ପ୍ରସିଦ୍ଧ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ‘X’ ହ୍ୟାକ୍,ସାଇବର ସେଲ୍‌ରେ ଅଭିଯୋଗ

ବିଶ୍ୱବିଖ୍ୟାତ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସୁଦର୍ଶନ ପଟ୍ଟନାୟକଙ୍କ ‘ଏକ୍ସ’ ହ୍ୟାକ୍‌ କରିଛନ୍ତି ସାଇବର ଅପରାଧୀ । ୫ ଦିନ ହେବ ପୂର୍ବର ଟ୍ୱିଟର ଓ ଏକ୍ସ ହ୍ୟାକ୍ ହୋଇଛି । ଏ ନେଇ ସେ ରାଜ୍ୟ ପୋଲିସ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଏହା ସହିତ ‘X’ସପୋର୍ଟ ଟିମ୍କୁ ମଧ୍ୟ ଜଣାଇଛି । ତଥାପି ଏପର୍ଯ୍ୟନ୍ତ ଆକାଉଣ୍ଟଟି ପୁନଃଉଦ୍ଧାର ହୋଇନାହିଁ । ଏହା ଦ୍ୱିତୀୟଥର ପାଇଁ ମୋର ‘ଏକ୍ସ’ ହ୍ୟାକ୍ […]

ପୁଣି ଥରେ ପାକିସ୍ତାନୀ ତାରକାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ୟାନ କଲା ଭାରତ

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଗଲା। ଏହା ପରେ ଭାରତ ଅପରେଶନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେଇଥିଲା। ଅପରେଶନ ସିନ୍ଦୂର ସମୟରେ ଭାରତରେ ଅଧିକାଂଶ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବ୍ୟାନ୍‌ କରାଯାଇଥିଲା। ବୁଧବାର ଏହି ଆକାଉଣ୍ଟଗୁଡ଼ିକରୁ ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା, କିନ୍ତୁ ଏହାର ମାତ୍ର ଗୋଟିଏ ଦିନ ପରେ, ଏହି ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ବ୍ୟାନ୍‌ କରାଯାଇଛି। ରିପୋର୍ଟ ମୁତାବକ, AICWA ପାକିସ୍ତାନୀ […]

ଆଜି ପୁଣି ସୁନା ଦର ବୃଦ୍ଧି

ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮, ୯୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୦ ,୬୬୦ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା୯୮, ୯୦୦ ଟଙ୍କା ରହିଥିବା ବେଳେ ୨୨ […]

ଉଡ଼ାଣ ଭରିବା ସମୟରେ ବିମାନ ଭିତରୁ ହଠାତ୍ ବାହାରିଲା ସାପ ଆଉ ଭୟଭିତରେ …

ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ବିମାନବନ୍ଦରରୁ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ଏକ ଘରୋଇ ବିମାନର କାର୍ଗୋ ହୋଲ୍ଡରେ ଏକ ଜୀବନ୍ତ ସାପ ଦେଖାଯିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ଘଟଣା ମଙ୍ଗଳବାର ଦିନ ମେଲବୋର୍ଣ୍ଣରୁ ବ୍ରିସବେନ ଯାଉଥିବା ଭର୍ଜିନ୍ ଅଷ୍ଟ୍ରେଲିଆ ବିମାନ VA337 ରେ ଘଟିଥିଲା ।ଯାତ୍ରୀମାନେ ବିମାନରେ ଚଢ଼ିବା ସମୟରେ, କ୍ର୍ୟୁ’ ମାନେ ବିମାନର ତଳ ଅଂଶ ଅର୍ଥାତ୍ କାର୍ଗୋ ହୋଲ୍ଡରେ କିଛି ସନ୍ଦେହଜନକ କାର୍ଯ୍ୟକଳାପ ଲକ୍ଷ୍ୟ କରିଥିଲେ । ଆଉ ବିମାନରେ ଏକ […]

