ଏମ୍ସରେ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି

ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟବର୍ଷରେ ଅଧ୍ୟୟନରତା ଜଣେ ଛାତ୍ରୀ ଆତ୍ମାହୁତି ଦେଇଛନ୍ତି। ଏହି ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ ଏବେ ଏମ୍ସରେ ଚିକିତ୍ସାଧିନ ଅଛନ୍ତି। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମ୍ସ ଯାଇ ଗୁରୁତର ଛାତ୍ରୀଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବର୍ଣ୍ଣ ୟୁନିଟରେ ପୀଡ଼ିତାଙ୍କୁ ସାକ୍ଷାତ କରିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।ତେବେ ପୀଡ଼ିତାଙ୍କ ପରିବାରକୁ ଭେଟିବା ସମୟରେ ରାଷ୍ଟ୍ରପତି ଭାବବିହ୍ବଳ ହୋଇପଡ଼ିଥିଲେ। ପରିବାର ଲୋକଙ୍କୁ […]

ଓଡ଼ିଶାରେ ସୃଷ୍ଟି ହୋଇପାରେ ବନ୍ୟା ସ୍ଥିତି, ଚେତାବନୀ ଦେଲେ IMD ଡିଜି

ଅବପାତ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଇଏମଡି କରିଛି ପୂର୍ବାନୁମାନ । ରାଜ୍ୟବାସୀଙ୍କୁ ସତର୍କ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।ସୋମବାର ଉତ୍ତର ଓଡ଼ିଶା ସାଙ୍ଗକୁ ମଙ୍ଗଳବାର ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି IMD ଡିଜି ପୂର୍ବନୁମାନ କରିଛନ୍ତି। ଏପରିକି କେତୋଟି ସ୍ଥାନରେ ୨୦ ସେମି ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛନ୍ତି।ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଅବବାହିକାରେ ପୁଣି ବର୍ଷା ହେବା ନେଇ ସତର୍କ ରହିଛି । ଉପକୂଳରେ […]

ଶେଷରେ ମୁହଁ ଖୋଲିଲେ ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତି

ମୁହଁ ଖୋଲିଲେ ପାକିସ୍ତାନୀ ଜାସୁସ ଜ୍ୟୋତି ମାଲହୋତ୍ରାଙ୍କ ସହ ସମ୍ପର୍କ ଥିବା ୟୁଟ୍ୟୁବର ପ୍ରିୟଙ୍କା ସେନାପତି । ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖି ଦେଶଦ୍ରୋହ ପ୍ରସଙ୍ଗରେ କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି । ଟିଆରପି ପାଇଁ ମିଡିଆ ତାଙ୍କ ନାଁରେ ମିଛ ଦେଖାଇଥିବା କଥା କହି ପ୍ରତି କଥାରେ ଗଣମାଧ୍ୟମ ଉପରେ ଦୋଷ ଲଦିଛନ୍ତି ପ୍ରିୟଙ୍କା । ତଦନ୍ତ ଚାଲୁଥିବାରୁ ଦୁଇ ମାସ ହେବ ମୁଁ ଚୁପ ଥିଲି । କିନ୍ତୁ ସେତେବେଳେ ମିଡିଆ […]

ନିଲମ୍ବିତ କଲେଜ ଅଧ୍ୟକ୍ଷ ଦିଲୀପ କୁମାର ଘୋଷ ଗିରଫ 

ବାଲେଶ୍ବର ଏଫଏମ (FM) କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଗିରଫ ହେଲେ FM କଲେଜ ନିଲମ୍ବିତ ପ୍ରିନସିପାଲ ଗିରଫ । ନିଲମ୍ବିତ ପ୍ରିନସିପାଲ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇଛି । ଦିଲ୍ଲୀପ ଘୋଷଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ ।ପୂର୍ବରୁ ଏଜୁକେସନ୍ ବିଭାଗ HOD ସମୀର ସାହୁ ଗିରଫ ହୋଇଥିଲେ। ବର୍ତ୍ତମାନ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଉଭୟେ ଗିରଫ।ସେପଟେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି, ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତି ସନ୍ତୋଷ ତ୍ରିପାଠୀ […]

ଛାତ୍ରୀ ଆତ୍ମାହୁତି ଘଟଣା : କଥାଦେଲେ ରାଜ୍ୟପାଳ

ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ କଥା ହେଲେ ରାଜ୍ୟପାଳ । ଘଟଣାର ସବିଶେଷ ତଥ୍ୟ ପଚାରି ବୁଝିଲେ । ଏମସ ନିର୍ଦ୍ଦେଶକଙ୍କ ସହ ମଧ୍ୟ ଆଲୋଚନା କଲେ । ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଉତ୍ତମ ଚିକିତ୍ସା ଦେବାକୁ କହିଲେ । ଅନ୍ୟପଟେ ବାଲେଶ୍ବର ଘଟଣାରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ତିନି ବିଭାଗର ପ୍ରମୁଖ ସଚିବଙ୍କ ସହ ଆଲୋଚନା କଲେ ମୁଖ୍ୟ ସଚିବ।ମହିଳା ଓ ଶିଶୁ ବିକାଶ, […]

