ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ମୁହାଁମୁହିଁ ପରିସ୍ଥିତି । ବିଜେଡି କର୍ମୀ ଓ ପୋଲିସ ଧସ୍ତାଧାସ୍ତି । ସେହିପରି ସୁଲତା ଦେଓ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଏପଟେ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବବି ।ପ୍ରମିଳା ମଲ୍ଲିକ, ସୁନିଲ ମହାନ୍ତି, ବିଶ୍ଵ ମଲ୍ଲିକ, ଜିତୁ ବଳବନ୍ତରାୟ, ସଞ୍ଜୀବ ମଲ୍ଲିକ ଆପୋଲ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଅରୁଣ ସାହୁଙ୍କ ସମେତ ଶତାଧିକ […]
ସଚିବ ସ୍ତରୀୟ ବୈଠକରେ ଆସିଲା ବଡ଼ ନିଷ୍ପତ୍ତି। ଏଣିକି ବିଦା ହେବେ ଅପାରଗ , ଅଯୋଗ୍ୟ ଅଧିକାରୀ। ଅପାରଗ , ଅଯୋଗ୍ୟ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ନିର୍ଦ୍ଧେଶ ଦିଆଯାଇଛି। ଏଷ୍ଟାବ୍ଲିସମେଣ୍ଟଜନିତ କାର୍ଯ୍ୟକୁ ଅଧିକ ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାର ଭଳି ରାଜ୍ୟ ସରକାରଙ୍କ ସବୁ ବିଭାଗର ଏଷ୍ଟାବ୍ଲିସମେଣ୍ଟ ଅଧିକାରୀ ଭାବେ ବିଭାଗର ସ୍ବତନ୍ତ୍ର ସଚିବ କିମ୍ବା ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀ ରହିବେ । ସେମାନେ ବିଭାଗୀୟ […]
ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଅନ୍ୟପଟେ ଆସନ୍ତାକାଲି ଓଡ଼ିଶାବନ୍ଦ ଡାକରା ଦେଇଛି କଂଗ୍ରେସ। ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ବିଜେଡି କର୍ମୀ । ଲୋୟର ପିଏମ୍ଜିରେ ପ୍ରଥମ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଲେ ବିଜେଡି କର୍ମୀ । ଆନ୍ଦୋଳନସ୍ଥଳରେ ବିଜେଡି କର୍ମୀଙ୍କ ଉପରେ ପାଣି ମାଡ଼ କରିଛି ପୋଲିସ । ଆନ୍ଦୋଳନକାରୀଙ୍କ […]
ଭାରତରେ ନାଗରିକ ପରିଚୟ ଭାବେ ଅଧିକ ଆଧାରକାର୍ଡକୁ ବଡ଼ ପ୍ରମାଣପତ୍ର ଭାବେ ବ୍ୟବହାର କରାଯାଉଛି । କିନ୍ତୁ ଆଧାରକାର୍ଡକୁ ନେଇ RTI ରୁ ମିଳିଥିବା ସୂଚନା ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ତଥ୍ୟ ମୁତାବକ ଗତ ୧୪ ବର୍ଷ ମଧ୍ୟରେ ୧୧.୭ କୋଟି ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ମାତ୍ର ୧.୧୫ କୋଟି ଲୋକଙ୍କ ଆଧାରକାର୍ଡ ମୃତ୍ୟୁ ଅଧାରରେ ଡିଲିଟ ହୋଇଛି । ସଂଯୁକ୍ତ ଜନସଂଖ୍ୟା କୋଷ ମୁତାବକ ୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଦେଶର ଜନସଂଖ୍ୟା […]
ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏସବୁ ଭିତରେ ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିବା ଛାତ୍ରଙ୍କୁ ସମସ୍ତେ ଯେମିତି ଭୁଲି ଯାଇଛନ୍ତି ବା କେହି ଧ୍ୟାନ ଦେଉ ନାହାନ୍ତି । ତେବେ ଛାତ୍ର ଜଣକ ହେଉଛନ୍ତି ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ। ସେ ଗୁରୁତର ହୋଇ ଏବେ ଆଇସିୟୁରେ ଥିବା ଜଣାପଡିଛି। ପ୍ରଥମେ […]
FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାକୁ ନେଇ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ବିରୋଧୀ। ଏହି ଘଟଣା ଅପ୍ରତ୍ୟାଶିତ ଭାବେ ଘଟିଲା ନା ଯୋଜନାବଦ୍ଧ ଭାବେ କରାଗଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଏହି ଘଟଣା ପଛରେ କାହାର ନା କାହାର ହାତ ରହିଥିବା ସନ୍ଦେହ କରାଯାଉଛି। କଲେଜ ପରିସରରେ ଛାତ୍ରୀ ଜଳିଯିବା ପଛରେ କିଏ? ତାହା ଏବେ ବି ରହସ୍ୟ ହୋଇ ରହିଛି। ତେବେ ମଙ୍ଗଳବାର ଲୋକ […]
