କେନ୍ଦ୍ର ସରକାର ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ନିର୍ଦ୍ଦେଶକ ତପନ କୁମାର ଡେକାଙ୍କୁ ଗୋଟିଏ ବର୍ଷ ପାଇଁ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ତାଙ୍କ ସେବା ଅବଧି ବୃଦ୍ଧିକୁ ଅନୁମୋଦନ କରିଛି ।। ଏହା ପୂର୍ବରୁ କ୍ୟାବିନେଟ୍ ନିଯୁକ୍ତି କମିଟି ଜୁନ ୨୦୨୫ ପର୍ଯ୍ୟନ୍ତ ତାଙ୍କୁ ସେବା ବିସ୍ତାର ଦେଇଥିଲା। ଜୁନ ୨୦୨୨ରେ ଡେକା ଦୁଇବର୍ଷ ନିମନ୍ତେ ଆଇବି ମୁଖ୍ୟ ନିଯୁକ୍ତ ହୋଇଥିଲେ। ତାଙ୍କୁ ପ୍ରଥମେ ୨୦୨୩ରେ […]
ଓଡ଼ିଶା ଯୁକ୍ତ ୨ ପରୀକ୍ଷା ଫଳ ଆସନ୍ତାକାଲି ଅର୍ଥାତ୍ ମେ ୨୧, ୨୦୨୫ରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇ କହିଛନ୍ତି ଯେ, ଫଳ ପ୍ରକାଶନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ଆଉ କୌଣସି ବିଳମ୍ବ ହେବ ନାହିଁ।ପରୀକ୍ଷାର୍ଥୀମାନେ ସେମାନଙ୍କର ରେଜଲ୍ଟ www.chseodisha.nic.in ଏବଂ http://orissaresults.nic.in ୱେବ୍ସାଇଟ୍ରେ ଦେଖିପାରିବେ।
ନୟାଗଡ଼,( ଓଡ଼ିଶା ଦର୍ପଣ): ରାଜ୍ୟ ସରକାରଙ୍କ ଓଟିଇଟି ନିୟମକୁ ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ରାଜ୍ୟ ସରକାରଙ୍କ ଚିଠି ନଂ ୧୨୬୩୬ ଅନୁଯାୟୀ ପଦୋନ୍ନତି ବେଳେ ଓଟିଇଟିକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହା ଶିକ୍ଷକ ମାରଣ ନୀତି ଛଡା ଅନ୍ୟ କିଛି ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ୨୦୦୧ ମସିହାରୁ ୨୦୧୧ ପର୍ଯ୍ୟନ୍ତ ଏଭଳି ନିୟମ ନିଯୁକ୍ତି ବିଜ୍ଞାପନରେ ନଥିବା ବେଳେ ନୂଆ ନିର୍ଦ୍ଦେଶନାମା ଦେଇଛନ୍ତି ସରକାର। ଯଦି […]
ବଢ଼ିଲା ଯୁକ୍ତ ତିନି ନାମଲେଖା ଅବଧି । ଏନେଇ ଉଚ୍ଚଶିକ୍ଷା ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଯୁକ୍ତ ତିନି ନାମଲେଖା ପାଇଁ ରହିଥିଲା ଶେଷ ଦିନ । ଏହାର ଅବଧି ବଢି ଜୁନ ୧ ତାରିଖ ପର୍ଯ୍ୟନ୍ତ କରାଯାଇଛି ।+୩ ନାମଲେଖା ଏପ୍ରିଲ୍ ୧୬ ଅର୍ଥାତ ବୁଧବାରଠାରୁ ଆରମ୍ଭ ହୋଇଥିଲା। କମନ୍ ଆପ୍ଲିକେସନ ଫର୍ମରେ ଛାତ୍ରଛାତ୍ରୀ କରିଥିଲେ ଆବେଦନ। ସାମସ୍ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଯେଉଁମାନେ ସିଏଏଫରେ ଆବେଦନ କରିଛନ୍ତି, ମାର୍କସିଟ୍ […]
ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟର ଢାଞ୍ଚା । କ୍ୟାବିନେଟ ବୈଠକରେ ସଚିଵଙ୍କ କ୍ଷମତା ସଂକୁଚିତ କରାଯାଇଛି । ତେବେ ବୈଠକରେ ମନ୍ତ୍ରୀଙ୍କୁ ପାୱାର ଫୁଲ କରାଯାଇଛି । ସବୁ ବିଭାଗକୁ ସଂସଦୀୟ ବ୍ୟାପାର ସଚିବ ଚିଠି ଦେଇଛନ୍ତି । । ୫ ଦିନ ପୂର୍ବରୁ ପ୍ରକାଶ ପାଇବ କ୍ୟାବିନେଟ ମିଟିଂ ବିଜ୍ଞପ୍ତି । ସମୟସୀମା ପରିବର୍ତ୍ତନ କରିପାରିବେ ମୁଖ୍ୟମନ୍ତ୍ରୀ । ଉପସ୍ଥିତ ରହିବେ କ୍ୟାବିନେଟ, ରାଜ୍ୟ ମନ୍ତ୍ରୀ, ବିଭାଗୀୟ ସଚିବ । ବୈଠକର ୩ ଦିନ ପୂର୍ବରୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଦୁଇଜଣ ଶିକ୍ଷକ ଆଜି ବାଲାଙ୍ଗୀ ପାର୍କରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ଏକ ଗର୍ଭବତୀ କୁଟୁରାକୁ ଜଳାଶୟ ମଧ୍ୟରୁ ଉଦ୍ଧାରକରି ଜିଲ୍ଲା ବନ୍ୟ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ ଓ ଶିକ୍ଷକ ପ୍ରତାପ କୁମାର ପରିଡ଼ା ସ୍ଥାନୀୟ ବାଲାଙ୍ଗୀ ପାର୍କରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ସେଠାରେ ଥିବା ଜଳାଶୟ ମଧ୍ୟରେ ଏକ କୁଟୁରା ପଡିଯାଇଥିବା ଦେଖିବାକୁ ପାଇଥିଲେ। ଶିକ୍ଷକ […]
ଚିଟ୍ଫଣ୍ଡକୁ ନେଇ ମନମୋହନ ସାମଲଙ୍କ ବିସ୍ପୋରକ ବୟାନ । ଚିଟ୍ଫଣ୍ଡ କାଗଜ ପତ୍ର ମିଳୁନାହିଁ । ସଂକଳ୍ପ ପତ୍ର ଅନୁଯାୟୀ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ହେବ ବୋଲି କହିଛନ୍ତି ରାଜ୍ୟ ସଭାପତି । ଆଉ ସମସ୍ତ ୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଚିଟଫଣ୍ଡ ଟଙ୍କା ପ୍ରଦାନ କରାଯିବ ବୋଲି କହିଲେ ମନମୋହନ। କ୍ଷତିଗ୍ରସ୍ତଙ୍କୁ ଚିଟଫଣ୍ଡ ଟଙ୍କା ଫେରସ୍ତ କରିବା ବିଜେପି ନିର୍ବାଚନୀ ଇସ୍ତାହାରରେ ଥିଲା। ପୂର୍ବ ସରକାରଙ୍କ ସବୁ କଥା ଧିରେ ଧିରେ ସାମ୍ନାକୁ ଆସୁଛି। ଟଙ୍କା ଫେରସ୍ତ […]
ପୁଣି ଫେରିଛି କରୋନା ମହାମାରୀ । ହଂଙ୍କ ଓ ସିଙ୍ଗାପୁରରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଭାରତରେ ମଧ୍ୟ କରୋନା ଭୟ ଘାରିଛି । ମୁମ୍ବାଇରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ପୁଣି ଭୟ ପଶିଛି । ସତର୍କତା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ଓଡ଼ିଶାରୁ ଯଦି କେହି ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତ ଜିନମ ସିକ୍ୟୁଏନସ୍ ପାଇଁ ପଠାଯିବ । ଏନେଇ […]
