ଜିଲ୍ଲାପାଳ ଙ୍କ ଜନ ଶୁଣାଣି ଶିବିର ୫୦ ଟି ଅଭିଯୋଗରୁ ୧୦ ଟିର ତୁରନ୍ତ ସମାଧାନ

ନୂଆଗାଁ: (ପୁଷ୍ପଲତା ପ୍ରଧାନ)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ରାଜୀବଗାନ୍ଧି ସଦଭାବନା ଗୃହରେ ନୟାଗଡ଼ ଜିଲ୍ଲାପାଳଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଏସଡିପିଓ ଜ୍ୟୋତିରଂଜନ ସାମନ୍ତରାୟ,ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସୁଶାନ୍ତ କୁମାର ଦାଶ,ନୂଆଗାଁ ବିଡ଼ିଓ ଅମୃତ କୁମାର ରାଉଲ୍, ନୂଆଗାଁ ଅତିରିକ୍ତ ତହସିଲଦାର କବିରାଜ ସେଠୀ,ସହିତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉକ୍ତ ଅଭିଯୋଗ […]

ଏୟାର ଇଣ୍ଡିଆ ବିମାନ ମଝି ରାସ୍ତାରୁ ଫେରିଲା

ଅଧା ବାଟରୁ ଫେରିଲା ଏୟାର ଇଣ୍ଡିଆ ବିମାନ । ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବାରୁ ପୁଣି ମୁମ୍ବାଇ ଫେରିଛି । ଏୟାର ଇଣ୍ଡିଆର ବୋଇଂ ୩୫୦ ବିମାନ ଅଜରବୈଜନା ଉପରେ ଯାଉଥିବା ବେଳେ ବିମାନର କ୍ରୁ ସଦସ୍ୟଙ୍କୁ ବୋମା ଧମକ ମିଳିଥିଲା । ବିମାନଟି ମୁମ୍ବାଇ ଫେରିବା ପରେ ବୋମା ବିଷୟରେ ସନ୍ଧାନ କରାଯାଇଥିଲା ।ଯଦି ସୂତ୍ରଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ଏହା କେବଳ ଏକ ମିଥ୍ୟା ଧମକ ଥିଲା। […]

ବାଂଲାଦେଶରୁ ଭୁବନେଶ୍ୱରକୁ କେମିତି ଆସୁଛନ୍ତି ବାଂଲାଦେଶୀ ?

ଓଡ଼ିଶା ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ ଦ୍ୱାରା ଭୁବନେଶ୍ୱରରେ ଦଶ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିବା ପରେ ରାଜ୍ୟରେ ଏକ ବଡ଼ ଧରଣର ଅନୁପ୍ରବେଶ ରାକେଟ୍ କାର୍ଯ୍ୟ କରୁଥିବାର ସମ୍ଭାବନା ଦେଖାଦେଇଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ରାଜ୍ୟରେ ଅବୈଧ ଭାବରେ ରହୁଥିବା ବାଂଲାଦେଶୀଙ୍କ ସଂଖ୍ୟା ସମ୍ପର୍କରେ ସରକାରୀ ତଥ୍ୟ ଚିନ୍ତାଜନକ ବୋଲି ଜଣାପଡିଛି।ବାଂଲାଦେଶରୁ ଭୁବନେଶ୍ୱରକୁ କେମିତି ଆସୁଛନ୍ତି ବାଂଲାଦେଶୀ ? ଢାକାରୁ କୋଲକାତା ଆସିବା ପରେ କେଉଁ ଗଳାବାଟ ଦେଇ ଓଡ଼ିଶାକୁ […]

