କଟକରେ ଅସଲି ବ୍ରାଣ୍ଡ ନାଁରେ ଚାଲିଥିଲା ନକଲି ମଦ ବେପାର ।

କଟକ ଚୌଦ୍ୱାର କପାଳେସ୍ଵରରେ ଚାଲିଥିଲା ଏହି ବେଆଇନ ଓ ଅପମିଶ୍ରିତ ମଦ ଫ୍ୟାକ୍ଟ୍ରି । ଯେଉଁଟି ତିଆରି ହେଉଥିଲା ଅସଲି ନାଁରେ ନକଲି ମଦ । ଗତକାଲି ରାତିରେ ଏହି ଫ୍ୟାକ୍ଟ୍ରିକୁ ଜିଲ୍ଲା ଅବକାରୀ ଠାବ କରି ଚଢ଼ାଉ କରିବା ପରେ ବିପୁଳ ପରିମାଣର ଅପମିଶ୍ରିତ ମଦ ଜବତ କରିଛି । ଏହି ମାମଲାରେ ଫ୍ୟାକ୍ଟ୍ରି ଇନଚାର୍ଜ ମଧୁସୂଦନ ରାଉତ ଗିରଫ କରିଛି ଅବକାରୀ ଟିମ । ଜବତ ହୋଇଥିବା ବେଆଇନ ମଦର ମୂଲ୍ୟ ୧୫ ଲକ୍ଷ […]

ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା ।

ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା । ଏହା ରାଜ୍ୟର ଦ୍ବିତୀୟ ଜାତୀୟ ଉଦ୍ୟାନ ହୋଇଥିବା ବେଳେ ଦେଶର ୧୦୭ତମ ସ୍ଥାନରେ ରହିଛି । ୨୭୫୦ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରୁ ମାତ୍ର ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବରେ ଘୋଷଣା କରାଗଲା । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ସବୁଠୁ ଅଧିକ ବାଘ ରହିଛନ୍ତି । ପୂର୍ବରୁ ରାଜ୍ୟ ସରକାର 2007 ମସିହାରେ ଏହି ଅଭୟାରଣ୍ୟର 1994 ବର୍ଗ କିମି ଅଞ୍ଚଳକୁ ବାଘଙ୍କ ରହଣି […]

ଅଗ୍ନିବୀର ନିଯୁକ୍ତି ଦୁର୍ନୀତି: ଖୋର୍ଦ୍ଧାରେ ୩ ନୌସେନା ଅଧିକାରୀ ଗିରଫ

ଅଗ୍ନିବୀରରେ ଚାକିରି କରେଇଦେବା ନାଁରେ ଟଙ୍କା ହଡ଼ପ । ବଡ଼ ରାକେଟକୁ ଧରିଲା ଖୋର୍ଦ୍ଧା ପୋଲିସ । INS ଚିଲିକାର ଟ୍ରେନିଂ କରେସପଣ୍ଡେଣ୍ଟ ଗତ ୧୯ ତାରିଖରେ ବାଲୁଗାଁ ଥାନାରେ ଏକ ଏତଲା ଦେଇଥିଲେ । ସେହି ଏତଲା ଆଧାରରେ ଖୋର୍ଦ୍ଧା ପୋଲିସ ତନାଘନା କରିବା ବେଳେ ଏଥିରେ ନାଭି ଅଧିକାରୀ ମାନଙ୍କ ସମ୍ପୃକ୍ତି ମିଳିଥିଲା । ପରେ ଏମାନଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ବ୍ଲୁ ପ୍ରିଣ୍ଟ । ଭାରତୀୟ ନୌସେନାରେ ଅଗ୍ନିବୀର ଭାବେ […]

ରାୟଗଡ ନଗର ରେ ଜାମ୍ମୁ କାଶ୍ମୀର ଆତଙ୍କ ବାଦୀ ଆକ୍ରମଣ ବିରୋଧରେ ପ୍ରତିବାଦ ସଭା।-ହିନ୍ଦୁ ଏକତା ମଞ୍ଚ, ରାୟଗଡ ଜିଲ୍ଲା।

ଜାମ୍ମୁ କାଶ୍ମୀର ରେ ହିନ୍ଦୁ ପର୍ଯ୍ୟଟକ ମାନଙ୍କ ଉପରେ ହୋଇଥିବା ଆତଙ୍କ ବାଦୀ ଆକ୍ରମଣ ବିରୋଧରେ ଆଜି ରାୟଗଡ ନଗର ରେ ହିନ୍ଦୁ ଏକତା ମଞ୍ଚ ତରଫରୁ ଏକ ପ୍ରତିବାଦ ସଭା ସହ ଦୁଇ ଚକିଆ ଜାନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।ଶୋଭାଯାତ୍ରା ରେ ପାକିସ୍ତାନ ସରକାର ମୁର୍ଦାବାଦ, ହିନ୍ଦୁ ହିନ୍ଦୁ ଭାଇ ଭାଇ ସହ ଆତଙ୍କ ବାଦୀ ବିରୋଧରେ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା।ଏହି ଶୋଭାଯାତ୍ରା ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ […]

