ମାଲକାନଗିରି ଜିଲ୍ଲା ଝାରପଲ୍ଲୀ ସର୍କଲ୍ର ଆର୍ଆଇ ସୂରଯ ବାଲା ଜଣେ ଆବେଦନକାରୀଙ୍କୁ ଅନୁସୂଚିତ ଜାତି ପ୍ରମାଣ ପତ୍ର ନିମନ୍ତେ ସୁହାଇବା ଭଳି ଯାଞ୍ଚ ରିପୋର୍ଟ ପ୍ରଦାନ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ କିସ୍ତିରେ ୮ହଜାର ଟଙ୍କା ଓ କାମ ହେବା ପରେ ୨ ହଜାର ଟଙ୍କା ଦେବାକୁ କହିଥିଲେ। ଆବେଦନକାରୀଙ୍କ ଅଭିଯୋଗ ଭିତ୍ତିରେ ଭିଜିଲାନ୍ସ ଅଧିକାରୀମାନେ ଯୋଜନାବଦ୍ଧ ଭାବେ ଜାଲ ବିଛାଇଥିଲେ। ଆଜି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ […]
ଫାଶୀ ଦଣ୍ଡବିଧାନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଏବେ ପାଇଁ ଫାଶୀ ଦଣ୍ଡ ଦେବାର ପ୍ରଚଳିତ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଫାଶୀ ବଦଳରେ ଲେଥାଲ୍(lethal injection)ଇଞ୍ଜେକ୍ସନ୍ କିମ୍ବା ଅନ୍ୟ ବିକଳ୍ପ ପ୍ରଣାଳୀ ଆଣିବାର ଦାବିକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ| ଏହା ସହ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ଦେଶରେ ଫାଶୀ ଦେବାର ବ୍ୟବସ୍ଥା ସମ୍ବିଧାନିକ ରୂପରେ ବୈଧ ରହିବ।ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ […]
ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ବିପର୍ଯ୍ୟୟ ମୁକାବିଲା ଲାଗି ହଜାରେ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |କ୍ଷୁଦ୍ର ଚାଷୀଙ୍କୁ ହେକ୍ଟର ପିଛା ୮୫୦୦ ଟଙ୍କା, ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ମିଳିବ। ସେହିପରି ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨, ୫୦୦ ଟଙ୍କା ମିଳିବ।ବନ୍ୟା କ୍ଷୟକ୍ଷତି […]
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ବିଜେପି ନେତା ଜେପି ନଡ୍ଡାଙ୍କ ଦିଲ୍ଲୀ ଏମ୍ସରେ ଏଞ୍ଜିଓପ୍ଲାଷ୍ଟି କରାଯାଇଛି । ନଡ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ତାଙ୍କୁ କାର୍ଡିଓଲୋଜି ବିଭାଗରେ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଛି । ଉଲ୍ଲେଖନୀୟ ଯେ ଶ୍ରୀ ନଡ୍ଡାଙ୍କୁ ଗୁରୁବାର (୧୩ ଅଗଷ୍ଟ) ଅସ୍ଥିରତା ଅଭିଯୋଗ କରିବା ପରେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଭର୍ତ୍ତି କରାଯାଇଥିଲା।ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସୋସିଆଲ ମିଡିଆ ପୋଷ୍ଟ […]
ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ଦାନ ଅର୍ଥ ଦୁର୍ନୀତି ମାମଲାରେ ଏସଆଇଟି ନିଜର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛି । ଏହି ରିପୋର୍ଟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପୂର୍ବତନ ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟର ସଦସ୍ୟ ଅନିଲ ମିଶ୍ରଙ୍କୁ କ୍ଲିନ ଚିଟ୍ ପ୍ରଦାନ କରିଛି SIT । ଉଭୟଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗଗୁଡ଼ିକ ସତ୍ୟ ବୋଲି ପ୍ରମାଣିତ ହୋଇନାହିଁ ।ଦାନ ଚୋରି ଅଭିଯୋଗ ଆସିବା ପରେ ଚମ୍ପତ ଏବଂ ଅନିଲ ଉଭୟ […]
ବନ୍ୟାରେ ୭ ଜିଲ୍ଲା ପ୍ରଭାବିତ ହୋଇଛି । ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା ପ୍ରଭାବିତ ହୋଇଥିବା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ । ଏ ସବୁ ଜିଲ୍ଲାରେ ସତର୍କ ସୂଚନା ସହ ପ୍ରାଣୀଙ୍କୁ ଉଚ୍ଚ ସ୍ଥାନକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ଯୋଗୁଁ ମୋଟ ୮୮ଟି ବ୍ଲକ ପ୍ରଭାବିତ ହୋଇଥିବା ବେଳେ ୨ ଲକ୍ଷ ୯୨ ହଜାର ୧୯୪ ଗାଈ-ମଇଁଷି, ୧ ଲକ୍ଷ ୬୧ ହଜାର ୯୮୩ ଛେଳି-ମେଣ୍ଢା, […]
ତାମିଲନାଡୁ ବିଧାନସଭାରେ ଦିବଂଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କ ନାଁ ସମ୍ବୋଧନକୁ ନେଇ ବିବାଦ ଦେଖାଦେଇଛି। ବିଧାନସଭାରେ ଆଲୋଚନା ସମୟରେ ଜଣେ ମନ୍ତ୍ରୀ କରୁଣାନିଧିଙ୍କୁ କେବଳ ତାଙ୍କ ନାମରେ ସମ୍ବୋଧିତ କରିଥିବାରୁ ବିରୋଧୀ ଡିଏମକେ ବିଧାୟକମାନେ ଆପତ୍ତି ଉଠାଇଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଥିଲେ।ବିଧାନସଭାରେ ସେହିଦିନ ସ୍ୱାସ୍ଥ୍ୟ ଏବଂ ରାଜସ୍ୱ ବିଭାଗର ଅନୁଦାନ ଦାବି ଉପରେ ଆଲେଚନା ଚାଲିଥିଲା । ଏହି ସମୟରେ ବନମନ୍ତ୍ରୀ […]
ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ପରିବା ଚାଷ ପ୍ରଭାବିତ ହୋଇଛି । ଫଳରେ ପରିବା ଦର ବୃଦ୍ଧି ହୋଇଥିବା ବ୍ୟବସାୟୀ କହୁଛନ୍ତି । ତେଣୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ତେଣୁ ଯାହା ଯେତିକି ମୂଲ୍ୟ ବଢି ଆସୁଛି ତାକୁ ନେଇ ବଜାର ନିୟନ୍ତ୍ରଣ ହେଉଛି ।। ବାଇଗଣ, ଭେଣ୍ଡି, ଟମାଟୋ, ପୋଟଳ, କୌଣସି ପରିବା ୯୦ ଟଙ୍କା ତଳେ ନାହିଁ । ସପ୍ତାହେ ଭିତରେ ଦର ଦୁଇଗୁଣା ହୋଇଯିବାରୁ ମଧ୍ୟବିତ୍ତଙ୍କ ବଜେଟ୍ […]
କୋଲକାତାର ଏୟାରପୋର୍ଟରେ ବଡ ଅଘଟଣ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରର ATC କୋଠାର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ମିଳିବା ପରେ ଏୟାରପୋର୍ଟ ଫାୟର ସର୍ଭିସ ନିଆଁକୁ ଆୟତ୍ତ କରିଥିଲା । ଏୟାରପୋର୍ଟ ଅଥରିଟିର ୨ଟି ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲା । ନିଆଁ ଲାଗିବା ପରେ ବିମାନ ଉଡ଼ାଣ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା ।ବିମାନବନ୍ଦର ନିର୍ଦ୍ଦେଶକ ବିକ୍ରମ ସିଂହ କହିଛନ୍ତି ଯେ ନିଆଁ ଦ୍ୱିତୀୟ ମହଲାର ଏକ […]
ହୀରାକୁଦରେ ଉପରମୁଣ୍ଡରେ ଜାରି ରହିଛି ବର୍ଷା। ଜଳଭଣ୍ଡାରରେ ଜଳ ପ୍ରବେଶ ବଢ଼ିବା ପରେ ଆଉ ୩ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ୍ ୧୦ଟି ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସନ କରାଯାଉଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୮୭ ଫୁଟ ରହିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଅଧିକ ଗେଟ୍ ଖୋଲାଯାଇଛି । ଯେଉଁଥିରୁ ବାମପାର୍ଶ୍ୱର ୭ଟି ଓ ଡାହାଣପାର୍ଶ୍ୱର ୩ଟି ଗେଟ୍ ଦେଇ ପାଣି ନିଷ୍କାସନ କରାଯାଉଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ଲକ୍ଷ୧ହଜାର […]
ଇରାନ-ଆମେରିକା ମଧ୍ୟରେ ପୁଣି ବଢ଼ିଲା ଯୁଦ୍ଧ ଆଶଙ୍କା । ହର୍ମୁଜ୍ ପ୍ରଣାଳୀକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି ।ଆମେରିକା ପକ୍ଷରୁ ସମ୍ଭାବ୍ୟ ଗ୍ରାଉଣ୍ଡ ଅପରେସନ୍କୁ ନେଇ ଚର୍ଚ୍ଚା ମଧ୍ୟରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ୍ସ ବା IRGC ପକ୍ଷରୁ ଦିଆଯାଇଛି କଡ଼ା ଚେତାବନୀ । ଇରାନ କହିଛି, ଏପର୍ଯ୍ୟନ୍ତ ତାଙ୍କର ସାମରିକ କାର୍ଯ୍ୟକଳାପ ମୁଖ୍ୟତଃ ରକ୍ଷାତ୍ମକ ଥିଲା । କିନ୍ତୁ ଆଗକୁ ପରିସ୍ଥିତି ବଦଳିଲେ ଆକ୍ରମଣାତ୍ମକ ରଣନୀତି ଆପଣାଇବାକୁ ପ୍ରସ୍ତୁତ ଥିବା ସଙ୍କେତ ଦେଇଛି […]
ଦେଶର ରାଜନୀତି ସମ୍ପର୍କିତ ଏକ ଏପରି ମାମଲା ସାମ୍ନାକୁ ଆସିଛି ଯାହା ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲାକୁ ନେଇ ପ୍ରଶ୍ନ ଚିହ୍ନ ଲଗାଇଛି। ବରିଷ୍ଠ ଆଇନଜୀବୀ ବିଜୟ ହଂସରିଆ ଅଦାଲତରେ ଉକ୍ତ ସତ୍ୟପାଠ ଦାଖଲ କରିଛନ୍ତି। ଏମ୍ପି ଏବଂ ବିଧାୟକମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାଗୁଡ଼ିକର ଶୀଘ୍ର ଫଇସଲା ନିମନ୍ତେ ନିବେଦନ କରି ସର୍ବୋଚ୍ଚ ଅଦାଲତରେ ଜନସ୍ବାର୍ଥ ମାମଲା (ପିଆଇଏଲ୍) ଦାଏର ହୋଇଥିବାବେଳେ ଏଥିରେ ସହାୟତା ପାଇଁ ହଂସରିଆଙ୍କୁ ଆମିକସ୍ କ୍ୟୁରି ନିଯୁକ୍ତ […]
