ଆସନ୍ତା ଜୁନ୍ ୧ ରୁ ୩୧ ତାରିଖରେ ଯେକୌଣସି ମୂହୂର୍ତ୍ତରେ ହୀରାକୁଦ ଜଳଭଣ୍ଡାରରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଏନେଇ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ । ଉପରମୁଣ୍ଡରେ ବର୍ଷା ଲାଗି ଲଗାତର ଭାବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାର ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ୍ ୧ ତାରିଖୁ ଅକ୍ଟୋବର ୩୧ ତାରିଖ ମଧ୍ୟରେ ହୀରାକୁଦ୍ ଜଳଭଣ୍ଡାରର ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି […]
ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପାଇଁ ଅନଲାଇନ୍ ପଞ୍ଜୀକରଣର ଶେଷ ତାରିଖ ଏବଂ ସମୟ ଗୁରୁବାର ପୂର୍ବାହ୍ନ ୧୧.୪୫ ଥିଲା। ଏବେ ଏହାର ଶେଷ ତାରିଖକୁ ମେ’ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ଚଳିତ ମାସର ଆରମ୍ଭରେ ମେ’୭ ତାରିଖରେ ବିଏସଇ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ଯୋଗ୍ୟ ଶିକ୍ଷକଙ୍କଠାରୁ ପଞ୍ଜୀକରଣ ପାଇଁ ବିଜ୍ଞପ୍ତି ଜାରି କରିଥିଲା। ଏହି ନୋଟିସରେ ବିଏସଇ ଉଲ୍ଲେଖ କରିଥିଲା ଯେ, ଯୋଗ୍ୟ ଶିକ୍ଷକମାନେ ୯ ମେ’ ୨୦୨୫ ପୂର୍ବାହ୍ନ ୮ […]
ଏଣିକି ସରକାର ଆଦିବାସୀ(SC/ST)ଙ୍କ ଜମି କିଣିବେ। ଧନୀ ଲୋକ ଚାପ ପକାଇ ଜାତି ଓ ଜନଜାତିଙ୍କ ସମ୍ପତ୍ତି ହଡ଼ପ କରିପାରିବେ ନାହିଁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକଙ୍କ ଜମି କିଣିବେ ରାଜ୍ୟ ସରକାର । ଏଥିପାଇଁ ଖୁବଶୀଘ୍ର ସରକାର କର୍ପସ ଫଣ୍ଡ ଗଠନ କରିବାକୁ ଚିନ୍ତା କରୁଛନ୍ତି । ଏହି କମିଟିରେ SC/ST ବିଭାଗ ସଚିବ, ନିର୍ଦ୍ଦେଶକ, ବିଶେଷଜ୍ଞ ରହିବେ। SC/ST ବିଭାଗ ଗୃହ କମିଟି, […]
ଓଡ଼ିଶା ସରକାର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଏବଂ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OSSC)ର ବର୍ତ୍ତମାନ ସଦସ୍ୟ ସୁଧାକର ବୁର୍ଗୀଙ୍କୁ OSSCର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ପୂର୍ବତନ ଡିଜିପି ଅଭୟଙ୍କ ଓଏସଏସସି ଅଧ୍ୟକ୍ଷ ପଦରୁ ଇସ୍ତଫା ପରେ ସୁଧାକର ବୁର୍ଗିଙ୍କୁ ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟିତ୍ଵ ତୁଲାଇବେ ବୁର୍ଗି।
ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାଠାରୁ ପ୍ରାୟ ୫୦ ମିଟର ଦୂର ଏନ୍ଏସି ଚେକ୍ ଗେଟ୍ ନିକଟରେ ପୋଲିସ ପରିଚୟ ଦେଇ ୨ ଯୁବକଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଦୁଇ ଲୁଟେରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା, ଦୁଇଟି ମୋବାଇଲ ଫୋନ, ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି। ୨୦ ତାରିଖ ସକାଳେ ଦିଗପହଣ୍ଡି ଥାନା ନିକଟରେ ଥିବା ଏନଏସି ଚେକଗେଟ୍ ନିକଟରୁ ଏହି […]
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ନରେଦ୍ରପୁର ଗାଁର ମୋନାଲି ସ୍ବାଇଁ । ଜନ୍ମ ବେଳୁ ମୋନାଲିଙ୍କର ଗୋଟିଏ ଗୋଡ଼ ନ ଥିଲା । କିନ୍ତୁ ମାଆ-ବାପା ତାଙ୍କର ୬ ମାସରୁ ହିଁ ଓଲଟପୁର ଆଣି କୃତ୍ରିମ ଗୋଡ଼ ଲଗାଇ ଦେଇଥିଲେ । ୬ ମାସରୁ ୨୬ ବର୍ଷ ହେଲା ଏହି କୃତ୍ରିମ ଗୋଡ଼ ସହ ସଂଘର୍ଷ କରି ଜୀବନକୁ ଲଢ଼ିବା ଶିଖାଇ ଦେଇଛନ୍ତି ।ଶାରୀରିକ ଅକ୍ଷମତା କେବେ ତାଙ୍କ ମନ ବଳକୁ ଭାଙ୍ଗି ପାରିନି । ଗୋଡ […]