ଆଜି ହଂସିତା ଅଭିଲିପ୍ସାଙ୍କୁ ମିଳିଲା ଜାମିନ୍‌

ହଂସିତା ଅଭିଲିପ୍ସାଙ୍କୁ ଗୋଟିଏ ମାମଲାରେ ହାଇକୋର୍ଟରେ ସୋମବାର ଜାମିନ୍‌ ମିଳିଛି। ଭୁଲ୍‌ ତଥ୍ୟ ଦେଇ ପାସପୋର୍ଟ ହାତେଇବା ମାମଲାରେ ହାଇକୋର୍ଟ ଜାମିନ୍‌ ମଞ୍ଜୁର କରିଛନ୍ତି। ଠକେଇ ଅଭିଯୋଗ ମାମଲାରେ ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି। ସହଯୋଗୀ ଅନିଲ ମହାନ୍ତିଙ୍କ ଜାମିନ୍‌ ଶୁଣାଣି ମଧ୍ୟ ଶେଷ ହୋଇଛି।ହଂସିତାଙ୍କ ନାଁରେ ଇନଫୋସିଟି ଥାନାରେ ଦୁଇଟି ମାମଲା ହୋଇଥିଲା। ହଂସିତା ଅଭିଲିପ୍ସା ଓରଫ ବିଷ୍ଣୁପ୍ରିୟା ଚାନ୍ଦ । ୪୦ ହଜାର ଟଙ୍କାର ଜଣେ ଜାମିନଦାରଙ୍କ ଦ୍ଵାରା ଯାଇ […]

ସେନା ଅଧିକାରୀ-ବାନ୍ଧବୀଙ୍କୁ ଅସଦାଚରଣ ମାମଲା,ଓଡ଼ିଶା ସରକାରଙ୍କୁ ତଦନ୍ତ ରିପୋର୍ଟ ଦେଲ ନ୍ୟାୟିକ କମିଶନ

ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ଉପରେ ପୋଲିସର ଅତ୍ୟାଚାରର ତଦନ୍ତ ପାଇଁ ଗଠିତ ନ୍ୟାୟମୂର୍ତ୍ତି ଚିତ୍ତ ରଞ୍ଜନ ଦାସ କମିଶନ ସୋମବାର ଗୃହ ବିଭାଗ ସଚିବଙ୍କୁ ୨୮୨ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛନ୍ତି। ଗତବର୍ଷ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇଥିବା ତଦନ୍ତ ସମୟରେ କମିଶନ ୫୨୫ଟି ସତ୍ୟପାଠ ଯାଞ୍ଚ କରିଛନ୍ତି ଏବଂ ଅତି କମରେ ପାଞ୍ଚ ଜଣଙ୍କୁ ପଚରାଉଚରା କରିଛନ୍ତି। ସୂଚନାମୁତାବକ ସେନା ଅଧିକାରୀ ଓ ତାଙ୍କ ବନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଦିଆଯାଇଥିବା […]

ଆମ୍ବୁଲାନ୍ସକୁ ୧୦୦ମିଟର ଘୋଷାଡ଼ିନେଲା ମାଲବାହୀ ଟ୍ରେନ

ଭାଗ୍ୟ ଭଲ ଥିଲେ ବଡ଼ ବଡ଼ ବିପଦ ବି ଟଳିଯାଏ। ଇଏ ତାର ଜ୍ୱଳନ୍ତ ଉଦାହରଣ। ଭୟଙ୍କର ଦୁର୍ଘଟଣା କିନ୍ତୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାୟଗଡା ଠାରୁ କୋରାପୁଟ ଯାଉଥିବା କେଆର ରେଳ ଲାଇନରେ ଅନନ୍ତ ଚକ୍ଷୁ ଚିକିତ୍ସାଳୟର ଆମ୍ବୁଲାନ୍ସକୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍। ସୋମବାର ଆଖି ଅପରେସନ କରିବା ପାଇଁ କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କାଣିପାଇ, କଞ୍ଜ।ମ ଯୋଡି ,ଝାକୁଡୁ, ବେତଲାଙ୍ଗ ଓ ଚକ୍ରକଲାଙ୍ଗ ଗ୍ରାମର ଲୋକଙ୍କୁ ଆମ୍ବୁଲାନ୍ସରେ ଅଣାଯାଉଥିଲା। ଏହି […]

