ମଧ୍ୟପ୍ରଦେଶର ଶେଓପୁରରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଅଣାଯାଇଥିବା ଆଠ ବର୍ଷୀୟ ମାଈ ଚିତା ‘ନାଭା’ର ଶନିବାର ଦିନ ମୃତ୍ୟୁ ହୋଇଛି।ନାଭା ଏକ ସପ୍ତାହ ପୂର୍ବରୁ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ, ଯାହା ପରେ ତାଙ୍କର ନିରନ୍ତର ଚିକିତ୍ସା ଚାଲିଥିଲା। ବନ ବିଭାଗ ଦ୍ୱାରା ଜାରି ସରକାରୀ ସୂଚନା ଅନୁଯାୟୀ, ନାଭାର ବାମ ପାର୍ଶ୍ୱ ଅଲନା ଏବଂ ଫାଇବୁଲା ହାଡ଼ରେ ଫ୍ୟାକ୍ଚର ସହିତ ଅନେକ ଗୁରୁତର ଆଘାତ ଲାଗିଥିଲା। ତେବେ ଏହା ଶିକାର ସମୟରେ […]
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିଛନ୍ତି ମୋହନ ମାଝୀ । ସାକ୍ଷାତ କାଳରେ ଓଡିଶାର ମହତ୍ବାକାଂକ୍ଷୀ ଭିଜନ ଡକୁମେଣ୍ଟ ୨୦୩୬ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏବେ ସାକ୍ଷାତ ସମୟର ଫଟୋ ଚର୍ଚ୍ଚା କୁ ଆସିଛି । ଫଟୋରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ଫାଇଲକୁ ନେଇ ଏହି ଚର୍ଚ୍ଚା ବଢିଛି । କାରଣ ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଆକଳନ ଭିତରେ ଏହି ଫାଇଲ […]
ଚଳିତ ଜୁଲାଇ ମାସ ୯ ତାରିଖରେ ନୂଆଦିଲ୍ଲୀଠାରେ ଏଗ୍ରିକଲଚର ଟୁଡେ ଗ୍ରୁପ ଦ୍ୱାରା ଆୟୋଜିତ ପ୍ରତିଷ୍ଠିତ ୧୬ତମ ଏଗ୍ରିକଲଚର ଲିଡ଼ରସିପ କନକ୍ଲେଭ ଆୟୋଜିତ ହୋଇଥିଲା । ଏଥିରେ ଓଡ଼ିଶାକୁ କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ କରାଯାଇଥିଲା । ଏହି ପୁରସ୍କାରକୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଗ୍ରହଣ କରିଥିଲେ । ଗତକାଲି ରାତିରେ ଓଡ଼ିଶା ଫେରିବା ପରେ ଆଜି ଏହି […]
ରାଷ୍ଟ୍ରପତିଙ୍କ ଭୁବନେଶ୍ବର ଗସ୍ତ ନେଇ କମିଶନରେଟ୍ ପୋଲିସର ପ୍ରସ୍ତୁତି ଜୋରଦାର ରହିଛି। ରାଷ୍ଟ୍ରପତିଙ୍କ ଭୁବନେଶ୍ବର ଗସ୍ତ ପାଇଁ ନିୟୋଜିତ ହେବେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ। ରାଜଭବନ ସମେତ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ସୁରକ୍ଷା ବ୍ୟବସ୍ଥା ରହିବ। ଆସନ୍ତାକାଲି କମିଶରନରେଟ୍ ପୋଲିସ ପକ୍ଷରୁ କାରକେଡ୍ ରିହର୍ସଲ୍ କରାଯିବ । ଏନେଇ ସୂଚନା ଦେଲେ ଭୁବନେଶ୍ବର ଡିସିପି ଜଗମୋହନ ମୀନା । ୮ ଜଣ ଡିସିପି ରାଙ୍କ ଅଫିସର ନିୟୋଜିତ, ୧୧ ଜଣ ଅତିରିକ୍ତ ଡିସିପି, ୩୧ ଜଣ […]
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା, ୯୯, ୭୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୧ ,୪୦୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୯, ୭୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୧ ହଜାର ୪୦୦ ଟଙ୍କାକୁ ପହଞ୍ଚିଛି ।୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୪, ୭୯୦ ଟଙ୍କା ରହିଛି […]
ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ । ଏଫଏମ ମହାବିଦ୍ୟାଳୟର ଗେଟ ସମ୍ମୁଖରେ ଅଭାବନୀୟ ଘଟଣା ଘଟିଛି । ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ବି ଗୁରୁତର ଅଛନ୍ତି ।ଗୁରୁତର ଅବସ୍ଥାରେ ଉଭୟ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ସୂଚନା ମୁତାବକ, ଛାତ୍ରୀଙ୍କୁ କଲେଜରେ ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରିଥିଲେ। ଏହାକୁ ବିରୋଧ କରିବା ସହ କଲେଜ ଅଧ୍ୟକ୍ଷଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ଅଧ୍ୟାପକଙ୍କ ବିରୋଧରେ କିଛି ପଦକ୍ଷେପ ନିଆଗଲାନାହିଁ । […]
