ଘସିପୁରା ତହସିଲଦାର ଅଭୟ ସ୍ୱାଇଁଙ୍କୁ କାରଣ ଦର୍ଶାଅ ନୋଟିସ କଲା ରାଜସ୍ୱ ବିଭାଗ। ଲୋକଙ୍କୁ ବାହାରେ ଚପଲ ରଖି ତହସିଲ ଭିତରକୁ ଆସିବାକୁ ଅଫିସ୍ ବାହାରେ ନୋଟିସ୍ ଲଗାଇଥିଲେ ତହସିଲଦାର । ଲୋକଙ୍କୁ ବସାଇବାକୁ ଚୌକି ଦେଉନଥିଲେ ଏବଂ ଖରାପ ବ୍ୟବହାର କରୁଥିଲେ । ହେଲେ କର୍ମଚାରୀ ମାନେ ଜୋତା ପିନ୍ଧି ଅବାଧ ପ୍ରବେଶ କରୁଥିଲେ। ଏହି କାର୍ଯ୍ୟାଳୟରେ ଅଭୟ କୁମାର ସ୍ୱାଇଁ ଯୋଗଦେବା ପରଠାରୁ ଲୋକଙ୍କ ପାଇଁ ଥିବା ଚୌକିକୁ ମଧ୍ୟ ହଟାଇଥିଲେ। ହେଲେ ବଡବଡିଆ […]
ଏଲନ ମସ୍କ ଟ୍ରମ୍ପଙ୍କ ବିଗ୍ ବିୟୁଟିଫୁଲ୍ ବିଲ୍ ବିପକ୍ଷରେ ଲଗାତର ସ୍ୱର ଉତ୍ତୋଳନ କରୁଛନ୍ତି ଏବଂ ବିଲ୍କୁ ବିରୋଧ କରୁଛନ୍ତି। ଏବେ ଲାଗୁଛି ଟ୍ରମ୍ପଙ୍କ ଧୈର୍ଯ୍ୟର ସୀମା ମଧ୍ୟ ଲଙ୍ଘି ଯାଇଛି ଏବଂ ସେ ବି ମସ୍କଙ୍କୁ ଧମକ ଦେଇଛନ୍ତି। ଟ୍ରମ୍ପଙ୍କ ଏହି ବିଲକୁ ପାଗଳାମୀ ଓ କରଦାତାଙ୍କ ଉପରେ ବୋଝ ବୋଲି କହିଛନ୍ତି ମସ୍କ । ସିନେଟ୍ ବିଲକୁ ମଂଜୁରୀ ଦେଲେ, ଏହାର ପରଦିନ ହିଁ ଆମେରିକା ପାର୍ଟି ନାଁରେ ଏକ ନୂଆ ରାଜନୈତିକ ଦଳ […]
ମହାରାଷ୍ଟ୍ର ତଡ଼ଭା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ୩ ବର୍ଷିୟା ବାଘୁଣୀ ଏବେ ଗର୍ଭବତୀ ଅଛନ୍ତି।ବନବିଭାଗ ସୂଚନା ମୁତାବକ, ସୁଦୂର ମହାରାଷ୍ଟ୍ରରୁ ଆସିଥିବା ଜିନ୍ନତକୁ ଜାନୁଆରୀ ପହିଲାରୁ ଯମୁନାଗଡ଼ସ୍ଥିତ ‘ସ୍ୱତନ୍ତ୍ର ଏନକ୍ଲୋଜର’ରେ ଛଡ଼ାଯାଇଥିଲା। ସ୍ୱତନ୍ତ୍ର ଡାକ୍ତରୀ ଦଳ ବାଘୁଣୀର ଗତିବିଧି ଓ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖୁଥିଲେ। ଦେଢ଼ ମାସେ ତଳେ ବାଘୁଣୀକୁ ଏନ୍କ୍ଲୋଜରରୁ ଜଙ୍ଗଲକୁ ଛଡ଼ାଯାଇଛି। ଏହାପରେ ବାଘୁଣୀଟି ଯମୁନାଗଡ଼ଠାରୁ ଗୁଡୁଗୁଡିଆ ଜଙ୍ଗଲରେ ଘୂରି ବୁଲୁଛି। ସୁବର୍ଣ୍ଣରେଖା ନଦୀ ପହଁରି ଝାଡ଼ଖଣ୍ଡ ମୁହାଁ ହୋଇନାହିଁ […]
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଆଇସିଆଇ, ଆକ୍ସିସ୍ ଓ ଏଚ୍ଡିଏଫ୍ସି ବ୍ୟାଙ୍କର ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ବିଭିନ୍ନ ଜନକଲ୍ୟାଣ ଯୋଜନାରେ ଗରିବ ଲୋକମାନଙ୍କୁ ଅଧିକ ୠଣ ଦେବାପାଇଁ ପରାମର୍ଶ ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, ଓଡିଶାରେ ବିଭିନ୍ନ ଜନକଲ୍ୟାଣ ଯୋଜନା ଯଥା କୃଷି ୠଣ, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି ଯୋଜନା (PMEGP), ପିଏମ୍ ସ୍ୱନିଧି ଯୋଜନା, ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନା, ଗୃହୠଣ, ଶିକ୍ଷାୠଣ ଓ ରପ୍ତାନୀ ୠଣ ଆଦି ବିଭିନ୍ନ ଯୋଜନାରେ […]
ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରୁ ଘୋଷାଡି ଆଣି ମାଡ ମାରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଗଣମାଧ୍ୟମରେ ସବୁ ସତ କହିଛନ୍ତି ଜଗନ୍ନାଥ । । ଆଉ ଆକ୍ରମଣର କାରଣ ମଧ୍ୟ କହିଛନ୍ତି । ଜଗା ପ୍ରଧାନ ପ୍ରତିକ୍ରିୟାରେ କହିଛନ୍ତି, 34 ନମ୍ୱର ଓ୍ବାର୍ଡର ଏସଏଚଜି ମହିଳାଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିଆଯାଉଛି । ଏହି କଥାକୁ ନେଇ ସେହି ଓ୍ୱାର୍ଡର କର୍ପୋରେଟର ସ୍ୱଚ୍ଛ ସାଥୀଙ୍କୁ ତାଗିଦ କରିଥିଲେ […]
ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରୁ ଘୋଷାଡି ଆଣି ମାଡ ମାରିବା ଘଟଣାରେ ମଙ୍ଗଳବାର ବିଜେପିରୁ ୫ ଜଣଙ୍କୁ ନିଲମ୍ବନ କରାଯାଇଛି। । ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆଧାରରେ ୫ଜଣଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ନିଲମ୍ବନ କରିଛନ୍ତି । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସମସ୍ତଙ୍କୁ ସସ୍ପେଣ୍ଡ କରାଯାଇଛି । ନିଲମ୍ବିତ ହୋଇଥିବା ୫ ଜଣ ହେଲେ କର୍ପୋରେଟର ଅପରୂପ ନାରାୟଣ ରାଉତ, ଅନ୍ୟମାନେ ହେଲେ ରଶ୍ମି […]
ପୁରୁଣା ଗାଡିକୁ ପେଟ୍ରୋଲ ମନା। ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜିଠୁ ପେଟ୍ରୋଲ ପମ୍ପରେ ପୁରୁଣା ଗାଡିକୁ ମିଳିବନି ତେଲ। ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ଅଧିନରେ ଦିଲ୍ଲୀ ସରକାର ପୁରୁଣା ଗାଡ଼ିଗୁଡିକୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍, ଯେଉଁ ଗାଡ଼ିଗୁଡ଼ିକ ୧୫ବର୍ଷରୁ ଅଧିକ ହୋଇସାରିଛି ସେଗୁଡ଼ିକ ଆଉ ରାସ୍ତାରେ ଗଡ଼ିବ ନାହିଁ । ପୁରୁଣା ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇ ସେଗୁଡ଼ିକୁ ଜବତ କରାଯିବ । ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ଗୁଡ଼ିକ […]
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟାରେ ତିନି ଭକ୍ତଙ୍କ ମୃତ୍ୟୁ ଘଟଣାରେ ପ୍ରାଥମିକ ତଦନ୍ତ ଆରମ୍ଭ ।ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରତିକ୍ରିୟାରେ କହିଛନ୍ତି, “ମତେ ଏହି ଘଟଣା ତଦନ୍ତ ପାଇଁ 30 ଦିନ ସମୟ ଦିଆଯାଇଛି । ଦଳାଚଟକାରେ ଭକ୍ତଙ୍କ ମୃତ୍ୟୁ ବହୁତ୍ ଦୁଃଖଦ ଘଟଣା। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ସେ ନେଇ ତଦନ୍ତ ହେବ। କେବଳ ସେତିକି ନୁହେଁ ଆଗାମୀ ଦିନରେ ଏହି ଭଳି ସ୍ଥିତି ଯେଭଳି ଆଉ ହେବ ନାହିଁ ସେନେଇ […]
ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅରୁଣ ସ୍ତମ୍ଭ ଚତୁଃପାଶ୍ୱର୍ରେ ନୂତନ ବାଡ଼ ଲାଗିଛି । ବ୍ରିଟିଶ ଅମଳର ପୁରୁଣା ଲୁହା ବାଡ଼ କଢ଼ାଯାଇ ପିତ୍ତଳର ବାଡ଼ ଲଗାଯାଇଛି । ୧୬ କୋଣୀ ଏହି ଶିଳାସ୍ତମ୍ଭର ଉପରି ଭାଗରେ ସୂର୍ଯ୍ୟଙ୍କ ସାରଥି ଅରୁଣ ଅଧିଷ୍ଠିତ ହୋଇଛନ୍ତି । ଅରୁଣଙ୍କ ସମାନ ଉଚ୍ଚତାରେ ବଡ଼ଦେଉଳ ରତ୍ନବେଦି ରହିଛି ବୋଲି କୁହାଯାଏ । ଅଷ୍ଟାଦଶ ଶତାବ୍ଦୀରେ ତତ୍କାଳୀନ ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନ କାଳରେ କୋଣାର୍କରୁ ସ୍ଥାନାନ୍ତର ହୋଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ […]
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୪ ତାରିଖ ଦିନ ଓଡ଼ିଶା ଆସି ପହଞ୍ଚିବେ ରାଷ୍ଟ୍ରପତି ମୁର୍ମୁ। ଏହାପରେ ନିଜ କାର୍ଯ୍ୟକ୍ରମରେ ଯୋଗ ଦେବେ।ଜୁଲାଇ ୧୪ ତାରିଖରେ ଭୁବନେଶ୍ୱର ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୧୫ରେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏହାସହ ରେଭେନ୍ସା ବାଳିକା ବିଦ୍ୟାଳୟର କରିବେ […]
ରାଜଧାନୀରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ । ବିଏମ୍ସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣର ପ୍ରତିବାଦରେ ସଫେଇ କର୍ମଚାରୀ ମାନେ କାର୍ଯ୍ୟବନ୍ଦ କରିଛନ୍ତି । ୱାର୍ଡକୁ ସଫେଇ ପାଇଁ ନଯାଇ ଲାଇନ୍ ହୋଇ ଠିଆ ହୋଇଛି ପ୍ରାୟ ୧୫ ସଫେଇ ଗାଡ଼ି । ତେବେ ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ଜୀବନ ରାଉତ, ରଶ୍ମୀ ମହାପାତ୍ର ଏବଂ ଦେବାଶିଷ ପ୍ରଧାନ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ […]
ପୁଣି ଏକ ଦୁଷ୍କର୍ମ, ସେ ପୁଣି ଜଣେ ନାବାଳିକାକୁ। ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋଳନ୍ଥରାରେ। ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ସୋମବାର ଗୋଳନ୍ଥରା ଥାନା ଅଞ୍ଚଳର ଜଣେ ନାବାଳିକା ସ୍କୁଲ ଯାଇଥିଲେ। ସ୍କୁଲ ନିକଟରେ ଥିବା ଏକ ଜାମୁ କୋଳି ଗଛରୁ କୋଳି ଖାଇବାକୁ ଯାଇଥିଲେ। ଏହି ସମୟରେ ନାବାଳିକାଙ୍କ ଗ୍ରାମର ଜଣେ ଯୁବକ ତାଙ୍କୁ ସ୍କୁଲ ଠାରୁ କିଛି ଦୂରକୁ ନେଇଯାଇଥିଲେ। ସେଠାରେ ନାବାଳିକାଙ୍କ ହାତ ଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିଲେ। […]