ଭିଜିଲାନ୍ସ ଜାଲରେ ଟିଟିଲାଗଡ ପୂର୍ତ୍ତ ବିଭାଗ ଏଇଇ

ଟିଟିଲାଗଡ ପୂର୍ତ୍ତ ବିଭାଗ ଏଇଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏଇଇ ଦିଲେଶ୍ୱର ମାଝୀଙ୍କ ଘରେ ଚଢ଼ଉ ଚାଲିଛି । ଟିଟିଲାଗଡ ଅଫିସ ଏବଂ ଘର ସହ ୬ ଟି ଜାଗାରେ ଚଢ଼ଉ ଚାଲିଛି । ଟିଟିଲାଗଡ, ସମ୍ବଲପୁର, ଝାରସୁଗୁଡ଼ା ଏବଂ ପୈତୃକ ଗାଁରେ ଜଢ଼ଉ ଜାରି ରହିଛି। ଏହି ରେଡ୍‌ରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ସମ୍ୱଲପୁର ଟାଉନ […]

ସିଗାଚୀ ଫାର୍ମା କମ୍ପାନୀରେ ଘଟିଥିବା ଦୁର୍ଘଟଣାରେ ଏଯାବତ୍‌ ଓଡ଼ିଶାର ୪ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାବେଳେ ୫ଜଣ ବ୍ୟକ୍ତି ନିଖୋଜ

୨ ଜୁଲାଇ,୨୦୨୫ ବିଗତ ଜୁଲାଇ ୧ ତାରିଖରେ ତେଲେଙ୍ଗାନା ରାଜ୍ୟର ସଙ୍ଗାରେଡ୍ଡୀ ଜିଲ୍ଲା ସ୍ଥିତ ସିଗାଚୀ ଫାର୍ମା କମ୍ପାନୀରେ ଘଟିଥିବା ଦୁର୍ଘଟଣାରେ ଏଯାବତ୍‌ ଓଡ଼ିଶାର ୪ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାବେଳେ ୫ଜଣ ବ୍ୟକ୍ତି ନିଖୋଜ ରହିଥିବାର ସୂଚନା ମିଳିଛି। ଏଥିସହ ୪ଜଣ ଓଡ଼ିଆ ବ୍ୟକ୍ତି ଆହତ ହୋଇ ନିକଟତମ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।  ଏହି ସମସ୍ତ ଓଡ଼ିଆ ବ୍ୟକ୍ତି ସିଗାଚୀ ଫାର୍ମା କମ୍ପାନୀର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ଓଡ଼ିଆ ବ୍ୟକ୍ତିମାନଙ୍କର ଉଦ୍ଧାର କାର୍ଯ୍ୟ […]

ଆସନ୍ତା ୭ ତାରିଖ ଯାଏଁ ରାଜ୍ୟରେ ରହିବ ବର୍ଷାର ପ୍ରକୋପ

ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାର ୭ଟି ଜିଲାକୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଏହି ବର୍ଷା ହେବାର ସମ୍ଭାବନା ରହିଛି। ୩ ତାରିଖଠାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ପଶ୍ଚିମ ଏବଂ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ । ଗୁରୁବାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ […]

ଯାତ୍ରାମଞ୍ଚରେ ପ୍ରଥମ ଥର ଦେଖିବାକୁ ମିଳିବ ରୋବଟିକ୍ ଡଗ୍

ମଣିଷ ରୋବୋଟ ଦେଖିଥିବେ, କିନ୍ତୁ ଏବେ ଦେଖିବାକୁ ମିଳିବ ଆକର୍ଷଣୀୟ ରୋବୋଟିକ୍ ଡଗ୍‌। ଏହି ଡଗ୍ ମେସିନ ସାହାଯ୍ୟରେ ବର୍ତ୍ତମାନ ଲୋକଙ୍କ ମନୋରଞ୍ଜନ କରାଇବ। ଏହି ଡଗ୍‌କୁ ବର୍ତ୍ତମାନ ଯାଜ୍ଞସେନୀ ଅପେରା ଯାତ୍ରା ପେଣ୍ଡାଲରେ ଲୋକଙ୍କୁ ଏଣ୍ଟରଟେନ କରାଇବ। ନୂଆ ପାର୍ଟି, ପ୍ରଦର୍ଶନରେ ବି ନୂଆ ଇନୋଭେସନ। ତେବେ ଯାତ୍ରା ମଞ୍ଚରେ ଦର୍ଶକଙ୍କ ମନୋରଞ୍ଜନ କରିବା ପୂର୍ବରୁ ନିଜ ଯାଦୁ ଦେଖାଇଛି ରୋବଟିକ୍ ଡଗ୍।ସବୁଠୁ ଆକର୍ଷଣୀୟ କଥା ହେଉଛି ଏହି ରୋବଟକୁ ଯାହା ପଚରାଯାଉଛି, ସେ ତା’ର […]

