ବାହାହୋଇ ଫଶିଗଲେ ପ୍ରଦୀପ ମାଝୀ

ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପୂର୍ବତନ ଏମ୍‌ପି ତଥା ବିଜେଡି ନେତା ପ୍ରଦୀପ ମାଝୀ। ବିଜେଡି ନେତା ପ୍ରଦୀପ ମାଝୀ ଭତରା ସମାଜରୁ ବାସନ୍ଦ ହୋଇଛନ୍ତି। ପୂର୍ବରୁ ହୁଏତ ଆପଣମାନେ ଶୁଣିଥିବେ ଜାତିଭେଦ କଥା। ଯାହାକି ସାଧାରଣତଃ ଗାଁ ଗାଉଁଲିରେ ଅଧିକ ଦେଖିବାକୁ ମିଳେ। ଜଣେ ଯଦି ନିଜ ଜାତି ଛଡ଼ା ଅନ୍ୟ ଜାତିରେ ବିବାହ କରେ ତାକୁ ଜାତିଭେଦର ଶିକାର ହେବାକୁ ପଡେ। ଯଦିଓ ଏହି ଘଟଣା ପୂର୍ବରୁ ପ୍ରାୟ ଜାଗାରେ ଦେଖିବାକୁ […]

ହୋଲି ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ରଙ୍ଗର ପର୍ବ ହୋଲି, ଆଜି ସାରା ଦେଶରେ ପାଳିତ ହେଉଛି । ରଙ୍ଗ ଲେକେ ଖେଲଦେ ଗିତଠୁ ନେଇ ଅବୀର ବୋଳାବୋଳି ପଣା ପିଇ ସମସ୍ତେ ହୋଲି ସେଲିବ୍ରେଟ କରୁଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ନେତା ଦେଶବାସୀଙ୍କୁ ହୋଲିର ଅଭିନନ୍ଦନ ଜଣାଇଛନ୍ତି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆ ଏକ୍ସରେ ହୋଲିର ଶୁଭେଚ୍ଛା ଶୁଭକାମନା ଜଣାଇ କହିଛନ୍ତି ଆନନ୍ଦର ଏହି ପର୍ବ ଏକତା, ପ୍ରେମ ଏବଂ ସଦଭାବନାର ବାର୍ତ୍ତା […]

ମେଟ୍ରୋ ରେଳ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଉଚ୍ଚସ୍ତରୀୟ କମିଟି: ମନ୍ତ୍ରୀ

ଶ୍ରୀକ୍ଷେତ୍ରକୁ ଗଡ଼ିପାରେ ମେଟ୍ରୋ । ମେଟ୍ରୋ ପ୍ରକଳ୍ପ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ସୂଚନା । ପୁରୀ ପର୍ଯ୍ୟନ୍ତ ମେଟ୍ରୋ ଗଡ଼ିବା ନେଇ ଅନୁଧ୍ୟାନ ଚାଲିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରକଳ୍ପର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ପ୍ରକଳ୍ପ ୨୦୨୭ ସୁଦ୍ଧା ଶେଷ ହେବ […]

ମାର୍ଚ୍ଚ ୧୪ ତାରିଖରେ ଆକାଶରେ ଦେଖି ପାରିବେ ବ୍ଲଡ଼ ମୁନ୍ ।

ମାର୍ଚ୍ଚ ୧୪ ତାରିଖରେ ଆକାଶରେ ଦେଖି ପାରିବେ ବ୍ଲଡ଼ ମୁନ୍ । ଏପରି ଦୁର୍ଲଭ ଦୃଶ୍ୟ ସବୁବେଳେ ଦେଖା ଯାଇନଥାଏ। ତେବେ ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିଛି । ହେଲେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଶୁକ୍ରବାର ସକାଳ ୯ ଟା ୨୯ ମିନିଟ୍‌ରୁ ଆରମ୍ଭ ହୋଇ ଅପରାହ୍ଣ ୩ଟା ୨୯ରେ ଶେଷ ହେବ । ଚନ୍ଦ୍ରଗ୍ରହଣ ସକାଳ ସମୟରେ ଲାଗୁଛି ଥିବାରୁ ଏହା ସ୍ପଷ୍ଟ ଯେ ଭାରତରେ ଦୃଶ୍ୟମାନ ହେବ ନାହିଁ । […]

