ନୟାଗଡ଼, (ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଚ୍ଚଖଣ୍ଡଙ୍କ ନିର୍ଦ୍ଦେଶରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ରାତ୍ରି ୯ଘଣ୍ଟା ୩୦ମିନିଟ ସମୟରେ ନୟାଗଡ଼ ପୁରୁଣା ସହର ରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଅସହାୟ ଅବସ୍ଥାରେ ଥିବା ମହିଳା ଙ୍କୁ ଉଦ୍ଧାର କରି ୱ।ନ ଷ୍ଟପ ସେଣ୍ଟର ଥଇଥାନ କରିଛନ୍ତି। ପ୍ରକାଶ ଥାଉ କି, ପୁରୁଣା ସହରର ଜଣେ ସହୃଦୟ ବ୍ୟକ୍ତି ମହିଳା ଜଣକ ଅସହାୟ ଅବସ୍ଥାରେ ବସିଥିବାର ଦେଖିଥିଲେ। ଏହାପରେ […]
ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ପିଛା ଛାଡ଼ୁନି ବିବାଦ । ସାମ୍ନାକୁ ଆସିଛି ଆଉ ଏକ ଅଘଟଣ । ବଜ୍ରପାତରେ ପୋଡ଼ିଗଲା ମୁଖ୍ୟ ମନ୍ଦିରରେ ଲାଗିଥିବା ପତାକା । ଅଘଟଣକୁ ନେଇ ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ସୋସିଆଲ ମିଡିଆ ପୋଷ୍ଟ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ଏହାକୁ ଜଗନ୍ନାଥ ଧାମ୍ ନାମକରଣ କରି ବିବାଦକୁ ଆସିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ବଜ୍ରପାତରେ ମୁଖ୍ୟ […]
ଓଡିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୁଇ ଦିନିଆ ଓଡିଶା ଗସ୍ତର ଆଜି ହେଉଛି ଦ୍ଵିତୀୟ ଦିନ। ଆଜି ରାଷ୍ଟ୍ରପତି କଟକ ରେଭେନ୍ସା ବିଶ୍ବବିଦ୍ୟାଳୟର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଅତିଥିଭାବେ ଯୋଗ ଦେଇ ନିଜ ସମ୍ବୋଧନରେ ରଖିଛନ୍ତି। ରେଭେନ୍ସା ଅନୁଭୂତି ନେଇ ନିଜ ମତ ରଖିଛନ୍ତି। ଏବଂ କହିଛନ୍ତି ମୋ ଝିଅ ଏଠାରେ ଦୁଇ ବର୍ଷ ପାଠ ପଢିବା ସମୟରେ ମୁଁ ହଷ୍ଟେଲକୁ ଆସିଥିଲି। ଏହା କେବଳ ଇଟା ସିମେଣ୍ଠରେ ଗଢା ନୁହେଁ , ଏହା ଏକ ଶାଳ […]
ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ବାରା ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଛି। ୟୁଜିସି ପକ୍ଷରୁ ଏନେଇ ମଙ୍ଗଳବାର ନିର୍ଦ୍ଦେଶନାମା ଜାରି ହୋଇଛି।କମିଟିରେ ସୁଷମା ଯାଦବ, ନୀର୍ଜା ଗୁପ୍ତା ଓ ଅସୀମା ମଙ୍ଗଳା ରହିଛନ୍ତି। ଏହି ଆତ୍ମାହୁତି ଘଟଣାରେ ତଦନ୍ତ କରିବ ୪ ଜଣିଆ କମିଟି। ସମସ୍ତ ଦିଗକୁ ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବ କମିଟି। ୭ ଦିନ ଭିତରେ […]
ସମ୍ବଲପୁର, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାକୁ ନେଇ ହୀରାକୁଦ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସରକାରଙ୍କ ଏସଏଏସସିଆଇ ଯୋଜନାରେ ବହୁ କୋଟି ଟଙ୍କାର ପ୍ରକଳ୍ପ ତିଆରି ହେବ । ବିଶ୍ୱସ୍ତରୀୟ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବ ହୀରାକୁଦ । ଜମାଦାରପାଲି ଅଞ୍ଚଳରେ ହେବ କ୍ୟାମ୍ପେ୍ନିଂ ସାଇଟ୍ ସାଙ୍ଗକୁ ଲାଇଟ୍ ଓ ସାଉଣ୍ଡ ସୋ । ଆଖପାଖ ପରିବେଶ ଆକର୍ଷଣୀୟ କରିବାକୁ ରହିବ ଜାପାନିଜ୍ ପଥର ପାଚେରି । ପର୍ଯ୍ୟଟକଙ୍କ ପାଇଁ ହେବ ବିଶାଳ ସ୍ଥାୟୀ […]
ଶୁଭାଂଶୁଙ୍କ ସଫଳ ଅବତରଣ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂରା ଟିମକୁ ମୋଦୀ ଜଣାଇଲେ ଅଭିନନ୍ଦନ । କହିଲେ, ଶୁଭାଂଶୁଙ୍କ ପାଇଁ ଦେଶ ଗର୍ବିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କର ଐତିହାସିକ ମହାକାଶ ଯାତ୍ରାକୁ ଭୂୟସୀ ପ୍ରଶଂସା କରିଛନ୍ତି । ସୂଚନାମୁତାବକ ମହାକାଶରେ ୨୦ ଦିନ ଓ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନରେ ୧୮ ଦିନ ରହଣି ପରେ ପୃଥିବୀକୁ ଫେରିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ […]
