ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରଛାତ୍ରୀ, ଏମପି ହୋଇଥିବା ଛାତ୍ରଛାତ୍ରୀ ଏବଂ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପକ୍ଷରୁ ଏକ ସୁଯୋଗ ଦିଆଯାଇଛି । ତେବେ ମେ ୨୬ ତାରିଖ ଯାଏଁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ ।ରେଗୁଲାର ପରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କ ଜରିଆରେ ଫର୍ମ ପୂରଣ କରିପାରିବେ । ୪୨୦ ଟଙ୍କା ଦେୟ ଦେବାକୁ ହେବ । ସୂଚନାମୁତାବକ ରାଜ୍ୟର ୩ ହଜାର ୨୯ଟି ପରୀକ୍ଷା […]
ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ବର୍ଦ୍ଧିତ ଚାହିଦା ଏବଂ ନିରନ୍ତର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଚଳିତ ମେ ମାସ ୧୬ ତାରିଖରୁ 22895/22896 ପୁରୀ-ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନରେ ଚାରିଟି ଅତିରିକ୍ତ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯିବ। ଫଳରେ କୋଚ୍ ସଂଖ୍ୟା ୨୦ରେ ପହଞ୍ଚିବ।ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସରେ ଅତିରିକ୍ତ କୋଚ୍ ସଂଯୋଗ ଦ୍ୱାରା ଏହାର ଗଠନରେ ବୃଦ୍ଧି ପରେ ଏହାର ରେକ୍ କମ୍ପୋଜିସନ୍ରେ ୧୬ଟି ଏସି ଚେୟାର କାର୍ କୋଚ୍, ୨ଟି […]
ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ଆଜିଠୁ ବଢିବ କାଳବୈଶାଖୀ ବର୍ଷାର ପ୍ରଭାବ । ଫଳରେ ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବ । ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ରିଅଲ ଫିଲ୍ ବା ପ୍ରକୃତ ଅନୁଭୂତ ତାପମାତ୍ରା ୫୦ ଡିଗ୍ରୀ ପାଖାପାଖି ରହିଛି। ପଶ୍ଚିମ ଓଡ଼ିଶାକୁ ଛାଡ଼ି ରାଜ୍ୟର ବାକି ସ୍ଥାନରେ ତାତି ଅପେକ୍ଷାକୃତ କମ୍ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୁକ୍ରବାର ଦିନବେଳା ପୁରୀ, ଖୋର୍ଦ୍ଧା, […]
ଅଦିନିଆ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ଓଡ଼ିଶାର କୃଷକମାନେ ଅଦିନିଆ ବର୍ଷାରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ସହାୟତା ପାଇ ପାରିବେ । ଏହି ନିଷ୍ପତ୍ତି ଅଦିନିଆ ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (SDRF) ରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସକ୍ଷମ କରିଛି। ଅନୁମୋଦିତ ଯୋଜନା ଅନୁଯାୟୀ, […]
ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢାଉ ମାମଲାରେ ହାଇକୋର୍ଟରେ ଆବେଦନର ଶୁଣାଣି ଶେଷ ହୋଇଛି । ହାଇକୋର୍ଟ ରାୟ ସଂରକ୍ଷିତ ରଖିବା ସହ ବିଷ୍ଣୁପଦ ସେଠୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଛି । ସିବିଆଇକୁ ତାଙ୍କ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ଅନ୍ତରୀଣ ନିର୍ଦ୍ଦେଶ ଜାରି ହୋଇଛି ।ସିବିଆଇର ଚଢ଼ାଉକୁ ‘ବେଆଇନ’ ଦର୍ଶାଇ ବିଷ୍ଣୁପଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ଉପରେ ରୋକ୍ ଲଗାଇବାକୁ କୋର୍ଟରେ ପ୍ରାର୍ଥନା କରିଥିଲେ […]
ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଉପକୂଳ ସହର ‘ଦୀଘା’ରେ ଜଗନ୍ନାଥ ମନ୍ଦିରରେ ଧାମ ଲେଖିବା ପ୍ରସଙ୍ଗ ନେଇ ଗୁରୁବାର ଆଇନ ମନ୍ତ୍ରୀ ପୃଥ୍ବରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ଆଇନଗତ ପଦକ୍ଷେପ ନିଆଯିବ।ବର୍ତ୍ତମାନ କ’ଣ କରାଯିବ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ କ’ଣ ରହିବ ସେନେଇ ତର୍ଜମା ଚାଲିଛି । ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମମତା ବାନାର୍ଜୀଙ୍କୁ ଏହି ପ୍ରସଙ୍ଗରେ ଏକ ଚିଠି […]
ପାକିସ୍ତାନ ଏବଂ ପିଓକେରେ ବସିଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତ। ଏହି ଆକ୍ରମଣରେ ୯ ଜଣ ଆତଙ୍କବାଦୀଙ୍କ ଆଡ୍ଡା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ଅପରେସନ ସିନ୍ଦୂରର ସଫଳତା ପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ଏକ ବଡ଼ ବୟାନ ଦେଇଛନ୍ତି।ସୀମାପାର ଆତଙ୍କବାଦ ବନ୍ଦ ନ ହେବା ପର୍ଯ୍ୟନ୍ତ ଚୁକ୍ତି ସ୍ଥଗିତ ରହିବ। କାଶ୍ମୀର ଉପରେ ଆଲୋଚନା ହେବାକୁ ଥିବା ଏକମାତ୍ର ବିଷୟ POK। ପାକିସ୍ତାନ ଦ୍ବାରା କାଶ୍ମୀରରେ ଅବୈଧ ଅଧିକୃତ […]
ମଧ୍ୟସ୍ଥତା ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୟୁଟର୍ଣ୍ଣ । କହିଲେ, ଭାରତ-ପାକ୍ ମଧ୍ୟରେ ମଧ୍ୟସ୍ଥତା କରିନି । କେବଳ ବୁଝାମଣା ପାଇଁ ସହଯୋଗ କରିଥିଲି । ଉଭୟ ଦେଶର ସର୍ବୋଚ୍ଚ ନେତା କୂଟନୈତିକ ସ୍ତରରେ ଆଲୋଚନା କରି ଅସ୍ତ୍ରବିରତି ପାଇଁ ନିଷ୍ପତ୍ତି ନେଇଛନ୍ତି ।ତଥାପି, ଟ୍ରମ୍ପ ବାଣିଜ୍ୟ ଉପରେ ତାଙ୍କ ବିବୃତ୍ତିରେ ଅଟଳ ରହିଥିଲେ। ସେ କହିଲେ ଯେ ଯେତେବେଳେ ମୁଁ ବ୍ୟବସାୟ ବିଷୟରେ କଥା ହେଲି, ସେତେବେଳେ ହିଁ ସମସ୍ୟାର ସମାଧାନ ହୋଇଥିଲା। ଟ୍ରମ୍ପ […]
ଶ୍ରୀକ୍ଷେତ୍ର ଭଉଁରୀକୁ ଆଉ ମାତ୍ର ୪ ଦିନ ବାକି । ଜୋରସୋରରେ ରଥଖଳାରେ ଚାଲିଛି ରଥନିର୍ମାଣ କାର୍ଯ୍ୟ । ତେବେ ଭଉଁରୀକୁ ଦୃଷ୍ଟିରେ ତିନି ରଥର ନାହାକା ଚକ ଅଖ ପ୍ରସ୍ତୁତ କରାଯାଉଛି । ଏଥିସହ ଏବେ ବି ଚାଲିଛି ସିଙ୍ଗଡ଼ା ବାଡିଆ କାର୍ଯ୍ୟ । ତିନିରଥର ୪୨ଟି ତୁମ୍ଭରେ ୬୭୨ ଟି ଅର ସଂଯୋଗ ପ୍ରକ୍ରିୟା ଜାରି ରହିଛି ।ଯନ୍ତାପଟାରେ ପଡି ସିଙ୍ଗଡ଼ାକୁ ପହି ପିନ୍ଧାଇ ଖୁସିଆର କରାଯାଉଛି । ଏହାପରେ କଳସା କରାଯାଇ ପହିକୁ […]
ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ୍ ରିପୋର୍ଟ ଏବଂ ଶିଶୁ ପ୍ରସବରେ ତାଳ ମେଳ ନ ରହିବା ଘଟଣା । ଡାକ୍ତରଖାନାର ଜୁନିଅର ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ।ପରିବାର ପକ୍ଷରୁ ଅଭିଯୋଗ ଆସିବା ପରେ ବାଲେଶ୍ବରର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡ଼ିଏମଓ) ଡାକ୍ତର ଗୋପୀନାଥ ପରିଡା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଘଟଣାର ତଦନ୍ତ କରିବାକୁ କହିଛନ୍ତି। ଘଟଣା ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ କଠୋର ପରିଣାମ ଭୋଗିବାକୁ ପଡିବ ବୋଲି ସେ […]
ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଇସ୍ପାତ କ୍ଷେତ୍ରର ଅନେକ ପ୍ରତିନିଧି ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟରେ ଅଧିକ ଷ୍ଟିଲ ଉତ୍ପାଦନ ଓ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗର ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହେବା ଓଡିଶାର ଲକ୍ଷ୍ୟ । ଏଥିରେ ଖଣି ଓ ଷ୍ଟିଲ […]
ଭାରତରେ ଅନ୍ଲାଇନ୍ରେ ପାକିସ୍ତାନୀ ପତାକା ବିକ୍ରି ମନା । କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ `X’ ପୋଷ୍ଟ ସେୟାର କରିଛନ୍ତି । ଆମାଜନ୍ ଇଣ୍ଡିଆ, ଫ୍ଲିପ୍କାର୍ଟ, ୟୁବାଏ ଇଣ୍ଡିଆ, Etsyକୁ CCPAର ନୋଟିସ୍ ।କେନ୍ଦ୍ର ଉପଭୋକ୍ତା ବ୍ୟାପାର ଏବଂ ଖାଦ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ପ୍ଲାଟଫର୍ମଗୁଡ଼ିକୁ ଏପରି ତାଲିକା ତୁରନ୍ତ ହଟାଇବାକୁ ଏବଂ ଜାତୀୟ ଆଇନର ପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ […]
