ଆଇନ୍‍ କଡା ପଦକ୍ଷେପ ନେବ, ସଂପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳିବ- ରାଜ୍ୟପାଳ ହରିବାବୁ କମ୍ଭମପତି

ଏଫ୍‍ଏମ୍‍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି । ଏହି ଖବର ଶୁଣି ଗଭୀର ମର୍ମାହତ ଥିବା କହିଲେ ରାଜ୍ୟପାଳ । ରାଜ୍ୟପାଳ କହିଛନ୍ତି ଛାତ୍ରୀଙ୍କ ଅକାଳ ବିୟୋଗ ଶୁଣି ମୁଁ ଗଭୀର ମର୍ମାହତ । ଏହା କେବଳ ଏକ ଦୁଃଖଦ ଘଟଣା ନୁହେଁ, ଆମ କ୍ୟାମ୍ପସକୁ ସୁରକ୍ଷିତ ରଖିବାକୁ ଜରୁରୀ ଆବଶ୍ୟକତା ବୋଲି ମନେ ପକାଉଛି । ଘଟଣାରେ ପୀଡିତାଙ୍କ ପରିବାରକୁ ନ୍ୟାୟ ମିଳିବ । […]

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷ ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦୁଇ ଦିନ ଯାଏ ଅଧିକ ବର୍ଷା ସମ୍ଭାବନା ରହିଛି। ଆଜି ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ନୂଆପଡ଼ାରେ ଭାରି ବର୍ଷା ହୋଇପାରେ। […]

ଏଫଏମ କଲେଜ ପୀଡ଼ିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଚିନ୍ତା ବଢାଇଲା ନବୀନଙ୍କ ଟୁଇଟ୍‌

ବାଲେଶ୍ୱର ଏଫଏମ କଲେଜ ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଏମ୍ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଏଫଏମ କଲେଜ ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ ଓ ମର୍ମାହତ। ଏପରି ସମୟକୁ ସାମ୍ନା କରିବା ପାଇଁ ମହାପ୍ରଭୁ ପରିବାର ଲୋକଙ୍କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ। ଟୁଇଟ୍‌ କରି ସେ ଏହିକଥା କହିଛନ୍ତି | ମନକୁ ଏହା ଅଧିକ ବିଚଳିତ […]

FM ପୀଡିତାଙ୍କ ମୃତ୍ୟୁ: ଟୁଇଟରେ ରାହୁଲ କହିଲେ ଏହା ଆତ୍ମହତ୍ୟା ନୁହେଁ

ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ। ମୃତ୍ୟୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସେ ଚିକିତ୍ସିତ ହେଉଥିବା AIIMS ତରଫରୁ ଏ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି। ଏହା ସହିତ ପଳାସିଆ ଗାଁ ମଶାଣିରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ଏହାକୁ ନେଇ ରାଜନୀତି ଏବେ ଜୋର ଧରିଛି | ତେବେ ଓଡ଼ିଶାରେ ନ୍ୟାୟ ପାଇଁ ଲଢ଼ୁଥିବା ଝିଅର ମୃତ୍ୟୁ ବିଜେପି ବ୍ୟବସ୍ଥା ଦ୍ୱାରା ଏକ ସିଧାସଳଖ […]

ଗାଁ ମଶାଣିରେ ଜଳିଲା ସୌମ୍ୟାଶ୍ରୀଙ୍କ ଜୁଇ

ପୈତୃକ ଗାଁ ମଶାଣି ରେ ଜଳିଲା ସୌମ୍ୟାଶ୍ରୀଙ୍କ ମୃତ ଶରୀର । ପଳାସିଆ ଗାଁ ମଶାଣିରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୁଖାଗ୍ନି ଦେଲେ ସୌମ୍ୟାଶ୍ରୀଙ୍କ ଭାଇ । ସୌମ୍ୟାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପୂରା ଗାଁ ଏକାଠି ହୋଇଥିବା ବେଳେ, ଭାଙ୍ଗିପଡ଼ିଛି ପୂରା ପରିବାର । ନିଜ ଝିଅକୁ ହରାଇ ସ୍ଥାଣି ପାଲଟିଯାଇଛନ୍ତି ବାପା ମାଆ । ମା’ ଏବେବି ବିଶ୍ୱାସ କରିପାରୁନି ତା ଝିଅ ଏହି ଦୁନିଆ ଛାଡ଼ି ଚାଲିଯାଇଛି ବୋଲି। […]