୪ କମ୍ପାନୀକୁ କଳା ତାଲିକାଭୁକ୍ତ କଲେ ରାଜ୍ୟ ସରକାର

ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ନକଲି ଔଷଧର ଏକ ବଡ଼ ବୃଦ୍ଧି ଘଟିଛି, ଯାହା ଅନେକ ରୋଗୀଙ୍କ ଜୀବନକୁ ବିପଦରେ ପକାଇଛି। ସୋମବାର ବିଧାନସଭାରେ ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଏକ ବିବୃତ୍ତିରୁ ଏହା ପ୍ରକାଶ ପାଇଛି।ରାଜ୍ୟ ମେଡିକାଲ କର୍ପୋରେସନ ଦ୍ୱାରା କିଣାଯାଇଥିବା ୧୦୩ ଟି ଔଷଧ ନିମ୍ନମାନର ବୋଲି ଜଣାପଡ଼ିଛି । ଗତ ୩ ବର୍ଷ ମଧ୍ୟରେ ୪ଟି ଯୋଗାଣକାରୀଙ୍କୁ କଳା ତାଲିକାଭୁକ୍ତ କରାଯାଇଛି । ଯେଉଁଥିରେ […]

ରାଜ୍ୟରେ ବଢ଼ୁଛି କୁଷ୍ଠ ରୋଗୀଙ୍କ ସଂଖ୍ୟା

ରାଜ୍ୟରେ ୧ ଲକ୍ଷ ୪୩ ହଜାର ୬୯୧ କୁଷ୍ଠ ରୋଗୀ ଅଛନ୍ତି । ବିଧାୟକ ଅନନ୍ତ ଜେନାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।। ୨୦୦୬-୨୦୦୭ରେ ୫, ୦୮୮ ଜଣ କୁଷ୍ଠ ରୋଗୀ ଥିବା ବେଳେ ୨୦୧୮-୧୯ରେ ସର୍ବାଧିକ ୧୦ ହଜାର ୭୮୬ ଜଣ କୁଷ୍ଠ ରୋଗୀ ଥିଲେ । ୨୦୨୩-୨୪ରେ ଏହା କମି ୮ ହଜାର ୩୯୬ରେ ପହଞ୍ଚିଥିଲା । ସେହିପରି ୨୦୦୬-୦୭ରେ କୁଷ୍ଠ ରୋଗୀଙ୍କ ପାଇଁ ୩୯୦.୯୪ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ୨୦୧୯-୨୦ରେ […]

ରାଜ୍ୟରେ ରାଜସ୍ବ ବଢାଉଛି ତମାଖୁ, ଗୁଟକା

ଗତ ଦଶ ବର୍ଷ ମଧ୍ୟରେ ତମାଖୁ ଉତ୍ପାଦ ଏବଂ ପାନ ମସଲା ବିକ୍ରୟରୁ ଓଡ଼ିଶା ସରକାର ୬,୫୯୫.୫୫ କୋଟି ଟଙ୍କା ଟିକସ ଆଦାୟ କରିଛି। ବିଧାୟକ ଟଙ୍କଧର ତ୍ରିପାଠିଙ୍କ ଏକ ପ୍ରଶ୍ନର ଉତ୍ତରରେ ସୋମବାର ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ପ୍ରକାଶ କରିଛନ୍ତି।ସେହିପରି ୨୦୧୪-୧୫ରେ ଏହି ଉତ୍ପାଦ ରାଜସ୍ବକୁ ୧୭୪.୭୧ କୋଟି ଦେଇଥିଲା । ସେହିପରି ୨୦୨୩-୨୪ରେ ଏହାଠାରୁ ୧୦୧୨.୫୬ କୋଟି ଆଦାୟ ହୋଇଥିଲା । ତେବେ ମୁଖ୍ୟମନ୍ତ୍ରୀ ଏହା ବି […]