ତାମିଲ ଅଭିନେତ୍ରୀ ବି. ସରୋଜା ଦେବୀଙ୍କ ଦେହାନ୍ତ

କୋଟା ଶ୍ରୀନିବାସଙ୍କ ବିୟୋଗ ପରେ ଦକ୍ଷିଣ ଭାରତୀୟ ସିନେ ଶିଳ୍ପକୁ ଏବେ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ବରିଷ୍ଠ ତାମିଲ ଅଭିନେତ୍ରୀ ବି. ସରୋଜା ଦେବୀଙ୍କର ସୋମବାର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ସେ ୭ ଦଶନ୍ଧିର ତାଙ୍କ କ୍ୟାରିଅରରେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।୧୯୫୫ ମସିହାରେ ସେ ଏକ ଫିଲ୍ମରେ ଭକ୍ତକବି କାଳିଦାସ ଚରିତ୍ରରେ ଅଭିନୟ କରିଥିଲେ । ୧୯୫୮ ମସିହାରେ ନଦୋଦୀ ମନନଙ୍କଠାରୁ ତାଙ୍କର ନୂଆ ପରିଚୟ ସୃଷ୍ଟି କରିଥିଲା […]

ଏଣିକି କଙ୍ଗାରୁକୋର୍ଟ କଲେ ଦଣ୍ଡ:  ଆଇନ ମନ୍ତ୍ରୀ

ରାଜ୍ୟରେ ଘଟୁଥିବା କଙ୍ଗାରୁ କୋର୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି ଆଇନକୁ ହାତକୁ ନେଲେ କେହି ବର୍ତ୍ତିବେନି । ସେ ଯେ କେହି ବି ହୋଇଥିବେ ଦଣ୍ଡିତ ହେବେ ନିଶ୍ଚୟ । କଙ୍ଗାରୁ କୋର୍ଟ କରି ନିର୍ଯାତନା ଦେଲେ ଏନେଇ ସରକାରଙ୍କ ସ୍ପଷ୍ଟ ଆଇନ ଅଛି ।କଙ୍ଗାରୁକୋର୍ଟ ଯିଏ କରିବ , ସେ ଦଣ୍ଡିତ ହେବ ।  ଆଇନକୁ ହାତକୁ ନେଲେ କଠୋର ଦଣ୍ଡବିଧାନ କରାଯିବ । ତେବେ ଅତୀତ ଓ […]

ଜଗନ୍ନାଥ ବଲ୍ଳଭରେ ବନ୍ଧା ହୋଇ ପଡିଛନ୍ତି ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି  

ମହାପ୍ରଭୁଙ୍କ ଚିତ୍ତବିନୋଦନ ଉଦ୍ୟାନ ଜଗନ୍ନାଥ ବଲ୍ଳଭରେ ଏକ ଦୃଶ୍ୟ ଭକ୍ତଙ୍କୁ ମର୍ମାହତ କରୁଛି ।  ଥାକ ଥାକ ହୋଇ ବନ୍ଧା ହୋଇ ପଡିଛନ୍ତି ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ  l ୨୦୨୪ମସିହା ଆରମ୍ଭରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ସମୟରେ ଭବ୍ୟ ପ୍ରସ୍ତୁତି କରାଯାଇଥିଲା  l  ଜଗନ୍ନାଥ ବଲ୍ଳଭ ପରିସରରେ ଶୀତତାପ ନିୟନ୍ତ୍ରିତ କୋଠରୀରେ ମହାପ୍ରଭୁଙ୍କ ୨୫ପ୍ରକାର ବେଶ ପ୍ରଦର୍ଶିତ ହୋଇଥିଲା । ଅନେକ ଦିନରୁ ହେଉ ନଥିବା ରଘୁନାଥ ବେଶ ମଧ୍ୟ […]

ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା କାଲି ପରି ସଙ୍କଟାପନ୍ନ, ନିଆଁ ଲଗାଇବା ପୂର୍ବରୁ ପୀଡିତା ଦେଇଥିଲେ ବଡ଼ ବୟାନ

ଏମ୍‌ସ୍‌ରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ କାନ୍ଦିକାନ୍ଦି ସୂଚନା ଦେଇଛନ୍ତି ଛାତ୍ରୀଙ୍କ ବାପା। ସେ କହିଛନ୍ତି, ଝିଅର ସମ୍ପୂର୍ଣ୍ଣ ଶରୀର ବ୍ୟାଣ୍ଡେଜ କରାଯାଇଛି। ୯୮ ପ୍ରତିଶତ ଅକ୍ସିଜିନ ସିଷ୍ଟମ ଭିତରେ ରଖାଯାଇଛି। ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏୟାର ଲିପ୍ଟ କରିବା ଏବେ ସମ୍ଭବ ନୁହେଁ। ଡାକ୍ତର ଚିକିତ୍ସା କରୁଛନ୍ତି। ତେବେ ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୀଡିତା ଜୁଲାଇ ୨ରେ […]

