ରାଜ୍ୟ ସରକାର ଆଉ ୮ ସହରରେ ‘ଆମ ବସ୍’ ଗଡ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଏବଂ ରାୟଗଡ଼ା ସହରର ଲୋକଙ୍କୁ ଏହି ବସ୍ ସେବା ଯୋଗାଇ ଦିଆଯିବ ବୋଲି କ୍ରୁଟର ଗୁରୁତ୍ୱପୂର୍ଣ୍ଣ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ସହରରେ ପାସ ବ୍ୟବସ୍ଥା କରାଯିବ। ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କ୍ୟାପ୍ଟେନ, ଗାଇଡ୍କୁ ମିଳିବ ସ୍ବୀକୃତି ଏବଂ ସମ୍ମାନ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଦ୍ରୁତ ଗାଡ଼ିଚାଳନା […]
ରାସନ୍ କାର୍ଡ ସହ ଇକେୱାଇସିକୁ ନେଇ ବିବୃତି ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଇକେୱାଇସି କାରଣରୁ ବହୁତ ଚୋରି ଧରା ପଡ଼ିଲା । ଯେଉଁମାନଙ୍କର ମାସିକ ଆୟ ୧୦ ହଜାର କିମ୍ୱା ୧୦ ହଜାରରୁ ଅଧିକ ତାହାଲେ ସେମାନଙ୍କ ରାସନ କାର୍ଡ କାଟିଦିଆଯିବ। ବା ଯେଉଁମାନଙ୍କ ନାଁରେ କାର୍ଡ ଅଛି ସେମାନେ ଫେରାଇ ଦିଅନ୍ତୁ।୪ ଲକ୍ଷ ୩୧ ହଜାର ୮୪୬ ଅଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ କଟାଯାଇଛି। ୯୧ ହଜାର […]
କୋରାପୁଟ ଲକ୍ଷ୍ମୀପୁର ବ୍ଲକର ଅଙ୍ଗନୱାଡି ସୁପରଭାଇଜର ରେଣୁକା ପଟ୍ଟନାୟକଙ୍କୁ ୫୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରିଛନ୍ତି ଓଡ଼ିଶା ଭିଜିଲାନ୍ସ ଟିମ୍।ନୂଆ ଅଙ୍ଗନବାଡି କର୍ମୀଙ୍କ ନିଯୁକ୍ତି ପାଇଁ ଟଙ୍କା ଲାଞ୍ଚ ମାଗିଥିଲେ କୋରାପୁଟ ଲକ୍ଷ୍ମୀପୁର ବ୍ଲକ ସୁପରଭାଇଜର ରେଣୁକା ପଟ୍ଟନାୟକ। ସେ ଯେଉଁ ଅଙ୍ଗନବାଡି କର୍ମୀଙ୍କ ଠାରୁ ଲାଞ୍ଚ ମାଗିଥିଲେ ସେ ନିକଟରେ ନିଯୁକ୍ତି ପାଇଥିଲେ । ନିଯୁକ୍ତି ପରଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗି ଆସୁଥିଲେ ରେଣୁକା । ତେବେ ଆଜି ଲାଞ୍ଚ ନେବାବେଳେ […]
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ସରକାର। ରାସନ ସାମଗ୍ରୀ ବଣ୍ଟନ ପାଇଁ ବିଭାଗ ପକ୍ଷରୁ ସମୟ ନିର୍ଘଣ୍ଟ ଜାରି ହୋଇଛି। ସକାଳ ୭ରୁ ୧୦ଟା ଯାଏଁ ରାସନ ବଣ୍ଟନ ହେବା ନେଇ ନିଷ୍ପତ୍ତି ହୋଇଛି।ଏହାସହ ସନ୍ଧ୍ୟା ୫ରୁ ୮ ମଧ୍ୟରେ ମଧ୍ୟ ରାସନ ବାଣ୍ଟିବାକୁ ପରାମର୍ଶ ଦିଆଯାଇଛି। ଏନେଇ ପଦକ୍ଷେପ ନେଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ।ଏ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ବିଭାଗ […]
