ଭିଜିଲାନ୍ସ ଜାଲରେ ରାଜସ୍ୱ ବିଭାଗ କିରାଣୀ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ତହସିଲ ଅଫିସ ଜୁନିୟର କିରାଣି ଗୋଲକ ନାୟକ ଏକ ଜମି ଚିହ୍ନଟ ଫାଇଲ ପ୍ରୋସେସିଙ୍ଗ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଆଜି ଟଙ୍କା ନେବା ପରେ ଟଙ୍କାକୁ ଅନ୍ୟ ଜଣେ ବ୍ୟକ୍ତି ଅରୁଣ ସେଠଙ୍କୁ ହସ୍ତାନ୍ତର କରିଥିଲେ। ଉଭୟଙ୍କୁ ଅଟକ ରଖିଛି ଭିଜିଲାନ୍ସ। […]
ଚଳିତ ବର୍ଷ ଖାଲିଥିବା ୫୨୪୮ ଏମବିବିଏସ ଡାକ୍ତର ପଦବୀ ପୂରଣ ନିମନ୍ତେ ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି | ଠିକ୍ ସେହିପରି ୧୨୬ଟି ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ନିମନ୍ତେ ଆୟୋଗକୁ ସୁପାରିଶ କରାଯାଇଛି। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କହିବା ମୁତାବକ, ସବୁ ଜିଲ୍ଲାହସ୍ପିଟାଲରେ ଡେ କେୟାର ସେଣ୍ଟର ଓ କେମୋଥେରାପି ବ୍ୟବସ୍ଥା କରାଯିବ। ସାଟେଲାଇଟ ସେଣ୍ଟରର ଉଦ୍ଦେଶ୍ୟ ହେଉଛି, ଯେଉଁ ପୁରୁଣା ଭିତ୍ତିଭୂମି ଅଛି, ତାହା […]
ମିଳିଗଲା ହଜିଲା ଗାଡି । ଥାନାରେ ରଖିଦିଆଯାଇଛି ଚୋରି ଗାଡି ଆଉ ତା ସାଙ୍ଗକୁ ମିଳିଛି ଏକ ଚିଠି । ତେବେ କିଛି ଦିନ ତଳେ ଉଦଳାର ଏକ ବାହାଘରରୁ ଝିଅର ଦାଦାଙ୍କ ଗାଡି ଚୋରି ହୋଇଥିଲା। ପୋଲିସ ଅନେକ ଖୋଜାଖୋଜି ପରେ ମଧ୍ୟ ଚୋରର ସନ୍ଧାନ ପାଇନଥିଲା।ହେଲେ ଏବେ ଗାଡି ଆସି ଥାନାରେ ପହଞ୍ଚିଛି। ଆଉ ଚୋରି ଗାଡି ସାଙ୍ଗରେ ଏକ ଚିଠି ମଧ୍ୟ ମିଳିଛି। ସୂଚନାନୁସାରେ, ଚୋରି ହୋଇଥିବା ଗାଡିକୁ ଥାନାରେ ଆଣି ରଖି […]
ପୁରୀ ରଥଯାତ୍ରା ପାଇଁ ଲାଗିବ AI କ୍ୟାମେରା। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ସୋମବାର ପୁରୀ ଏସ୍ପି ବିନିତ ଅଗ୍ରୱାଲ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏନଏଚ୍ ଓ ବଡ଼ଦାଣ୍ଡରେ କ୍ୟାମେରା ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରତିବର୍ଷ କୋଟି କୋଟି ଭକ୍ତ ରଥଯାତ୍ରା ଦେଖିବାକୁ ବଡ଼ଦାଣ୍ଡରେ ଜମା ହେଉଥିବାବେଳେ ସେମାନଙ୍କ ଉପରେ ନଜର ରଖିବ ଏହି ସ୍ୱତନ୍ତ୍ର କ୍ୟାମେରା । ଅନ୍ୟପକ୍ଷେ ଶ୍ରୀମନ୍ଦିର ପ୍ରଶାସନର ଭକ୍ତନିବାସଗୁଡିକ ନାମରେ ନକଲି ୱେବସାଇଟ୍ ଖୋଲାଯାଇ ଶ୍ରଦ୍ଧାଳୁ ଓ […]
ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଁଏ ଶୀତଳଭଣ୍ଡାର ନିର୍ମାଣ କରାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।ଅତିରିକ୍ତ ଉତ୍ପାଦକୁ ଷ୍ଟୋର କରି ରଖିବା ପାଇଁ ଶୀତଳ ଭଣ୍ଡାର ଖୋଲାଯିବ । ଯେଉଁଠାରେ ମଣ୍ଡି ବ୍ୟବସ୍ଥା ନାହିଁ ସେଠାରେ ମଣ୍ଡି ସୁବିଧା କରାଯିବ । ଚାଷୀଙ୍କ ପ୍ରଡକ୍ଟ ନଷ୍ଟ ହେବ ନାହିଁ । ଠିକ୍ ଦାମ ପାଇବେ ସେ ନେଇ ବ୍ୟବସ୍ଥା ଚାଲିଛି। ତୁରନ୍ତ ପଦକ୍ଷେପ ନିଆଯିବ। ତେବେ କଟ୍ନୀ […]
କମ୍ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ନିଶା ଏବେ ସମସ୍ତଙ୍କ ମୁଣ୍ଡରେ ପସିଛି। ଆଉ ସେଥିପାଇଁ ମୁଖ୍ୟ ପନ୍ଥା ସାଜିଛି ଅନଲାଇନ୍ ଟ୍ରେଡିଂ। ଏହି ଅନଲାଇନରେ ଟ୍ରେଡ଼ିଂ କରି କମ୍ ଟଙ୍କା ଲଗାଇ ଅଧିକ ଟଙ୍କା ରୋଜଗାର କରୁଛନ୍ତି ଯୁବପିଢୀ। ତେବେ ସମ୍ବଲପୁରରେ ସେୟାର ମାର୍କେଟ ନାଁରେ ବଡ ଠକେଇ । ହଜାରେ କୋଟିରୁ ୧୨ ଶହ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଲକ୍ଷେ ଟଙ୍କାରେ ୫ ପ୍ରତିଶତ ଲାଭ ଦେବାର ଲୋଭ ଦେଖାଇ […]
ଆକ୍ସନମୋଡ଼ରେ ଜିଲ୍ଲାପାଳ । ରାତିଅଧରେ ରୋଗୀଙ୍କର ଅଭିଯୋଗ ଶୁଣି ମେଡିକାଲରେ ପହଞ୍ଚିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ । ମେଡିକାଲରେ ପହଞ୍ଚି ବିଭିନ୍ନ ସ୍ଥିତି ବିଷୟରେ ପରଖିଛନ୍ତି ଜିଲ୍ଲାପାଳ । ରାତିରେ ଡାକ୍ତର ରହୁନଥିବା ଜାଣିବା ପରେ ଅଚାନକ ଗସ୍ତ କରିଥିଲେ। ରୋଗୀଙ୍କୁ ଦେଖିବା ପାଇଁ ଡାକ୍ତର ନ ଥିବା ଜାଣି ସମ୍ପୃକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ସମ୍ପୃକ୍ତ ଡାକ୍ତରଙ୍କୁ ସୋ’ କଜ ନୋଟିସ ଜାରି କରିବାକୁ CDMOଙ୍କୁ ନିର୍ଦ୍ଦେଶ ଦେଇଥିଲେ […]
ଗଞ୍ଜାମ ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଦେଖିବାକୁ ମିଳିଛି । ଆଜି ଭୋର୍ ସମୟରୁ ଧୀରେ ଧୀରେ ଅଲିଭ ରିଡଲେଙ୍କ ଆଗମନ ହୋଇଛି । ପାଗର ଅନୁକୂଳ ଅବସ୍ଥା ଯୋଗୁଁ ଏବଂ ଦକ୍ଷିଣା ପବନ ବୋହିବା ଫଳରେ ଏହି ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି । କିଛି ଅଞ୍ଚଳକୁ ନୋ ଫିସିଂ ଜୋନ୍ ଭାବେ ଘୋଷଣା କରାଯାଇଛି । […]