ସର୍ବକାଳୀନ ରେକର୍ଡ ଭାଙ୍ଗୁଛି ସୁନା ଦର ।

ସର୍ବକାଳୀନ ରେକର୍ଡ ଭାଙ୍ଗୁଛି ସୁନା ଦର । ସେ ଦିଲ୍ଲୀ ହେଉକି ଭୁବନେଶ୍ବର ସବୁଠି ସୁନା ଦରରେ ନିଆଁ । ଗ୍ରାହକଙ୍କ ଚାହିଦା ଯେତେ ବଢୁଛି, ସେତେ ଦର ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି । ଗତକାଲି ଭୁବନେଶ୍ବରରେ ପ୍ରମୁଖ ସୁନା ଦୋକାନ ଗୁଡିକରେ ସୁନା ଦର ୮୮ ହଜାର ଥିବା ବେଳେ ଆଜି ଏହା ୫୫୦ରୁ ୬୦୦ ଟଙ୍କା ଭଳି ବୃଦ୍ଧି ଘଟିଛି । ସେପଟେ ସୁନା ଦର ଯେତେ ବଢୁଛି, ଲୋକଙ୍କ […]

ଜଗନ୍ନାଥ ଓ ସାରଥୀ ଏକ ବୋଲି ଦାବି କରିଛନ୍ତି ଭକ୍ତ

ସାରଥୀ ପ୍ରେମରେ ପୁଣି ବାଇଆ ହେଲେ ଭକ୍ତ । ଭଜନ କୀର୍ତ୍ତନରେ କମ୍ପୁଛି ସମଗ୍ର ଅଞ୍ଚଳ । ସାରଥୀଙ୍କ ଉପରେ ଥିବା କଟକଣାକୁ ଫୁ କରିଦେଇଛନ୍ତି ସାରଥୀ ଭକ୍ତ ।ଦୋଳ ପୂର୍ଣ୍ଣିମାର ପବିତ୍ର ଅବସରରେ ଆତ୍ମଘୋଷିତ ଧର୍ମଗୁରୁ ସନ୍ତୋଷ କୁମାର ରାଉଲ ଓରଫ ସାରଥି ବାବାଙ୍କ ଶହ ଶହ ଭକ୍ତ ପ୍ରାର୍ଥନା କରିବା ଆରମ୍ଭ କରିଛନ୍ତି। ସେମାନେ ‘ବାବା’ଙ୍କୁ ପ୍ରାର୍ଥନା କରିବା ପାଇଁ ଏକ ‘ସତ୍ସଙ୍ଗ’ ଆୟୋଜନ କରିଛନ୍ତି। ପ୍ରଥମେ ଓଡ଼ିଶା ରାଜଧାନୀ ଭୁବନେଶ୍ୱରର କାରଗିଲ ବସ୍ତିରୁ […]

ମଦ ପିଇ ହୋଲି ଖେଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ: ଡିସିପି

ରାତି ପାହିଲେ ହୋଲି ମହୋତ୍ସବ । ଏଥିପାଇଁ ରାଜ୍ୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏବେ ସଜାଗ ରହିଛି ପୋଲିସ୍ ବାହିନୀ । ଏଥି ପାଇଁ କଟକ ସହରରେ ମୁତୟନ ହେବେ ୨୨ ପ୍ଲାଟୁନ୍ ପୋଲିସ୍ । ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖୁଲାରୀ । ମଦ ପିଇ ହୋଲି ଖେଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦିନ ୧୨ଟାରୁ ୧ଟା ସୁଦ୍ଧା ହୋଲି ଖେଳ ସାରିବାକୁ ଡିସିପି ପରାମର୍ଶ ଦେଇଛନ୍ତି । […]

ରାଜଧାନୀରେ ଯୁବତୀଙ୍କ ହାଇଡ୍ରାମା ।

ରାଜଧାନୀରେ ଯୁବତୀଙ୍କ ହାଇଡ୍ରାମା । ନିଶାଶକ୍ତ ଅବସ୍ଥାରେ ହଙ୍ଗାମା କଲେ ଯୁବତୀ । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏକ ବାର୍ ସାମ୍ନାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ଧରି ଯୁବତୀ ଜଣକ ହଙ୍ଗାମା କରିଥିଲେ । ପରେ ପୋଲିସ ଓ ହର୍ ଟିମ୍ ଉଦ୍ଧାର କରି ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।ତେବେ ହସ୍ପିଟାଲରେ ପୋଲିସକୁ ନାକେଦମ କରିଥିଲେ ନିଶାଶକ୍ତ ଯୁବତୀ |ପିସିଆର୍ ଭ୍ୟାନ୍‌ରେ ଯୁବତୀଙ୍କୁ ନେବା ବେଳେ ଗାଡ଼ିକୁ ମଧ୍ୟ ଗୋଇଠା, ବିଧା […]

