ ପାଳନ କରାଯିବ ସେ ନେଇ ଲୋକଙ୍କ ମନରେ ସନ୍ଦେହ ଦେଖାଦେଇଛି। ୨୭ ତାରିଖ ସକାଳ ୯ ଟା ୭ ରୁ ୨୮ ତାରିଖ ସକାଳ ୯ଟା ୪୫ ଯାଏ ପୂର୍ଣ୍ଣମୀ ତିଥି ରହିଛି ବୋଲି କହିଛନ୍ତି ଜ୍ୟୋତିର୍ବିଦ ନରେଶ ଚନ୍ଦ୍ର ଦାସ । ସେପଟେ ଶ୍ରୀମନ୍ଦିରରେ ୨୮ ତାରିଖରେ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମ ନୀତି ସହ ଶ୍ରୀଜୀଉମାନେ ରାଖି ପରିଧାନ କରିବା ନେଇ […]

ଦାରା ସିଂ ମୁକ୍ତି ମାମଲାରେ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଶେଷ ତାଗିଦ୍‌

ଗ୍ରାହମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ମୁକ୍ତି ଆବେଦନକୁ ନେଇ ପୁଣି ଘୁଞ୍ଚିଲା ଶୁଣାଣି । ଦାରା ସିଂଙ୍କ ମୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବାକୁ ଓଡ଼ିଶା ବନ୍ଦୀ ମୁକ୍ତି ସମୀକ୍ଷା ବୋର୍ଡକୁ ଆଉ ଏକ ଶେଷ ସୁଯୋଗ ଦେଇଛନ୍ତି ସୁପ୍ରିମକୋର୍ଟ ।କୋର୍ଟ ମୌଖିକ ଭାବେ କହିଛନ୍ତି ଯେ, ଆଗାମୀ ଶୁଣାଣି ସୁଦ୍ଧା ଯଦି କୌଣସି ନିଷ୍ପତ୍ତି ନ ନିଆଯାଏ, ତେବେ କୋର୍ଟ ନିଜେ ନିଷ୍ପତ୍ତି […]

ଘରେ ବସି ମିଳିବ ରାଜସ୍ୱ ସେବା! ଚାଟ୍‌ବଟ୍‌ ଆପ୍‌ ଲଞ୍ଚ୍‌

ରାଜସ୍ଵ ବିଭାଗର ଅଭିଯୋଗର ସମାଧାନ ପାଇଁ ବିଭାଗ ଦ୍ୱାରା ‘ଆମସାଥୀ’ ହ୍ବାଟ୍ସଆପ୍ ଚାଟ୍ ବଟ୍‌ର ଶୁଭାରମ୍ଭ ହୋଇଛି । ଲୋକସେବା ଭବନରେ ଏହି ଚାଟ୍ ବଟ୍‌ର ଶୁଭାରମ୍ଭ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।ଏହି ଚାଟ୍‌ବଟ୍‌ ଜରିଆରେ ପ୍ରଥମ ପର୍ଯ୍ୟାୟରେ ରାଜସ୍ୱ ବିଭାଗର ୧୬ଟି ସେବା ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ ଆଉ ଦୁଇଟି ସେବା ଏଥିରେ ସାମିଲ କରାଯିବ । ପୂର୍ବରୁ ୧୧ଟି ସେବା ଦେବାର ବ୍ୟବସ୍ଥା ଥିବା ବେଳେ ଏବେ ଏହାକୁ […]

ହୋର୍ମୁଜକୁ USର ଅଂଶ ବୋଲି ଦେଖାଇଲେ ଟ୍ରମ୍ପ,ଜବାବ ଦେଲା ଇରାନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଟ୍ରୁଥ୍ ସୋସିଆଲ୍ ଏକ ନକ୍ସା ପୋଷ୍ଟ ପରି ସାରା ଦୁନିଆରେ ହଇଚଇ ସୃଷ୍ଟି କରିଛନ୍ତି । ଟ୍ରମ୍ପ ନୂଆ ନକ୍ସରେ ହର୍ମୁଜ ପ୍ରଣାଳୀକୁ ସିଧାସଳଖ ଆମେରିକାର ଅଞ୍ଚଳ ବୋଲି ଘୋଷଣା କରିଛନ୍ତି । ପୋଷ୍ଟ କରାଯାଇଥିବା ନକ୍ସାରେ ଇରାନ ଏବଂ ଓମାନ ମଧ୍ୟରେ ସ୍ଥିତ ହର୍ମୁଜ ପ୍ରଣାଳୀକୁ ରାଉଣ୍ଡ ବୁଲାଯାଇ NEW U.S. Territory ଲେଖା ଯାଇଛି । ଏହାକୁ ନେଇ କଡ଼ା ଜବାବ ରଖିଛି ଇରାନ ।ଇରାନର ଉପ […]

ଆସନ୍ତା ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି

ଅଗଷ୍ଟ ୨୪ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନ ଅଭିଯୋଗର ଶୁଣାଣି କରିବେ। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରସ୍ଥିତ ୟୁନିଟ୍-୨ ଅଶୋକ ନଗର ନିକଟ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ)ଠାରେ ସକାଳ ୮ଟାରୁ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଅଗଷ୍ଟ ୧୯ ପୂର୍ବାହ୍ନ ୧୧ଟା ଆରମ୍ଭ ହେବ। ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ […]

ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍, ମୋଟ୍ ୧୫ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ । ପୂର୍ବରୁ ୧୫ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଜଳସ୍ତର ବୃଦ୍ଧି ଯୋଗୁଁ ଆଉ ୨ଟି ଗେଟ୍ ଖୋଲାଯାଇଛି ।। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୮୭ ଫୁଟ ରହିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଅଧିକ ଗେଟ୍ ଖୋଲାଯାଇଛି । ଯେଉଁଥିରୁ ବାମପାର୍ଶ୍ୱର ୧୧ଟି ଓ ଡାହାଣପାର୍ଶ୍ୱର ୬ଟି ଗେଟ୍ ଦେଇ ପାଣି ନିଷ୍କାସନ କରାଯାଉଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ […]