ନୂଆଗାଁ – ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରାଢପି ପଂଚାୟତର ଅଭୟପୁର ଗ୍ରାମରେ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ସୂର୍ଯ୍ୟପୂଜା, ପାର୍ଶ୍ଵଦେବାଦେବୀଙ୍କ ପୂଜା ପରେ ହୋମଯଜ୍ଞ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ସମୟରେ ପୂର୍ଣାହୂତି କରାଯାଇଥିଲା । ଉଦଘାଟକ ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥ୍ ଭାବେ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଆଜି ନୀଳକଣ୍ଠ ଦେବ ପ୍ରାଥମିକ ବିଦ୍ୟାଳୟ ଗୋପାଳପୁର ପରିସରରେ ଆଗାମୀ ତିନି ବର୍ଷ ପାଇଁ କର୍ମକର୍ତା ନିର୍ବାଚନ ହୋଇଯାଇଛି।ଏଥିରେ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ସଭାପତି ତଥା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ମହାସଚିବ ଜ୍ୟୋତି ରଞ୍ଜନ ଦାଶ ଯୋଗଦାନ କରି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ସଭାପତି ଭାବେ ବିଶ୍ୱଜିତ ମହାପାତ୍ର,ଉପ ସଭାପତି କୁଳମଣି ପ୍ରଧାନ ଏବଂ ରିତାଞ୍ଜଳି ମହାରଣା,ସମ୍ପାଦକ,ଅଶୋକ କୁମାର ବେହେରା,ସହ ସଂପାଦକ ଭାବେ କିଶୋର ଚନ୍ଦ୍ର ମିଶ୍ର […]
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮, ୬୮୦ ଟଙ୍କା ରହିଛି । ୨୨ କ୍ୟାରେଟ ସୁନା ଦର ୯୦ ହଜାର ୪୫୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୮, ୬୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୪୫୦ ଟଙ୍କାକୁ ପହଞ୍ଚିଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୧୧,୦୦୦ ଟଙ୍କା ହୋଇଛି ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ଏହାକୁ ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ। ଟ୍ରମ୍ପଙ୍କ ବୟାନ ପରେ, ସଂଧ୍ୟା ୬ଟାରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ପ୍ରେସ ବ୍ରିଫିଂ କରିଛନ୍ତି। ତେବେ ଅସ୍ତ୍ରବିରତି କଣ ? ପ୍ରକୃତରେ ଏହା ଏକ ଏପରି ଶଦ୍ଦ ଯେଉଁଥିରେ ଶାନ୍ତି ନିହିତ ଥାଏ । ଏହାର ଅର୍ଥ ଯୁଦ୍ଧ ବା ସଙ୍ଘର୍ଷର ସମାପ୍ତ ଘଟିବାକୁ ଅସ୍ତ୍ରବିରତି କୁହାଯାଇଥାଏ । ଯାହା ଏକ ପ୍ରକାରର ପରସ୍ପର […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶକ୍ରମେ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଏବଂ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ତତ୍ଵବଧାନ ରେଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ୪୧୩୯ ମାମଲ। ଫଏସଲା ହୋଇଯାଇଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତ ଗୁଡିକରେ ମୋଟ ୯ ଟି ମୋଟର ଦୁର୍ଘଟଣା ଜନିତ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଭାରତ-ପାକିସ୍ଥାନ ଯୁଦ୍ଧ ପରିପ୍ରେକ୍ଷୀରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ୧୧ ତାରିଖରେ ନୟାଗଡ଼ ଟାଉନ ରେଳ ଷ୍ଟେସନରେ ହେବାକୁ ଥିବା ବିକ୍ଷୋଭ ତଥା ଗଣଧାରଣାକୁ ସ୍ଥଗିତ ରଖା ଯାଇଛି।ପରିସ୍ଥିତି ସ୍ୱାଭାବିକ ହେଲେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ଯେ ନୟାଗଡ଼ରୁ ହାୱଡ଼ା ଏବଂ ବାଙ୍ଗାଲୋରକୁ ରେଳ ସଂଯୋଗ କରାଯିବା, ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ(ନଂ ୧୮୪୨୩/୧୮୪୨୪)କୁ […]
ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଭାରତ ଓ ପାକିସ୍ତାନ ତୁରନ୍ତ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି।ଉଭୟ ଦେଶରେ ସୃଷ୍ଟି ହେଉଥିବା ପରିବେଶକୁ ଶାନ୍ତ କରିବା ଆବଶ୍ୟକ। ଆମେ ଗତକାଲି ରାତିରୁ ଏହା ଚେଷ୍ଟା କରିବା ଆରମ୍ଭ କରିଥିଲୁ ଏବଂ ଉଭୟ ଦେଶ ଏଥିରେ ରାଜି ହୋଇଛନ୍ତି। ଏବେ ଉଭୟ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ ବୋଲି ଟ୍ରମ୍ପ କହିଛନ୍ତି। ଶନିବାର ସକାଳେ […]
ଯୁଦ୍ଧ ପରିସ୍ଥିତି ପାଇଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ । ହୀରାକୁଦ ଏକ୍ସପ୍ରେସ ଆଂଶିକ ବାଧାପ୍ରାପ୍ତ । ଅମୃତସର ଯାଏଁ ଗଡବନି ହୀରାକୁଦ ଏକ୍ସପ୍ରେସ ।ଏହି ଟ୍ରେନ୍ କେବଳ ବିଶାଖାପାଟଣାରୁ ଦିଲ୍ଲୀ ଯାଏଁ ଚାଲିବ। ବିଶାଖାପାଟଣା-ଅମୃତସର ହୀରାକୁଦ୍ ଏକ୍ସପ୍ରେସ୍ (୨୦୮୦୭) ସପ୍ତହରେ ୩ ଦିନ (ମଙ୍ଗଳବାର, ଶୁକ୍ରବାର ଓ ଶନିବାର) ପରିଚାଳିତ ହୋଇଥାଏ। ଏହି ଟ୍ରେନ୍ ବିଶାଖାପାଟଣା ଠାରୁ ଅମୃତସର ମଧ୍ୟରେ ୪୪ଟି ଷ୍ଟେସନରେ ଅଟକି ଥାଏ। ପୂର୍ବତଟ ରେଳପଥ ଦ୍ବାରା ପରିଚାଳିତ ଏହି ଟ୍ରେନ୍ ପାଇଁ ଓଡ଼ିଶାରେ […]
ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ନୂଆ କଟକଣା । ଯୁଦ୍ଧ ସମ୍ବନ୍ଧିତ ଖବର ପ୍ରସାରଣ ସମୟରେ ବାଜିପାରିବ ନାହିଁ ସାଇରନ୍ । ଏୟାର ରେଡ୍ ସାଇରନ୍ ନବଜାଇବା ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଦେଇଛି । ଅଗ୍ନିଶମ ସେବା, ନାଗରିକ ପ୍ରତିରକ୍ଷା ଏବଂ ଗୃହରକ୍ଷୀ ମହାନିର୍ଦ୍ଦେଶାଳୟ ଏକ ପରାମର୍ଶରେ କହିଛି ଯେ ନାଗରିକ ପ୍ରତିରକ୍ଷା ଆଇନ, ୧୯୬୮ ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି, ସମସ୍ତ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକୁ ଅନୁରୋଧ କରାଯାଇଛି […]
ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, କେଉଁଠି, କାହିଁକି, କେଉଁ ପରିସ୍ଥିତିରେ ଡ୍ରୋନ୍ ଉଡୁଛି, ତା ଉପରେ ନଜର ରଖାଯାଇଛି । ସରକାର ସଚେତନ ମୂଳକ ପଦକ୍ଷେପ ନେଉଛନ୍ତି । ଲୋକ ବିଚଳିତ ହୁଅନ୍ତୁ ନାହିଁ । ଓଡ଼ିଶାରେ ସେଭଳି ପରିସ୍ଥିତି ନାହିଁ । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର […]
ପହଲଗାମ୍ ଆକ୍ରମଣ ପରେ ଯୁଦ୍ଧ ବିରତି ନିୟମ ଉଲଂଘନ କରି ପାକିସ୍ତାନ ଭାରତ ସୀମାରେ ଗୁଳି ମାଡ କରିଥିଲା । ଏହାର ଜବାବରେ ଭାରତ ମଧ୍ୟ ପ୍ରତି ଆକ୍ରମଣ କରିଛି । ପାକିସ୍ତାନ ବିରୋଧରେ ଭାରତ ’ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିବାବେଳେ ପାକିସ୍ତାନ ଏହାର ଜବାବରେ ଆରମ୍ଭ କରିଛି ’ଅପରେସନ୍ ବୁନୟାଦ୍ ଅଲ୍ ମରସୁସ୍’ ।ତେବେ ଆଜି ଭୋର୍ ସମୟେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଆକ୍ରମଣରେ ଫତାହ-୧ କ୍ଷେପଣାସ୍ତ୍ର ମଧ୍ୟ ସାମିଲ ଥିଲା। ଭାରତର ଅପରେସନ୍ ସିନ୍ଦୂର […]
ମେ’ ୨୭ ତାରିଖରେ କେରଳ ଛୁଇଁବ ମୌସୁମୀ ! ଏଥର ଦେଶକୁ ଶୀଘ୍ର ମୌସୁମୀ ଛୁଇଁବା ସମ୍ଭାବନା ରହିଛି । ସାଧାରଣତଃ ମୌସମୀ ଜୁନ୍ ୧ ପର୍ଯ୍ୟନ୍ତ କେରଳରେ ପହଞ୍ଚିଥାଏ କିନ୍ତୁ ଚଳିତ ଥର ମୌସୁମୀ ଶୀଘ୍ର କେରଳ ପହଞ୍ଚିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଯଦି ମୌସୁମୀ ୨୭ ମେ’ ସୁଦ୍ଧା କେରଳରେ ପହଞ୍ଚିଯାଏ, ତେବେ ଏହା ୨୦୦୯ ପରଠାରୁ ପ୍ରଥମ ଥର ହେବ । କାରଣ ୨୦୦୯ରେ ମୌସୁମୀ କେରଳରେ ୨୩ […]