ଆଜି ବିଶ୍ୱ ସିମ୍ପାଞ୍ଜି ଦିବସ ।

ସୋମବାର ବିଶ୍ୱ ସିମ୍ପାଞ୍ଜି ଦିବସ । ସିମ୍ପାଞ୍ଜିମାନଙ୍କ ସୁରକ୍ଷା, ବଂଶ ବୃଦ୍ଧି ପାଇଁ ଏହି ଦିବସ ପାଳନ କରାଯାଉଛି ।ପ୍ରତିବର୍ଷ ଜୁଲାଇ ୧୪ରେ ଆୟୋଜିତ ହେଉଥିବା, ଏହି ଦିବସ ୧୯୬୯ରେ ତାଞ୍ଜାନିଆର ଗୋମ୍ବେ ଷ୍ଟ୍ରିମ୍ ନ୍ୟାସ୍‌ନାଲ୍‌ ପାର୍କରେ ଜେନ ଗୁଡାଲଙ୍କ ପ୍ରଥମ ଗବେଷଣାର ବାର୍ଷିକୀ ଭାବେ ପାଳନ କରାଯାଏ – ଏକ ଗବେଷଣା ଯାହା ସିମ୍ପାଞ୍ଜି ବିଷୟରେ ଆମର ବୁଝାମଣାକୁ ପରିବର୍ତ୍ତନ କରିଥିଲା ଏବଂ ମଣିଷ ସହିତ ସେମାନଙ୍କର ଗଭୀର ସଂଯୋଗକୁ ସୂଚିତ କରିଥିଲା । ଲୋକପ୍ରିୟ […]

ଆଉ କିଛି ସମୟର ଅପେକ୍ଷା। ମହାକାଶରୁ ଫେରୁଛନ୍ତି ଶୁଭାଂଶୁ

ଆନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) ରେ ୧୮ ଦିନ ବିତାଇବା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ପରୀକ୍ଷଣ କରିବା ପରେ, ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବେ ପୃଥିବୀକୁ ଫେରିବାକୁ ପ୍ରସ୍ତୁତ। Axiom-4 ମିଶନ ଅଧୀନରେ, ସେ ଏବଂ ଅନ୍ୟ ତିନି ଜଣ ମହାକାଶଚାରୀ ୧୪ ଜୁଲାଇରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବେ।ଶୁଭାଂଶୁଙ୍କ ସମେତ ସହଯାତ୍ରୀ ପୃଥିବୀ ଫେରିବେ। ଅପରାହ୍ନ ୪ଟା ୩୪ରେ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ ଅନଡକିଂ ହେବ।ପ୍ରାୟ ୨୨ ଘଣ୍ଟା ଯାତ୍ରା […]

ଲାୟନ୍ସ କ୍ଳବ୍, ନାଗାବଳୀ ରାୟଗଡ ର ନୂତନ କର୍ମକର୍ତ୍ତା ସଂସ୍ଥାପନ ଏବଂ ନୂତନ ସଭ୍ୟା/ସଭ୍ୟ ପ୍ରବେଶ ସମାରୋହ

ଆଜି ସଂଧ୍ୟାରେ, ନାଗାବଳୀ ଲାୟନ୍ସ କ୍ଳବର ନୂତନ କର୍ମକର୍ତ୍ତା ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ଲାଇନ୍.ଶୁଭ୍ରା ପଣ୍ଡା, ଡଃ ବିପିନ ବିହାରୀ ବିଶ୍ୱାଳ, ଏଵଂ ସୁଦର୍ଶନ ପାଢ଼ୀ ଯଥାକ୍ରମେ ସଭାପତି ସମ୍ପାଦକ ତଥା କୋଷାଧ୍ୟକ୍ଷ ଭାବେ ନିଜ ନିଜ ଦାୟିତ୍ଵ ଗ୍ରହଣ କରିଛନ୍ତି। ଲାଇନ୍.ଅଜିତ କୁମାର ପାଣିଗ୍ରାହୀ ଏଵଂ ଲାବଣ୍ୟ ମୋହନ ପଟ୍ଟନାୟକ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ଉପସଭାପତି ଭାବେ ନିଜନିଜ ଦାୟିତ୍ଵ ତୁଲାଇବେ। ଲାଇନ୍.ଇ. ଅଶ୍ଵିନୀ କୁମାର ଦାସ, ପ୍ରଥମ ଜିଲ୍ଲା ଗଭର୍ଣ୍ଣର ସମସ୍ତ […]