ଭାରତ-ପାକ୍ ଉତ୍ତେଜନାରେ ଦୋମୁହାଁ କାର୍ଯ୍ୟକଳାପ ଆପଣାଇଥିବା କିଛି ଦେଶ ଗୁଡିକର ମୁଖା ଖୋଲିଛି । ଏହି ଦେଶମାନଙ୍କ ମଧ୍ୟରେ ତୁର୍କୀର ବେଇମାନ କାର୍ଯ୍ୟକଳାପ ସାମ୍ନାକୁ ଆସିଥିଲା । ଏହାପରେ ନିଜେ ନିଜର ମୁଖା ଖୋଲିଦେଇଥିଲା ତୁର୍କୀ । ଭାରତର ଶତ୍ରୁ ଦେଶ ସହ ହାତ ମିଶାଇ ଏବେ ତାର ପରିଣାମ ଭୋଗୁଛି ତୁର୍କୀ । ତୁର୍କୀକୁ ଭାରତ ତରଫରୁ ଜୋରଦାର ଆର୍ଥିକ ଝଟକା ଲାଗିଛି । ମାତ୍ର ଦୁଇ ଦିନରେ ତୁର୍କୀକୁ ପହଞ୍ଚିଛି ୨୫୦୦ ଶହ କୋଟିର […]
ମଙ୍ଗଳବାର ସୁପ୍ରିମକୋର୍ଟ ନିମ୍ନ ଅଦାଲତ ବିଚାରପତି ଅର୍ଥାତ ଜୁନିଅର ଡିଭିଜନ ସିଭିଲ ଜଜଙ୍କ ନିଯୁକ୍ତି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ପଦବୀଗୁଡ଼ିକ ପାଇଁ ପରୀକ୍ଷା ଦେବା ଲାଗି, ଜଣେ ପ୍ରାର୍ଥୀଙ୍କର ଅତି କମରେ ତିନି ବର୍ଷ ଆଇନ ଅଭ୍ୟାସ ବା ଲ ପ୍ରାକ୍ଟିସ ଥିବା ଆବଶ୍ୟକ |ଏହି ନିଷ୍ପତ୍ତି ମଙ୍ଗଳବାର (ମେ ୨୦, ୨୦୨୫) ସୁପ୍ରିମକୋର୍ଟଙ୍କ ଦ୍ୱାରା ଘୋଷଣା କରାଯାଇଛି, ଯାହା ନ୍ୟାୟପାଳିକାରେ ଅଧିକ ଅଭିଜ୍ଞ ଓ ଦକ୍ଷ ବ୍ୟକ୍ତିଙ୍କୁ […]
ମହାରାଷ୍ଟ୍ରର ରାଜ ରାଜେଶ୍ୱର ଗୁରୁଜୀ । ବୟସ ୭୨ ବର୍ଷୀ ହୋଥିବା ବେଳେ ଭାରତ ଭ୍ରମଣ କରୁଛନ୍ତି । ନାସିକରୁ ଯାତ୍ରା ଆରମ୍ଭ କରିଥିବା ରାଜେଶ୍ବର ଏବେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ପହଞ୍ଚିଛନ୍ତି। ପିତା ସ୍ୱର୍ଗତ ଶାନ୍ତିଲାଲ ଏବଂ ମାତା ରମା ବେନଙ୍କ ପୁତ୍ର ହେଉଛନ୍ତି ରାଜ ରାଜେଶ୍ୱର । ଦୀର୍ଘ ବର୍ଷ ଧରି ମୁମ୍ୱାଇରେ ରହିଆସୁଥିବା ରାଜ ରାଜେଶ୍ୱର ଶିକ୍ଷା ସମାପ୍ତ ପରେ ସେ ସେଠାରେ ହିଁ ବ୍ୟବସାୟ କରିଥିଲେ ।ପରେ କର୍ମମୟ ଜୀବନରୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ):କେନ୍ଦ୍ରୀୟ ଟ୍ରେଡୟୁନିଅନ ମାନଙ୍କ ସର୍ବଭାରତୀୟ ଆହ୍ଵାନ କ୍ରମେ ନୟାଗଡ଼ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶହଶହ ଶ୍ରମଜୀବୀ ପଟୁଆର ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରି ଶ୍ରମିକ ବିରୋଧୀ ଶ୍ରମକୋଡ୍ ବାତିଲ କରି ପୂର୍ବବତ୍ ଶ୍ରମିକ ଆଇନ ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି। ଏହି ବିକ୍ଷୋଭରେ ଉଦବୋଧନ ଦେଇ ସିଆଇଟିୟୁ ନେତା ସୁରେଶ ଚନ୍ଦ୍ର ସ୍ବାଇଁ, ଶରତଚନ୍ଦ୍ର ବେହେରା, ପବିତ୍ର ଇନ୍ଦ୍ରଜିତ, ଚାପଧାରୀ […]
