ରାୟଗଡା,୦୮/୦୪ ରାୟଗଡା ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ଓଡିଆ ପକ୍ଷ ପାଳନ ଅବସରରେ ସଂସ୍କୃତି ବିଭାଗ,ରାୟଗଡା ସ୍ବୟଂଶାସିତ ମହାବିଦ୍ୟାଳୟ ସହଯୋଗରେ ଆଜି ରାୟଗଡା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୪୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି ରକ୍ତ ଦାନ ଶିବିରକୁ ରାୟଗଡା ଜିଲ୍ଲାପାଳ ପାରୁଲ ପଟାୱରୀ ଉଦଘାଟନ କରିଥିଲେ । ରାୟଗଡା ରକ୍ତଭଣ୍ଡାରର ଡାକ୍ତର ଗୌତମ ପଟନାୟକ,ସରୋଜକାନ୍ତ ଆଚାର୍ଯ୍ୟ,ବାଡି କିଶୋର କୁମାର,ଉମାକାନ୍ତ […]
କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରିଣୀଙ୍କୁ ଜଣେ ଭକ୍ତ ୫୦ ଲକ୍ଷ ଟଙ୍କାର ସୁନା ମୁକୁଟ ଦାନ କରିଛନ୍ତି । ମା’ଙ୍କ ଆଖିପତା, ନାକ ନୁଥ, ଟିକିଲି ସହିତ ମୁକୁଟ ଦାନ କରିଛନ୍ତି । ସୁନା ମୁକୁଟର ଓଜନ ୪୪୫ଗ୍ରାମ ୪୭୦ ମିଲିଗ୍ରାମ ଏବଂ ଅନ୍ୟାନ୍ୟ ଦୈନଦିନ ବ୍ୟବହୃତ ଅଳଙ୍କାର ୨୫ ଗ୍ରାମ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।ସୁନ୍ଦରଗଡ଼ ଜିଲ୍ଲାର ବଜରଙ୍ଗ ଅଗ୍ରୱାଲଙ୍କ ପକ୍ଷରୁ ଏହି ଦାନ କରାଯାଇଛି । ସୁନା ମୁକୁଟର […]
ଆଜି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ ମାଆ ତାରାତାରିଣୀ ଶକ୍ତିପୀଠ ପରିଦର୍ଶନ କରି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ସମୟରେ ତାଙ୍କ ସହିତ ଉପସ୍ଥିତ ଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ସମ୍ପର୍କରେରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡା ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ଶକ୍ତିପୀଠ ଗସ୍ତ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲି […]
ଚଳିତ ମାସ ଶେଷ ସୁଦ୍ଧା ଶ୍ରୀଜିଉଙ୍କ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା। ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ ମାଆ ତାରାତାରିଣୀ ଶକ୍ତିପୀଠ ପରିଦର୍ଶନ କରି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ସମୟରେ ତାଙ୍କ ସହିତ ଉପସ୍ଥିତ ଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ତେବେ ତାରାତାରେଣୀ ଦର୍ଶନ ବେଳେ ଏହି ସୂଚନା ଦେଇଛନ୍ତି ଆଇମନ୍ତ୍ରୀ। କହିଛନ୍ତି ଯେ ସପ୍ତାହେ […]
ଓଇଆରସି ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ବରିଷ୍ଠ ଆଇଏଏସ ସୁରେଶ ମହାପାତ୍ରଙ୍କ ଅବସର ପରେ ଓଇଆରସି ଅଧ୍ୟକ୍ଷ ପଦ ଖାଲି ଥିଲା । ୧୯୮୯ ବ୍ୟାଚ୍ ର ଆଇଏଏସ ଅଫିସର ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବ ଦାୟିତ୍ୱ ତୁଲାଇ ସାରିଛନ୍ତି। ଏହା ସହ ସେ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସଆରସି) ଓ ଉନ୍ନୟନ କମିଶନର ଭାବରେ ଦାୟିତ୍ୱ ତୁଲାଇଥିଲେ।ଇଲେକ୍ଟ୍ରିସିଟି ଆକ୍ଟ -୨୦୦୩ […]
ପୁଣି ଏକ ଟ୍ରେନ୍ ଦୁର୍ଘଟଣା ମଙ୍ଗଳବାର ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ପାଲାସା ସୁମାଦେବୀ ନିକଟରେ ବିଶାଖାପାଟଣା ଦେଇ ସାଲିମର ଯାଉଥିବା ଫାଲକନମା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍ର ଦୁଇଟି ବଗି ଅଲଗା ହୋଇଯାଇଛି।ଫଳରେ ଶତାଧିକ ଯାତ୍ରୀ ଫସି ରହିବା ସହ ଆତଙ୍କିତ ହୋଇପଡ଼ିଥିଲେ। ଦୁର୍ଘଟଣାରେ ମୃତାହତ ନେଇ କୌଣସି ସୂଚନା ନାହିଁ।ଯାତ୍ରୀମାନଙ୍କ କହିବା ଅନୁଯାୟୀ, ସୁମ୍ମାଦେବୀ-ମଣ୍ଡାସା ଗାଁ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଫଳରେ ଯାତ୍ରୀମାନେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅସୁବିଧାର ସମ୍ମୁଖୀନ […]
