ପୋଲିସ୍ ନିକଟରେ ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ

ରାୟଗଡା ଜିଲ୍ଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ବଂଶଧାରା- ଘୁମୁସର- ନାଗାବଳି (BGN) ଡିଭିଜନ ଘୁମସର ଏରିଆ କମିଟିର ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ ପୁନେମ ଓରଫ ଅଜୟ।ସେ ୨୦୦୯ ମସିହାରେ ନକ୍ସଲ ସଂଗଠନରେ ମିଶିଥିଲେ ଓ ପ୍ରଶିକ୍ଷଣ ପରେ ୨୦୧୪ରେ ନକ୍ସଲ ସଂଗଠନର ଏସିଏମ୍ ଦାୟିତ୍ୱ ଏବଂ ୨୦୧୪ ମସିହାରେ ବାଂଶଧରା-ଘୁମୁସର-ନାଗାବଳୀ ଡିଭିଜନର କ୍ୟାଡର ଦାୟିତ୍ୱରେ ଥିଲା। ବିଜୟକୁ ଧରାଇ ଦେଲେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ତାଠାରୁ ୯ଏମଏମ୍ ପିସ୍ତଲ, ୮ […]

ପୁଇଁତଳାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଖବର ସଂଗ୍ରହ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଅକଥନୀୟ ନିର୍ଯାତନାର ଶିକାର ହେବାର ଘଟଣା ବଲାଙ୍ଗୀର ଜିଲ୍ଲା ସମେତ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା। ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ଏକ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କୁ ଠିକାଦାର ଓ କିଛି ଅସାମାଜିକ ବ୍ୟକ୍ତି ମିଳିତ ଭାବେ ଆକ୍ରମଣ କରିଥିଲେ। ଆଜି ମୁଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇ ଗିରଫ ହୋଇଛି।ସୂଚନାଥାଉକି, ଗତ ଶନିବାର […]

ରାୟଗଡା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁରରେ ଷ୍ଟେଟ ବ୍ୟାଙ୍କ ସ୍ଥାପିତ ନେଇ ମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ

 ରାୟଗଡା ୨୭/୫: ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଷ୍ଟେଟ ବ୍ୟାଙ୍କ ପାଇଁ ବହୁବାର ଦାବି ସତ୍ତ୍ୱେ କୌଣସି ସୁଫଳ ମିଳୁ ନାହିଁ | ଶେଷରେ ମୁକୁନ୍ଦପୁର ଗ୍ରାମର ତଥା ମୁକୁନ୍ଦପୁର ମଣ୍ଡଳର ବିଜେପି କର୍ମୀ ମାନସ କୁମାର ଦାସ ଓ ସନ୍ତୋଷ ମହାପାତ୍ର ଉଭୟେ ଭୁବନେଶ୍ୱର ଯାଇ ସେଠାରେ ବିଜେପିର ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିକଟରେ ଅଭିଯୋଗ ପତ୍ର […]

ରାୟଗଡ଼ା ପୋଲିସକୁ ବଡ ସଫଳତା.ଦୁର୍ଦ୍ଦାନ୍ତ ମାଓନେତା ଅଜୟ ବନ୍ଧୁକ ଓ ଗୁଳି ସହ ଆତ୍ମ ସମର୍ପଣ

ରାଜ୍ୟରେ ମାଓ ମୂଳପୋଛ ଅପରେସନକୁ ତୀବ୍ର କରାଯାଇଛି । ମାଓବାଦୀ ମାନେ ଆତ୍ମଗୋପନ କରିବାକୁ ମିଳୁନାହିଁ ସୁରକ୍ଷିତ ସ୍ଥାନ ।ସାମାନ୍ୟ ବ୍ୟତିକ୍ରମ ହେଲେ ପୋଲିସ କୁ ମିଳୁଛି ସୂଚନା। ମାଓ ଶିବିର ଉପରେ ଅବିଳମ୍ବେ ଚଢ଼ାଉ କରୁଛି ପୋଲିସ।ପୋଲିସର ଏନକାଉଣ୍ଟ ରେ ମରୁଛନ୍ତି ମାଓବାଦୀ । ପୂର୍ବ ଭଳି ଏବେ ଲୋକଙ୍କ ସମର୍ଥନ ସହଯୋଗ ମିଳୁ ନାହିଁ । ଏଣୁ ମାଓବାଦୀ ଙ୍କ ଜୀବନ ବିପଦପୂର୍ଣ୍ଣ ହୋଇପଡିଛି । ଏଣୁ ମାଓବାଦୀ ମାନେ ସମୟ ସୁଯୋଗ ଦେଖି […]