ଖେଦାପଡା-୨୭/୦୩/୨୦୨୫ । ଇମ୍ଫା ଶିଳ୍ପାଞ୍ଚଳର ପାର୍ଶ୍ଵବର୍ତ୍ତୀ ଗ୍ରାମ ଖେଦାପଡ଼ା ଠାରେ ଗ୍ରାମବାସୀଙ୍କ ଅନୁରୋଧକ୍ରମେ , ଇମ୍ଫା ଏବଂ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ବାରା ୨୦୨୪-୨୫ ଆର୍ଥିକ ବର୍ଷରେ ଏହାର ସାମାଜିକ ଦାୟୀତ୍ଵବୋଧ କାର୍ଯ୍ୟକ୍ରମ ଜରିଆରେ ପ୍ରତିଷ୍ଠିତ ଏକ , ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ଇମ୍ଫା ଶିଲ୍ପ ଗୋଷ୍ଠୀ ର ପୂର୍ଣ୍ଣ କାଳୀନ ନିର୍ଦ୍ଦେଶକ-ତଥା- ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମାନ୍ ବିଜୟନନ୍ଦ ମହାପାତ୍ର ଙ୍କ କରକମଳରେ , ଇମ୍ଫା ଶିଳ୍ପ ଗୋଷ୍ଠୀର ବ୍ୟବସାୟିକ ମୁଖ୍ୟ […]
ବର୍ଷକ ଭିତରେ ୨୬୩ ପଡ଼ା ଗାଁ ରାଜସ୍ବ ଗାଁରେ ପରିବର୍ତ୍ତନ ହୋଇଛି। ତେବେ ଆଉ ୧୪୭ଟି ପଡ଼ା ଗାଁକୁ ରାଜସ୍ବ ଗାଁ କରିବା ନେଇ ଯୋଜନା ରହିଛି ବୋଲି ଗୁରୁବାର ବିଧାସଭାରେ ବିବୃତ୍ତି ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବର୍ତ୍ତମାନ ଟେକ୍ନୋଲୋଜି ମାଧ୍ୟମରେ ମ୍ୟାପ୍ ପରିବର୍ତ୍ତନ ଓ ବାଉଣ୍ଡ୍ରି ଡ଼ିମାର୍କେସନ କରାଯାଉଛି । ଯେଉଁ କାମ ୬ରୁ ୭ଦିନରେ ସରିବ । ଯେଉଁ ଗାଁ ରାଜସ୍ବ ହେବା ଦରକାର, ସେ ନେଇ ଗାଁ ଲୋକେ ତହସିଲଦାରଙ୍କ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲାର ଅନ୍ୟତମ ପୁରାତନ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସୃଜନଶୀଳତାର ବିକାଶ ନିମନ୍ତେ ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ଓ ସରୋଜ ସାହୁଙ୍କ ସଂଯୋଜନାକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଣ୍ଢେଇ କାରିଗର ବାସନ୍ତୀ ଦେଇ ତଥା ସରୋଜିନୀ ପଲେଇ କଣ୍ଢେଇ ପ୍ରସ୍ତୁତି ଶୈଳୀ ଏବଂ ଚିତ୍ରଶିଳ୍ପୀ ହରିବନ୍ଧୁ ଦାସ ମାଟି ଖେଳନା ପ୍ରସ୍ତୁତି ର ଶୈଳୀ […]
ଗତ କିଛି ଦିନ ଧରି ଭାରତୀୟ ମାନକ ବ୍ୟୁରୋ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ଏହାରି ଭିତରେ ଦିଲ୍ଲୀ ବ୍ରାଞ୍ଚରେ ମୋହନ କୋ-ଅପରେଟିଭ୍ ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ସ୍ଥିତ ଆମାଜନ୍ ସେଲର୍ସ ପ୍ରାଇଭେଟ୍ ଲିମିଟେଡ୍ ଗୋଦାମରେ ଚଢ଼ାଉ କରିଛି ଭାରତୀୟ ମାନକ ବ୍ୟୁରୋ । ଚଢ଼ାଉ ବେଳେ ଗୋଦାମରୁ ୩୫୦୦ ରୁ ଅଧିକ ଏମିତି ପ୍ରଡକ୍ଟ ମିଳିଛି ଯାହା ବିନା ISI ମାର୍କ ଦ୍ବାରା ବିକ୍ରି କରାଯାଉଥିଲା । କେବଳ ଏତିକି ନୁହେଁ ଏହି ପ୍ରଡକ୍ଟ ଉପରେ […]
