୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ। ଧରାପଡି ଛେଚା ଖାଇଲେ ଫରେଷ୍ଟର। ଶେଷରେ ବନ୍ଧା ହୋଇ ଜେଲ ଗଲେ। ରାୟଗଡ଼ା ଜିଲ୍ଲା ଗୁଣପୁର ପଦ୍ମପୁର ଅଞ୍ଚଳରେ ଘଟିଛି ଏପରି ଅମାନବୀୟ ଘଟଣା । ନରସିଂହ ଶତପଥୀ ଗୁଡ଼ାରି ରେଞ୍ଜ ଅଧିନସ୍ଥ କେନ୍ଦୁଗୁଡ଼ା ସେକ୍ସନର ଫରେଷ୍ଟର ଭାବେ କାର୍ଯ୍ୟରତ ଅଛନ୍ତି । ସୂଚନା ଅନୁସାରେ ଶୁକ୍ରବାର ନରସିଂହଙ୍କ ପଡ଼ିଶା ଘରେ ରହି ପାଠ ପଢୁଥିବା ଜଣେ ୧୨ ବର୍ଷୀୟ ନାବାଳିକାକୁ ପ୍ରଲୋଭନ ଦେଖାଇ ଘର ଭିତରକୁ ଡ଼ାକି ଦୁଷ୍କର୍ମ […]
ସୁନା ଦର ଶୁକ୍ରବାର ୧୦ ଗ୍ରାମ୍ ପ୍ରତି ୧,୧୦୦ ଟଙ୍କା ବୃଦ୍ଧି ପାଇ ଜାତୀୟ ରାଜଧାନୀରେ ୯୨,୧୫୦ ଟଙ୍କାରେ ପହଞ୍ଚତ୍ଛି। ବିଦେଶୀ ବଜାରରେ ସୁନା ଦର ବଢ଼ିଥିବାରୁ ଘରୋଇ ବଜାରରେ ମହଙ୍ଗା ହୋଇଥିବା ଅଲ୍ ଇଣ୍ଡିଆ ସରାଫା ଆସୋସିଏଶନ କହିଛି।ରୁପାର କିଲୋପିଛା ଦାମ୍ ୩୦୦୦ ଟଙ୍କା ବୃଦ୍ଧି ପାଇ ୧,୧୪,୦୦୦ ଟଙ୍କା ହୋଇଛି। ଗତ ତିନି ଦିନ ଭିତରେ ରୁପା ୪୦୦୦ ଟଙ୍କା ମହଙ୍ଗା ହୋଇଛି । ଏହା ପୂର୍ବରୁ ଚଳିତ ମାସ ୧୯ରେ ରୁପା ୧,୧୪,୦୦୦ […]
OWSSB ( ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ ) ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଏକାକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ । ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଇନଚାର୍ଜ ଭାବେ କାର୍ଯ୍ୟରତ ଅଛନ୍ତି । ଖୋର୍ଦ୍ଧା, ଭୁବନେଶ୍ବର ଘର ସମେତ କଟକର ସଂପର୍କୀୟଙ୍କ ଘରେ ରେଡ୍ । ଚଢାଉରେ ୭ ଡିଏସପି, ୯ ଇନସ୍ପେକ୍ଟର, ୧୦ ଏଏସଆଇ ସାମିଲ ହୋଇଛନ୍ତି । ତେବେ ବର୍ତ୍ତମାନ […]
ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରାଜ୍ୟ ସରକାର ୨.୯୦ ଲକ୍ଷ କୋଟି ଟଙ୍କାର ବଜେଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି। କିଛି ବିଭାଗର ଖର୍ଚ୍ଚଦାବି ଗୃହରେ ଆଲୋଚନା ପରେ ପାରିତ କରାଯାଇ ଥିବାବେଳେ ଶୁକ୍ରବାର ୨୨ଟି ବିଭାଗର ଖର୍ଚ୍ଚଦାବି ଗିଲୋଟିନ ଜରିଆରେ ପାରିତ ହୋଇଛି। ଆଜି ଗୃହରେ ବ୍ୟୟ ମଞ୍ଜୁରୀ ବିଧେୟକ ଆଗତ କରାଯାଇ ଏହା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଗୃହରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ପୂର୍ବରୁ ମୁଖ୍ୟ ବିରୋଧୀ ବିଜେଡ଼ି ସରକାରଙ୍କୁ ଘେରିବା […]
