ନୟାଗଡ଼ର ପୂର୍ବତନ ନଗରପାଳ ଭବାନୀ ଶଙ୍କର ଦାଶଙ୍କ ପରଲୋକ

ନୟାଗଡ଼,(ଓଡ଼ିଶା ଦର୍ପଣ):ତତ୍କାଳୀନ ନୟାଗଡ଼ ଏନଏସି (ମ୍ୟୁନିସିପାଲିଟି)ର ପୂର୍ବତନ ଅଧ୍ୟକ୍ଷ ଭବାନୀ ଶଙ୍କର ଦାଶ ଆଜି ପୂର୍ବାହ୍ନରେ ହୃଦଘାତ ଯୋଗୁଁ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ଦାଶ ତତ୍କାଳୀନ ଜନତା ଦଳର ଜଣେ ବେଶ ପ୍ରଭାବଶାଳୀ ତଥା ଟାଣୁଆ ରାଜନେତା ଥିବା ବେଳେ ନୟାଗଡ଼ ଏନଏସିର ଅଧ୍ୟକ୍ଷ ଭାବରେ ତା ୧୭.୩. ୧୯୯୨ ରୁ ୨.୮.୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।  ଏହି ସମୟରେ ସେ ନୟାଗଡ଼ର ବିକାଶରେ ଗୁରୁତ୍ୱପୂର୍ଣ୍ଣ […]

ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ‘ଯାଦୁପେଡି’

ଶିକ୍ଷାକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ରଛାତ୍ରୀଙ୍କୁ ଦିଆଯିବ ଯାଦୁପେଡ଼ି ।। ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ଶିକ୍ଷା ପାଇଁ ଦିଆଯିବ ‘ଯାଦୁପେଡି’ । NCERT ଦ୍ୱାରା ପ୍ରସ୍ତୁତ ଏହି କିଟ୍‌କୁ ରାଜ୍ୟର ୪୫ ହଜାର ସ୍କୁଲକୁ ଦିଆଯିବ । ଏଥିପାଇଁ ଖର୍ଚ୍ଚ ହେବ ୯୦ କୋଟି । ପିଲାଙ୍କୁ ପାଠପ୍ରତି ଆକୃଷ୍ଟ କରିବା ପାଇଁ ଏହା ଖୁବ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି […]

ଆୟୁଷ୍ମାନ ଯୋଜନାରେ ହିତାଧିକାରୀଙ୍କୁ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ

ଆୟୁଷ୍ମାନ କାର୍ଡକୁ ନେଇ ତୁଟୁନି ଅଡୁଆ । ଡାକ୍ତରଖାନାକୁ ଚିକିତ୍ସା ହେବାକୁ ଯାଇ ରୋଗୀ ହଇରାଣ ହେବା ପରେ ସରକାର ପଦକ୍ଷେପ ନେଇଛନ୍ତି । ଆୟୁଷ୍ମାନ କାର୍ଡରେ କୌଣସି ଦ୍ଵନ୍ଦ୍ବ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଯାହା କିଛି ଟେକ୍ନିକାଲ ସମସ୍ୟା ରହିଛି। ସମସ୍ୟାର ସମାଧାନ ନେଇ ଆଲୋଚନା ଚାଲିଛି। ଘରୋଇ ହସ୍ପିଟାଲ ପ୍ୟାକେଜ ବୃଦ୍ଧି ଦାବି ଉପରେ ବି ବିଚାର କରାଯିବ। ସରକାରୀ ସ୍ତରରୁ, ଲୋକଙ୍କ ପାଖରୁ ବିଭିନ୍ନ ମତାମତ […]

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା-୨୯/୪: ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିମ୍ନ ଦାବୀ ଗୁଡ଼ିକର ପୂରଣ ଲାଗି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ ବର୍ଷ ଧରି ଦାବୀ ପୁରଣ ଲାଗି ଦେଶ ସାରା ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର କୈାଣସି ଆନ୍ତରିକତା ଦେଖାଉ ନାହାନ୍ତି। ସର୍ବ ନିମ୍ନ ପେନସନ ୯୦୦୦ ଟଙ୍କାକୁ […]