ସୁନା ଉପର ଲାଗିଛି ନଜର। ଯେବେଠାରୁ ଚାଇନା ଆମେରିକା ଉପରେ ଶୁଳ୍କ ଲାଗୁ କରିଛି। ସେବେଠାରୁ, ସୁନା ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୦୦ ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୬୫୦ ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୦,୩୮୦ ରହିଥିଲା । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର […]
ନୟାଗଡ଼, (ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ଏବଂ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ତ୍ଵାବଧାନରେ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀଙ୍କ ସମ୍ମତିରେ ନୟାଗଡ଼ ଜିଲାର ସମସ୍ତ ବନବିଭାଗ ଅଧିକାରୀମାନଙ୍କୁ ନେଇ ଜିଲା ଆଇନସେବା ପ୍ରାଧିକରଣ ନୟାଗଡ଼ଙ୍କ ତରଫରୁ ଜିଲା ବନବିଭାଗ ସମ୍ମିଳନୀ କକ୍ଷରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ସଚିବ ଅଞ୍ଜଳୀମଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ନିଜ ବକ୍ତବ୍ୟରେ ଉକ୍ତ […]
୧୦ ବର୍ଷରେ ପଦାର୍ପଣ କଲା ମୁଦ୍ରା ଯୋଜନା । ମୋଦୀ ସରକାରଙ୍କ ବହୁ ଚର୍ଚ୍ଚିତ ଯୋଜନା ଭିତରେ ମୁଦ୍ରା ଯୋଜନା ଥିବା ବେଳେ ଏହା ୧୦ ବର୍ଷରେ ପାଦ ଦେଇଛି । ଆଉ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମୁଦ୍ରା ଲାଭାର୍ଥୀଙ୍କୁ ନିଜ ଦିଲ୍ଲୀ ସ୍ଥିତ ବାସଭବନକୁ ଡାକି ସେମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ ମୁଦ୍ରା ଯୋଜନା ସେମାନଙ୍କ ଆର୍ଥିକ ସ୍ଥିତିକୁ କେତେ ଲାଭଦାୟକ ସାଜିଲା ସେମାନଙ୍କ ଅନୁଭୂତି ପଚାରିଛନ୍ତି |ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ବଢିଛି […]
ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଛତିଶଗଡରେ । ଜଣେ ଛଅ ବର୍ଷୀୟ ଝିଅକୁ ତାଙ୍କ ୨୪ ବର୍ଷୀୟ କାକା ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯିଏକି ନିଜ ଝିଆରୀର ହତ୍ୟା କରି ମୃତଦେହକୁ ଏକ କାର ଭିତରେ ଟ୍ରଙ୍କ୍ରେ ଲୁଚାଇ ନେଇ ଛତିଶଗଡ଼ର ଦୁର୍ଗରେ ରଖିଥିଲେ । ସୂଚନାମୁତାବକ କନ୍ୟା ଭୋଜିରେ ଅଂଶଗ୍ରହଣ କରିବା ପାଇଁ ଶିଶୁଟି ତାଙ୍କ ଜେଜେମାଙ୍କ ଘରକୁ ଯାଇଥିଲା, କିନ୍ତୁ ସେଠାରୁ ଆଉ ଘରକୁ ଫେରିପାରି ନଥିଲା […]
ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ। ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆଗମନ ହୋଇଥାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଚଳିତ ବର୍ଷ ପଣା ସଂକ୍ରାନ୍ତି ଆସନ୍ତା ୧୪ ତାରିଖ ସୋମବାର ଦିନ ପଡୁଛି। ଓଡ଼ିଆ ଜନଜୀବନରେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସଂକ୍ରାନ୍ତି ଦିନଠାରୁ ବୃକ୍ଷଜଗତ […]
ମାଟ୍ରିକ୍ ଖାତା ମୂଲ୍ୟାୟନ ଶେଷ ହୋଇଛି । କେବଳ କିଛି ଅନ୍ୟ ଭାଷା ଉତ୍ତର ଖାତା ଯଥା ବେଙ୍ଗଲି, ତେଲୁଗୁ, ଉର୍ଦ୍ଧୁ ଭାଷାର ଖାତା ବୋର୍ଡ ଅଫିସ ପରିସରରେ ମୂଲ୍ୟାୟନ ଚାଲିଛି ।ରାଜ୍ୟର ୫୨ଟି ଯାକ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ସରି ଉତ୍ତର ଖାତାଗୁଡ଼ିକ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ପହଞ୍ଚିବା ପରେ ସେଗୁଡ଼ିକର ଟାବୁଲେସନ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ […]
