ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।୨୦୧୯ ମସିହା ମଇ ମାସରେ ଗ୍ରୀଷ୍ମକାଳୀନ ବାତ୍ୟା ‘ଫନୀ’ର ଅଭିଜ୍ଞତାକୁ ଭିତ୍ତି କରି ରାଜ୍ୟରେ ଗ୍ରୀଷ୍ମକାଳୀନ ବାତ୍ୟା ପରିଚାଳନା ନେଇ ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତି ସଂପର୍କରେ ଆଲୋଚନା ହୋଇଥିଲା । ସ୍ଥାନୀୟ ଲୋକସେବା ଭବନସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ସମୀକ୍ଷା କରି ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ପ୍ରସ୍ତୁତି […]
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖୁବ୍ ଉତ୍ତେଜନା ଚାଲିଛି। ଇତିମଧ୍ୟରେ, ବିଏସଏଫ ଯବାନ ପିକେ ସାହୁ ସ୍ବଦେଶକୁ ଫେରି ଆସିଛନ୍ତି। ପାକିସ୍ତାନ ତାଙ୍କୁ ଭାରତକୁ ଫେରାଇ ଦେଇଛି। ପିକେ ସାହୁ ୨୩ ଏପ୍ରିଲରେ ଭୁଲବଶତଃ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲେ। ଏହା ପରେ ତାଙ୍କୁ ପାକିସ୍ତାନୀ ସେନା ଗିରଫ କରିଥିଲା। ୨୧ ଦିନ ପରେ ପିକେ ସାହୁଙ୍କୁ ମୁକ୍ତ କରାଯାଇଛି।ଗତ ୨୧ ଦିନ ଭିତରେ ପିକେ ସ’ଙ୍କୁ ଛାଡ଼ିବା ପାଇଁ ବିଏସ୍ଏଫ୍ ଅଧିକାରୀମାନେ ଅନେକ ଥର ଫ୍ଲାଗ୍ […]
ଖୁବ୍ ଶୀଘ୍ର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସମସ୍ତ ପ୍ରକ୍ରିୟା ଚାଲିଛି, ଆଶା ଖୁବ୍ଶୀଘ୍ର ଫଳ ପ୍ରକାଶ ପାଇବ।ପ୍ରକାଶଥାଉକି, ଏପ୍ରିଲ ୨ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତାଦେଖା ପାଇଁ ନିଯୁକ୍ତ କରାଯାଇଥିଲା ।ମେ ୧୫ ତାରିଖ ସୁଦ୍ଧା ସଠିକ ସମୟରେ ପରୀକ୍ଷାଫଳ ବାହାରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ଆଜି […]
ଅପରେସନ ସିନ୍ଦୂର ପରେ, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତାଙ୍କ ସୁରକ୍ଷାରେ ଏକ ବୁଲେଟପ୍ରୁଫ୍ ଗାଡି ସାମିଲ କରିଛି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଅପରେସନ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଅପରେସନ ସିନ୍ଦୂର ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନିରନ୍ତର ବୈଠକ କରିଥିଲେ । ଏପରି ପରିସ୍ଥିତିରେ, ବର୍ତ୍ତମାନର ପରିସ୍ଥିତିକୁ ବିଚାର କରି ତାଙ୍କର ସୁରକ୍ଷା ବୃଦ୍ଧି କରାଯାଇଛି ।ବୈଦେଶିକ […]
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । ଦେଶର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣ କରିବା ପୂର୍ବରୁ, ସେ ତାଙ୍କ ମାଆଙ୍କଠାରୁ ଆଶୀର୍ବାଦ ନେଇଥିଲେ । ସିଜେଆଇ ଭାବରେ ଶପଥ ନେବା ମାତ୍ରେ ସେ ପ୍ରଥମେ ତାଙ୍କ ମାଆ କମଳତାଇ ଗବାଇଙ୍କର ପାଦ ଛୁଇଁଥିବା ଦେଖାଯାଇଥିଲା । ଜଷ୍ଟିସ୍ ଗବାଇ ଭାରତର ପ୍ରଥମ ବୌଦ୍ଧ ମୁଖ୍ୟ […]
ଏ ବର୍ଷ ପୁଣି ମେ ମାସରେ ବାତ୍ୟା ସମ୍ଭାବନା। ଆଇଏମଡି କହିନାହିଁ। କିନ୍ତୁ ବାତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ଆଣ୍ଡାମାନ ସାଗର ଉପରେ ଏବେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୧୬ରୁ ୧୮ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୩ରୁ ୨୮ ତାରିଖ ଭିତରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ ବୋଲି ବାଂଲାଦେଶର ଜଣେ ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି । କିନ୍ତୁ […]