ଦୀର୍ଘଦିନ ପରେ ପୁଣି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଅବସରପ୍ରାପ୍ତ ଆଇଏଏସ ଭି.କେ ପାଣ୍ଡିଆନ୍ଙ୍କୁ ଏକାଠି ଦେଖିବାକୁ ମିଳିଛି କିନ୍ତୁ ଏହାର ସତ୍ୟତା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ୨୦୨୪ ନିର୍ବାଚନ ପରେ ନବୀନଙ୍କ ସହ ପାଣ୍ଡିଆନ୍ଙ୍କୁ ଦେଖିବାକୁ ମିଳୁ ନ ଥିଲା। ଦଳୀୟ ନେତା ନବୀନ ନିବାସରେ ପାଣ୍ଡିଆନ୍ଙ୍କୁ ଭେଟୁଥିଲେ ମଧ୍ୟ ନବୀନଙ୍କ ସହ ଗୋଟିଏ ଫ୍ରେମ୍ରେ ସେ ନଜର ଆସୁନଥିଲେ। ତେବେ ନିକଟରେ ନବୀନ ତାମିଲନାଡୁ ମୁଖ୍ୟମନ୍ତ୍ରୀ […]
ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ବାରା ପରିଚାଳିତ ୨୦୨୪ ବର୍ଷର ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସଏସଟିଇଟି) ଫଳ ଆଜି ପ୍ରକାଶ ପାଇଛି। ଓଏସଏସଟିଇଟି-୨୦୨୪ ପରୀକ୍ଷାଫଳ ୱେବସାଇଟ୍ www.bseodisha.ac.inରେ ଉପଲବ୍ଧ ହେଉଛି। ଏହି ୱେବସାଇଟରୁ ପରୀକ୍ଷାର୍ଥୀ ସେମାନଙ୍କ ପରୀକ୍ଷାଫଳ ଜାଣିପାରିବେ।ପ୍ରଥମେ ଓଏସଏସଟିଇଟିର ଅଫିସିଆଲ ୱେବସାଇଟ www.bseodisha.ac.inକୁ ଲଗ ଇନ୍ କରନ୍ତୁ । ସେଥିରେ ନିଜ ଇ-ମେଲ୍ ଆଇଡି ଏବଂ ପାସୱାର୍ଡ ଦିଅନ୍ତୁ । ଏହାପରେ ଲଗ୍ ଇନ୍ ଅଫସନ ଉପରେ କ୍ଲିକ୍ କରନ୍ତୁ । ଏହାପରେ […]
ସମାଜ ଏବଂ ସମ୍ବିଧାନ ପ୍ରତି ତାଙ୍କ ଅବଦାନ ଅତୁଳନୀୟ। ସେଥିପାଇଁ କେନ୍ଦ୍ର ସରକାର ଶୁକ୍ରବାର ଦିନ ୧୪ ଏପ୍ରିଲକୁ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମବାର୍ଷିକୀକୁ ସାଧାରଣ ଛୁଟି ଘୋଷଣା କରିଛନ୍ତି।କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସମ୍ବିଧାନର ସ୍ଥପତି, ସମାଜରେ ସମାନତାର ଏକ ନୂତନ ଯୁଗ ପ୍ରତିଷ୍ଠା କରିଥିବା ବ୍ୟକ୍ତି, ଆମର ପୂଜ୍ୟ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଜୀଙ୍କ ଜନ୍ମ ବାର୍ଷିକୀରେ ସରକାରୀ କ୍ଷେତ୍ରରେ ସାଧାରଣ ଛୁଟି ରହିବ। ଏହି ନିଷ୍ପତ୍ତି ନେଇ ବାବା ସାହେବଙ୍କ […]
ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ଠାବ କଲେ ସୁରକ୍ଷା ବାହିନୀ । ଗାଙ୍ଗାଲୁର ଥାନା ଅନ୍ତର୍ଗତ ଚେରପାଲ ପାଲନାର ରାସ୍ତାରୁ ପ୍ରାୟ ୪୫ କିଲୋଗ୍ରାମ ଓଜନର ଆଇଇଡି ଉଦ୍ଧାର କରିବା ପରେ ଏହାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ । ସୂଚନାଯୋଗ୍ୟ ଯେ, ସିଆରପିଏଫ୍ ୨୨୨ ବାଟାଲିୟନର ଯବାନ ମାନେ ଶୁକ୍ରବାର ସକାଳେ ପାଲନାର କ୍ୟାମ୍ପରୁ ସର୍ଚ୍ଚ ଅପରେସନ ଲାଗି ବାହାରିଥିଲେ । ହେଲେ ଚେରପାଲ ଠାରୁ ଦୁଇ କିଲୋମିଟର ଦୂର ପାଲନାର ରାସ୍ତାରେ ନକ୍ସଲମାନେ […]