ରାଜ୍ୟର ଉପକୂଳ ଗୁଡିକର ବଢିଲା ସୁରକ୍ଷା ବ୍ୟବସ୍ଥା

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ହାଇଆଲର୍ଟ । ରାଜ୍ୟରେ ଉପକୂଳ ସୁରକ୍ଷା କଡ଼ାକଡ଼ି । ଅସ୍ତରଙ୍ଗ ସାମୁଦ୍ରିକ ଥାନା ପକ୍ଷରୁ ବୋଟ ଯୋଗେ ସାମୁଦ୍ରିକ ଥାନା ପୋଲିସ ଓ ନାଭାଲ କର୍ମଚାରୀଙ୍କ ସହଯୋଗରେ ଦେବୀ ନଦୀ ମୁହାଣ ଏବଂ ସାମୁଦ୍ରିକ ପଥ ମଧ୍ୟରେ ଏହି ପାଟ୍ରୋଲିଂ କରାଯାଉଛି । ପାଟ୍ରୋଲିଂ ସମୟରେ ପୋଲିସ କର୍ମଚାରୀମାନେ ନଦୀରେ ମାଛ ଧରୁଥିବା ମତ୍ସ୍ୟଜୀବୀ ଓ ସେମାନଙ୍କ ପରିଚୟପତ୍ରକୁ ଯାଞ୍ଚ କରୁଛନ୍ତି । କୌଣସି ଅଚିହ୍ନା ଲୋକଙ୍କୁ ନଦୀ କିମ୍ବା […]

ଓଟିଟିରେ ବ୍ୟାନ ହେବ ଅଶ୍ଳୀଳ କଣ୍ଟେଣ୍ଟ!

ଓଟିଟି ଏବଂ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ଆପତ୍ତିଜନକ ଏବଂ ଅଶ୍ଳୀଳ ଭିଡିଓ ଆଦି ପ୍ରସାରଣକୁ ନିଷିଦ୍ଧ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଉଦୟ ମହୁରକର ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି। ଓଟିଟି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଅନ୍ୟାନ୍ୟ ପକ୍ଷଙ୍କଠାରୁ ଜବାବ ମାଗିଛନ୍ତି। କୋର୍ଟ ଏହାକୁ ଏକ ଗମ୍ଭୀର ଚିନ୍ତାର ବିଷୟ ବୋଲି […]

କାଶ୍ମୀରର ୪୮ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କଲେ ଜମ୍ମୁକଶ୍ମୀର ସରକାର

ଜମ୍ମୁକଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଗୁଇନ୍ଦା ସଂସ୍ଥାଗୁଡ଼ିକର ଚେତାବନୀ ପରେ ୪୮ଟି ରିସୋର୍ଟ ଓ ପର୍ଯ୍ୟଟନସ୍ଥଳୀ ବନ୍ଦ କରିଦିଆଯାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଜମ୍ମୁକଶ୍ମୀର ସରକାର ଏହି ପଦକ୍ଷେପ ନେଇଛନ୍ତି ।ଅନ୍ୟ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ସରକାର ବନ୍ଦ କରିଥିବା ପର୍ଯ୍ୟଟନସ୍ଥଳଗୁଡ଼ିକ ମଧ୍ୟରେ ୟୁସମାର୍ଗ, ଟଉସ ମଇଦାନ, ଦୁଦ୍ଧପଥରୀ, ଆହାରବଲ, କୌସରନାଗ, ବାଙ୍ଗୁସ, କାରିଓ୍ବାନ, ବାଙ୍ଗୁସ ଭ୍ୟାଲି, ଓ୍ବତଲାବ, ରାମପୋରା, ରାଜପୁରା, ଚିରହାର ଆଦି […]

ଆସନ୍ତା ମେ’୨ରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ।

ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)୨୦୨୫ ମେ ୨ ତାରିଖରୁ ଆରମ୍ଭ ହେବ। ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ଓଜେଇଇ ପକ୍ଷରୁ କାର୍ଯ୍ୟସୂଚୀ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେବ । ତିନିଟି ସିଫ୍ଟରେ ଏହି ପରୀକ୍ଷା ହେବ। ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡ୍‌ରେ କରାଯିବ। ଛାତ୍ରଛାତ୍ରୀ ୱେବ୍‌ସାଇଟ୍‌ରୁ ନିଜର ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ […]

କୃଷକଙ୍କ ପାଇଁ ଖୁସି ଖବର, କାଲି ଏହି ସମୟରେ ଆସିବ CM କିସାନ ଟଙ୍କା!