ସୌମ୍ୟାଶ୍ରୀଙ୍କ ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଦେବେ

ବ୍ୟବସ୍ଥାର ଅତ୍ୟାଚାରକୁ ସହିନପାରି ଆତ୍ମହତ୍ୟା କରିଥିବା ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସୌମ୍ୟାଶ୍ରୀଙ୍କ ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଦେବେ । ଏନେଇ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି । ଟୁଇଟ୍‌ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ସରକାରଙ୍କ ସମସ୍ତ […]

ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ

ଆଜି ସବୁ ସହରରେ କ୍ୟାଣ୍ଡେଲ ଜାଳି ମୃତା ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଡଗତି କାମନା କରାଯିବ। ବାଲେଶ୍ଵର ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ମିଳିତ ବିରୋଧୀ ଦଳ ପକ୍ଷରୁ ସାମ୍ବାଦିକ ଙ୍କୁ ସୂଚନା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି ଶେଷରେ ବିଜେପି ଦଳର ଏବିଭିପି ର ଝିଅ ବି ବାଦ୍ ପଡିଲାନି । ଛାତ୍ରୀ ଜଳୁଥିବା ସମସ୍ତେ ଦେଖୁଥିଲେ। କେହି ପ୍ରତିବାଦ କଲେଣି। ବିଜେପି ଦଳ ଶାସନକୁ ଆସିବାପରେ […]

ଶୋକବ୍ୟକ୍ତ କଲେ ଉପ-ମୁଖ୍ୟମନ୍ତ୍ରୀ,ଦୋଷୀକୁ ମିଳିବ କଠୋର ଦଣ୍ଡ

ନ୍ୟାୟ ପାଇଁ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ସୌମ୍ୟାଶ୍ରୀ ଦୀର୍ଘ ୩ଦିନ କାଳ ଛଟପଟ ହୋଇ ଶେଷରେ ମୃତ୍ୟୁବରଣ କରିଛନ୍ତି। ଭୁବନେଶ୍ବର ଏମସରେ ଆଖି ବୁଜିଛନ୍ତି ସୌମ୍ୟାଶ୍ରୀ ବିଶି । ଗତକାଲି ବିଳମ୍ବିତ ରାତିରେ ଏମସ କର୍ତ୍ତୃପକ୍ଷ ତାଙ୍କୁ କ୍ଲିନିକାଲ ଡେଥ ଘୋଷଣା କରିଛନ୍ତି ।  ଏହାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।  ମୃତ ଶରୀରକୁ ବ୍ୟବଚ୍ଛେଦ ପରେ ସ୍ଵତନ୍ତ୍ର ପୋଲିସ୍ ଏସ୍କଟ ରେ ବାଲେଶ୍ଵର ଅଣାଯାଇଛି । ବାଲେଶ୍ଵର ଜିଲ୍ଲା ଭୋଗରାଇରେ […]

କାହିଁକି ସୌମ୍ୟାଶ୍ରୀଙ୍କ ପାଇଁ ରାତି ଅଧରେ ହେଲା ପୋଷ୍ଟମର୍ଟମ୍ବ ??

ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଦେଇଥିବା ଛାତ୍ରୀ ୩ଦିନ ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଘଟଣାଟି ଏତେ ସମ୍ୱେଦନଶୀଳ ଥିବା ଯେ ସୌମ୍ୟାଶ୍ରୀଙ୍କ ପାଇଁ ରାତି ଅଧରେ ଶବ ବ୍ୟବଚ୍ଛେଦ କରାଗଲା । ସାଧାରଣତଃ, ଆମେ ଦେଖିଛେ ଯଦି କୌଣସି ବ୍ୟକ୍ତିଙ୍କ ରାତିରେ ମୃତ୍ୟୁ ହୋଇଯାଏ ତେବେ ହସ୍ପିଟାଲ ରାତିରେ ପୋଷ୍ଟମର୍ଟମ କରିନଥାନ୍ତି, କିନ୍ତୁ ସୌମ୍ୟାଶ୍ରୀଙ୍କ ପାଇଁ ନିୟମ ବଦଳିଥିବା […]

ବାଲେଶ୍ବର ଭୋଗରାଇରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ହେବ

ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ସୋମବାର ରାତି ୧୧ଟା ୪୬ମିନିଟରେ ମୃତ୍ୟୁ ଘଟିଛି। ସୌମ୍ୟାଶ୍ରୀଙ୍କ ମରଶରୀର ପହଞ୍ଚିବା ପୂର୍ବରୁ କାନ୍ଦ ବୋବାଳିରେ ଫାଟିଛି ଗାଁ। ବାହୁନି ହେଉଛନ୍ତି ପରିବାର ଓ ଜ୍ଞାତି କୁଟୁମ୍ବ ସୌମ୍ୟାଶ୍ରୀଙ୍କ ଏକାଧିକ ପ୍ରତିଭାକୁ ଝୁରୁଛନ୍ତି ଅଞ୍ଚଳବାସୀ। ବାଲେଶ୍ବର ଭୋଗରାଇରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ହେବ ବୋଲି ଜଣାପଡ଼ିଛି।

ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ଵର ଏଫଏମ ଛାତ୍ରୀ,ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ

ନ୍ୟାୟ ପାଇଁ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ସୌମ୍ୟାଶ୍ରୀ ଦୀର୍ଘ ୩ଦିନ କାଳ ଛଟପଟ ହୋଇ ଶେଷରେ ମୃତ୍ୟୁବରଣ କରିଛନ୍ତି। ଭୁବନେଶ୍ବର ଏମସରେ ଆଖି ବୁଜିଛନ୍ତି ସୌମ୍ୟାଶ୍ରୀ ବିଶି । ଗତକାଲି ବିଳମ୍ବିତ ରାତିରେ ଏମସ କର୍ତ୍ତୃପକ୍ଷ ତାଙ୍କୁ କ୍ଲିନିକାଲ ଡେଥ ଘୋଷଣା କରିଛନ୍ତି ।  ଏହାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।  ମୃତ ଶରୀରକୁ ବ୍ୟବଚ୍ଛେଦ ପରେ ସ୍ଵତନ୍ତ୍ର ପୋଲିସ୍ ଏସ୍କଟ ରେ ବାଲେଶ୍ଵର ଅଣାଯାଇଛି । ବାଲେଶ୍ଵର ଜିଲ୍ଲା ଭୋଗରାଇରେ […]

ସରିଲା ଟେଣ୍ଡର ପ୍ରକ୍ରିୟା: ଏବେ ଆସିବ ୪୩୨ ଆମ୍ବୁଲାନ

୧୦୮ ଆମ୍ବୁଲାନ୍ସ ପାଇଁ ସୋମବାର ଟେଣ୍ଡର ପ୍ରକ୍ରିୟା ସରିଛି।ତେବେ କାଗଜପତ୍ର ପାଇଁ ଆଉ ସପ୍ତାହେ ଲାଗିବ। ଟେଣ୍ଡର ସରିବାର ୬୦ ଦିନରେ ୪୩୨ ଆମ୍ବୁଲାନ୍ସ ଆସିବ। ଏନେଇ ୧୦୮ ଆମ୍ବୁଲାନ୍ସ ଓଡ଼ିଶା ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ସୂଚନା ଦେଇଛନ୍ତି।ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ଜାରି ରଖିବା ଲାଗି ୨୩୮୮.୪୫ କୋଟି ଟଙ୍କାର ବ୍ୟୟ ଅଟକଳକୁ ଗତ ଏପ୍ରିଲରେ ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଥିଲେ।