୧୦ ଫୁଟ ଲମ୍ବର ଅଜଗର ଓ ସାପ ଅଣ୍ଡା ଉଦ୍ଧାର

ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳୀ ସେକ୍ସସନ ଅଧିନ ଗଉଡ଼ପଶି ଗାଁ ନିକଟରୁ ଏକ ୧୦ ଫୁଟ ଲମ୍ବର ଅଜଗର ସାପ ସହିତ ସାପ ଅଣ୍ଡା ଉଦ୍ଧାର ହୋଇଛି। ଅଜଗର ସାପର ଓଜନ ପ୍ରାୟ ୮ କେଜି ରହିଛି । ସମସ୍ତ ଅଣ୍ଡା ବନ ବିଭାଗ କର୍ମଚାରୀମାନେ ପହଞ୍ଚି ସେଗୁଡିକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ତେବେ ଉଦ୍ଧାର ହୋଇଥିବା ଅଣ୍ଡାକୁ କୃତ୍ରିମ ଉପାୟରେ ଫୁଟାଯିବା ନେଇ ଡିଏଫଓ ନିର୍ଦ୍ଦେଶ ଦେଇଛନ୍ତି।ଗତ ୨୫ ତାରିଖ ସନ୍ଧ୍ୟା ବେଳେ ସାପ ଉଦ୍ଧାର […]

ଆଜି ସୃଷ୍ଟି ହେବ ଲଘୁଚାପ, ୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨ଦିନରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାସହ ଏକ ଟ୍ରପ ଲାଇନ୍‌ ମଧ୍ୟ ସକ୍ରିୟ ହୋଇପାରେ। ଫଳରେ ୨୭ ତାରିଖରୁ ୩୦ ତାରିଖ ଯାଏ ୪ଦିନ ରାଜ୍ୟରେ ଭାରି ବର୍ଷା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ସମ୍ବଲପୁରର ବୁର୍ଲାରେ ୬୪.୨ମିମି, କେନ୍ଦ୍ରାପଡ଼ା […]

ଏଣିକି ରଥ ଉପରକୁ ସେବାୟତ ନେଇପାରିବେନି ମୋବାଇଲ

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା । ଚଳିତବର୍ଷ ସ୍ନାନ ଯାତ୍ରା, ରଥଯାତ୍ରା, ବାହୁଡା଼ଯାତ୍ରା ସହିତ ସମସ୍ତ ବ୍ୟଵସ୍ଥାବଳୀକୁ ଅନୁମୋଦନ । ଠାକୁରଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ହେବ ତା’କୁ ଗୁରୁତ୍ବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ଥିବା ଅଟାଳିକା ଗୁଡିକର ଏକ ଉଚ୍ଚତା ନିରୂପଣ କରାଯିବ। ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ତଥା ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିରର ଭୂସମ୍ପତ୍ତି ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି। ଗତବର୍ଷ ବଡ଼ […]

ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍‌

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍‌ରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବୌଦ୍ଧ ଅଡେଣିଗଡ଼ ନିକଟରେ ଟନେଲ୍‌ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଟନେଲ ଭୁଶୁଡ଼ିବା ଫଳରେ ପ୍ରାୟ ୩୦ ମିଟର ଗାତ ସୃଷ୍ଟି ହୋଇଥିବା ଜଣାପଡ଼ିଛି ।ଟନେଲ ଭିତରେ କେତେଜଣ ଶ୍ରମିକ କାମ କରୁଥିଲେ ସେମାନଙ୍କୁ ଉଦ୍ଧାର କରାଗଲା ନା ନାହିଁ ତାହା ସ୍ପଷ୍ଟ କରୁନାହିଁ ଟନେଲ କାମ ହାତକୁ ନେଇଥିବା GIRL ଠିକା ସଂସ୍ଥା, ବଡ଼ ଅଘଟଣକୁ ଚପାଇବା ପାଇଁ ଠିକା କମ୍ପାନୀ […]

ଭୂତଳରେ ଚାଲିବ ଭୁବନେଶ୍ୱର ମେଟ୍ରୋ ଟ୍ରେନ

ରାଜଧାନୀରୁ ଭିଡ଼ ହ୍ରାସ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ୍। ଅଣ୍ଡର ଗ୍ରାଉଣ୍ଡ ହେବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ। ଭୁବନେଶ୍ବରରେ ମେଟ୍ରୋ‌ ବ୍ରିଜ୍‌ ଉପର ବଦଳରେ ମାଟି ଭିତର ଦେଇ ଚଳାଚଳ କରିବାକୁ ଯୋଜନା କରୁଛନ୍ତି।ସେହିଭଳି ୨୦୨୭ ସୁଦ୍ଧା ଭୁବନେଶ୍ୱର ରିଙ୍ଗରୋଡ୍‌ କାମ ସରିବ ବୋଲି ମନ୍ତ୍ରୀ କହିଛନ୍ତି । ଭୁବନେଶ୍ୱରକୁ ଭିଡ଼ମୁକ୍ତ କରିବାକୁ ଅନେକ ଯୋଜନା ହୋଇଛି । ଇନର ରିଙ୍ଗରୋଡ୍‌, ଆଉଟର ରିଙ୍ଗରୋଡ୍‌, ଏଲିଭଟେଡ୍‌ କରିଡ଼ର, ଫ୍ଲାଏଓଭର ତିଆରି ପାଇଁ ଯୋଜନା ଅଛି […]

କିନ୍ନର ମାନଙ୍କ ସ୍ୱାମୀ କିଏ?

