ରାୟଗଡ଼ ଜିଲ୍ଲାରୁ ଅଯୋଧ୍ୟା- ବାରଣାସୀ ଯାତ୍ରା କଲେ ଛଅଟି ଜିଲ୍ଲାର ୭୭୫ଜଣ ବରିଷ୍ଠ ନାଗରିକ l

ରାୟଗଡା:-ତା.୧୭।୦୧|୨0୨୬- ବରିଷ୍ଠ ନାଗରିକ ତୀର୍ଥ ଯୋଜନାରେ ବରିଷ୍ଠ ନାଗରିକ ଯାତ୍ରlକୁ ଶୁଭାରମ୍ଭ କଲେ ମାନ୍ୟବର ବିଧାୟକ ଆପଲ ସ୍ୱାମୀ କାଡ୍ରାକା ଓ  ଜ଼ିଲ୍ଲାପାଳ ଆଶୁତୋଷ କୂଲକର୍ଣୀ। ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ଛଅ ଗୋଟି ଜିଲ୍ଲାର ୭୭୫ ଜଣ ବରିଷ୍ଠ ନାଗରିକ। ଦକ୍ଷିଣ-ପଶ୍ଚିମାଞ୍ଚଳ ଅନ୍ତର୍ଗତ କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଆଦି ୬ଟି ଜିଲାର ୭୭୫ଜଣ ତୀର୍ଥଯାତ୍ରୀ ଓ ୨୫ ଜଣ […]

ଆସନ୍ତା ବର୍ଷ ଜାନୁଆରୀ, ଫେବ୍ରୁଆରୀରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ

ଆସନ୍ତା ବର୍ଷ ଅଥାର୍ତ ୨୦୨୭ ମସିହା ଜାନୁଆରୀ, ଫେବ୍ରୁଆରୀ ମାସରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ପ୍ରସ୍ତୁତି ବୈଠକ ଅବସରରେ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ବୁଲି ହେବ ଭୋଟର୍ ସର୍ଭେ ।ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବ ଭୋଟର ସର୍ଭେ । ଜନଗଣନା ପାଇଁ ମାସେ ବିଳମ୍ବିତ ହୋଇପାରେ ଭୋଟର୍ ସର୍ଭେ ।SIR ସହ ଏହି ସର୍ଭେର କୌଣସି ସମ୍ପର୍କ […]

ଏବେ ୫୦୦ରୁ ୨୪୦କୁ କମିଲା ଭକ୍ତ ନିବାସର ପାର୍କିଂ ଫି

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ । ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ସୂଚନା ଦେଇ ସେ କହିଛନ୍ତି ଯେ ଏସ୍‌ଓପି ଆସିଲା ପରେ ରତ୍ନଭଣ୍ଡାର ଗଣତିମଣତି ହେବ ।କିଛି ଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ଭକ୍ତ ନିବାସରେ ଚାରିଚକିଆ ଯାନ ପାଇଁ ପାର୍କିଂ ଫି ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ପୂର୍ବରୁ ଧାର୍ଯ୍ୟ ହୋଇଥିବା ଫିରେ ବୃଦ୍ଧି କରିଥିଲା ଶ୍ରୀମନ୍ଦିର […]

୨୪ରୁ ବନ୍ଦ ହେବ ବସ ଚଳାଚଳ ।  କଟକକୁ ଆସିବ ନାହିଁ କୌଣସି ଘରୋଇ ବସ 

କଟକକୁ ଆସିବ ନାହିଁ କୌଣସି ଘରୋଇ ବସ ।  ମୁଖ୍ୟମନ୍ତ୍ରୀ ବସ ସେବାକୁ ବିରୋଧ କରି ରାଜ୍ୟ ଘରୋଇ ବସ ମାଲିକ ସଂଘ ର ନିଷ୍ପତ୍ତି ।୨୪ରୁ ଗଡ଼ିବନି ଘରୋଇ ବସ୍‌। ଏନେଇ ଚେତାବନୀ ଦେଇଛନ୍ତି ଘରୋଇ ବସ ମାଲିକ ସଂଘ। ମୁଖ୍ୟମନ୍ତ୍ରୀ ବସ ବ୍ଲକ୍‌ରୁ ଜିଲ୍ଲା ହେଡ୍‌ କ୍ୱାର୍ଟରକୁ ଆସିବାକୁ ନେଇ ବିବାଦ ଦେଖାଯାଇଛି।ଆସନ୍ତା ୨୩ ସୁଦ୍ଧା ଦାବିର ସମାଧାନ କରିବା ପାଇଁ ଚେତାବନୀ ଦେଇଛନ୍ତି ମାଲିକ ସଂଘ।ବୈଠକରେ ୮ ଜିଲ୍ଲାର ୧୮ ଆସୋସିଏସନ ସାମିଲ […]