ପିଏମ୍‌ ଆବାସ ଆବେଦନ ଶେଷ ତାରିଖ ମେ ୩୧ ।

ଆବାସ ଯୋଜନା ଆବେଦନର ଶେଷ ତାରିଖ ମେ’ ୩୧ । ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏନେଇ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୮୧ ହଜାର ତାଲିକା ପହଞ୍ଚିଛି । ଯେଉଁମାନେ ପଞ୍ଜୀକରଣ କରି ନାହାନ୍ତି ଏହି ଅବଧି ଭିତରେ କରି ନିଅନ୍ତୁ। ଏହା ପରେ ସରକାର ସର୍ଭେ କରି ତଥ୍ୟ ସଂଗ୍ରହ କରିବେ।ଆଗରୁ କେବଳ ଅଫଲାଇନରେ ଲୋକମାନେ କେବଳ ଆବେଦନ କରିପାରୁଥିବା ବେଳେ ଏବେ ନୂତନ ମୋବାଇଲ ଆପ୍‌ ଲଞ୍ଚ ହେବା […]

ପଢ଼ିଛନ୍ତି ଦଶମ, ପାଖରେ ନାହିଁ ଡାକ୍ତରୀ ପ୍ରମାଣପତ୍ର

ପାଠ ପଢିଛନ୍ତି ଦଶମ କିନ୍ତୁ କାମ କରୁଛନ୍ତି ଡାକ୍ତରର । ଦୀର୍ଘ ୩ରୁ ୪ବର୍ଷ ହେଲା ଛତ୍ରପୁର ବ୍ଲକ ବଡ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ଗାନ୍ଧି ଛକ ନିକଟରେ ଏକ ଘରୋଇ କ୍ଲିନିକ କରି ଲୋକଙ୍କୁ ଚିକିତ୍ସା କରୁଛନ୍ତି ।ସେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ପ୍ରସନଜିତ ସରକାର। ତାଙ୍କୁ ଆର୍ଯ୍ୟପଲି ସାମୁଦ୍ରିକ ଥାନା ପୋଲିସ ଗିରଫ କରି କ୍ଲିନିକରୁ ବିଭିନ୍ନ ଔଷଧ ଏବଂ ସାମଗ୍ରୀ ଜବତ କରିଛି। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। […]

ସବୁ ଯୋଜନାରୁ ବାଦ୍‌ ପଡ଼ିଥିଲେ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ଘର।

ସବୁ ଯୋଜନାରୁ ବାଦ୍‌ ପଡ଼ିଥିଲେ ମଧ୍ୟ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ଘର। ଏପରି ସୂଚନା ଦେଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ ହଜାର ଘର ଦିଆଯାଇଛି। ଏବେ ବି ତାଲିକା ପ୍ରସ୍ତୁତି ଚାଲିଛି। ୨ ମାସ ଭିତରେ ଏହି ସବୁ ପ୍ରକ୍ରିୟା ଶେଷ ହବ। ମୌସୁମୀ ପରେ ଦ୍ବିତୀୟ ପର୍ଯ୍ୟାୟ ଘର ବଣ୍ଟନ ହେବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ। ସୂଚନା ଥାଉକି ଗରିବ ଲୋକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ […]

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ ।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ପରବର୍ତ୍ତୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବ । ଧିରେ ଧିରେ ଉତ୍ତରମୁହାଁ ହେବା ସମ୍ଭାବନା ରହିଛି ।୨୮ ତାରିଖରୁ ଉପକୂଳ ଓଡ଼ିଶା ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବ। ଏହି ସମୟରେ ପବନର ବେଗ ୪୫ କି.ମି ମଧ୍ୟରେ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଆଉ ଦୁଇ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା । ଏହାର […]

