ନୟାଗଡ଼,(ଓଡ଼ିଶା ଦର୍ପଣ): ନବକଳେବର ରଥ ଚକ ସ୍ଥାପନ କମିଟି ଏବଂ ସଙ୍ଗୀତଧାରା ମିଳିତ ଆନୁକୂଲ୍ୟରେ ଚଳିତ ଜୁନ ୧୧ ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ନେଇ ସ୍ଥାନୀୟ ମହର୍ଷି ବିଦ୍ୟାମନ୍ଦିର ଖେଳ ପଡିଆରେ ଆଜି ଆୟୋଜିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରଥ ଚକ ସ୍ଥାପନ କମିଟି ସଭାପତି ସମାଜସେବୀ ପ୍ରମୋଦ […]
ଦେଶରେ ଏବେ ସକ୍ରିୟ ମାମଲା ସଂଖ୍ୟା ୧୨୦୦ ଅତିକ୍ରମ କରିଛି। ଏହା ଯୋଗୁଁ ୧୨ ଜଣଙ୍କର ଜୀବନ ମଧ୍ୟ ଯାଇଛି। ଯାହାକୁ ନେଇ ଚିନ୍ତାର କାରଣ ପାଲଟିଛି । କେରଳରେ ସର୍ବାଧିକ ମାମଲା ପଞ୍ଜିକୃତ ହୋଇଛି । ମହାରାଷ୍ଟ୍ରରେ କୋଭିଡର ୮୬ଟି ନୂତନ ମାମଲା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ରାଜସ୍ଥାନ ସମେତ ଅନ୍ୟାନ୍ୟ ରାଜ୍ୟକୁ କୋଭିଡ୍ ବ୍ୟାପି ଚାଲିଛି। ଏ ସମ୍ପର୍କରେ, ରାଜ୍ୟ ସରକାର ଗୁଡ଼ିକ ହସ୍ପିଟାଲ ପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଛନ୍ତି।JN.1 […]
ଶୀତଳ ଷଷ୍ଠୀ ଯାତ୍ରା ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଶୀତଳ ଷଷ୍ଠୀ ଯାତ୍ରାକୁ ଆହୁରି ଭବ୍ୟ ଓ ପ୍ରଚାର ପ୍ରସାର ପାଇଁ ଅନୁଦାନ କରିଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଶୀତଳ ଷଷ୍ଠୀ ଭବ୍ୟ କରିବାକୁ ସରକାର ଯୋଜନା ରଖିଛନ୍ତି । ଚଳିତ ବର୍ଷ ଶୀତଳ ଷଷ୍ଠୀ ଜୁନ୍ ୧ ତାରିଖରେ ପଡ଼ୁଛି । ସାରା ରାଜ୍ୟରେ ଶୀତଳ ଷଷ୍ଠୀ ଧୁମଧାମରେ […]
ଧରାପଡ଼ିଲା ହାର୍ଡକୋର ମାଓବାଦୀ କୁଞ୍ଜମ ହିହମା । ବୈପାରିଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ କୁଞ୍ଜାମକୁ ଧରିଛି ପୋଲିସ ।କୁଞ୍ଜମ ପାଖରୁ ଏକେ-୪୭ ସମେତ ୩୫ ରାଉଣ୍ଡ ଗୁଳି, ୨୭ଟି ଇଲେକ୍ଟ୍ରିକ୍ ଡିଟୋନେଟର୍, ୯୦ଟି ନନ୍-ଇଲେକ୍ଟ୍ରିକ୍ ଡିଟୋନେଟର୍, ୨ କେଜି ଗନ ପାଉଡର ଜବତ କରାଯାଇଛି । ଜବତ କରିଛି ପୋଲିସ ।କୁଞ୍ଜମ ହିଡ୍ମା ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଉସୁରୁ ଥାନା ଜାନାଗୁଡ଼ା ଗ୍ରାମର ବୋଲି ସୂଚନା ଦେଇଛନ୍ତି କୋରାପୁଟ ଏସପି। ତାକୁ ଧରିବା ପାଇଁ ୪ଲକ୍ଷ […]
ରାଜ୍ୟ କ୍ୟାବିନେଟରେ ଏଆଇ ନୀତି ୨୦୨୫କୁ ମିଳିଛି ଅନୁମୋଦନ । ଏହି ନୀତି ଆଣିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଚଳିତ ଆର୍ଥିକ ବର୍ଷ ବଜେଟରେ AI ନୀତି ପାଇଁ ବି ୨୦ କୋଟି ପ୍ରବଧାନ ରହିଛି । ଆବଶ୍ୟକ ପଡିଲେ ସପ୍ଲିମେଣ୍ଟାରୀ ବଜେଟରେ ଅର୍ଥ ବଢିବ । କୃତ୍ରିମ ବୁଦ୍ଧିମତାକୁ ଆଧାର କରି ତଥ୍ୟ ସଂଗ୍ରହ, ନବସୃଜନକୁ ପ୍ରୋତ୍ସାହନ, ତଥ୍ୟ-ପରିଚାଳିତ ନିଷ୍ପତ୍ତି ସହ ରାଜ୍ୟର ସାମାଜିକ-ଆର୍ଥିକ ଉନ୍ନତି ସମ୍ଭବ ହୋଇପାରିବ । AI ନୀତିରେ ନିଆଯିବାକୁ […]
ସୁନାଦର ଗୁରୁବାରରେ ଲଗାତାର ଚତୁର୍ଥ ଦିନ ହ୍ରାସ ଘଟିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୯ ହଜାର ୩୪୦ ଟଙ୍କାରେ ବିକ୍ରି ହେଉଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୭ ହଜାର ୪୭୦ ଟଙ୍କାରେ ବିକ୍ରି ହେଉଛି।ଆଜି ଭୁବନେଶ୍ୱରରେ ସୁନା ଦର ବହୁତ ହ୍ରାସ ଘଟିବା ଦେଖିବାକୁ ମିଳିଛି। ୨୨ କ୍ୟାରେଟ୍ ସୁନା ଦର ଗତକାଲି ୧୦ ଗ୍ରାମ ପିଛା ୮୯ ହଜାର ୩୫୦ ଟଙ୍କା ଥିଲା।ଏଥିରେ […]
ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ରାଜ୍ୟ ସରକାର । ପୂରଣ ହେବ ସାଧାରଣ ଗରିବ ତଥା ମଧ୍ୟବିତ୍ତ ପରିବାରର ସହର ଭିତରେ ଘର ସ୍ବପ୍ନ । ଲଟେରୀ ମାଧ୍ୟମରେ ଘର ଦିଆଯିବ ବୋଲି କହିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ । ୧୫ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ MIG, LIG, LIG -1, MIG -2ରେ ମିଳିବ ଘର । ଧନୀକ ଶ୍ରେଣୀ ଲୋକ ଏଥିପାଇଁ ଆବେଦନ କରିପାରିବେ ନାହିଁ ।ପିପିପି ମୋଡରେ […]
ରାୟଗଡା :–ରାଜ୍ୟରେ ସାମ୍ବାଦିକ ମାନଙ୍କ ଉପରେ ବୃଦ୍ଧି ପାଇଥିବା ଆକ୍ରମଣର ପ୍ରତିବାଦ ଏବଂ ବଲାଙ୍ଗୀରରେ ସାମ୍ବାଦିକ ବିଜୟ ପ୍ରଧାନଙ୍କ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଠିକାଦାରକୁ ତୁରନ୍ତ ଗିରଫ୍ ଦାବିକରି ଏକ ଦାବିପତ୍ର ଜିଲ୍ଲା ପାଳଙ୍କୁ ପ୍ରଦାନ କରାଯାଇଛି। ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୂଷଣ କର ଙ୍କ ନିଷ୍ପତି କ୍ରମେ ସଂଘ ର ରାୟଗଡା ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି । ସଂଘର ରାଜ୍ୟ କାର୍ଯ୍ୟକାରି ସଭାପତି ସନ୍ତୋଷ […]