ଓଡ଼ିଶାରେ ୫ ବର୍ଷରେ ପଞ୍ଜିକୃତ ହୋଇଛି ୧.୫ ଲକ୍ଷରୁ ଅଧିକ ଇଲେକ୍ଟ୍ରିକ୍ ଯାନ

ଓଡ଼ିଶା ବିଧାନସଭାରେ ଗୁରୁବାର ଦିନ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସବସିଡି ବଣ୍ଟନ ତଥ୍ୟରୁ ଜଣାପଡିଛି ଯେ ଓଡ଼ିଶାରେ ପଞ୍ଜିକୃତ ଇଲେକ୍ଟ୍ରିକ୍ ଯାନ (ଇଭି) ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ମୋଟ ୧,୫୫,୦୬୮ ଯାନ ପଞ୍ଜିକୃତ ହୋଇଛି।ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ପରିବହନ ମନ୍ତ୍ରୀ ଓଡ଼ିଶା ବିଧାନସଭାକୁ ସୂଚନା ଦେଇଛନ୍ତି ଯେ ସରକାର ଏପର୍ଯ୍ୟନ୍ତ ମୋଟ ₹୨୩୨.୪୫ କୋଟି […]

ଚୋରକୁ ଧରିବାକୁ ପୋଖରୀ ଉପରେ ଡ୍ରୋନ ଉଡାଇଲେ ଗାଁ ଲୋକେ

ଭଦ୍ରକ ଜିଲ୍ଲାର ଏକ ଗାଁ ସ୍କୁଲରୁ ମଧ୍ୟାହ୍ନ ଭୋଜନର ଚାଉଳ ଚୋରି କରି ପୋଖରୀରେ ଆଶ୍ରୟ ନେଇଥିବା ଚୋର ଉପରେ ନଜର ରଖିବା ପାଇଁ ଡ୍ରୋନ୍ ବ୍ୟବହାର କରିଛନ୍ତି ଗ୍ରାମବାସୀ |ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଭୋର ସମୟରେ ଚାରି ଜଣ ଦୁର୍ବୃତ୍ତ ଗାଁ ସ୍କୁଲରେ ମଧ୍ୟାହ୍ନଭୋଜନ ପାଇଁ ରଖାଯାଇଥିବା ଚାଉଳକୁ ଚୋରି କରିବାକୁ ଚେଷ୍ଟା କରୁଥିବା ବେଳେ କିଛି ଗାଁ ଲୋକଙ୍କ ନଜର ସେମାନଙ୍କ ଉପରେ ପଡିଥିଲ। ଏହାପରେ ଗାଁ ଲୋକ ପାଟି କରିବାରୁ ଚୋରମାନେ […]

ହୋଲିରେ ସିଝିବ ଓଡ଼ିଶା । ୧୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ଜାରି ରହିବ ।

ହୋଲିରେ ସିଝିବ ଓଡ଼ିଶା । ରାଜ୍ୟରେ ଏବେଠୁ ତାତିର ପ୍ରକୋପ ବଢ଼ିଲାଣି । ୧୭ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗରମ ଓ ଗୁଳୁଗୁଳି ପାଇଁ ବାଲେଶ୍ବର, ଭଦ୍ରକ, ଗଜପତି, ଖୋର୍ଦ୍ଧା ଓ କଟକ ପାଇଁ ସତର୍କତା ଜାରି କରାଯାଇଛି । ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼ ଓ ବୌଦ୍ଧରେ ଉଷ୍ମ ତାତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି […]

ଆଜି ଦୋଳପୂର୍ଣ୍ଣିମା, କାଲି ହୋଲି

ଆଜି ଦୋଳ ପୂର୍ଣ୍ଣିମା । କାଲି ରଙ୍ଗର ପର୍ବ ହୋଲି । ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ମେଳଣ । ସୁସଜ୍ଜିତ ବିମାନରେ ଆସୁଛନ୍ତି ପ୍ରଭୁ ରାଧାକୃଷ୍ଣ । ମେଳଣ ପଡ଼ିଆରେ ଜମୁଛି ଭିଡ଼ । ଫଗୁ ଖେଳୁଛନ୍ତି ରାଧାକୃଷ୍ଣ । ସେଥିପାଇଁ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ସୁନାବେଶ l ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ […]