ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଛି । ତେବେ ଶୁଣାଣି ସମୟରେ ତଦନ୍ତ କମିଶନଙ୍କ ରିପୋର୍ଟ ଆଗାମୀ ଦୁଇ ମାସ ମଧ୍ୟରେ ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ହେବ ବୋଲି ଆଡଭୋକେଟ୍ ଜେନେରାଲ କୋର୍ଟଙ୍କୁ ସୂଚନା ଦେଇଥିଲେ । ସେହିଭଳି ସ୍ନାନ ପୂର୍ଣ୍ଣିମା ପୂର୍ବରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ସୋମବାର ଅଦାଲତଙ୍କୁ ଅବଗତ କରିଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଗଠିତ […]
ଆସନ୍ତା 2027 ସୁଦ୍ଧା ପ୍ରତ୍ୟେକ ଘରେ କିପରି 24 ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବ ଏଥିପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଖରା ଦିନେ ପାଣି ସମସ୍ୟା ପାଇଁ ଖୋଲାଯିବ କଣ୍ଟ୍ରୋଲ ରୁମ୍। ଅଭିଯୋଗ ଆସିବାର 2 ଘଣ୍ଟାରେ ହେବ ସମସ୍ୟାର ସମାଧାନ । ନଦୀ ଜଳକୁ ଅଧିକା ବ୍ୟବହାର କରିବାକୁ ବ୍ୟାରେଜ୍ ତିଆରି କରାଯିବ ବୋଲି କହିଛନ୍ତି ନଗର ଉନ୍ନୟନ […]
ଶ୍ରୀମନ୍ଦିର ସମ୍ମୁଖରେ କିଛି ନିର୍ଦ୍ଧିଷ୍ଟ ସେବାୟତଙ୍କ ଦ୍ବାରା ପୁରୀର କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ଏବଂ ମାଡ଼ ମାରିବା ଘଟଣାକୁ ୨୪ ଘଣ୍ଟା ବିତି ସାରିଛି। କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନି ପୋଲିସ। ଯାହାକୁ ନେଇ ପୁରୀରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଅଭିଯୁକ୍ତ ଙ୍କ ଗିରଫ ଦାବିରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ସାମ୍ବାଦିକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ସହିତ ଏପସି ଅଫିସ ସମ୍ମୁଖରେ […]
ପୁରୀରେ ପୁଣି ଅଗ୍ନିକାଣ୍ଡ । ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛ ପଟେ ପଛପଟେ ରଖାଯାଇଥିବା ପୁରୁଣା ବ୍ୟାରିକେଡ୍ ଗୁଡ଼ିକରେ ନିଆଁ ଲାଗିଛି କିନ୍ତୁ କାହାର କିଛି କ୍ଷତି ଘଟିନାହିଁ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଆଜି ସକାଳ ସମୟରେ ଘଟିଛି ଏଭଳି ଅଗ୍ନିକାଣ୍ଡ। ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛପଟେ ରଖାଯାଇଥିବା ପୁରୁଣା ବ୍ୟାରିକେଡରେ ନିଆଁ ଲାଗିଛି। ନିଆଁ ଲାଗି ଯାଇ ବ୍ୟାରିକେଡ ଗୁଡିକ ହୁତୁ ହୁତୁ ହୋଇ ଜଳିଛି। ଲୁହା, ପ୍ଲାଷ୍ଟିକ […]
ଭୁବନେଶ୍ୱର ସ୍ଥିତ ତୋଷାଳି ବିଲ୍ଡିଂ ର ୩ୟ ମହଲାରେ ଉଦ୍ଘାଟନ ହେଲା ନୂଆ ଲ କମିଶନ ଅଫିସ। ଗୃହ ପ୍ରବେଶ କଲେ ଲ କମିଶନ ଅଧିକାରୀ। ଏହି କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। I ଭୁବନେଶ୍ୱର ସ୍ଥିତ ତୋଷାଳୀ ଭବନ ପରିସରରେ ସ୍ଥାପିତ ଆୟୋଗଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଚଳିତ ଆଇନର ତର୍ଜମା, ପରିବର୍ତ୍ତନ ଓ ସଂଶୋଧନ କରିବା ଦିଗରେ ସରକାରଙ୍କୁ ପରାମର୍ଶ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ I ଏଥିସହ ୧୯୬୯ […]
ଅନୁଗୋଳ ପୁଲିସ ୩ ଦିନ ମଧ୍ୟରେ ଦୁଇ ଦୁଇଟି ଏନକାଉଣ୍ଟର ସାଙ୍ଗକୁ ଡକାୟତ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି । ଅପରାଧୀଙ୍କ ଉତ୍ପାତ ପରେ ଆକ୍ସନ ମୋଡରେ ଅନୁଗୁଳ ପୋଲିସ । ପୋଲିସକୁ ବାରମ୍ବାର ଚକମା ଦେଇ ଖସିଯାଉଥିବା ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ୩ ଦିନରେ କରି ସାରିଲାଣି ଦୁଇ ଦୁଇଟି ଏନକାଉଣ୍ଟର। ନିଶା ଅଞ୍ଚଳର କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଓରଫ ଝାମୁ ,କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ,ମୋଷ୍ଟ ୱାଣ୍ଟେଡ ପୁରୁଷୋତ୍ତମ ଭୂତିଆକୁ […]
ଟ୍ରମ୍ପ ଟାରିଫ୍ ଆଟାକ୍ ପରେ ଦୋହଲିଯାଇଛି ବିଶ୍ୱ ଅର୍ଥନୀତି । ଓ୍ୱାଲ୍ ଷ୍ଟ୍ରିଟ୍ ଠାରୁ ଆରମ୍ଭ କରି ଭାରତୀୟ ସେୟାର ମାର୍କେଟରେ କମ୍ପନ । ଏହା ସୁନା ଏବଂ ରୂପାର ମୂଲ୍ୟକୁ ପ୍ରଭାବିତ କରୁଛି । COMEX ରେ ସୁନା 3000 ଡଲାର ତଳକୁ ଖସିଗଲା, ଯାହା ଏକ ମାସର ସର୍ବନିମ୍ନ ମୂଲ୍ୟ ଥିଲା। ସେହି ସମୟରେ, ରୂପା 4 ମାସର ସର୍ବନିମ୍ନ ମୂଲ୍ୟ ଅର୍ଥାତ୍ 30 ଡଲାର ତଳେ ପହଞ୍ଚିଛି । ଆଜି ଭାରତୀୟ ବଜାରରେ […]
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହାରଦୀପ ସିଂହ ପୁରୀ ସୋମବାର ଘୋଷଣା କରିଛନ୍ତି ଯେ, ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇବ। ଏହି ବର୍ଦ୍ଧିତ ଦର ମଙ୍ଗଳବାରଠାରୁ ଲାଗୁ ହେବ। ଦର ବୃଦ୍ଧି ସହିତ ଉଜ୍ଜଳା ବ୍ୟତୀତ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୮୦୩ ଟଙ୍କାରୁ ୮୫୩ ଟଙ୍କାକୁ ବୃଦ୍ଧିପାଇବ। ସୂଚନାଥାଉକି, ଏହା ପୂର୍ବରୁ ସରକାର ପେଟ୍ରୋଲ-ଡିଜେଲ ଉପରେ ୨ ଟଙ୍କା ଲେଖାଏଁ ଏକ୍ସସାଇଜ ଡ୍ୟୁଟି ବଢ଼ାଇଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ କମ […]
ଓଡ଼ିଶାକୁ ଏଚସିଏଲ୍ ଟେକ୍ ଆସିବ ବୋଲି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀ ଇନଭେଷ୍ଟର ଟିମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ HCL କର୍ତ୍ତୃପକ୍ଷଙ୍କୁ ଓଡ଼ିଶା ଆସି ପୁରୀ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି । ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସି ପ୍ରଥମ ଦିନରେ ନୋଏଡା HCL ଟେକ୍ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । HCL ଟେକ୍ ପରିଦର୍ଶନ ସହ ଏବଂ […]
ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା କରିଛନ୍ତି ଲିଖିତ ଅଭିଯୋଗ । ନରିଙ୍କ ଅଭିଯୋଗ ପରେ ବାଲିଚନ୍ଦ୍ରପୁର ସ୍ଥିତ ଢ଼ାବା ଓ ତୁଳସୀ ମାଲିକ ଅନନ୍ତ ନାରାୟଣ ଧଳଙ୍କ ଅଫିସରେ ପହଞ୍ଚିଛି ବାଲିଚନ୍ଦ୍ରପୁର ପୋଲିସ । ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସଂପୃକ୍ତ ଢ଼ାବାରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି । ଯେଉଁ ସିସି ଟିଭି ଫୁଟେଜ ଯାଞ୍ଚ କରିବା ପାଇଁ ନରି ପଣ୍ଡା ଦାବି କରିଥିଲେ […]
ଭୁବନେଶ୍ୱର ଫେରି ସସ୍ମିତଙ୍କ ଉପରେ ଗର୍ଜିଲେ ରାଜ୍ୟସଭା ସାଂସଦ ମୁନା ଖାଁ । କହିଲେ. ସଂସଦୀୟ ଗଣତନ୍ତ୍ରରେ ସମର୍ଥନ କିମ୍ବା ବିରୋଧ କରାଯାଏ ନହେଲେ କକ୍ଷତ୍ୟାଗ ଭଳି ନିଷ୍ପତ୍ତି ନିଆଯାଏ । ଆମ ସଂସଦୀୟଦଳ ନେତା ସସ୍ମିତ ବାବୁ ବିବେକ ଅନୁସାରେ ଭୋଟ୍ ଦେବାକୁ କହିବା ସଂସଦ ଇତିହାସରେ ବିରଳ ଘଟଣା । ସେ କହିଛନ୍ତି, ସସ୍ମିତ୍ ନିଜର ମତ ନେଇ କାହା ସହ ଆଲୋଚନା କରିନାହାନ୍ତି । ଟ୍ବିଟ୍ ପକେଇ, ଗଣମାଧ୍ୟମରେ ମଧ୍ୟ ବାଇଟ ଦେଇଛନ୍ତି, […]
ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ ପ୍ରସଙ୍ଗକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ବିଷ୍ଣୁପଦ ଓ ତାଙ୍କ ପରିବାରର ଅନ୍ତରୀଣ ସୁରକ୍ଷା ବଢିଛି। ଅନ୍ତରୀଣ ସୁରକ୍ଷା ବଢାଇଛନ୍ତି ହାଇକୋର୍ଟ।ଆସନ୍ତା ମେ ୬ ତାରିଖରେ ହାଇକୋର୍ଟ ଶୁଣାଣି କରିବେ।ସୂଚନାମୁତାବକ, ଟେଣ୍ଡର ଫିକ୍ସିଂ ମାମଲାରେ ଗତ ୧୮ ତାରିଖରେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଘରେ ଚଢ଼ାଉ କରିଥିଲା ସବିଆଇର ୮ ଜଣିଆ ଟିମ୍ । ଟେଣ୍ଡର ଫିକ୍ସିଂ ମାମଲାରେ ବାରାମ୍ବାର ସମନ ପରେ ମଧ୍ୟ ହାଜର ହେଉନଥିଲେ […]
