ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର

ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଏନେଇ ରାଜ୍ୟ ଏବଂ ରାଜଧାନୀରେ ଥିବା ଶୈବପୀଠଗୁଡ଼ିକ ବେଶ୍‌ ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ଶୈବପୀଠରେ କାଉଡ଼ିଆମାନେ ଭଗବାନ ଶିବଙ୍କଠାରେ ଜଳଲାଗି କରିଛନ୍ତି |ଦୂର ଦୂରାନ୍ତରୁ ପାଣି ଆଣି କାଉଡ଼ିଆଙ୍କ ଲମ୍ୱାଧାଡ଼ି ବିଭିନ୍ନ ଶୈବ ପୀଠକୁ ଲମ୍ୱିଛି । ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିବାକୁ ବାହାରିଛନ୍ତି । ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି […]

ଧାମରା ମୁହାଁଣରୁ ଧରା ହୋଇଛି ଦୁଇଟି ତେଲିଆ ମାଛ, ଦାମ୍ ଲକ୍ଷ ଲକ୍ଷ ଟଙ୍କା

ଗୋଟିଏ ମାଛର ଦାମ୍ ଦୁଇଗୋଟି ରୟାଲ ଏନଫିଲ୍ଡ କ୍ଲାସିକ୍ ୩୫୦ ଠାରୁ ବି ଅଧିକ।ଏଭଳି ଖବର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ। ଧାମରା ମୁହାଁଣର ଗଭୀର ସମୁଦ୍ରରୁ ଧୀବରମାନେ ଏହି ପ୍ରଜାତିର ଦୁଇଗୋଟି ମାଛ ଧରିଛନ୍ତି। ମାଛର ନାମ ତେଲିଆ।ଗୋଟିଏ ମାଛ ୨୧କେଜି ହୋଇଥିବା ବେଳେ ତାହା କେଜି ପ୍ରତି ୭୫୦୦ ଟଙ୍କା ଦେଖିଲେ,ମୋଟ ୧, ୫୭,୫୦୦ ଟଙ୍କା। ଅନ୍ୟଟି ୩୧କେଜି ୬୦୦ ମାଛକୁ କେଜି ପ୍ରତି ୧୪ ହଜାର ୬ଶହ ଟଙ୍କା ହୋଇଥିବାବେଳେ ମୋଟ୍ ୪,୬୧,୦୦୦ […]

ପ୍ରେମ ବିବାହରେ ଯୌତୁକ ଭୟ ! ଯୌତୁକ ନିଆଁରେ ଜଳିଲେ ଆରତୀ

ଯୌତୁକ ପାଇଁ ଜାଳିଦେଲେ ବୋହୂକୁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଲ୍ଲିକୋଟ କହ୍ନେଇପୁର ଗାଁରେ। ଯୌତୁକ ନିର୍ଯାତନା ଦେଇ ଶାଶୂ ଓ ଦିଅର ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିବାବେଳେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବୋହୂକୁ ମେଡିକାଲରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ ଆକାଶ ପରିଡ଼ାଙ୍କୁ ଦୁଇ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ ଆରତୀ । ଯୌତୁକ ପାଇଁ ଝିଅକୁ ବିଭିନ୍ନ ସମୟରେ ଶାଶୁ ଘର ଲୋକ ନିର୍ଯାତନା ଦେଉଥିବା ନେଇ ଆରତୀଙ୍କ ବାପା ଅଭିଯୋଗ […]

ଏଫଏମ କଲେଜ ଛାତ୍ରୀଙ୍କ ବାପା, ଏବେ ଭଗବାନଙ୍କ ଉପରେ ରହିଛି ଭରଷା

ବାଲେଶ୍ବର ଏଫଏମ୍‌ କଲେଜରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ଶରୀରର ୯୫ ପ୍ରତିଶତ ପୋଡିଯାଇଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି । ଫୁସଫୁସ ଓ କିଡନୀ ପ୍ରଭାବିତ ହୋଇଛି । ଏସବୁ ଭିତରେ ଏମ୍‌ସରେ ପୀଡ଼ିତାଙ୍କ ଡାଏଲିସିସ୍ ଆରମ୍ଭ ହୋଇଛି । ଦିଲ୍ଲୀ ଏମ୍‌ସର ପରାମର୍ଶ କ୍ରମେ ଚାଲିଛି ଚିକିତ୍ସା । ମୁଖ୍ୟମନ୍ତ୍ରୀ ପୂରା ସହଯୋଗ କରୁଛନ୍ତି। ସବୁ ଭଗବାନଙ୍କ ଇଛା ବୋଲି ଛାତ୍ରୀଙ୍କ ବାପା କହିଛନ୍ତି । ତେବେ ୯୮% ଅକ୍ସିଜେନ୍ […]

