ରାୟଗଡ଼ – ରାୟଗଡ଼ ସହର ବ୍ରାହ୍ମଣ ସାହି ରାଧକାନ୍ତ ମନ୍ଦିରରେ ଆରମ୍ଭ ହୋଇଯାଇଛି ରଙ୍ଗର ପର୍ବ ହୋଲି। ଉତ୍ସବ ମୁଖରିତ ହୋଇ ଉଠିଛି ଉକ୍ତ ଅଞ୍ଚଳ।ଫଗୁ ଦଶମୀ ଠାରୁ ହୋଲି ପର୍ୟ୍ୟନ୍ତ ଦୋଳ ବିମାନରେ ବିରାଜମାନ କରି ନଗର ପରିକ୍ରମା କରନ୍ତି ଦଳ ଗୋବିନ୍ଦ। ୧୩ତାରିଖ ରୀତିନୀତି ଅନୁସାରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମୋଘା ପୋଡ଼ି ତଥା ହୋଲିକା ଦହନ ପାଳନ କରାଯାଇଥାଏ। ୧୪ତାରିଖରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନୂତନ ପାଞ୍ଜି ପାଠ ହେବ। […]
ବେଆଇନ ବନ୍ଧୁକ କାରଖାନାରେ STF ଚଢ଼ାଉ କରିଛି । କଟକ ବୟାଳିସି ମୌଜାରେ ଥିବା ଏକ ବନ୍ଧୁକ କାରଖାନାରେ ଚଢ଼ାଉ ହୋଇଛି । ବନ୍ଧୁକ ତିଆରି ସରଞ୍ଜାମ ଜବତ କଲା କ୍ରାଇମବ୍ରାଞ୍ଚ STF ଟିମ୍ । ୩୦ରୁ ଅଧିକ ବନ୍ଧୁକ ସହ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । । ଜଙ୍ଗଲ ଭିତରେ ନିଛାଟିଆ ଜାଗାରେ ବନ୍ଧୁକ କାରଖାନା ହୋଇଥିଲା । ସରୋଜ ଚଦ୍ର ବେହେରା ନାମକ ବ୍ୟକ୍ତିଙ୍କ ଘରେ ଏହି ବେଆଇନ ବନ୍ଧୁକ କାରଖାନା […]
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ। ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ବୁଲି ସେ ଅନୁଧ୍ୟାନ କରିଛନ୍ତି। ଗଜପତି ମହାରାଜ ଗୁଣ୍ଡିଚା ମନ୍ଦିର ମଧ୍ୟ ବୁଲି ଦେଖିଛନ୍ତି। ଏହା ସହ ଅଧାପନ୍ତରିଆ ପ୍ରକଳ୍ପ, ମଠଗୁଡ଼ିକର ପୁନଃରୁଦ୍ଧାର କାର୍ଯ୍ୟ ନିରୀକ୍ଷଣ କରିଛନ୍ତି।ଅନୁଧ୍ୟାନ କରିବା ପରେ ଗଜପତି ମହାରାଜ କହିଛନ୍ତି ଉତ୍ତର ଦ୍ଵାର ବାହାରେ ଅନ୍ନକ୍ଷେତ୍ର କରିବାକୁ ଯୋଜନା କରାଯାଉଛି । ଭକ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଆନନ୍ଦ ବଜାରରେ ପ୍ରସାଦ ସେବନର ସୁବିଧା […]
ରାଜ୍ୟରେ ଆହୁରି କଲବଲ କରିବ ତାତି । ଆଜିଠୁ ବଢିବ ପାରଦ। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଦିନ ତାପମାତ୍ରା । ୩ଦିନ ପାଇଁ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ପାଇଁ ୪ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲାଗୁଡିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଓ ବୌଦ୍ଧ। ସେହିପରି ଆସନ୍ତାକାଲି ପାଇଁ ୬ଟି ଜିଲ୍ଲାକୁ […]
ରାଜ୍ୟରେ ଆସନ୍ତା ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ ଆୟୁଷ୍ମାନ୍ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏହାସହ ଆୟୁଷ୍ମାନ୍ ବୟୋବନ୍ଦନା ଯୋଜନାର ମଧ୍ୟ ସେହିଦିନ ଶୁଭାରମ୍ଭ ହେବ। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯୋଜନାର ଶୁଭାରମ୍ଭ ପାଇଁ ରାଜ୍ୟର ସମସ୍ତ ୧୪୩୮ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ବ୍ୟାପକ […]
ମଦ ପିଇ ହୋଲି ଖେଳିଲେ ଜେଲରେ ପଶିବେ । ଆଜି କିଛି ଏଭଳି ଢଙ୍ଗରେ ଅମାନିଆଙ୍କୁ ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା । ହୋଲି ସମୟରେ ଅତୀତରେ ଘଟିଥିବା ଅଘଟଣକୁ ନଜିରରେ ରଖି ପୁଲିସ ସଜାଗ ରହିଛି । ତେବେ ସମସ୍ତେ ନିଜ ନିଜ ସାଙ୍ଗ ମାନଙ୍କ ଉପରେ ନଜର ରଖିବା ସହ ଅଭିଭାବକ ମାନେ ନିଜ ନିଜ ପିଲାଙ୍କୁ ହୋଲି ବାବଦରେ ବୁଝାଇବେ । ଆଗରୁ ଯେଉଁ ଯେଉଁ ସ୍ଥାନରେ ପୂର୍ବରୁ ଦୁର୍ଘଟଣା […]