ଭିଜିଲାନ୍ସ ଜାଲରେ ତିଗିରିଆ ଥାନାର ଏଏସଆଇ ପ୍ରଦୀପ କୁମାର ବେହେରା। ଏକ ଫୌଜଦାରୀ ମାମଲାର ରଫାଦଫା ନିମନ୍ତେ 5000 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ପ୍ରଦୀପଙ୍କୁ ଅଟକ ରଖି ଅଧିକ ଖୋଳତାଡ ଆରମ୍ଭ କରିଛି ଭିଜିଲାନ୍ସ। କିଛି ଦିନ ତଳେ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁର ଏକ ଦଳିତ ମାମଲାର ସମାଧାନ କରାଇବା ନିମନ୍ତେ ୫ ହଜାର ଟଙ୍କା ନେବା ପାଇଁ ଦାବି କରିଥିଲେ ପ୍ରଦୀପ ବେହେରା। ଆଗରୁ ମଧ୍ୟ ଏଭଳି […]
ପହଲଗାମ ଘଟଣାକୁ ପୂରିଲା ମାସେ । ଅପ୍ରେଲ ୨୨ ତାରିଖରେ ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀ ରଚିଥିଲେ ବର୍ବରକାଣ୍ଡ । ଆତଙ୍କୀଙ୍କ ଆକ୍ରମଣରେ ଲିଭିଯାଇଥିଲା ୨୬ ଜଣଙ୍କ ଜୀବନ ଦୀପ । ଆଉ ପହଲଗାମ୍ ହମଲା ସାରା ବିଶ୍ବକୁ ଦୋହଲାଇ ଦେଇଥିଲା । । ୪ ଜଣ ଆତଙ୍କବାଦୀ ପର୍ଯ୍ୟଟକଙ୍କୁ ପ୍ରଥମେ ଧର୍ମ ପଚାରିବା ପରେ ଗୁଳି କରିଥିଲେ । ବିଶେଷକରି ହିନ୍ଦୁ ପର୍ଯ୍ୟଟକମାନଙ୍କୁ ହତ୍ୟା କରାଯାଇଥିଲା । ମୋଟ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଜମ୍ମୁକାଶ୍ମୀରର […]
ରାଜ୍ୟରେ ପ୍ରଥମ ଥର ପାଇଁ ପୁରୀ ଜିଲ୍ଲା ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡିଜିଟାଲ ହେଲ୍ଥ ଏଟିଏମ୍ ର ହେଲା ଶୁଭାରମ୍ଭ । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅତ୍ୟାଧୁନିକ ସ୍ୱୟଂ ଡିଜିଟାଲ ହେଲ୍ଥ ATMକୁ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ଏହି ଏଟିଏମ ସ୍ୱୟମ ଘରୋଇ ଅନୁଷ୍ଠାନ ଦ୍ୱାରା ସ୍ଥାପନ କରାଯାଇଛି। ଏହି ହେଲଥ ଏଟିଏମ ମାଧ୍ୟମରେ ଉପାନ୍ତ ଅଞ୍ଚଳର ଅଧିବାସୀମାନେ ତ୍ଵରିତ, ଶସ୍ତା ଓ ସଠିକ ନିଦାନ ସେବା ପାଇପାରିବେ। ଏହି ହେଲଥ ଏଟିଏମ ରାଜ୍ୟ […]
ହିସାର ପୋଲିସ ଆଜି ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଜିଲ୍ଲା କୋର୍ଟରେ ହାଜର କରିବ। ଜ୍ୟୋତିଙ୍କ ପାଞ୍ଚ ଦିନିଆ ରିମାଣ୍ଡ ଆଜି ଶେଷ ହେଉଛି। ଏବେ ଦେଖିବାକୁ ବାକି ରହିଲା ଯେ କୋର୍ଟ ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଅଭିଯୁକ୍ତ ଜ୍ୟୋତିଙ୍କୁ ନ୍ୟାୟିକ ହେପାଜତକୁ ପଠାଇବେ ନା ପୋଲିସ ପୁଣି ଥରେ ତାଙ୍କ ରିମାଣ୍ଡ ପାଇଁ ଆବେଦନ କରିବେ। ତେବେ ଜ୍ୟୋତି ମାଲହୋତ୍ରାଙ୍କ ବାପାଙ୍କ ଅନୁଯାୟୀ, ଗିରଫଦାରୀ ସମୟରେ, ତଦନ୍ତକାରୀ ସଂସ୍ଥା ଦଳ ସେମାନଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ […]
ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସନ୍ଧ୍ୟାରେ ଲଘୁଚାପ ରୂପ ନେଇଛି । ଏହାର ପ୍ରଭାବରେ ପଶ୍ଚିମ ଉପକୂଳ ଗୁଜରାଟ, ଗୋଆ, କର୍ଣ୍ଣାଟକ ଏବଂ କେରଳରେ ବର୍ଷା ଆରମ୍ଭ ହୋଇଯାଇଥିବାବେଳେ, ଆହୁରି ସପ୍ତାହ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।ବଙ୍ଗୋପସାଗରରୁ ବାଦଲ ଖଣ୍ଡ ସ୍ଥଳଭାଗକୁ ଆସିଛି। ଫଳସ୍ବରୂପ ସକାଳୁ ସକାଳୁ ଆକାଶରେ କଳାହାଣ୍ଡିଆ ମେଘଖଣ୍ଡ ଦେଖିବାକୁ […]
ଓଡ଼ିଶାକୁ ପୁଣି ଫେରିଲା କି କରୋନା ? ଭୁବନେଶ୍ୱରରେ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀରୁ ଫେରିବା ପରେ କୋଭିଡ ଆକ୍ରାନ୍ତ ଜଣକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ଏବେ ଉକ୍ତ ବ୍ୟକ୍ତି ଜଣଙ୍କ ହୋମ କ୍ୱାରେଣ୍ଟାଇନରେ ଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ କୋଭିଡ-୧୯ରେ ସଂକ୍ରମିତ ହୋଇ ମୁମ୍ବାଇରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଭାରତରେ ୨୫୭ କୋଭିଡ ଆକ୍ରନ୍ତ ଚିହ୍ନଟ କରାଯାଇଥିବା ବେଳେ ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ […]