ଆସନ୍ତାକାଲି ଅକ୍ଷୟ ତୃତୀୟାରେ ଟଙ୍କା ଆସିବା ନେଇ ଚାଷୀଙ୍କ ମୁହଁରେ ଖୁସି ଖେଳିଯାଇଛି । ରାଜ୍ୟର ପ୍ରାୟ ୫୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ପଠାଇବେ ସରକାର। ସିଏମ କିସନ୍ ଯୋଜନାରେ ବର୍ଷକୁ ୨ ଟି କିସ୍ତିରେ ଚାଷୀଙ୍କୁ ମିଳୁଛି ୪ ହଜାର।ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ୪ ହଜାର ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସେହିପରି ପିଏମ କିସନ ଯୋଜନାରେ ବର୍ଷକୁ ୩ ଟି କିସ୍ତିରେ ମିଳୁଛି ୬ ହଜାର […]

ପାକିସ୍ତାନୀଙ୍କୁ ଭାରତ ଛାଡିବା ପାଇଁ ଆଜି ସରୁଛି ଡେଡ୍ ଲାଇନ୍ ।

ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କଡ଼ା ପଦକ୍ଷେପ ଉଠାଉଛନ୍ତି ଭାରତ ସରକାର । ସୁରକ୍ଷା ମାମଲାରେ କୌଣସି ପ୍ରକାରର ସାଲିସ କରିବାକୁ ପ୍ରସ୍ତୁତ ନାହାନ୍ତି ସରକାର । ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରିବା ଓ ଅଟାରୀ-ବର୍ଡରକୁ ଅସ୍ଥାୟୀ ରୂପେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାରି ଭିତରେ ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡ଼ିବା ପାଇଁ ଆଜି ହେଉଛି ଶେଷ ତାରିଖ । […]

ଅପଗ୍ରେଡ କରାଗଲା ବାରିପଦା ସୁପରଫାଷ୍ଟ ଟ୍ରେନର ବଗି

ପୂର୍ବତଟ ରେଳବାଇ (ଇଷ୍ଟକୋଷ୍ଟ ରେଲବାଇ)ର ସୂଚନା ଅନୁଯାୟୀ, ପୁରୀ-ବାଙ୍ଗିରିପୋଷି- ସୁପରଫାଷ୍ଟ ଏକ୍ସପ୍ରେସକୁ ଆଧୁନିକ ଲିଙ୍କେ ହଫମାନ ବୁଷ (ଏଲଏଚବି) କୋଚ୍ ସହିତ ଅପଗ୍ରେଡ କରାଯାଇଛି । ଏହା ଯାତ୍ରୀମାନଙ୍କ ପାଇଁ ଉନ୍ନତ ସୁରକ୍ଷା ଏବଂ ଆରାମ ପ୍ରଦାନ କରିବ। ତେବେ, ଏଲଏଚବି କୋଚ୍ ସହିତ ନିୟମିତ ସେବା ପୁରୀରୁ ଏପ୍ରିଲ ୨୯ ତାରିଖରୁ ଏବଂ ବାଙ୍ଗିରିପୋଷିରୁ ଏପ୍ରିଲ ୩୦ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ଟ୍ରେନଟି ପାରମ୍ପରିକ ଆଇସିଏଫ (ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରୀ) କୋଚ୍ ସହିତ […]

ବଢିବ ATM ଫି ବୃଦ୍ଧି, ୨୦୨୫ ମେ ୧ ରୁ କ’ଣ ବଦଳିବ

ମେ’ ୧ରୁ ଦେଶବ୍ୟାପୀ କିଛି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି । ଯାହା ସମଗ୍ର ଦେଶର ନାଗରିକଙ୍କୁ ପ୍ରଭାବିତ କରିବ । ସବୁଠାରୁ ପ୍ରମୁଖ ପରିବର୍ତ୍ତନ ହେଉଛି ଏଟିଏମ୍ କାରବାର ଶୁଳ୍କ ପାଇଁ ସଂଶୋଧିତ ଢାଞ୍ଚା, ଏହା ବ୍ୟତୀତ ସରକାର ଆଞ୍ଚଳିକ ବ୍ୟାଙ୍କଗୁଡ଼ିକୁ ଏକୀକୃତ କରି ଗ୍ରାମୀଣ ବ୍ୟାଙ୍କିଂ ବ୍ୟବସ୍ଥାକୁ ଦକ୍ଷ କରିବା ପାଇଁ ଏହାର ଅଭିଯାନକୁ ଆହୁରି ଆଗକୁ ବଢାଇଛନ୍ତି ।ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଏଟିଏମ ଇଣ୍ଟରଚେଞ୍ଜ ଫି’ରେ ବୃଦ୍ଧିକୁ […]