ଆଜି ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ୍‌ କଟକଣା

ଆଜିଠୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ଏମ୍ସର ୫ମ ସମାବର୍ତ୍ତନ ଉତ୍ସବ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । ମହାମହିମଙ୍କ ଗସ୍ତକୁ ନେଇ ଟ୍ବିନ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିସନରେଟ ପୁଲିସ୍ । ତେବେ ରାଷ୍ଟ୍ରପତିଙ୍କ ଏହି ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ୍‌ କଟକଣା କରାଯାଇଛି। ଏୟାରପୋର୍ଟରୁ ଜୟଦେବ ବିହାର ଦେଇ ଏମ୍ସ ଯିବା ରାସ୍ତା ବନ୍ଦ ରହିବ। ସନ୍ଧ୍ୟା ୫ଟା ୧୦ରୁ ୫ଟା ୫୦ […]

 ରାଜ୍ୟରେ ଯୋଡ଼ା ଲଘୁଚାପ ସୃଷ୍ଟି। ରାଜ୍ୟରେ ଜାରି ରହିଛି ବର୍ଷା

ରାଜ୍ୟରେ ଯୋଡ଼ା ଲଘୁଚାପ ସୃଷ୍ଟି ହୋଇଛି । ପୂର୍ବ ଭାଗରେ ଉତ୍ତର ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ବାଂଲାଦେଶ, ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ସନ୍ଧ୍ୟାରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ପଶ୍ଚିମ ମଧ୍ୟପ୍ରଦେଶ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ ରହିଛି। ଦୁଇ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । […]

ଆଜି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ୫ ମିନିଟ ସମୟ ମାଗିଛି ବିଜେଡି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ନୂଆଦିଲ୍ଲୀରୁ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବେ। ସୋମବାର ସନ୍ଧ୍ୟାରେ ରାଷ୍ଟ୍ରପତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ) ଭୁବନେଶ୍ୱରର ୫ମ ସମାବର୍ତ୍ତନ ସମାରୋହରେ ଯୋଗଦେବେ।ଆଜି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ୫ ମିନିଟ ସମୟ ମାଗିଛି ବିଜେଡି ।  ଏଫଏମ କଲେଜ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ ଘଟଣାରେ ଫେରାଦ ହେବ ବିଜେଡି ।  ରାଜ୍ୟରେ ଚାଲିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଷ୍ଟ୍ରପତିଙ୍କ […]

ଦାସିଆ ଅଜାଙ୍କ ୧୧୮ ତମ ଜୟନ୍ତୀ ପାଳିତ

ନୂଆଗାଁ: ଐତିହାସିକ ପାଠାଗାର ସଂଗ୍ରହାଳୟ ଆନ୍ଦୋଳନ ର ପ୍ରତିଷ୍ଠାତା ପ୍ରଖ୍ୟାତ ସଂଗ୍ରାହକ,ସାରସ୍ଵତ ସାଧକ ଦାଶରଥି ପଟ୍ଟନାୟକ( ଦାସିଆ ଅଜା)ଙ୍କ ୧୧୮ ତମ ଜୟନ୍ତୀ ଦାସିଆ ଅଜାଙ୍କ ପୀଠ ନୂଆଗାଁ ବ୍ଲକ୍ ଉଦୟପୁର ଠାରେ ପ୍ରତିଷ୍ଠିତ ପାଠାଗାର ସଂଗ୍ରହାଳୟ ପରିସରରେ ଦାସିଆ ଅଜାଙ୍କ ନାତି ତଥା ଅନୁଷ୍ଠାନ ର ସମ୍ପାଦକ ଦୀପକ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି। ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଓ ସମାଧି ପୀଠରେ ପୁଷ୍ପ ,ଧୂପ , ଗଙ୍ଗାଜଳ, ମାଲ୍ୟାର୍ପଣ ସହିତ , […]

ମାଓବାଦୀ ନାଁରେ ଚାନ୍ଦା ମାଗିବାକୁ ଧମକପୂର୍ଣ୍ଣ ଚିଠି ଓ ଫୋନ୍ କଲପୋଲିସ ପଞ୍ଝାରେ ଦୁଇ ଯୁବକ ଓ ଜଣେ ନାବାଳକ୫୦ ଲକ୍ଷ ଚାନ୍ଦା ମାଗିବା ଅଭିଯୋଗ

ରାୟଗଡ଼ା- ନିୟମଗିରି ମାଓବାଦୀ ନାଁରେ ଧମକ ଦେଇ ଚାନ୍ଦା ମାଗୁଥିବା ଦୁଇ ଜଣ ଯୁବକ ଓ ଜଣେ ନାବାଳକଙ୍କୁ ଗିରଫ କରିଛି ଦୋରାଗୁଡ଼ା ପୋଲିସ । ତେବେ ପୋଲିସ ତଦନ୍ତରୁ ଉକ୍ତ ତିନି ଜଣ ନକଲି ମାଓବାଦୀ ନାଁରେ ଲୋକଙ୍କୁ ଧମକ ଦେଉଥିବା ଜଣାପଡ଼ିଛି । ଗିରଫ ମଧ୍ୟରେ ଦୁଇଜଣ ଯୁବକ କୁପାଖାଲ ଗ୍ରାମର ବିନୋଦ ବାଗ ଓ ମାଳିଗୁଡ଼ା ଗ୍ରାମର ନରେଶ ନାଏକ । ଅନ୍ୟଜଣେ ନାବାଳକ ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ । ଘଟଣାରୁ […]

ଗୁମର ଖୋଲିଲେ ଅର୍ଚ୍ଚନା ନାଗ

ଅର୍ଚ୍ଚନାଙ୍କ ଗିରଫଦାରି ପଛରେ ବଡ ଷଡଯନ୍ତ୍ର ଥିଲା । ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ବରିଷ୍ଠ ନେତାଙ୍କ ନାଁ ନେଇ ସବୁ ଗୁମର ଖୋଲିଛନ୍ତି ଅର୍ଚ୍ଚନା । ସେ କହିଛନ୍ତି ମୋ ଗିରଫଦାରୀ ପଛରେ ବିଜେଡିର ବରିଷ୍ଠ ନେତା ବବି ଦାସ, ମାନସ ମଙ୍ଗରାଜ, ଅମରେଶ ଜେନା ଥିଲେ । ସେ କହିଛନ୍ତି ତାଙ୍କ ପଛରୁ ଛୁରୀ ମାରିଥିଲେ କିଛି ଆଗ ଧାଡିର ବିଜେଡି ନେତା ଓ ବରିଷ୍ଠ ପୁଲିସ ଅଧିକାରୀ । ସେ କହିଛନ୍ତି, ମୋ […]

ଫକୀରମୋହନ କଲେଜରେ ଛାତ୍ରୀଙ୍କ ଆତ୍ମାହୂତୀ ଉଦ୍ୟମ : ପ୍ରିନ୍ସିପାଲ ଓ ଏଜୁକେସନ ବିଭାଗ HODଙ୍କୁ ନିଲମ୍ବିତ |

ବାଲେଶ୍ବର ଫକୀରମୋହନ କଲେଜରେ ଛାତ୍ରୀ ଦେହରେ ନିଆଁ ଲଗାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ବାଲେଶ୍ୱର ଫକୀରମୋହନ କଲେଜ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଓ ଏଜୁକେସନ ବିଭାଗ HOD ସମୀର ସାହୁ ସସ୍‌ପେଣ୍ଡ ହୋଇଛନ୍ତି ।କାର୍ଯ୍ୟାନୁଷ୍ଠାନ ବାବଦରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି। ସୂଚନା ମୁତାବକ ପାଖାପାଖି ଛଅ ମାସ ତଳେ ଅଧ୍ୟାପକ ଜଣକ ଛାତ୍ରୀଙ୍କ ଠାରୁ ଶାରୀରିକ ପ୍ରାପ୍ୟ ଆଶା କରିଥିଲେ। ମାତ୍ର ଛାତ୍ରୀ ଜଣକ ଅସ୍ବୀକାର କରିବାରୁ ଅଧ୍ୟାପକ ସମୀର ସାହୁ […]

ଦଶପଇସାର ରଜା- ଦାସିଆ ଅଜାଙ୍କ ଜୟନ୍ତୀ

ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ସାରସ୍ବତ ସାଧକ ତଥା ସଂଗ୍ରାହକ ଦାଶରଥି ପଟ୍ଟନାୟକ ୧୯୦୭ରେ ଜନ୍ମ ଗ୍ରହଣ କରି ୧୯୯୭ ସେପ୍ଟେମ୍ବର ପରଲୋକ ହୋଇଥିଲା। ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ମଫସଲିଆ ଗାଁ ଉଦୟପୁରରେ ଜନ୍ମ ଗ୍ରହଣ କରିଥିବା ଦାଶରଥିଙ୍କୁ ଦଶ ପଇସାର ରାଜା ଦାସିଆ ଅଜା ବୋଲି ସାରା ଓଡ଼ିଶାରେ ପୁରପଲ୍ଲୀରେ ପରିଚିତ। ଦାସିଆ ଅଜା ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଚତୁର୍ଥ ଶ୍ରେଣୀ ଥିଲା ତାଙ୍କର ପାଠପଢ଼ା। ପ୍ରାରମ୍ଭିକ […]