ଆଜି ସାରା ରାଜ୍ୟରେ ପାଳିତ ହୋଇଛି ସାବିତ୍ରୀ ବ୍ରତ । ସଧବା ନାରୀମାନେ ଏକାଠି ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଏହାରି ଭିତରେ ବ୍ରତ ପାଳିଛନ୍ତି କିନ୍ନରମାନେ । ହେଲେ ତାଙ୍କ ସ୍ୱାମୀ କିଏ?ଭୁବନେଶ୍ୱର ପଳାସପଲ୍ଲୀରେ କିନ୍ନର ମାନେ ଏକାଠି ହୋଇ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି । ବଟ ବୃକ୍ଷ ତଳେ ବହୁ ସଂଖ୍ୟାରେ କିନ୍ନର ଏକାଠି ହୋଇ ପୂଜା କରିଛନ୍ତି ଶଙ୍ଖା ସିନ୍ଦୁରରୁ ନେଇ ଫଳମୂଳ ଓ ନୂଆ ବସ୍ତ୍ର ଦେଇ […]

୪୦ ବର୍ଷରେ ହିସାବ ଖୋଜୁଛି ଟ୍ରକ ମାଲିକ ସଂଘ ଭାସ୍କର ଙ୍କ ହାତ ଛାଡିଲେ ସହସହ ସମର୍ଥକ

ରାୟଗଡ ଜିଲ୍ଲା – ରାୟଗଡ ଟ୍ରକ ମାଲିକ ସଂଘ ଓ ନକେଟି ଭାସ୍କର ରାଓଙ୍କ ମଧ୍ୟରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି . ୟୁନିଅନ ର ଟଙ୍କା ହଡପ ! ବିବାଦ କୌଣସି ମୁହର୍ତ୍ତ ରେ ଉଗ୍ର ରୂପ ନେବାର ସମ୍ଭାବନା ରହିଛି . ନକ୍ସଲ ନାମରେ ଟଙ୍କା , ୟୁନିଅନ ନାମରେ ନିଜେ ଟ୍ରାନ୍ସପୋର୍ଟ ନେବା ! , ଦୀର୍ଘ ୪୦ ବର୍ଷରେ ଟ୍ରକ ୟୁନିଅନ ର ସବୁ ଟଙ୍କା ଉଭାନ ! ଭଳି […]

ବିହନ ମେଳାରେ ବିହନ ଅଦଳ ବଦଳ କଲେ ରାୟଗଡା ଜିଲ୍ଲା କାଶୀପୁର ଚାଷୀ

୨୬.୦୫.୨୫, ଆଜି ରାୟଗଡା ଜିଲ୍ଲା କାଶିପୁର ବ୍ଲକ ମାଣ୍ଡିବିଶି ପଞ୍ଚାୟତର କେନ୍ଦୁଗୁଡ଼ା ଗ୍ରାମରେ ଏକ ବିହନ ମେଳା ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଶତାଧିକ ମହିଳା ଓ ପୁରୁଷ ଆଦିବାସୀ ଓ ଅନ୍ୟାନ୍ୟ ବର୍ଗର ଚାଷୀ ଏକାଠି ହୋଇ ନିଜ ନିଜ ଭିତରେ ପାରମ୍ପରିକ ଦେଶୀ ବିହନ ଅଦଳ ବଦଳ କରିଛନ୍ତି।ଆଦିବାସୀଙ୍କ ପାଇଁ ବିହନ କିଣା ବିକାର ଏକ ସାମଗ୍ରୀ ନୁହେଁ। ବିହନ ଆଦିବାସୀଙ୍କ ପାଇଁ ସଂସ୍କୃତି। ବିହନ ଆଦିବାସୀଙ୍କ ପରିଚୟ। ତେଣୁ ଆଦିବାସୀମାନେ ବିହନ କିଣାବିକା ନକରି […]

