ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀ ମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି। ଏଣିକି ଗ୍ରାମରକ୍ଷୀ ମାନେ ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ମାସିକ ଭତ୍ତା ପାଇବେ।ଏଥି ସହିତ ସପ୍ତାହକୁ ଥରେ ସେମାନେ ଯେଉଁ ଥାନା ଅଧୀନରେ କାମ କରୁଥିବେ, ସେଠାକୁ ଯାଇ ସେମାନଙ୍କ ଉପସ୍ଥାନ ଦେବାର ବ୍ୟବସ୍ଥା କରାଯାଇଛି।

ଭିଜିଲାନ୍ସ ଜାଲରେ ଆରଆଇ, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ଭିଜିଲାନ୍ସ ଜାଲରେ ଆରଆଇ ।  କଟକ ସଦର କଖଡି ଆରଆଇ ଜାନକୀ ରଞ୍ଜନ ମଲ୍ଲିକ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ।  ଜମି ପଟ୍ଟା କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ ।  ସୂଚନା ମୁତାବକ, ଆଜି କଟକ ସଦର ତହସିଲ ଅନ୍ତର୍ଗତ କଖାଡି ସର୍କଲର ରାଜସ୍ୱ ନିରୀକ୍ଷକ ଜାନକୀ ରଞ୍ଜନ ମଲ୍ଲିକ ଜଣେ ଜମି ମାଲିକଙ୍କ ସପକ୍ଷରେ ଅନୁକୂଳ ରିପୋର୍ଟ ଦାଖଲ କରିବା ପାଇଁ […]

ଚାଲାଣ ନ ଭରିଲେ ହେବନି ଗାଡ଼ି ପଞ୍ଜୀକରଣ । ମୋଟର ଯାନ ନିୟମରେ ସଂଶୋଧନ

ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ ପାଇଁ କଠୋର ହେଲେ କେନ୍ଦ୍ର ସରକାର। ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କଲେ କେନ୍ଦ୍ର ସଡ଼କ ଓ ଜାତୀୟ ରାଜପଥ ମନ୍ତ୍ରାଳୟ।କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, 1989ର ନିୟମ 167 ଓ 167A ସଂଶୋଧନ କଲେ କେନ୍ଦ୍ର ସରକାର। କେନ୍ଦ୍ର ସରକାର ଦ୍ୱାରା Central Motor Vehicles Rules, 2026 ନେଇ ଗେଜେଟ ନୋଟିଫିକେସନ ଜାରି। ଏହି ନୂଆ ଆଇନ 1 ଜାନୁଆରୀ 2026 ରୁ ଲାଗୁ।କୌଣସି […]

SI କେଳେଙ୍କାରୀ ମାମଲା, ଘୁଞ୍ଚିଲା ୯ ଜଣଙ୍କ ଜାମିନ ଆବେଦନର ଶୁଣାଣି

ପୁଲିସ ଏସଆଇ ନିଯୁକ୍ତି ଜାଲିଆତି ମାମଲାରେ ଆଜି କୋର୍ଟରେ ଶୁଣାଣି ହୋଇଛି । ଏହି ମାମଲାର ଶୁଣାଣି କରି କୋର୍ଟ ମୋଟ୍ ୯ ଜଣଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚାଇଛନ୍ତି । ଆସନ୍ତା ଫେବୃଆରୀ ୧୬ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି ।ପୋଲିସ ଏସଆଇ ପରୀକ୍ଷା ସ୍କାମ ଘଟଣାରେ ଗିରଫ ୯ ଜଣ ଜାମିନ ଆବେଦନ କରିଥିଲେ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମୋଟ ୯ ଜଣ ଅଭିଯୁକ୍ତ ଜାମିନ ଆବେଦନ କରିଥିଲେ। ମାନ୍ୟବର ହାଇକୋର୍ଟ ମାମଲାର ଶୁଣାଣି […]

ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ମିଳିଲା ଟଙ୍କା

ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ମିଳିଲା ଟଙ୍କା । ସୁଭଦ୍ରା ଯୋଜନାରେ ନୂଆରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଆଜି ମିଳିଛି ପ୍ରଥମ କିସ୍ତି । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ସୁଭଦ୍ରା ଟଙ୍କା ଆକାଉଣ୍ଟ ଗଲା । ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ମଧ୍ୟ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି ।ସୂଚନାଥାଉକି ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ […]

୭୨ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମାସକର ଦରମା ବନ୍ଦ

ପୁରୀ ଜିଲାର ୭୨ଜଣ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଜିଲ୍ଲା ଶିକ୍ଷାଧିକାରୀ ଦୀପକ ପାଢୀ ସୂଚନା ଦେଇଛନ୍ତି । ସାପ କାମୁଡା ଓ ଜଳପ୍ରପାତ ସଚେତନତା ଶିବିର ପାଇଁ ନିର୍ଦ୍ଦେଶ ଥିଲା । ସଚେତନତା ପାଇଁ ପ୍ରଧାନଶିକ୍ଷକଙ୍କୁ ୪୫୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଶିବିର ନେଇ କୌଣସି ସୂଚନା ଦେଇନଥିବାରୁ ଡିଇଓ ଏହି କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ।

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିସନ । ଓଡ଼ିଶ ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ବାଚନ କମିସନ ଚିଠି ଲେଖିଛନ୍ତି । ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ଟି ଆସନ, ମହାରାଷ୍ଟ୍ରର ୭, ତାମିଲନାଡୁ ଓ ବିହାରର ୬, ପଶ୍ଚିମବଙ୍ଗର ୫ଟି ଆସନ ଖାଲି ହେବ, ଆସାମର ୩, ତେଲଙ୍ଗାନା, ଛତିଶଗଡ଼ ଓ ହରିୟାଣାର ୨ଟି ଆସନ ଖାଲି […]

୫ ଦିନିଆ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଆସନ୍ତା ୨ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ୫ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବୃଆରୀ ୨ ତାରିଖରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨ରେ ଭୁବନେଶ୍ୱରରେ ପହଞ୍ଚି ରାତ୍ରୀ ଯାପନ କରିବେ ରାଷ୍ଟ୍ରପତି। ୩ ତାରିଖରେ ଫକୀରମୋହନ ୟୁନିଭର୍ସିଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେହିଭଳି ୪ ତାରିଖରେ ଯାଜପୁରରେ ମା ବିରଜାଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ୫ ଓ ୬ ତାରିଖରେ […]

ରାଜ୍ୟରେ ନିଷିଦ୍ଧ ହେଲା ତମାଖୁ, ନିକୋଟିନ୍‌ଯୁକ୍ତ ସମସ୍ତ ଉତ୍ପାଦ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଧାରଣ ଜନସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଓଡ଼ିଶାରେ ଗୁଟଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମ୍ବାକୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧ ଜାରି କରିଛନ୍ତି। ଏହି ନିଷେଧାଜ୍ଞା ଖାଦ୍ୟ ସୁରକ୍ଷା ଓ ମାନକ ଆଇନ–୨୦୦୬ ଏବଂ ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରୟ ଉପରେ ପ୍ରତିବନ୍ଧ ଓ ନିୟନ୍ତ୍ରଣ) ବିଧି–୨୦୧୧ ର […]

ଶ୍ରୀମନ୍ଦିର ଉଡାଇବାକୁ ଧମକ: ପ୍ରେମିକାର ଫେକ ଆକାଉଣ୍ଟ କରି ଧମକ ଦେଇଥିଲା ପ୍ରେମିକ

ପ୍ରେମରେ ବିଫଳ ହେବା ପରେ ବାଛିଥିଲେ ଭୁଲ୍ ବାଟ। ମହିଳାଙ୍କ ନାଁରେ ଫେକ୍ ଆଇଡି ଖୋଲି କରିଥିଲେ ପୋଷ୍ଟ। ଅଭିଯୁକ୍ତ ପ୍ରତୀକ ମିଶ୍ରକୁ ବାନ୍ଧିଲା ସିଂହଦ୍ୱାର ଥାନା ପୋଲିସ  ।  ପ୍ରେମରେ ବିଫଳ ହେବା ପରେ ପ୍ରେମିକାକୁ ବଦନାମ କରିବାକୁ କରିଥିଲା ଷଡ଼ଯନ୍ତ୍ର । ସଂପୃକ୍ତ ବ୍ୟକ୍ତି ଜୁଲିରାଣୀ ପଣ୍ଡା ନାମକ ମହିଳାଙ୍କୁ ଏପାଖିଆ ପ୍ରେମ କରୁଥିଲେ। ସେ ରାଜି ନ ହେବାରୁ ତାଙ୍କୁ ପାନେ ଦେବାକୁ ଯୋଜନା କରିଥିଲା ।ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ […]

ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା

ଅପେକ୍ଷାର ଅନ୍ତ ଘଟିବ। ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା। ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ମହିଳାମାନେ ଏହି ଅର୍ଥ ପାଇବେ ବୋଲି ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ବିଭାଗ ପକ୍ଷରୁ ଏ ସମ୍ବନ୍ଧିତ କାର୍ଯ୍ୟକ୍ରମ ପୂର୍ବାହ୍ନ ସାଢେ ୧୦ଟାରେ OUATର ଶିକ୍ଷା ସଦନରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ରହିବେ । ସେହିଭଳି ଅଭିଯୋଗ ଶୁଣାଣିରେ ୨୪ ହଜାର […]

ଡ୍ରପ ଆଉଟ ପିଲାଙ୍କ ଆଡମିସନ ଫି ଛାଡ କଲେ ସରକାର

୧୪ରୁ ୧୮ ବର୍ଷ ବୟସର ଯେଉଁ ଛାତ୍ର ଛାତ୍ରୀମାନେ ଡ୍ରପ୍ ଆଉଟ୍ ହୋଇଥିବେ ସେମାନଙ୍କ ପାଇଁ ପ୍ରବେଶ ଏବଂ ପରୀକ୍ଷା ଫି ଛାଡ଼ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ‘ରାଜ୍ୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ସଂସ୍ଥାନ’ରେ ନାମ ଲେଖାଉଥିବା ଛାତ୍ରଛାତ୍ରୀମାନେ ଏହି ସୁବିଧା ପାଇପାରିବେ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାଥମିକ ସ୍ତରରେ ଯେଉଁ ପିଲାମାନେ ଏକ ସପ୍ତାହରୁ ଅଧିକ ସମୟ ଧରି ସ୍କୁଲ୍‌କୁ […]