ଚିଟଫଣ୍ଡ ଜମାକାରୀଙ୍କୁ ଆସନ୍ତା ୩, ୪ ମାସ ଭିତରେ ମିଳିବ ଟଙ୍କା: ମୁଖ୍ୟମନ୍ତ୍ରୀ

ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଚିଟଫଣ୍ଡ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକୃତ ଏବଂ ଜିଲ୍ଲା ସ୍ତରକୁ ବିକେନ୍ଦ୍ରୀକରଣ କରାଯାଇଛି। ଏତଦ୍‌ଦ୍ୱାରା ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇ ଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧,୨୬,୧୩୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ କରିସାରିଛନ୍ତି।ଆସନ୍ତା ୩, ୪ ମାସ ଭିତରେ ଆଉ ୫ ଲକ୍ଷ ଜମାକାରୀ କ୍ଷତିପୂରଣ ପାଇବେ ।। ଗତ ୧୦ ବର୍ଷରେ ୨ […]

ପ୍ରେମୀଯୁଗଳଙ୍କ ବାହାଘର କରାଇଲେ ଥାନା ଅଧିକାରୀ ।

ଯାଜପୁର ଜିଲ୍ଲା ବଡ଼ଚଣା ଥାନାରେ ଏକ ଘଟଣା ଘଟିଛି ।ପ୍ରେମୀଯୁଗଳଙ୍କ ବାହାଘର କରାଇଲେ ଥାନା ଅଧିକାରୀ । ଉଭୟଙ୍କ ଭଲ ପାଇବାକୁ ଗ୍ରହଣ କରିନଥିଲେ ପରିବାର । ଦୁହେଁ ଘର ଛାଡି ଚାଲି ଯାଇଥିଲେ । ପୋଲିସ ଉଭୟଙ୍କୁ ଥାନାକୁ ଆଣି ପରିବାର ଲୋକଙ୍କୁ ବୁଝାସୁଝା କରି ବାହାଘର କରାଇଛନ୍ତି । ଚଣ୍ଡିତଳ ଗାଁର କେଶବ ସାମଲଙ୍କ ପୁଅ ରିତୁ ସେହି ଗାଁର ଫକୀର ମଲିକ ଝିଅ ରିନୁଙ୍କୁ ଗତ ୬ବର୍ଷ ହେବ ଭଲ ପାଉଥିଲେ। ପରିବାର […]

ବିଜେପି ପାର୍ଟି କାର୍ଯ୍ୟାଳୟରେ ଜଗନ୍ନାଥ ପ୍ରଧାନ

ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ବୁଧବାର ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳୀୟ କାର୍ଯ୍ୟାଳୟରେ ଭେଟିଛନ୍ତି। ସେ ଶୃଙ୍ଖଳା କମିଟି ଆଗରେ ନିଜର ମତ ରଖୁଛନ୍ତି। ଶ୍ରୀ ପ୍ରଧାନ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଲା ପରେ କିଛି ବଡ଼ଧରଣର ଘଟଣା ଘଟିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଆଇନକୁ ସମ୍ମାନ ଦେଉଛି କହି ଏକ୍ସରେ ସୂଚନା ଦେଲେ […]

ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ

ବିଏମଏସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ । ଅଫିସରେ କାମ କରୁଥିବା ସମୟରେ ହୋଇଯାଇଥିଲେ ଚେତାଶୂନ୍ୟ । ଅସୁସ୍ଥ ଅନୁଭବ କରିବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଛାତି ଯନ୍ତ୍ରଣା ଏବଂ ଯେଉଁଠି ଆକ୍ରମଣ ବେଳେ ଆହତ ହୋଇଥିଲେ ସେହି ଜାଗାରେ ଚିକିତ୍ସା କରାଯାଉଛି। ତଳି ପେଟରେ ବହୁତ୍ ଆଘାତ ଲାଗିଥିବାରୁ ଅସହ୍ୟ ହୋଇପଡ଼ିଛନ୍ତି। ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। […]