ଆସନ୍ତା ୧୭ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଏହି ଦିନ ହେବାକୁ ଥିବା ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ କରାଯାଇଛି | ଭୁବନେଶ୍ଵର ସହରାଞ୍ଚଳ ଗୃହରକ୍ଷୀ ନିଯୁକ୍ତି ଶାରୀରିକ ପରୀକ୍ଷାକୁ ସ୍ଥଗିତ ରଖାଗଲା । ଗୃହରକ୍ଷୀ ନିଯୁକ୍ତିର ତୃତୀୟ ପର୍ଯ୍ୟାୟ ତଥା ଲିଖିତ ପରୀକ୍ଷା ୨ ଦିନ ଘୁଞ୍ଚିଲା । ଆଜି ବୁଧବାର ହେବାକୁ ଥିବା ପରୀକ୍ଷା ୧୮ ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ହେବ […]
ଆହୁରି ୪ ଦିନ ବର୍ଷିବ । ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।ସେହିପରି ଯାଜପୁର, ନୂଆପଡା, ବଲାଙ୍ଗିର, ସୋନପୁର, ଢେଙ୍କାନାଳ, ଅନୁଗୁଳ ଓ ଦେଓଗଡ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଅବପାତ ଦୁର୍ବଳ ହୋଇ ଏବେ ଝାଡଖଣ୍ଡ ଓ ବିହାର ଉପରେ ଅବସ୍ଥିତ ଅଛି । ଏହାର ପ୍ରଭାବରେ ବିଶେଷ କରି ପଶ୍ଚିମ ଓଡିଶାର ଅଧିକାଂଶ […]
ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିଜେଡ଼ି ଓ କଂଗ୍ରେସରାୟଗଡ଼ା- ବାଲେଶ୍ୱର ଏଫ୍.ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ମଙ୍ଗଳବାର ସକାଳେ ବିଜେଡ଼ି ଓ ଅପରାହ୍ନରେ କଂଗ୍ରେସ ପକ୍ଷରୁ ସ୍ଥାନୀୟ କପିଳାସ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଜେଡ଼ି ଜିଲା ଉପସଭାପତି ବିନାୟକ କରଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ସମେତ ଦଳର ବହୁ ବରିଷ୍ଠ, ଯୁବ ଓ ଛାତ୍ର ନେତା ଯୋଗଦେଇ ରାଜ୍ୟ ସରକାରଙ୍କ ଅପାରଗତା ଓ ନାରୀ […]
ନୟାଗଡ଼, (ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଚ୍ଚଖଣ୍ଡଙ୍କ ନିର୍ଦ୍ଦେଶରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ରାତ୍ରି ୯ଘଣ୍ଟା ୩୦ମିନିଟ ସମୟରେ ନୟାଗଡ଼ ପୁରୁଣା ସହର ରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଅସହାୟ ଅବସ୍ଥାରେ ଥିବା ମହିଳା ଙ୍କୁ ଉଦ୍ଧାର କରି ୱ।ନ ଷ୍ଟପ ସେଣ୍ଟର ଥଇଥାନ କରିଛନ୍ତି। ପ୍ରକାଶ ଥାଉ କି, ପୁରୁଣା ସହରର ଜଣେ ସହୃଦୟ ବ୍ୟକ୍ତି ମହିଳା ଜଣକ ଅସହାୟ ଅବସ୍ଥାରେ ବସିଥିବାର ଦେଖିଥିଲେ। ଏହାପରେ […]
ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ପିଛା ଛାଡ଼ୁନି ବିବାଦ । ସାମ୍ନାକୁ ଆସିଛି ଆଉ ଏକ ଅଘଟଣ । ବଜ୍ରପାତରେ ପୋଡ଼ିଗଲା ମୁଖ୍ୟ ମନ୍ଦିରରେ ଲାଗିଥିବା ପତାକା । ଅଘଟଣକୁ ନେଇ ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ସୋସିଆଲ ମିଡିଆ ପୋଷ୍ଟ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ଏହାକୁ ଜଗନ୍ନାଥ ଧାମ୍ ନାମକରଣ କରି ବିବାଦକୁ ଆସିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ବଜ୍ରପାତରେ ମୁଖ୍ୟ […]
ଓଡିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୁଇ ଦିନିଆ ଓଡିଶା ଗସ୍ତର ଆଜି ହେଉଛି ଦ୍ଵିତୀୟ ଦିନ। ଆଜି ରାଷ୍ଟ୍ରପତି କଟକ ରେଭେନ୍ସା ବିଶ୍ବବିଦ୍ୟାଳୟର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଅତିଥିଭାବେ ଯୋଗ ଦେଇ ନିଜ ସମ୍ବୋଧନରେ ରଖିଛନ୍ତି। ରେଭେନ୍ସା ଅନୁଭୂତି ନେଇ ନିଜ ମତ ରଖିଛନ୍ତି। ଏବଂ କହିଛନ୍ତି ମୋ ଝିଅ ଏଠାରେ ଦୁଇ ବର୍ଷ ପାଠ ପଢିବା ସମୟରେ ମୁଁ ହଷ୍ଟେଲକୁ ଆସିଥିଲି। ଏହା କେବଳ ଇଟା ସିମେଣ୍ଠରେ ଗଢା ନୁହେଁ , ଏହା ଏକ ଶାଳ […]