ମଧ୍ୟପ୍ରଦେଶ ଚିତ୍ରକୂଟ ସ୍ଥିତ ତୁଳସୀ ପୀଠରେ ଦୀକ୍ଷା ନେଲେ ଭାରତୀୟ ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ । ଚିତ୍ରକୂଟ ତୁଳସୀ ପୀଠ ଆଶ୍ରମରେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ଠାରୁ ରାମ ମନ୍ତ୍ର ଦୀକ୍ଷା ନେଇଥିଲେ । ଏହି ସମୟରେ ରାମଭଦ୍ରଚାର୍ଯ୍ୟ ତାଙ୍କୁ ଦକ୍ଷିଣରେ ଥିବା ପିଓକେ ମାଗିଥିଲେ । ଯାହାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।ରାମଭଦ୍ରାଚାର୍ଯ୍ୟଙ୍କଠାରୁ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରାମ ଦୀକ୍ଷା ନେବାପରେ, ଦକ୍ଷିଣାରେ ତାଙ୍କୁ […]
ଗାଡି ଚୋରି ହେବା କିଛି ନୂଆ ଘଟଣା ନୁହେଁ । ଯାହାର ଗାଡି ଚୋରି ହୋଇଥାଏ ସେ କେତେ ଯେ ଟେନସନ୍ ନିଏ ସେ ନିଜେ ହିଁ ଜାଣିଥାଏ । ହେଲେ ଏ ଗାଡି ଚୋରି କଥା ଶୁଣିଲେ ଆପଣ ହସି ହସି ଗଡି ଯିବେ । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ଏହି ଘଟଣା । ଲାଞ୍ଜିପଲ୍ଲୀ ଅଞ୍ଚଳର ଜଣେ ଯୁବକଙ୍କ ବାଇକ ତାଙ୍କ ଘର ସମ୍ମୁଖରୁ ଚୋରି ହୋଇଥିଲା । ଚୋରି ସମୟର ଭିଡ଼ିଓ ସିସିଟିଭି […]
ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଆଣ୍ଡ୍ ଇନୋଭେଶନ୍ ଫେଲୋଶିପ୍ ପ୍ରୋଗ୍ରାମ୍ ଅଧୀନରେ ଆଜି ଠାରୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍ ପାଇଁ ଆବେଦନ ଆରମ୍ଭ ହେବ। ପିଏଚ୍ଡି ଆଶାୟୀମାନେ ସାମ୍ସ ମାଧ୍ୟମରେ ଆବେଦନ କରିପାରିବେ। ଜୁନ୍ ୨୪ ଆବେଦନର ଶେଷ ତାରିଖ ରହିଛି। ଆବେଦନରେ କୌଣସି ପରିବର୍ତ୍ତନ କିମ୍ବା ତ୍ରୁଟି ଥିଲେ ଆବେଦନକାରୀ ୨୫ ତାରିଖରେ ସଂଶୋଧନ କରିପାରିବେ। ତେବେ ଏହିଦିନ ନୂଆ ଆବେଦନ କରିହେବ ନାହିଁ। ଜୁଲାଇ ୩ରେ ଓକାକ୍ ପକ୍ଷରୁ ଆବେଦନକାରୀଙ୍କ ତଥ୍ୟ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ […]
ଗଜପତିରେ ହୋମଗାର୍ଡ ପଦବୀ ଲାଗି ଚାଲିଥିବା ଶାରୀରିକ ପରୀକ୍ଷା ସମୟରେ ଅଘଟଣ। ଏଥିରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ମୃତକ ଜଣଙ୍କ ହେଲେ ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର ସୁଲନ୍ତ ମିଶାଲ।ସୂଚନା ଅନୁସାରେ ଆଜି ସକାଳୁ ଶାରିରୀକ ପରୀକ୍ଷା ଆରମ୍ଭ ହୋଇଥଲା । ରାଣିପେଣ୍ଠ ଠାରୁ ପଦ୍ମପୁର ଦୁଇ କିଲୋମିଟର ରାସ୍ତାରେ ସକାଳୁ ଦୈାଡ ପରୀକ୍ଷା […]