ପୁଣି ଶହବାଜ ସରିଫଙ୍କ ନାଁ ନେଇ ଭାରତ-ପାକିସ୍ତାନ ଯୁଦ୍ଧ ବିରତିର କ୍ରେଡିଟ ନେଉଛନ୍ତି ଟ୍ରମ୍ପ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ରୋକିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶ୍ରେୟ ନେଇଛନ୍ତି । ଶନିବାର ଟ୍ରମ୍ପ କହିଛନ୍ତି, ତାଙ୍କ ହସ୍ତକ୍ଷେପ ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ପଡ଼ୋଶୀଙ୍କ ମଧ୍ୟରେ ସଂଘର୍ଷକୁ ଟାଳି ଦେଇଛି ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଆମେରିକା ଗୋଟିଏ ବର୍ଷରୁ କମ ସମୟ ମଧ୍ୟରେ ଆଠଟି ଶାନ୍ତି ଚୁକ୍ତିନାମା କରିଛି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ […]

ବ୍ରହ୍ମପୁର ଏମକେସିଜିରେ ବିରଳ ଅସ୍ତ୍ରୋପଚାର: କଟି ଯାଇଥିବା ଗୁପ୍ତାଙ୍ଗକୁ ପ୍ଲାଷ୍ଟିକ ସର୍ଜରୀ ଦ୍ବାରା ସଫଳ ଅସ୍ତ୍ରୋପଚାର

ଏମ୍.କେ.ସି.ଜି ମେଡିକାଲ କଲେଜରେ ସଫଳ ହେଲା ବିରଳ ଅସ୍ତ୍ରୋପଚାର । ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ ପକ୍ଷରୁ ଜଣେ ବ୍ୟକ୍ତିଙ୍କ କାଟି ଦିଆଯାଇଥିବା ଗୁପ୍ତାଙ୍ଗକୁ ପ୍ଲାଷ୍ଟିକ ସର୍ଜରୀ ଦ୍ବାରା ସଫଳ ଅସ୍ତ୍ରୋପଚାର କରାଯାଇଛି । ସୂଚନାମୁତାବକ ଗତ କିଛି ଦିନ ତଳେ ଗଞ୍ଜାମର ଜଣେ ବ୍ୟକ୍ତି ସୁରତରୁ ଟ୍ରେନରେ ଫେରୁଥିବା ସମୟରେ କେହି ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲା । ହେଲେ ବ୍ୟକ୍ତି ଜଣଙ୍କ ଏପରି ଘଟଣା କେଉଁ ପରିସ୍ଥିତିରେ ଘଟିଲା, ତାହା ସ୍ପଷ୍ଟ ଭାବରେ କହିପାରିନଥିବା […]

ଏପ୍ରିଲ ପହିଲାରୁ ନୂଆ ନିୟମ। ଦେଶର ସମସ୍ତ ଟୋଲ୍‌ ପ୍ଲାଜା କ୍ୟାସ୍‌ଲେସ୍‌ ହୋଇଯିବ

ଦେଶର ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏପ୍ରିଲ ୧ ତାରିଖରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସରକାର ନ୍ୟାସନାଲ ହାଇଓ୍ବେ ଯାତ୍ରାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଟୋଲ୍ ପ୍ଲାଜାରେ ନଗଦ ଦେୟ ବିକଳ୍ପଗୁଡ଼ିକୁ ଉଚ୍ଛେଦ କରାଯାଉଛି ।ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି, ଟୋଲ୍‌ ପ୍ଲାଜାଗୁଡ଼ିକରେ ଲାଗୁଥିବା ଲମ୍ବା ଧାଡ଼ିକୁ ସମାପ୍ତ କରିବା ଏବଂ ଯାତ୍ରାକୁ ବାଧାମୁକ୍ତ କରିବା । ଏହି ‘ନୋ-ଷ୍ଟପ୍‌’ ସିଷ୍ଟମ୍‌ର […]

ନିଶା ମହାରଶାଙ୍କ ଅଶ୍ଳୀଳ ନୃତ୍ୟ ମାମଲା, ନିଶାଙ୍କୁ ନଚେଇ SDM ନିଲମ୍ବିତ

ଛତିଶଗଡରେ ନିଶା ମହାରଶାଙ୍କ ଅଶ୍ଳୀଳ ନୃତ୍ୟ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ହୋଇଛି । SDM ତୁଳସୀ ଦାଶ ମରକାମ ନିଲମ୍ବିତ। ନିୟମ ଉଲଙ୍ଘନ କରି ଅନୁମତି ଦେଇଥିବା ଯୋଗୁଁ SDMଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ କମିଶନର ମହାଦେବ କାମ୍ବରେ। ପୂର୍ବରୁ ତିନି ଜଣ ପୋଲିସ କର୍ମଚାରୀ ଙ୍କୁ ନିଲମ୍ବିତ କରିବା ସହ ଚଉଦ ଜଣ ଆୟୋଜକ କମିଟି କୁ ଗିରଫ କରିଥିଲା ପୋଲିସ। ସେପଟେ ନିଶାଙ୍କୁ ଘାରିଛି ଗିରଫ ଭୟ। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ […]