ମାରାଥନ ରନର ପୁରସ୍କାର ପ୍ରାପ୍ତ ଫୌଜା ସିଂଙ୍କର ମୃତ୍ୟୁ ହୋଇଛି । ସୋମବାର ଦିନ ପଞ୍ଜାବ ଜଳନ୍ଧରରେ ଏକ ସଡ଼କ ଦୁର୍ଘଟଣାରେ ୧୧୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ସେ ତାଙ୍କ ଜନ୍ମସ୍ଥାନ ବ୍ୟାସରେ ବାହାରେ ବୁଲୁଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା ।ଫଳରେ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିବାରୁ ତାଙ୍କୁ ଜଳନ୍ଧରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।ଫୌଜା ସିଂଙ୍କ […]
ପୁଣି ମାଓବାଦୀ ଖେଳିଲେ ରକ୍ତର ହୋଲି। ଛତିଶଗଡ଼ ବିର୍ଜାପୁରରେ ମାଓବାଦୀ ରଚିଲେ ବର୍ବରକାଣ୍ଡ। ୨ ଜଣ ପାରା ଶିକ୍ଷକଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ।ସୂଚନା ଅନୁଯାୟୀ, ପିଲୁର ଗାଁ ଜଙ୍ଗଲରେ ବିନୋଦ ମାଡେଙ୍କୁ ହତ୍ୟା କରାଯାଇଛି। ଟେକାମେଟା ଗାଁ ନିକଟରେ ଅନ୍ୟ ଜଣଙ୍କୁ ହତ୍ୟା କରାଯାଇଛି। ତେବେ ପୁଲିସ ପକ୍ଷରୁ ଏନେଇ ଯାଏଁ କୌଣସି ସୂଚନା ମିଳି ନାହିଁ।ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା ନେଇ ପୋଷ୍ଟର ଛାଡ଼ିଲେ ମାଓବାଦୀ। ପୂର୍ବରୁ ମଧ୍ୟ ମାଓବାଦୀ ପୋଲିସ ଇନଫର୍ମର […]
ରାଶନ କାର୍ଡକୁ ନେଇ ବଡ ଘୋଷଣା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ୩ ମାସ ମଧ୍ୟରେ । ଇ-କେୱାଇସି କରିବାକୁ । ଯଦି ନକରନ୍ତି ତେବେ ରାଶନ କାର୍ଡ କଟାଯିବ ।ଯେଉଁମାନେ ଇ-କେୱାଇସି କରିନାହାଁନ୍ତି, ସେମାନଙ୍କ ପାଇଁ ୩ ମାସ ଅପେକ୍ଷା କରିବେ ସରକାର । କାର୍ଡଗୁଡ଼ିକ ସେହି ସମୟରେ ସସ୍ପେଣ୍ଡ ଅବସ୍ଥାରେ ରହିବ । ଯଦି ଏହି ସମୟରେ ଲୋକ ଇ-କେୱାଇସି ନକରନ୍ତି, ତେବେ କାର୍ଡ ଗୁଡ଼ିକ […]
ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢିବାରେ ଲାଗିଛି ।ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ପ୍ରତିବାଦରେ ଲୋକସେବା ଭବନ ଘେରାଉ କରିବ ବିଜେଡି। ଆସନ୍ତାକାଲି ଲୋକସେବା ଭବନ ଘେରାଉ କରିବ ବିଜେଡି । ଆଜି ସନ୍ଧ୍ୟାରେ ଦଳ ପକ୍ଷରୁ candle rally କରାଯିବ। ସିଟିଂ ଜଜଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ତଦନ୍ତ କରିବା ପାଇଁ ଦାବି କରିଛି ଦଳ […]
ଆଉ ଦୁନିଆରେ ନାହାଁନ୍ତି କଲେଜ ପଢୁଆ ଝିଅ ସୌମ୍ୟାଶ୍ରୀ । ଗତକାଲି ରାତିରେ ଏମ୍ସ ହସ୍ପିଟାଲରେ ସେ ଆରପାରିକୁ ଚାଲିଯାଇଛନ୍ତି । ନିଜ ଅସୁବିଧା ବାବଦରେ ସେ ସମସ୍ତଙ୍କୁ ଅବଗତ କରାଇଥିଲା । ହେଲେ କେହି ନଶୁଣିବାରୁ ସେ ଆରପାରିକୁ ଚାଲି ଯାଇଛି । ତେବେ ସୌମ୍ୟାଶ୍ରୀ ବିଶିଙ୍କ ଅନ୍ତିମସଂସ୍କାର ପରେ ତାଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସମସ୍ତଙ୍କୁ ଗୋଟିଏ ଅନୁରୋଧ ଦୟାକରି ମୋ ଝିଅର ମୃତ୍ୟୁକୁ ନେଇ ଆଉ ରାଜନୀତି କରନ୍ତୁ […]
ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର. ଗଭାଇ । ହାଇଦ୍ରାବାଦ ଗସ୍ତ ସମୟରେ ଗୁରୁତର ସଂକ୍ରମଣରେ ପୀଡିତ ହୋଇ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ଚିକିତ୍ସା ଚାଲିଥିବା ବେଳେ ଧିରେ ଧିରେ ସୁସ୍ଥ ହେଉଛନ୍ତି ସିଜେଆଇ ଗଭାଇ । ତାଙ୍କର ସଂକ୍ରମଣ ସମ୍ପର୍କରେ ସବିଶେଷ ତଥ୍ୟ ମିଳିନାହିଁ । ହସ୍ପିଟାଲରେ ଚିକିତ୍ସିତ ହେଉଥିବା କାରଣରୁ ସେ କୋର୍ଟ କାର୍ଯ୍ୟରେ ଯୋଗଦେଇ ପାରିନାହାନ୍ତି । ତେବେ ୨-୩ ଦିନରେ ସେ […]