ମୁହଁ ଖୋଲିଲେ ଗଜପତି ମହାରାଜ; ଶ୍ରୀକ୍ଷେତ୍ର ହିଁ ଏକମାତ୍ର ଜଗନ୍ନାଥ ଧାମ

ପ୍ରଥମ ଥର ପାଇଁ ଦୀଘା ପ୍ରସଙ୍ଗରେ ମୁହଁ ଖୋଳିଛନ୍ତି ଗଜପତି । ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ଦୀଘା ଜଗନ୍ନାଥ ଧାମକୁ ନେଇ ରଖିଲେ ପ୍ରତିକ୍ରିୟା ।ଦୀଘା ଜଗନ୍ନାଥ ଧାମ ନାମକରଣ ସଂସ୍କୃତି ବିରୋଧୀ।କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥ ଧାମ କୁହାଯାଇପାରିବ ନାହିଁ। ଦୀଘା ଜଗନ୍ନାଥ ମନ୍ଦିର ଏବଂ ଇସ୍କନର ଅଦିନିଆ ରଥଯାତ୍ରା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା। ଅନେକ ଜଗନ୍ନାଥ ମନ୍ଦିର ରହିଛି, କୌଣସି ସ୍ଥାନରେ ଏପରି ନାମକରଣ କରାଯାଇନାହିଁ […]

ଓଲଟିଲା ସ୍ପିଡ୍‌ବୋଟ୍; ଅଳ୍ପକେ ବର୍ତ୍ତିଲେ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ଓ ଭାଉଜ

ସମୁଦ୍ରରେ ବଡ଼ ଅଘଟଣ। ବୁଡିଗଲେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ଓ ଭାଉଜ। ପୁରୀରେ ଗଭୀର ସମୁଦ୍ର ଜଳରେ ସ୍ପିଡ୍‌ବୋଟର ମଜା ନେଉଥିବା ବେଳେ ଏହା ହଟାତ୍ ଓଲଟି ପଡ଼ିଥିଲା। ତେବେ ବେଳାଭୂମିରେ ଉପସ୍ଥିତ ଥିବା ଲାଇଫଗାର୍ଡଙ୍କ ପାଇଁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ । ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଯାଇ ସେମାନେ ରବର ଫ୍ଲୋଟ୍ ବ୍ୟବହାର କରିଥିଲେ।ସୂଚନା ଅନୁସାରେ ଶନିବାର ସନ୍ଧ୍ୟାରେ […]

ମନ୍ଦିର ଭିତରେ ନାବାଳିକା ଝିଅକୁ ଦୁଷ୍କର୍ମ କଲେ ପୂଜକ

ମନ୍ଦିର ଭଳି ପବିତ୍ର ସ୍ଥାନରେ ନାବାଳିକାକୁ ଦୁଷ୍କର୍ମ। ତାହା ପୁଣି କରିଛନ୍ତି ମନ୍ଦିରର ପୂଜକ। ଯିଏକି ସବୁବେଳେ ଧର୍ମ ଚର୍ଚ୍ଚା କରନ୍ତି।ସମ୍ବଲପୁର ଜମନକିରା ଥାନା ଅଞ୍ଚଳରେ ଜଣେ ୧୧ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଜମନକିରାର ମୁକ୍ତେଶ୍ବର ମନ୍ଦିର ପୂଜକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମନ୍ଦିର ଭୋଗ ମଣ୍ଡପ ନିକଟ ବିଶ୍ରାମ ଘରେ ନାବାଳିକାକୁ ଦୁଷ୍କର୍ମ କରିଛନ୍ତି ପୂଜକ ।ମନ୍ଦିରର ବିଶ୍ରାମ ଘରେ ନିଷ୍ପାପ ଝିଅଟିକୁ ପୂଜକ ଦୁଷ୍କର୍ମ କରିଥିବା ପରିବାର ଲୋକେ […]

ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ନାବାଳିକା ପର୍ଯ୍ୟଟକଙ୍କୁ ଅସଦାଚରଣ ଘଟଣା

ଜଗନ୍ନାଥ ଧାମ ପୁରୀରେ ପର୍ଯ୍ୟଟକଙ୍କୁ ଅସଦାଚରଣ। ତାହା ପୁଣି ଜଣେ ନାବାଳିକା ଝିଅ ସହ। ହଁ ଶ୍ରୀମନ୍ଦିରକୁ ପରିବାର ସହ ଜଗା ଦର୍ଶନ କରିବାକୁ ଯାଇଥିଲେ ଜଣେ ନାବାଳିକା ଝିଅ। ନାବାଳିକାଙ୍କ ପରିବାର ଓ ସ୍ଥାନୀୟ ଲୋକ ଯୁବକଙ୍କୁ ଧରି ନିର୍ଦ୍ଧୁମ ମାଡ଼ ମାରିଥିଲେ। ସିଂହଦ୍ବାର ଥାନା ପୋଲିସ ପହଞ୍ଚି ଯୁକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ମହାପ୍ରଭୁଙ୍କ ଦର୍ଶନ ସାରି ନାବାଳିକା ଜଣକ ପରିବାର ଲୋକଙ୍କ ସହ ଫେରିବା ସମୟରେ ଅସଦାଚରଣର ଶୀକାର ହୋଇଥିଲା।ଅଭିଯୁକ୍ତ […]