ଆଜି ପ୍ରକାଶ ପାଇବ ଓଡ଼ିଆ ଭାଷା ପରୀକ୍ଷା ଫଳ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଦ୍ୱିତୀୟ ଦଶମ ଷ୍ଟାଣ୍ଡାର୍ଡ ଏକକ ବିଷୟ ଓଡ଼ିଆ ଭାଷା ଏବଂ ଦ୍ୱିତୀୟ ଅର୍ଦ୍ଧ ବାର୍ଷିକ ଅଷ୍ଟମ ଷ୍ଟାଣ୍ଡାର୍ଡ ଓଡ଼ିଆ ଭାଷା ପରୀକ୍ଷା ୨୦୨୫ର ଫଳ ଜାନୁଆରୀ ୧୭ ତାରିଖ (ଶନିବାର) ଅପରାହ୍ନ ୨ଟାରେ ପ୍ରକାଶ ପାଇବ। ଏଥିସହ ଅପରାହ୍ଣ ୪ଟା ଠାରୁ ଡିଜିଟାଲ ପ୍ରମାଣପତ୍ର ମିଳିପାରିବ। ପରୀକ୍ଷାର୍ଥୀ ଫେବୃଆରୀ ୧୭ ପର୍ଯ୍ୟନ୍ତ ଏହା ବୋର୍ଡ ୱେବସାଇଟ୍‌ରେ ଉପଲବ୍ଧ ରହିବ ବୋଲି ସୂଚନା ମିଳିଛି।ବୋର୍ଡ ଓ୍ବେବ୍‌ସାଇଟ୍‌ www.bseodisha.ac.inରେ ପରୀକ୍ଷା ଫଳ ସେହି […]

ଆସନ୍ତା ଶିକ୍ଷାବର୍ଷରୁ ନୂଆ ଢାଞ୍ଚାରେ ପାଠପଢା : ପଞ୍ଚମ ଯାଏ ମାତୃଭାଷାରେ ଶିକ୍ଷାଦାନ

ଆସନ୍ତା ଶିକ୍ଷାବର୍ଷ(୨୦୨୬-୨୭)ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ । ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା(ଓଏସ୍ସିଏଫ୍) ଉପରେ ଆଧାରିତ ହେବ । ନୂତନ ଯୁଗ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶିକ୍ଷକଙ୍କ ବୃତ୍ତିଗତ ବିକାଶ ନିରନ୍ତର ଜାରି ରହିବ । ପଞ୍ଚମ ଶ୍ରେଣୀ ଯାଏ ମାତୃଭାଷାରେ ଶିକ୍ଷାଦାନକୁ ସୁଦୃଢ଼ କରାଯିବ । ଏହାଦ୍ୱାରା ପିଲାଙ୍କ ମୌଳିକ ଶିକ୍ଷା ମୂଳଦୁଆ ଶକ୍ତ ହେବ । ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ […]

ଛତିଶଗଡ଼ ଵିଜାପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ

ଛତିଶଗଡ଼ ଵିଜାପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ପୋଲିସର ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ । DRG, STF ଏବଂ CRPF କୋବ୍ରା ଜବାନ ଅପରେସନ ବେଳେ ଏହି ସଫଳତା ମିଳିଛି । ଘଟଣା ସ୍ଥଳରେ ମାଓ ସଂଗଠନ ର ଶିର୍ଷ ନେତା ପାପା ରାଓ ଥିବା ସୂଚନା । ଏବେ ବି ଗୁଳିବିନିମୟ ଜାରି ରହିଛି ।

ପଶ୍ଚିମା ଝଡ଼ର ପ୍ରଭାବ: ବଢ଼ିବ ରାତି ତାପମାତ୍ରା

ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟରେ ଆହୁରି ୨୪ ଘଣ୍ଟା ପ୍ରବଳ ଶୀତ ଲହରି ଜାରି ରହିବ। ଏଥିପାଇଁ ୧୬ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ତେବେ ପଶ୍ଚିମା ଝଡ଼ ପ୍ରଭାବରେ ଦୁଇଦିନ ପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।୫ ଦିନ ଯାଏ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ କୁହୁଡ଼ି ଦେଖା ଯାଇପାରେ । ଶୀତ ସହ କଲବଲ କରୁଛି ଘନ କୁହୁଡି । ଦିନରେ […]