ଓଡ଼ିଶା ଅକ୍ଷୟ ଶକ୍ତି: ୧୧୯୧.୪୭ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ

ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ଆଧାରରେ ଦଶମ ସିଙ୍ଗଲ୍ ୱିଣ୍ଡୋ କମିଟି (ଏସ୍.ଡବ୍ଲ୍ୟୁ.ସି)ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୧୧୯୧.୪୭ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ କରାଯାଇଛି। ଏହା ସବୁଜଶକ୍ତି ପ୍ରକଳ୍ପ ସ୍ଥାପନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି ।ଅନୁମୋଦିତ ପୋର୍ଟଫୋଲିଓରେ ନିମ୍ନଲିଖିତ ପ୍ରକଳ୍ପ ଅନ୍ତର୍ଭୁକ୍ତ:ଦୁଇଟି ପବନ ଶକ୍ତି ପ୍ରକଳ୍ପ: ମୋଟ ୯୫.୭ ମେଗାୱାଟ |ଚାରୋଟି […]

ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କ ପାଇଁ ନିର୍ଦ୍ଦେଶନାମା

ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ଆସନ୍ତା 30 ତାରିଖ ଅକ୍ଷୟ ତୃତୀୟାରେ ଉଦଘାଟନ ହେବ। ଏହି କାର୍ଯ୍ୟକ୍ରମରେ ପୁରୀ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କ ଏକ ନିର୍ଦ୍ଦେଶ ଜାରି ହୋଇଛି। ଯେଉଁଥିରେ କୁହାଯାଇଛି ଯେ ଦିଘାରେ ପ୍ରତିଷ୍ଠା ହେବାକୁ ଯାଉଥିବା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍‌ଘାଟନ ଉତ୍ସବରେ କେହି ସେବକ ରହିବେନି । ନଚେତ ରୋଷ ଓ ନିଯୋଗରୁ କରାଯିବ ବାସନ୍ଦ । ସବୁଦିନ […]

ଶାଳୀକୁ ନିଜର କରିବା ଆଶାରେ ଭିଣେଇର ଜୀବନ ଗଲା

ଗଞ୍ଜାମ ଜିଲା ପାଟପୁର ଥାନା ପି. ସାମନ୍ତରାପୁର ଗ୍ରାମର ହୀନ ପାତ୍ରଙ୍କୁ ହତ୍ୟା ଘଟଣାରେ ପାଟପୁର ପୋଲିସ ବୁଧବାର ଶେରଗଡ଼ ଥାନା ସୁନାନ୍ତର ଗ୍ରାମର ଦୀପକ ଗୌଡ଼ ଏବଂ ଠୁରୁବୁରେଇ ଗ୍ରାମର ପିଙ୍କୁ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ପୋଲିସର ସୂଚନା ଅନୁଯାୟୀ ଭିଣେଇ ହୀନ ୬ ବର୍ଷ ପୂର୍ବେ ମାମୁଁ ଝିଅ ପି. ପୂଜାଙ୍କୁ ବିବାହ କରିଥିଲେ । ତେବେ ଅଭିଯୋଗ ଅନୁଯାୟୀ ଏହାରି ଭିତରେ ହୀନର ନଜର ପଡ଼ିଥିଲା ଶାଳୀ ଲିଜାଙ୍କ […]

ହିତାଧିକାରୀଙ୍କ ଖାତାକୁ ଗଲା ଷଷ୍ଠ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ୬ ଲକ୍ଷ ରାସନ କାର୍ଡ ବାଣ୍ଟିବା ସହିତ ଷଷ୍ଠ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ୨ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ୨୦୦ କୋଟିର ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।ତେବେ ଏହି ସଭାରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଅବସରରେ କହିଛନ୍ତି ଯେ, ମହିଳା ସଶକ୍ତ ହେଲେ, ବ୍ୟବସ୍ଥା ସୁଦୃଢ଼ ହେଲେ ଦେଶର ବିକାଶ ହେବ।ଏହି ଷଷ୍ଠ […]