କେବଳ ପ୍ରଥମରୁ ଅଷ୍ଟମ ନୁହେଁ। ଏଣିକି ନବମ-ଦଶମ ସ୍କୁଲ ପିଲାଙ୍କୁ ବି ଦିଆଯିବ ମଧ୍ୟାହ୍ନ ଭୋଜନ। ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ନବମ ଓ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ଏଣିକି ନବମ ଓ ଦଶମ ପିଲାଙ୍କୁ ବି ଦିଆଯିବ ଅଣ୍ଡା। କାଲିର ନିର୍ଦ୍ଦେଶନାମାରେ ପରିବର୍ତ୍ତନ ନେଇ ଗଣଶିକ୍ଷା ବିଭାଗର ସୂଚନା ଦେଇଛି। ସୋମବାର, ବୁଧବାର, ଶୁକ୍ରବାର ପିଲାଙ୍କୁ ଅଣ୍ଡା ଦିଆଯିବ। ମଙ୍ଗଳବାର, ଗୁରୁବାର, ଶନିବାର ପୋଷଣଯୁକ୍ତ ଲଡୁ ମିଳିବ। ଶିଶୁବାଟିକାଠୁ ଦଶମ […]
ଭୁବନେଶ୍ୱର ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । କଂଗ୍ରେସ କର୍ମୀ ବ୍ୟାରିକେଡ୍ ଭାଙ୍ଗିବାରୁ ମୁହାଁମୁହିଁ ପରିସ୍ଥିତି । ପୋଲିସ ଉପରକୁ ଚୌକି ଫିଙ୍ଗିଲେ କଂଗ୍ରେସ କର୍ମୀ । ଆନ୍ଦୋଳନ ବାହାନାରେ ପୋଲିକୁ ଆକ୍ରମଣ । ଲୋୟର ପିଏମ୍ଜିରେ କଂଗ୍ରେସର ଆନ୍ଦୋଳନ ବେଳେ ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ତେବେ ୧୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି […]
ଆୟଠୁ ବ୍ୟୟ ବଢ଼ି ଯାଉଛି, କ୍ଷତିରେ ଚାଲୁଛି OSRTC। ଦୁଇ ବର୍ଷରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା। ଗୁରୁବାର ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା।୨୦୨୨-୨୩ ଆର୍ଥିକ ବର୍ଷରେ ୧୮ କୋଟି ୮୩ ଲକ୍ଷ ଟଙ୍କା କ୍ଷତି ହୋଇଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି ହୋଇଛି । ସେହିଭଳି ୨୦୨୨-୨୩ ରେ ୧୪୫ କୋଟି ଟଙ୍କା ଆୟ ହୋଇଥିବା ବେଳେ […]
ଲୋୟର ପିଏମଜିରେ ଅଣାୟତ୍ତ ହୋଇଛି ସ୍ଥିତି। ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ କର୍ମୀଙ୍କ ଉପରେ ପାଣି ମାଡ଼ କଲା ପୋଲିସ। ବ୍ୟାରିକେଡ୍ ଭାଙ୍ଗିବା ପରେ ପାଣି ମାଡ଼ କଲା ପୋଲିସ। କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ପୋଲିସ ନାକେଦମ୍।କଂଗ୍ରେସ କର୍ମୀଙ୍କ ପକ୍ଷରୁ ପ୍ରତିବାଦ ଜାରି ରହିଛି । ବଡ଼ ବଡ଼ ନେତାଙ୍କୁ ଗିରଫ କରିବା ଦ୍ୱାରା କର୍ମୀ ଶାନ୍ତ ପଡ଼ିବେ ଓ ଆନ୍ଦୋଳନରୁ ଓହରିବା ନେଇ ପୋଲିସ ଆଶା ରଖିଛି ।ଲୋୟର ପିଏମଜିରୁ ପିସିସି […]
