ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ଦଳର ବରିଷ୍ଠ ନେତା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । ପ୍ରସନ୍ନ ଆଚାର୍ଯ୍ୟ, ଶଶୀଭୂଷଣ ବେହେରା, ନୃସିଂହ ସାହୁ ପ୍ରମୁଖ ବୈଠକରେ ଯୋଗ ଦେଇଛନ୍ତି । ବୈଠକରେ ମୁଖ୍ୟତଃ ସାଂଗଠନିକ ନିର୍ବାଚନ ଓ ଦଳୀୟ ବ୍ୟାପାର ନେଇ ଆଲୋଚନା ଚାଲିଥିବା ଜଣାପଡ଼ିଛି ।ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ […]
ଲୋକ ସଭା ପରେ, ରାଜ୍ୟ ସଭାରେ ମଧ୍ୟ ୱକଫ ସଂଶୋଧନ ବିଲ୍ ଗୃହୀତ ହୋଇଥିଲା। ତଥାପି, କଂଗ୍ରେସ ଏହି ବିଲ୍କୁ ବିରୋଧ କରିଛି। କଂଗ୍ରେସ କହିଛି ଯେ ଦଳ ଖୁବ ଶୀଘ୍ର ଏହି ବିଲ୍ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ଏବଂ ୱକଫ (ସଂଶୋଧନ) ବିଲ, ୨୦୨୪ର ସାମ୍ବିଧାନିକ ବୈଧତାକୁ କୋର୍ଟରେ ଚ୍ୟାଲେଞ୍ଜ କରିବ।ତେବେ ବୁଧବାର ଲୋକସଭାରେ ୧୪ ଘଣ୍ଟା ଆଲୋଚନା ଏବଂ ଗୁରୁବାର ରାଜ୍ୟସଭାରେ ପ୍ରାୟ ୧୭ ଘଣ୍ଟାର ଦୀର୍ଘ ଆଲୋଚନା ପରେ ସଂସଦର ଉଭୟ […]
କେନ୍ଦ୍ର କ୍ୟାବିନେଟର ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ବୈଠକ ପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୈଠକର ନିଷ୍ପତ୍ତି ଉପରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରେଳ ମନ୍ତ୍ରଣାଳୟର ୪ ପରିଯୋଜନାକୁ ମଞ୍ଜୁରି ଦିଆଯାଇଛି । ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୋଟ ୧୮,୬୫୮ କୋଟି ଟଙ୍କା ଖର୍ଚ୍ଚ ହେବ । ମହାରାଷ୍ଟ୍ର, ଓଡ଼ିଶା ଓ ଛତିଶଗଡ଼ର ୧୫ ଜିଲ୍ଲାକୁ କଭର୍ କରୁଥିବା ଏହି ପରିଯୋଜନାରେ ଭାରତୀୟ ରେଲୱେର ନେଟୱାର୍କ ୧୨୪୭ […]
ଏପ୍ରିଲ ୧୧ରୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ । ସେଥିପାଇଁ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ୧୦ ତାରିଖ ରାତିରେ ଭୁବନେଶ୍ୱର ପହଞ୍ଚିବେ ନଡ୍ଡା । ୧୧ରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିବେ ।ଏହି ସରକାରୀ ସ୍ବାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ଗରିବ ଶ୍ରେଣୀ ଏବଂ ଅଭାବୀ ଲୋକଙ୍କୁ ଦିଆଯାଉଛି। ଏହା ମାଧ୍ୟମରେ ଜଣେ ମାଗଣା ସ୍ବାସ୍ଥ୍ୟ ସେବାର ଲାଭ ପାଇଥାନ୍ତି।୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା […]
ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ । ମଧ୍ୟସ୍ଥି ଜରିଆରେ ନେଉଥିଲେ ଲାଞ୍ଚ । ଶେଷରେ ଭିଜିଲାନ୍ସ ହାତରେ ଧରାପଡିଗଲେ ଉଭୟ । ବାଲିଅନ୍ତା ବ୍ଲକ୍ କନିଷ୍ଠ ଯନ୍ତ୍ରୀ ସଂଘମିତ୍ର ପଟ୍ଟନାୟକ ଏବଂ ମଧ୍ୟସ୍ତି ବେଣୁଧର ପରିଡାଙ୍କୁ ଧରିଛି ଭିଜିଲାନ୍ସ ।ସୂଚନାଯୋଗ୍ୟ ଯେ, ବାଲିଅନ୍ତା ବ୍ଲକ୍ କନିଷ୍ଠ ଯନ୍ତ୍ରୀ ସଂଘମିତ୍ର ପଟ୍ଟନାୟକ ମଧ୍ୟସ୍ଥି ଜରିଆରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ । ୨୦୨୩ ମସିହାର ଏକ ବିଲ୍ ପାସ୍ କରିବାକୁ […]
କୃଷିକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । କେମିତି ଚାଷୀର ବିକାଶ ହେବ ସେ ନେଇ ନିଇତି ନୂଆ ନୂଆ ଯୋଜନା କରାଯାଉଛି । ଯାହାର ଭରପୂର ଫାଇଦା ଉଠାଉଛନ୍ତି ଚାଷୀ । କଳାହାଣ୍ଡିର ଆମ୍ବ, ଭେଣ୍ଡି, ଢେଙ୍କାନାଳର ସୁଆଦିଆ ଆମ୍ବ ଆଦି ଦୁବାଇ ଯିବା ପରେ ଏବେ ପୁଣି ଓଡ଼ିଆଙ୍କର ଅତିପ୍ରିୟ ସଜନା ଛୁଇଁ ଓ ପୋଟଳ ବିଦେଶକୁ ରପ୍ତାନୀ ହେଉଛି । ଏନେଇ ସୂଚନା ଦେଇଛନ୍ତି କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ […]
ଆଗକୁ ଯାତ୍ରା ପାର୍ଟିରେ କାମ କରିପାରିବେନି ଅଭିନେତା ନରି ପଣ୍ଡା । ଯାତ୍ରା ତୁଳସୀ ମାଲିକ ଓ ନରି ପଣ୍ଡାଙ୍କ ଭିତରେ ହୋଇଥିଲା ବିବାଦ ଏବେ ନୂଆ ମୋଡ଼ ନେଇଛି। ହାସ୍ୟ ଅଭିନେତା ନରିଙ୍କୁ ଯାତ୍ରା ପାର୍ଟିରୁ ବ୍ୟାନ୍ କରାଯାଇଛି।ସୂଚନାଥାଉକି, ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ଆଗାମୀ ଯାତ୍ରା ଋତୁ ୨୦୨୫- ୨୬ ପାଇଁ ତୁଳସୀ ଗଣନାଟ୍ୟକୁ ଯିବା ପାଇଁ ୧୬ ଲକ୍ଷ ଟଙ୍କାରେ ଏଗ୍ରିମେଣ୍ଟ କରିଥିଲେ। ସେ ଦୁଇଟି ପର୍ଯ୍ୟାୟରେ ୧୦ […]
ବାରବାଟୀରେ ପୁଣି ବର୍ଷିବ ଚୌକାଛକା । ୨୦୧୦ରେ ବାରବାଟୀ ଡେକାନ ଚାର୍ଜର୍ସର ହୋମ ଗ୍ରାଉଣ୍ଡ ରହିଥିଲା । ଏଠାରେ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା । ଏହାପରେ ୨୦୧୪ରେ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ହୋମ୍ଗ୍ରାଉଣ୍ଡ ରହିଥିଲା । ସେହି ବର୍ଷ ହିଁ ଏଠାରେ କିଙ୍ଗ୍ସ୍ ଇଲେଭେନ୍ ପଞ୍ଜାବ ମଧ୍ୟ ଏହି ଷ୍ଟାଡିୟମକୁ ହୋମ୍ଗ୍ରାଉଣ୍ଡ୍ ଭାବରେ ବ୍ୟବହାର କରିଥିଲା । ଏବେ ସନ୍ରାଇଜର୍ସ ହାଇଦ୍ରାବାଦର ଷ୍ଟାଡିୟମ ବଦଳାଇବା ଚର୍ଚ୍ଚା ଭିତରେ ପୁଣି କଟକ ବାରବାଟୀକୁ ସୁଯୋଗ ମିଳିପାରେ । […]
ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ଥିବା ଏକ ବିଦ୍ୟାଳୟରେ ଅଜବ ଶିକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଛି। ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମାତ୍ର ୫ ଶହ ମିଟର ଦୁରରେ ଥିବା ସରକାରୀ ବେଙ୍ଗଲୀ ପ୍ରାଥମିକ ବିଦ୍ୟାଳୟରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ସକାଳୁଆ ସ୍କୁଲ ହୋଇଥିବାରୁ ପିଲାମାନେ ଭୋର ସକାଳୁ ନିଜର ନିତ୍ୟକର୍ମ ସାରି ସ୍କୁଲ ମୁହାଁ ହୋଇଥିଲେ। ଏହି ବିଦ୍ୟାଳୟରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ପିଲା ସ୍କୁଲ ଆସି ଶିକ୍ଷକଙ୍କୁ ଅପେକ୍ଷା କରି ରହିଥିଲେ […]
ରାୟଗଡ ସହରରେ ପ୍ରତି ବର୍ଷ ବଡ଼ ଧୁମଧାମରେ ଶ୍ରୀ ରାମ ନବମୀ ଉତ୍ସବ ପାଳନ ହୁଏ । ସେହିପରି ଚଳିତ ବର୍ଷ ୬ ତାରିଖ ରେ ଏହି ପବିତ୍ର ଉତ୍ସବ ପାଳନ ବଡ଼ ଆଡମ୍ବର ରେ ପାଳନ କରିବା ନେଇ କମିଟି ତରଫରୁ ସ୍ଥାନୀୟ ମା ମଝିଘରିଆଣି ମନ୍ଦିର ପ୍ରାଙ୍ଗଣରେ ଥିବା ଉଦ୍ୟାନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଥିଲେ । ଆସନ୍ତା ୬ ତାରିଖ ରେ ସକାଳ ଠିକ ୯.୩0 ରେ ରାମ […]
ଆସନ୍ତା ୫ ତାରିଖରେ ଏକାମ୍ର କ୍ଷେତ୍ରରେ ବାବା ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ମହାପ୍ରଭୁ ଲିଙ୍ଗରାଜ ଦୋଳଗୋବିନ୍ଦ ଓ ଭଉଣୀ ରୁକୁଣା ରଥରେ ବିଜେ ହୋଇ ମାଉସୀ ଘରକୁ ଯାତ୍ରା କରିବେ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତେବେ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହେବ । ମରିଚିକୁଣ୍ଡରୁ ପ୍ରଥମ କଳସ ପାଣି ଆସିବା ପରେ ରଥ ପ୍ରତିଷ୍ଠା ଆରମ୍ଭ ହେବ । ସେହିପରି ରଥ ପ୍ରତିଷ୍ଠା ପାଇଁ […]
ବିଶ୍ବ ବଜାରରେ ଅସ୍ଥିରତା ଓ ଅନିଶ୍ଚତତା ମଧ୍ୟରେ ସୁନାର ଚମକ ବଢ଼ିଚାଲିଛି । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ୧୦ ଗ୍ରାମ ପିଛା ୯୩ ହଜାର ୮୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୫ ହଜାର ୬୦୦ ଟଙ୍କାକୁ ପହଞ୍ଚିଛି ।ସେହିପରି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୩ ହଜାର ୩୮୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୫, […]