ରାଜ୍ୟ ବିଜେପି ପକ୍ଷରୁ ଘୋଷଣା ହୋଇଛି ଜିଲ୍ଲା ସଭାପତିଙ୍କ ନାଁ। ଗତ ଜାନୁଆରୀ ମାସ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଥିବାବେଳେ, ରବିବାର ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୩ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ଜିଲ୍ଲା ସଭାପତିମାନେ ହେଲେ : ଅନୁଗୁଳ – ଯଯାତି କେଶରୀ ପଟ୍ଟନାୟକ;ଭଦ୍ରକ – ଭଗବାନ ପଣ୍ଡା;ଭୁବନେଶ୍ୱର – ନିରଞ୍ଜନ ମିଶ୍ର;ଗଜପତି – ନବକିଶୋର ଶବର;ଯାଜପୁର – ଦେବଯାନୀ ପ୍ରଧାନ;ଝାରସୁଗୁଡା – ରଘୁନନ୍ଦନ […]
ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଆଜି ସକାଳୁ ସକାଳୁ ଏନକାଉଣ୍ଟର ହୋଇଛି। ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେକୁ ଏନକାଉଣ୍ଟର ହୋଇଛି। ଭୋର୍ରେ ଲୁଟ୍ ଉଦ୍ୟମ ବେଳେ ପୋଲିସ ଏନକାଉଣ୍ଟର କରିଛି। ବାଲିଅନ୍ତା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ଅର୍ଜୁନ ଅନାରେ ତାର ଗ୍ରୁପ ଆପାର୍ଟମେଣ୍ଟ ଲୁଟ କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଦେଖି ଦେଇଥିଲା।ପୋଲିସକୁ ଦେଖି ଅର୍ଜୁନ ସହ ତାଙ୍କ ଗ୍ରୁପ ଫେରାର୍ ହେବା ପାଇଁ ବସିଥିବା ବେଳେ ପୋଲିସ […]
ଆଜି ଆସିବ ରାଜ୍ୟ ବଜେଟ, ସଂଧ୍ୟାରେ ବିଧାନସଭାରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥର ପରିମାଣ ୩ ଲକ୍ଷ କୋଟି ଛୁଇଁବା ସମ୍ଭାବନା । ୨୦୨୫-୨୬ ଆର୍ଥିକବର୍ଷ ବଜେଟରେ ନିଯୁକ୍ତି ଓ ଉତ୍ପାଦନ ଉପରେ ମୋହନ ସରକାର ଗୁରୁତ୍ୱ ଦେଇପାରନ୍ତି। ଗାଁରେ ଆର୍ଥିକ ସ୍ରୋତ ସୃଷ୍ଟି କରିବାକୁ ସରକାର ନୂଆ ଯୋଜନା ଆଣିପାରନ୍ତି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଲୋକମତ, ଅର୍ଥନୀତି ବିଶେଷଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥ ସଚିବଙ୍କ […]
ରାଶନ କାର୍ଡକୁ ନେଇ ବଡ଼ ଅପଡେଟ୍। E-KYC ଅପଡେଟ ପାଇଁ ଆଉ କୋହଳ କରାଯିବ ନାହଁ । ହିତାଧିକାରୀଙ୍କୁ ଆଜି ଏଭଳି ଚେତାବନୀ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର। ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଇ-କେୱାଇସି ଅପଡେଟ୍ ସମୟ ସୀମା ବର୍ଦ୍ଧିତ କରାଯାଇଛି ସତ । ହେଲେ ଏହା ଭିତରେ ଯଦି ଯୋଗ୍ୟ ହିତାଧିକାରୀ ଇ-କେୱାଇସି ନକରିପାରିଲେ । ସେମାନଙ୍କ କାର୍ଡ ସରେଣ୍ଡର ହୋଇଗଲା ବୋଲି ଧରିନିଆଯିବ । ଫେବ୍ରୁଆରି […]