ଚିନ୍ତା ବଢ଼ାଇଲାଣି ଖରା। ଆଜି ୪୦ ଡିଗ୍ରୀ ଟପିଲା ରାଜଧାନୀ ତାତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ରେକର୍ଡ କରିଛି ତାପମାତ୍ରା। ଦିନର ତାପମାତ୍ରା ଥିଲା ୪୦.୨ ଡିଗ୍ରୀ।ଝାରସୁଗୁଡାରେ ୪୨ଡ଼ିଗ୍ରୀ ଅତିକ୍ରମ କଲା ତାତି । ଶୁକ୍ରବାର ଦିନ ୨ଟା ୩୦ ମିନିଟ୍ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ଝାରସୁଗୁଡାରେ ୪୨.୨ ଡ଼ିଗ୍ରୀ, ସମ୍ବଲପୁରରେ ୪୧.୬ ଡ଼ିଗ୍ରୀ, ରାଉରକେଲାରେ ୪୦.୨ ଡ଼ିଗ୍ରୀ, ହୀରାକୁଦରେ ୪୦ ଡ଼ିଗ୍ରୀ, ଚାନ୍ଦବାଲିରେ ୩୯.୮ ଡ଼ିଗ୍ରୀ ଏବଂ କେନ୍ଦୁଝରରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଶିଶୁମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ଲୁକ୍କାୟିତ ପ୍ରତିଭା ବାର୍ଷିକୋତ୍ସବ ପାଳନ ମାଧ୍ୟମରେ ପରିସ୍ଫୁଟିତ ହୋଇଥାଏ। ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବ୍ୟତୀତ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ରହିଥିବା ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ନୟାଗଡ଼ ବ୍ଲକ ଅନ୍ତର୍ଗତ କାଳିକାପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକଉତ୍ସବରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ […]
ଭାରତରେ ଅତ୍ୟାଚାର, ନିର୍ଯାତନା ଆଦି ମାମଲା ବଢ଼ିବାରେ ଲାଗିଛି । ଏଥିରୁ ବାଦ୍ ପଡ଼ିନି ଓଡ଼ିଶା । ଗତ ମାସ ମଧ୍ୟରେ ୨୪୮୩ ଜଣଙ୍କୁ ନିର୍ଯାତନା ମାମଲା ସାମ୍ନାକୁ ଆସିଛି । ଏନେଇ ଆଜି ଗୃହରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।ଗତ ୨୦୨୪ ଜୁନ୍ରୁ ୨୦୨୫ ଫେବ୍ରୁଆରୀ ଶେଷ ସୁଦ୍ଧା ସର୍ବମୋଟ ୨୪୮୩ଟି ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ଘଟଣା ରାଜ୍ୟର ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଛି । ତେବେ ଏହି ମାମଲାଗୁଡ଼ିକର […]
ନୟାଗଡ଼, (ଓଡ଼ିଶା ଦର୍ପଣ):ସମସ୍ତ ପ୍ରାକୃତିକ ଓ ଭୌଗୋଳିକ ପରିବେଶର ଅନୁକୂଳ ଅବସ୍ଥିତି ସତ୍ତ୍ୱେ ନୟାଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଆଶାନୁରୂପ ହୋଇପାରି ନଥିବାରୁ ଉଦ୍ ବେଗ ପ୍ରକାଶ କରି ଆଜି ପୂର୍ବାହ୍ନରେ ନୟାଗଡ କେସି କ୍ଳବଠାରେ ଓଡ଼ିଶାର ରାଜଧାନୀ ସହରରେ ସୁପ୍ରତିଷ୍ଠିତ ନୟାଗଡିଆଙ୍କୁ ନେଇ ଗଠିତ ହୋଇଥିବା ନୟାଗଡ଼ ଜିଲ୍ଲା ବିକାଶ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ କରୁଣାକର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ! ଏହି ଅଧିବେଶନରେ ସମ୍ମିଳନୀର ଉଦ୍ୟୋକ୍ତା ତଥା ବରିଷ୍ଠ […]