୫୦ ଲକ୍ଷ ଭୂତ ରାସନ୍ କାର୍ଡ ଅଛି। ହେଲେ କୁଡେ଼ ଗଲେ ଭୁତ ।

ଆଜି ୬ ଲକ୍ଷ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ଲୋକଙ୍କ ପାଖରେ କାର୍ଡ ପହଞ୍ଚିବ । ଏ ନେଇ ପ୍ରକୟିୟା ଜାରିଥିବାବେଳେ ଆଗାମୀ ଦିନରେ ଆହୁରି ଲୋକଙ୍କୁ ରାସନ କାର୍ଡ ବଣ୍ଟାଯିବ ବୋଲି ନିଜ ଅଭିଭାଷଣରେ କହିଛନ୍ତି ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।ରାଷ୍ଟ୍ରୀୟ ପଞ୍ଜାୟତି ରାଜ ଦିବସ ଅବସରରେ ରାସନ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ।ତେବେ ରାସନ କାର୍ଡକୁ ନେଇ ବିରୋଧୀ ଦଳ ନେତା ଅରୁଣ ସାହୁ କଟାକ୍ଷ କରିଛନ୍ତି ।୫୦ […]

ଦ୍ବିତୀୟ ବିବାହ କରିବାକୁ ପୁଅକୁ ହତ୍ୟା କରିଦେଲା ବାପା ।

ଯାଜପୁର ଧର୍ମଶାଳାରେ ଅତି ନିର୍ଦୟ ଭାବରେ ୬ ବର୍ଷର ନାବାଳକକୁ ମାରି ଗାଁ ପାଖ ପଥର ଖାଦାନରେ ଥିବା ପୋଖରୀରେ ମାରି ଫୋପାଡି ଦେଇଛି ଜନ୍ମ କଲା ବାପା। ଆଉ ମାରିବାର କାରଣ ହେଉଛି ଦ୍ୱିତୀୟ ବିବାହ କରିବାର ଇଚ୍ଛା।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଗାଁର ବାଉରୀବନ୍ଧୁ ରାଉତ ୭ ବର୍ଷ ପୂର୍ବେ ସେହି ଗାଁରେ ବିବାହ କରିଥିଲେ । ହେଲେ ସ୍ତ୍ରୀର ମାନସିକ ସମସ୍ୟା ଥିବା ଅଭିଯୋଗ କରି ଅନେକ ସମୟରେ ଅତ୍ୟାଚାର କରୁଥିଲେ […]

ସୀମାରେ ୨ ହଜାର ନକ୍ସଲ, ପୋଲିସର ଏନକାଉଣ୍ଟରରେ ୫ହାର୍ଡକୋର ମାଓବାଦୀ ନିହତ ।

ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ଉପରେ ବଡ଼ ପ୍ରହାର। ସୁରକ୍ଷାକର୍ମୀ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ମାଓବାଦୀଙ୍କୁ ଘେରାଉ କରିବାସହ ଏନକାଉଣ୍ଟରରେ ୫ ଜଣ ମାଓବାଦୀଙ୍କୁ ନିପାତ କରିଛନ୍ତି। ଖବର ଅନୁଯାୟୀ, ଛତିଶଗଡ଼ ଏବଂ ତେଲେଙ୍ଗାନାର ପ୍ରାୟ ୨ ହଜାର ମାଓବାଦୀ କାରେଗୁଟା ଜଙ୍ଗଲ ଓ ପାହାଡ଼ରେ ରହି ବଡ଼ ହିଂସାକାଣ୍ଡ କରୁଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ୪ ରାଜ୍ୟର ୪ ରାଜ୍ୟର ପ୍ରାୟ ୧୦ ହଜାର ଯବାନଙ୍କୁ କାରେଗୁଟାରେ ମୁତୟନ କରାଯାଇଛି । ଡ୍ରୋନ […]

ପହଲଗାମ୍ ଆତଙ୍କୀ ହମଲା ପରେ ସଜାଗ ରାଜ୍ୟ ସରକାର

ଜମ୍ମୁ କଶ୍ମୀରର ପହଲଗାମରେ ଆକ୍ରମଣକୁ ନେଇ ସମଗ୍ର ଦେଶ ପ୍ରତିଶୋଧ ନିଆଁରେ ଜଳୁଛି। ବିଭିନ୍ନ ମହଲରୁ ଏହି ଲୋମହର୍ଷଣକାରୀ ଘଟଣାକୁ ନିନ୍ଦା କରାଯାଉଛି। ମଙ୍ଗଳବାର ଅପରାହ୍ନରେ ଜମ୍ମୁ-କାଶ୍ମୀର ପହଲଗାମ୍‌ରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ୧୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀମାନେ ପହଲଗାମ୍ ଭ୍ରମରେ ଆସିଥିବା ପର୍ଯ୍ୟଟକ ମାନଙ୍କୁ ତାଙ୍କର ଧର୍ମ ପଚାରି ଗୁଳି କରିଛନ୍ତି। ଏହାରି ଭିତରେ ଆତଙ୍କୀ ହମଲା ପରେ ପୁରା ସଜାଗ ଅଛନ୍ତି ରାଜ୍ୟ ସରକାର। […]