ଭୁବନେଶ୍ୱରର ଭୋଇ ନଗରରୁ ଚାରି ବର୍ଷ ଶିଶୁ ପୁତ୍ର ଅପହରଣ ଘଟଣା । କିଛି ଘଣ୍ଟା ମଧ୍ୟରେ ଶିଶୁକୁ ଉଦ୍ଧାର କଲା ସହିଦନଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ। ବାପା ମା ଘର ଭିତରେ ଥିବା ସମୟରେ ବାହାରେ ଖେଳୁଥିବା ଶିଶୁ ପୁତ୍ରକୁ ଅପହରଣ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ ଅଭିଷେକ ଦିଗଲ ଓରଫ ସୋନୁ । ବେଙ୍ଗାଲୁରରେ ସୋନୁ ସହ ଅଭିଯୋଗକାରିଣୀ ଗୋରିତା ସିଂଙ୍କ ଦେଖା ହେଇଥିଲା । ସମ୍ପର୍କ ବଢିବା ସହ ସୋନୁକୁ […]
ଆହୁରି ୩ ଦିନ ଗୁଳୁଗୁଳି। ଦୁଇ ଦିନ ହେବ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ସଂପୃକ୍ତ ଅଞ୍ଚଳରେ ସ୍ଥିତି ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଦିନ ବେଳା ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଆସନ୍ତା ତିନି ଦିନରେ ଅନେକ ସ୍ଥାନର ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିଯିବ । ଦିନବେଳା ଗରମ ଓ ଗୁଳୁଗୁଳି ନାକେଦମ କରିବ । କିନ୍ତୁ ସନ୍ଧ୍ୟାରେ ମାଡ଼ି ଆସିବ କାଳବୈଶାଖୀ । ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ […]
ଭାରତ ବିରୋଧରେ ପାକିସ୍ତାନ ସହ ଠିଆ ହୋଇଛି ତୁର୍କୀ । ଆତଙ୍କବାଦୀ ପାକିସ୍ତାନ ସହିତ ଠିଆ ହୋଇ ନିଜର ପ୍ରକୃତ ଚେହେରା ଦେଖାଇଛି ତୁର୍କୀ। ଭାରତକୁ ଆକ୍ରମଣ କରିବାକୁ ପାକିସ୍ତାନ ବ୍ୟବହାର କରିଥିବା ଡ୍ରୋନ ତୁର୍କୀର ବୋଲି ସୂଚନା ରହିଛି ।ତେବେ ଭାରତ-ପାକିସ୍ତାନ ଉତ୍ତେଜନା ଏବଂ ଇସଲାମାବାଦକୁ ତୁର୍କୀର ଖୋଲା ସମର୍ଥନ ପରେ, ଦେଶର ଅନେକ ସ୍ଥାନରେ ଏକ ବ୍ୟାପକ “ତୁର୍କୀ ବ୍ୟାନ” ଆନ୍ଦୋଳନ ଦେଖାଦେଇଛି। ମହାରାଷ୍ଟ୍ରର ପୁଣେରେ, ବ୍ୟବସାୟୀମାନେ “ତୁର୍କୀ ସେଓକୁ ବର୍ଜନ” କରିବାକୁ ନିଷ୍ପତ୍ତି […]
ପାରାଦୀପ ବନ୍ଦର ଏସ୍ପିଏମ୍ (ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମ) ବର୍ଥରେ ବୁଧବାର ତୈଳବାହୀ ଜାହାଜ ଏକତଟି ସିରେନ-୨ ଲାଗିବ। ଉକ୍ତ ଜାହାଜରେ ୨୫ ନାବିକଙ୍କ ମଧ୍ୟରୁ ୨୧ଜଣ ପାକିସ୍ତାନୀ ଥିବା ମଙ୍ଗଳବାର ଜଣାପଡ଼ିଛି। ଏ ନେଇ ଇମିଗ୍ରେଶନ ବିଭାଗ ପକ୍ଷରୁ ତତ୍ପରତା ଦେଖା ଦେଇଛି। ଜାହାଜରେ ପାକିସ୍ତାନୀ ନାବିକ ଥିବାରୁ ପଣ୍ୟ ଖଲାସ ସମୟ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଇମିଗ୍ରେଶନ ବିଭାଗ ମେରାଇନ ପୋଲିସ, ପାରାଦୀପ ବନ୍ଦର ପ୍ରଶାସନକୁ ଅବଗତ କରାଇଛି। ପାକିସ୍ତାନୀ ନାଗରିକ ଭାରତ […]
lରାୟଗଡ:-ତା. ୧୩/୦୫-ରlୟଗଡ଼ ଜିଲ୍ଲାରେ ବ୍ୟାପକ ମାଦକ ଦ୍ରବ୍ୟ ଧରପଗଡ଼ ଓ ଚରାଚାଲାଣ ହେଉଥିବାରୁ ଏହାକୁ ରୋକିବା ନିମନ୍ତେ ଜିଲ୍ଲାପାଳ ରାୟଗଡ଼ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତlରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏହା ସଂଯୁକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା l ରାୟଗଡ଼ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ କୁମାର ଉପସ୍ଥିତରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା l ବିଶେଷ କରି ଜିଲ୍ଲାରେ ମାଦକ ନିଷଦ୍ରବ୍ୟ ଗଂଜେଇ ଅବାଧ ଚାଷକୁ ରୋକିବା, ନିଶା ଦ୍ରବ୍ୟ ଅବାଧ […]
ଓଡିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ ବୁଧୁବାର ସକାଳ ୧୦ ଟାରେ ପ୍ରତିରକ୍ଷା ବିଭାଗ ଓ ତାଳସାରୀ ମେରାଇନ ଥାନା ସହଯୋଗରେ ଏକ ବଡ଼ ଡ୍ରୋନ ଆକାଶମାର୍ଗକୁ ଛଡ଼ାଯାଇଛି । ଏହି ସାମରିକ ଡ୍ରୋନ୍ ବଙ୍ଗୋପସାଗରରେ ଜଳଯାନରେ ଆସୁଥିବା ସମସ୍ତ ସନ୍ଦିଗ୍ଧ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ନଜର ରଖିବ ବୋଲି ଡ୍ରୋନର ଅପରେଟର କହିଛନ୍ତି ।ଏହାଛଡା ୩ ଜଣ ନେଭି ଅଫିସର ତାଳସାରୀ ସାମୁଦ୍ରିକ ଥାନାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିୟୋଜିତ କରାଯାଇଛି […]