ରାଜ୍ୟରେ ଅସହ୍ୟ କଲାଣି ତାତି । ବାହାରକୁ ଗୋଡ କାଢ଼ିବା କଷ୍ଟକର ହୋଇ ପଡୁଛି । ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ଉପରମୁହାଁ ହେଲାଣି ପାରଦ । ଭୁବନେଶ୍ୱର ୩୫.୪ଏବଂ କଟକ ୩୫ ପାରଦ ରେକର୍ଡ କରାଯାଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରୀ ତାତି ଅତିକ୍ରମ କରିବ। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଗରମ ଶୁଷ୍କ ପବନ ପ୍ରବାହ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୯.୫ ସହ […]
ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା । ସାଙ୍ଗରେ ମୋବାଇଲ ନେଇ ପାରିବେ ନାହିଁ ସାମ୍ବାଦିକ । ପ୍ରଶ୍ନକାଳରେ ଯେତେବେଳେ ମନ୍ତ୍ରୀମାନେ ବିଧାୟକମାନଙ୍କର ପ୍ରଶ୍ନର ଉତ୍ତର ରଖୁଛନ୍ତି, ସେହି ସମୟରେ ସାମ୍ବାଦିକଙ୍କ ଉପରେ ଲାଗିଛି କଟକଣା । ଗୃହରେ କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣ କରାଯାଇଛି । ଏହାର ପ୍ରତିବାଦ କରିଛନ୍ତି ସାମ୍ବାଦିକ । ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ସାମ୍ବାଦିକ ।
ରାଜ୍ୟରେ ପକ୍ଷୀ ଓ କୁମ୍ଭୀର ମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଓଡ଼ିଶା ବନ ବିଭାଗ ଦ୍ୱାରା କରାଯାଇଥିବା ବାର୍ଷିକ ପକ୍ଷୀ ଗଣନାରେ ଏହା ଜଣାପଡିଛି । ଜାନୁଆରୀ ୨୦୨୪-୨୫ର ପ୍ରଥମ ୨ ସପ୍ତାହ ମଧ୍ୟରେ ହୋଇଥିବା ପକ୍ଷୀ ଗଣନା ଅନୁସାରେ ବର୍ତ୍ତମାନେ ରାଜ୍ୟର ବନ୍ୟ ଅଞ୍ଚଳ ଏବଂ ଆର୍ଦ୍ରଭୂମିରେ ମୋଟ ୨,୩୪୯,୮୯୫ ପକ୍ଷୀ ଥିବା ରେକର୍ଡ ହୋଇଛି । ଓଡ଼ିଶାରେ ଥିବା ତିନି ପ୍ରକାରର କୁମ୍ଭୀର ଭିତରୁ ୨୦୨୪-୨୫ ମସିହାରେ ହୋଇଥିବା ଗଣନା ଅନୁସାରେ, ଲୁଣିଆ […]
ଗ୍ରାହକ ଖାଉଥିଲେ ମଟନ ଝୋଳ କିନ୍ତୁ ହୋଟେଲ ବାଲା ଦେଲା ବିଶ୍ବାସରେ ବିଷ । ଛେଳି ମାଂସ ବଦଳରେ ଖାଇବାକୁ ଦେଉଥିଲା ଗୋ ମାଂସ ।ଲୋକେ ଜାଣିପାରୁ ନଥିଲେ ସ୍ବାଦ । ଆଙ୍ଗୁଳି ଚାଟି ଚାଟି ଖାଉଥିଲେ । ପୁରୀ ସତ୍ୟବାଦୀର ଜୟା ହୋଟେଲକୁ ନେଇ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ହୋଟେଲରେ ଦୁଇ ଜଣ ଯୁବକ ଅଜାଣତରେ ଗୋମାଂସ ଖାଇ ଦେଇଥିଲେ। ଆଉ ସତ୍ୟତା ଜାଣିବା ପରେ ବର୍ତ୍ତମାନ ପ୍ରାୟଶ୍ଚିତ କରିଛନ୍ତି ।ଶ୍ରୀମନ୍ଦିର […]
ଭାରତ ଓ ମରିସସ୍ ମଧ୍ୟରେ ଐତିହାସିକ ସମ୍ୱନ୍ଧକୁ ଅଧିକ ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱୀପଦେଶ ଗସ୍ତରେ ଅଛନ୍ତି । ମରିସସ୍ ରାଷ୍ଟ୍ରପତି ଧରମ ଗୋଖୁଲ ଓ ତାଙ୍କ ପତ୍ନୀଙ୍କୁ ବିଶିଷ୍ଟ ଭାରତୀୟ ଉପହାର ବି ପ୍ରଦାନ କରିଛନ୍ତି । ମରିସସର ୫୭ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୋଦୀ । ଏହି ଗସ୍ତ କୁଟନୈତିକ ଦୃଷ୍ଟିରୁ ବଡ ଗୁରୁତ୍ବ ରଖୁଛି । ଦୁଇ ଦେଶର ଆର୍ଥିକ ବ୍ୟବସ୍ଥା ଏବଂ […]
ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲା। ସାମ୍ନାକୁ ଆସିଲା ସେମାନଙ୍କ ବିବାହର ଫଟୋ। ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ପ୍ରଶଂସକମାନେ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି । ମାର୍ଚ୍ଚ ୮ ତାରିଖରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ନିର୍ବନ୍ଧ ଫଟୋ ସାମ୍ନାକୁ ଆସିବା ପରଠୁ ଉଭୟଙ୍କ ବିବାହକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା ।ଉଭୟ ପରିବାର ଓ କିଛି […]
