ଓଡ଼ିଶାରେ ବାତ୍ୟା ଅପେକ୍ଷା ବିଜୁଳି ଘଡ଼ଘଡ଼ିରେ ଅଧିକ ଲୋକଙ୍କ ଜୀବନ ଯାଉଛି।କାରଣ ଠିକରେ କାମ କରୁନି ଆଲର୍ଟ ମେସେଜ। ନଷ୍ଟ ହୋଇଯାଇଛି ଲାଇଟେନିଂ ସାଇରନ୍ ମେସିନ। ଗତ୫ ବର୍ଷ ମଧ୍ୟରେ ପାଖାପାଖି ୧୭୦୦ ଲୋକଙ୍କର ବିଜୁଳି ଘଡ଼ଘଡ଼ିରେ ମୃତ୍ୟୁ ହୋଇଛି। ତେବେ ବଜ୍ରପାତ ମୃତ୍ୟୁକୁ ରୋକିବା ପାଇଁ ଅଧିକ ତାଳଗଛ ଲଗାଯିବ। ଏଥିପାଇଁ ତତ୍ପରତା ଦେଖାଇଛନ୍ତି ସରକାର। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅଧିକ ତାଳଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି। ପୂର୍ବ ବର୍ଷ ଟାର୍ଗେଟକୁ […]
ଆଜି ମହା ଆଡମ୍ବର ସହକାରେ ଆର୍ଟ ଅଫ ଗିଭିଙ୍ଗ ର 12 ତମ ଆନ୍ତଃର୍ଜାତୀକ ଦିବସ ରାୟଗଡା ସହରରେ ଉତ୍ସାହ ଓ ଉଦ୍ଦିପନା ର ସହିତ ପାଳନ କରାଯାଇଛି ଏହି ଅବସରରେ ସମାଜରେ ଶାନ୍ତି ଓ ଆନନ୍ଦ ବିସ୍ତାର କରିବା ର ଏକ ସୁନ୍ଦର ଦର୍ଶନ କୁ ପ୍ରତ୍ସୋହିତ କରାଯାଇଥିଲା .2013 ମସିହାରେ ଆରମ୍ଭ ହୋଇଥିବା ଏହି କର୍ ମାଧ୍ୟମରେ ସମାଜରେ ଦୟା , ସେବା ଓ ନିଃସ୍ବାର୍ଥପର ଦାନ ର ମହତ୍ବ କୁ ସମସ୍ତଙ୍କ ନିକଟରେ […]
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏକପ୍ରକାର ମତିଭ୍ରମ ହୋଇଥିବା ପରିଲକ୍ଷିତ ହେଉଛି। ଗୋଟିଏ ପ୍ରସଙ୍ଗରେ ବାରମ୍ବାର ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଟ୍ରମ୍ପ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଏକ ନ୍ୟୁଜ୍ ୱେବସାଇଟକୁ ଦେଇଥିବା ସାକ୍ଷାତକାରରେ ସେ ଦାବି କରିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଭଳି ପରିସ୍ଥିତିକୁ ରୋକିବାରେ ତାଙ୍କର କୂଟନୀତି ଏକ ବଡ଼ ଭୂମିକା ଗ୍ରହଣ କରିଛି। କେବଳ ଏତିକି ନୁହେଁ, ଟ୍ରମ୍ପ୍ ଏହାକୁ ତାଙ୍କର ସବୁଠାରୁ ବଡ଼ ସଫଳତା ମଧ୍ୟରେ ଗଣନା […]
ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ଶନିବାର ରାଜ୍ୟର ବିଭିନ୍ନ ପଦାଧିକାରୀଙ୍କ ତାଲିକା ଜାରି କରାଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କୋଷାଧ୍ୟକ୍ଷ ଭାବେ ସିଦ୍ଧାର୍ଥ ସ୍ବରୁପ ଦାସଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ୭ଜଣ ଉପସଭାପତି, ୧୦ ସାଧାରଣ ସମ୍ପାଦକ, ୧୨ ସାଧାରଣ ସମ୍ପାଦକଙ୍କ ନାଁ ତାଲିକାରେ ପ୍ରକାଶ ପାଇଛି। ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, […]
ରାୟଗଡ:-ତା.୧୭/୦୫-ରାୟଗଡ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଆଜି ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱରୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ପରିଷଦ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମାନ୍ୟବର ରାୟଗଡ, ବିଧାୟକ, ଶ୍ରୀଯୁକ୍ତ କାଡ୍ରାକ ଅlପ୍ପlଲସ୍ୱାମୀ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ନବୀନ ଚନ୍ଦ୍ର ନାଏକ, ପିଏ ଆଇଟିଡିଏ ଚନ୍ଦ୍ରକାନ୍ତ ମାଝୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ମନୋଜ କୁମାର ନାହାକ,ସମସ୍ତ ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦାନ […]
ଆସନ୍ତା ୨୦ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରିବାକୁ ସିଏଚ୍ଏସ୍ଇ ଲକ୍ଷ୍ୟ ରଖିଛି । ଏହି ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ମେ ୧ ତାରିଖ ସୁଦ୍ଧା ଖାତା ଦେଖା ଶେଷ ହୋଇଛି । ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ୩ ଲକ୍ଷ ୬୪ ହଜାର ୫୨୭ ଜଣ ରେଗୁଲାର ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ କଳାର ୨ ଲକ୍ଷ ୨୯ ହଜାର […]
କରୋନାର ନୂଆ ଭାରିଆଣ୍ଟ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଏହି ନୂଆ ଭାରିଆଣ୍ଟ ହେଉଛି LF7 ଓ NB 1.8 । ତେବେ ନୂଆ ଭାରିଆଣ୍ଟର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ । କିନ୍ତୁ ଭଲ କଥା ହେଉଛି ଏହି ନୂଆ ଭାରିଆଣ୍ଟ ଏତେଟା ମାରାତ୍ମକ ନୁହେଁ । ସାଧାରଣ ଥଣ୍ଡା, ଜ୍ବର ଚିକିତ୍ସାରେ ଆକ୍ରାନ୍ତ ଉପଶମ ହେଉଥିବା ଡାକ୍ତର କହିଛନ୍ତି । ତେବେ ଓଡ଼ିଶାରେ କୋଭିଡର କୌଣସି ରିପୋର୍ଟ ଚିହ୍ନଟ ହୋଇନଥିବା […]
ହରିୟାଣାର ଜଣେ ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ହରିୟାଣାର ହିସାରରୁ ସିଭିଲ ଲାଇନ୍ସ ପୁଲିସ ତାଙ୍କୁ ଗିରଫ କରିଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ଜ୍ୟୋତି ନିୟମିତ ଯୋଗସୂତ୍ର ରକ୍ଷା କରିବା ସହିତ ଭାରତ ସମ୍ବନ୍ଧରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି। ହ୍ବାଟ୍ସଆପ, ଟେଲିଗ୍ରାମ ଏବଂ ସ୍ନାପଚାଟ୍ ଜରିଆରେ ସେ ଏହି ତଥ୍ୟ ପ୍ରଦାନ କରୁଥିଲେ।ତେବେ ସୂଚନା ଅନୁସାରେ ୨୦୨୩ ମସିହାରେ ଜ୍ୟୋତି ମଲହୋତ୍ରା କମିଶନ ମାଧ୍ୟମରେ […]
ଝାରସୁଗୁଡା ଜିଲ୍ଲାରେ ଦୁଇ ଜଣ ନାବାଳକଙ୍କୁ ଦୁଷ୍କର୍ମ କରାଯାଇଥିବା ମାମଲାର ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ ବିଚାରପତି, POCSO ପୂଜା ଷଡ଼ଙ୍ଗୀ ଏହି ମାମଲାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସ ୨୩ ତାରିଖରେ ବ୍ରଜରାଜନଗର ଥାନାରେ ଏହି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିଲା। ଅଭିଯୁକ୍ତ ଅଜିତ ନାଗ ଜଣେ […]
ରାସ୍ତା କାମର ବକେୟା ବିଲ୍ ପାଇଁ ରାସ୍ତା ଉପରେ ନେଉଥିଲେ ଲାଞ୍ଚ । ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ। ନିୟୁଇଣ୍ଡିଆ ସାହି ସ୍ଥିତ ଭଡ଼ା ଘରେ ଠିକାଦାରଙ୍କଠୁ ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଜେଇ।ସୂଚନାଯୋଗ୍ୟ ଯେ, କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ଏକ ରାସ୍ତା କାମର ବିଲ୍ ପାଇଁ ଠିକାଦାରଙ୍କୁ ଲାଞ୍ଚ ମାଗିଥିଲେ । ଏ ନେଇ ଭିଜିଲାନ୍ସକୁ ଜଣାଇଥିଲେ […]
ଯାଜପୁର ଜିଲ୍ଲାରେ ଟାଟା କରିବ ୬୪ ହଜାର କୋଟି ଟଙ୍କାର ନିବେଶ । ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ ।ଯାଜପୁରରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ହେବା ସହ ୪ଟି ପ୍ରକଳ୍ପର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଏହାଦ୍ବାରା ୩୪ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ। ମୋଟ୍ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦ୍ଘାଟନ ହେବ। କେବଳ MOU ନ କରି କାର୍ଯ୍ୟ ଜାରି ରଖିଛନ୍ତି। […]
ମହାପ୍ରସାଦକୁ ଅସମ୍ମାନ କରାଇଥିବା ଭଳି ଘଟଣା ଦେଖିବାକୁ ମିଳିଛି। ଯାହା ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ଏହି ଖବର ପ୍ରଘଟ ହେବା ପରେ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହା ମହାପ୍ରସାଦକୁ ସଂପୂର୍ଣ୍ଣ ଅସମ୍ମାନ ବୋଲି ସ୍ପଷ୍ଟ ଜଣାପଡୁଛି । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହିତ ଜଡ଼ିତ ମହାପ୍ରଭୁଙ୍କ ମହାପ୍ରସାଦ ଦୁର୍ମୂଲ୍ୟ ହୋଇଥିବା ବେଳେ ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ […]