YouTube ଅନଲାଇନ ଜୁଆ ବିଷୟବସ୍ତୁ ବିରୋଧରେ ନିୟମ କଠୋର କରିଛି।

YouTube ଅନଲାଇନ ଜୁଆ ବିଷୟବସ୍ତୁ ବିରୋଧରେ ନିୟମ କଠୋର କରିଛି। କମ୍ପାନୀର ନୂତନ ନିୟମ ୧୯ ମାର୍ଚ୍ଚରୁ ଲାଗୁ ହେବାକୁ ଯାଉଛି। ଏହା ପରେ, ଯେଉଁ କ୍ରିଏଟରମାନେ ଅଣପ୍ରମାଣିତ ଜୁଆ ଆପ ଏବଂ ୱେବସାଇଟ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବେ, ସେମାନଙ୍କ ଆକାଉଣ୍ଟଗୁଡ଼ିକୁ ବ୍ଲକ କରାଯିବ।ନିୟମକୁ କଡ଼ାକଡ଼ି କରି, YouTube ଅନଲାଇନ କାସିନୋ କିମ୍ବା ଆପ ପ୍ରଚାର କରୁଥିବା ବିଷୟବସ୍ତୁ ଉପରେ ବୟସ ସୀମା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ହେଉଛି ଏପରି ବିଷୟବସ୍ତୁ ୧୮ ବର୍ଷରୁ […]

ପାନ ମସଲା ବିଜ୍ଞାପନ ନେଇ ସମସ୍ୟାରେ ୩ ଅଭିନେତା

ପାନ ମସଲା ବିଜ୍ଞାପନ ଯୋଗୁଁ ଆଇନଗତ ସମସ୍ୟା ଜାଲରେ ଫସିଛନ୍ତି ବଲିଉଡର ତିନିଜଣ ଲୋକପ୍ରିୟ ଅଭିନେତା। ପାନ ମସଲାର ଏକ ବିଜ୍ଞାପନରେ ଭ୍ରମ ସୃଷ୍ଟି କରୁଥିବା ନେଇ ଶାହରୁଖ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ବିରୋଧରେ ଜୟପୁରର ଜିଲ୍ଲା ଉପଭୋକ୍ତା କମିଶନ ନୋଟିସ୍ ଜାରି କରିଛନ୍ତି।ଏକ ରିପୋର୍ଟ ଅନୁଯାୟୀ ଅଭିଯୋଗ କରାଯାଇଛି ଯେ ଏହି ତିନି ଅଭିନେତାଙ୍କ ପାନ ମସଲା ବିଜ୍ଞାପନ କରିଛନ୍ତି । ଯାହା ‘ବୋଲୋ ଜୁବାନ କେଶରୀ’ ଏବଂ ‘ଦାନେ ଦାନେ ମୈ […]

ଜଙ୍ଗଲରେ ନିଆଁ : ମନ୍ତ୍ରୀ କହିଲେ ବେଶି ନିଆଁ ଲାଗିନି, ଆମେ ସଚେତନ ଅଛୁ

ଚାହୁଁ ଚାହୁଁ ପବନ ବେଗରେ ମାଡ଼ି ଚାଲିଛି ଜଙ୍ଗଲ ନିଆଁ। ଯେଉଁ ଜଙ୍ଗଲ ଦେଖିବ ସେଇ ଜଙ୍ଗଲ ନିଆଁର ଆଁରେ ଜଳି ପୋଡି ନଷ୍ଟ ହୋଇଯାଉଛି। ଖରା ଦିନ ଆରମ୍ଭରୁ ଜଙ୍ଗଲ ଜଳିବା ମଧ୍ୟ ଆରମ୍ଭ ହୋଇଗଲାଣି। ଖାସ କରି ବୌଦ୍ଧ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ଏବେ ପୂରା ରାଜ୍ୟରେ ଚର୍ଚ୍ଚା । ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯଦି ସ୍ଥିତି ଏମିତି ହେଲାଣି ତାହାଲେ ଆଗାମୀ ଦିନରେ କଣ ହେବ ବୋଲି ପ୍ରଶ୍ନ ଉଙ୍କି ମାରୁଛି […]