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ଓଡ଼ିଶା ଫେରିଛନ୍ତି। ମୁମ୍ବାଇର କୋକିଳା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅସ୍ତ୍ରୋପଚାର ହେବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି।ସ୍ୱାଗତ ପାଇଁ ବିଜେଡିର ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୨ ତାରିଖରେ ମୁମ୍ବାଇ ଯାଇଥିଲେ । ସର୍ଭାଇକାଲ ଆର୍ଥ୍ରାଇଟ୍ସ ଚିକିତ୍ସା ପାଇଁ ବିଜେଡି ମୁଖିଆ ମୁମ୍ବାଇ ଯାଇଥିଲେ । ତାଙ୍କ ଅନୁପସ୍ଥିତିରେ ଦଳ କେମିତି ଠିକ ଭାବେ ଚାଲିବ ସେନେଇ […]
ଏଲନ ମସ୍କଙ୍କ ଇଲେକ୍ଟ୍ରିକ କାର୍ କମ୍ପାନି ଟେସଲା ଜୁଲାଇ ୧୫ରେ ଭାରତରେ ଏହାର ପ୍ରଥମ ଷ୍ଟୋର ଆରମ୍ଭ କରିବାକୁ ଯାଉଛି। ଏହି ଷ୍ଟୋର ମୁମ୍ବାଇରେ ଖୋଲିବ। ଏହି ଷ୍ଟୋର ଲୋକଙ୍କ ପାଇଁ ଏକ ଏକ୍ସପିରିଏନ୍ସ ସେଣ୍ଟର ଭାବରେ ମଧ୍ୟ କାମ କରିବ। ଅର୍ଥାତ ଏଠାରେ ଗାଡ଼ି ବିକ୍ରି ସହ ଲୋକେ ଟେସଲାର ଟେକ୍ନୋଲୋଜି ଏବଂ ଫିଚର୍ସକୁ ମଧ୍ୟ ଦେଖିପାରିବେ। କମ୍ପାନୀ ତା’ର ଭାରତ-କେନ୍ଦ୍ରୀୟ ଏକ୍ସ ହ୍ୟାଣ୍ଡେଲରେ ଏକ ଟିଜର ପୋଷ୍ଟ କରି କହିଛି, “ଶୀଘ୍ର ଆସୁଛି”। ଏହି […]
ଛତିଶଗଡରେ ଆତ୍ମସମର୍ପଣ କଲେ ୨୨ ମାଓବାଦୀ । ବସ୍ତର ଆଇଜି ଓ ନାରଣପୁର ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ ମାଓବାଦୀଙ୍କ ମଧ୍ୟରେ ୧୪ ପୁରୁଷ ଓ ୮ ମହିଳା । ସରକାରଙ୍କ ନିକଟରେ ଆତ୍ମସମର୍ପଣ ପାଇଁ ୩୭ ଲକ୍ଷ ଟଙ୍କା ଇନାମୀ ରଖାଯାଇଥିଲା । ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ । ଏନେଇ ବସ୍ତର IG ସୁନ୍ଦର ରାଜ ପି […]
YouTube ବହୁତ ଦିନ ଧରି ଏକ ଗମ୍ଭୀର ସମସ୍ୟା ଦେଇ ଗତି କରୁଛି। AI ସାହାଯ୍ୟରେ ତିଆରି ଖରାପ ଏବଂ ସ୍ପାମ ଭିଡିଓ ଏବେ YouTubeରେ ଗଦାଗଦା ଦେଖିବାକୁ ମିଳୁଛି। ଏହି ଭିଡିଓଗୁଡ଼ିକ କେବଳ ପ୍ଲାଟଫର୍ମର ଗୁଣବତ୍ତା ହ୍ରାସ କରୁନାହିଁ, ବରଂ ସଚ୍ଚୋଟ ଭାବରେ କାମ କରୁଥିବା ୟ୍ୟୁଟ୍ୟୁବର୍ଙ୍କ ରୋଜଗାରକୁ ମଧ୍ୟ ପ୍ରଭାବିତ କରୁଛି। ଏବେ YouTube ଏପରି ବିଷୟବସ୍ତୁ ଉପରେ କଠୋରତା ଦେଖାଇବାକୁ ନିଷ୍ପତ୍ତି ନେଇଛି।୧୫ ଜୁଲାଇ, ୨୦୨୫ ଠାରୁ, YouTube YouTube ପାର୍ଟନର୍ ପ୍ରୋଗ୍ରାମ […]
ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଉଡ଼ାଣ ଆରମ୍ଭ ହେବା ମାତ୍ରେ ବନ୍ଦ ହୋଇଯାଇଥିଲା ଉଭୟ ଇଞ୍ଜିନ୍ । ଜୁନ୧୨ ତାରିଖରେ, ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନଟି ଅହମ୍ମଦାବାଦରେ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ AAIB ଏହି ଦୁର୍ଘଟଣା ଉପରେ ଏକ ପ୍ରାଥମିକ ରିପୋର୍ଟ […]
ସୁନ୍ଦରଗଡ଼ ଏମ୍ପି ଜୁଏଲ ଓରାମ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଆଉ ନିର୍ବାଚନ ଲଢ଼ିବେନି ବୋଲି ଜୁଏଲ ଓରାମ କହିଛନ୍ତି। ଯୁବପିଢ଼ିଙ୍କ ପାଇଁ ରାଜନୀତି ବାଟ ଖୋଲିବା ସକାସେ ଜୁଏଳ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । ନିଜ ରାଜନୈତିକ କ୍ୟାରିୟରରେ ଜୁଏଲ୍ ୧୦ ଥର ନିର୍ବାଚନ ଲଢ଼ିଛନ୍ତି । ସେ ୮ ଥର ଏମପି ଏବଂ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଗତ ନିର୍ବାଚନ ପ୍ରଚାର ସମୟରେ ଜୁଏଲ ଓରାମ ଆଗାମୀ […]