ସୁନା ଖୋଜିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ

ଜୟପୁରର ସାଙ୍ଗାନେର ସଦର ଥାନା ଅନ୍ତର୍ଗତ ସୀତାପୁରାର ଅଳଙ୍କାର ବଜାରରେ ବିଳମ୍ବିତ ରାତିରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ଏଠାରେ ଏକ ଅଳଙ୍କାର କାରଖାନାରେ ସେପ୍ଟିକ୍ ଟ୍ୟାଙ୍କ ସଫା କରିବାକୁ ଯାଇ 8ଜଣ ଶ୍ରମିକଙ୍କ ମଧ୍ୟରୁ ବିଷାକ୍ତ ଗ୍ୟାସ୍ ଯୋଗୁଁ ଶ୍ୱାସରୁଦ୍ଧ ହୋଇ 4 ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଦୁଇଜଣ ବାହାରକୁ ଆସିଥିବାବେଳେ ଅନ୍ୟ ଦୁଇଜଣ ଶ୍ରମିକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଘଟଣାଟି ସୀତାରପୁର ଅଞ୍ଚଳରେ ଥିବା ଅଚଳ ଜେମ୍ସ କମ୍ପାନୀ ପରିସରରେ ଘଟିଛି। […]

ଋତୁକାଳୀନ ଫ୍ଲୁ ଯୋଗୁ ଅସୁସ୍ଥ ହେଲେ ଅଜିତ ଡୋଭାଲ

ରୁଷର ରାଜଧାନୀ ମସ୍କୋଠାରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ନିରାପତ୍ତା ସଂକ୍ରାନ୍ତ ତ୍ରୟୋଦଶ ଅନ୍ତର୍ଜାତୀୟ ଉଚ୍ଚ ପ୍ରତିନିଧିମାନଙ୍କ ବୈଠକ ଆରମ୍ଭ ହେବ। ଏଥିରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଯୋଗଦେବାର ଥିଲା। କିନ୍ତୁ ଅସୁସ୍ଥତା କାରଣରୁ ସେ ଏହି ବୈଠକରେ ଯୋଗଦେବେ ନାହିଁ ବୋଲି ସୋମବାର ସୂଚନା ମିଳିଛି।ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ଅଜିତ ଡୋଭାଲ ଋତୁକାଳୀନ ଫ୍ଲୁ ସମ୍ବନ୍ଧୀୟ ଅସୁସ୍ଥତା ଯୋଗୁ ବୈଠକରେ ଯୋଗ ଦେଇପାରିବେ ନାହିଁ। ସେ କହିଛନ୍ତି ଯେ […]

ଗର୍ଭବତୀ ସ୍ତ୍ରୀକୁ ରାସ୍ତାରେ ଛାଡି ଚାଲିଗଲା ସ୍ଵାମୀ।

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଦରିପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗର୍ଭବତୀ ସ୍ତ୍ରୀକୁ ରାସ୍ତାରେ ଛାଡି ଚାଲିଗଲା ତାର ସ୍ଵାମୀ। ଗୁରୁତର ଅବସ୍ଥାରେ ଗର୍ଭବତୀଙ୍କୁ ଉଦ୍ଧାର କଲେ ମହିଳା ।   ବାଲେଶ୍ବର ତେନ୍ତୁଳିଆ ଅଞ୍ଚଳର ସୁବ୍ରତ ଦାସ ୫ମାସର ଗର୍ଭବତୀଙ୍କୁ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ ଶ୍ବଶୁର ଘର କୁଣ୍ଟଲି ଗାଁକୁ ଯାଇଥିଲେ ।  ହେଲେ ଅଧା ରାସ୍ତାରେ ସ୍ତ୍ରୀକୁ ଏକୁଟିଆ ଛାଡି ଚମ୍ପଟ ମାରିଥିଲେ ସୁବ୍ରତ । ଦୀର୍ଘ ସମୟ ଧରି ଅନ୍ଧାର […]

ପୁରୀରୁ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’

କୃଷି କ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାର ମଇ ୨୯ରୁ ଏକ ପାନ୍‌-ଇଣ୍ଡିଆ ଅଭିଯାନ—‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଆରମ୍ଭ କରିବ।ଆସନ୍ତା ମେ ମାସ ୨୯ ତାରିଖରୁ ୧୨ ଜୁନ ପର୍ଯ୍ୟନ୍ତ ଏହି ଅଭିଯାନ ସାରା ଦେଶରେ ଚାଲିବ । ଏହି ବିକଶିତ କୃଷି ସଂକଳ୍ପ ଅଭିଯାନ ଓଡ଼ିଶାର ଐତିହ୍ୟ ସହର ପୁରୀରୁ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଅଭିଯାନର ଶୁଭାରମ୍ଭ କରିବେ । କେନ୍ଦ୍ର କୃଷି ମନ୍ତ୍ରୀ […]