ଜୁଲାଇ ମାସର ପ୍ରଥମ ଦିନରେ କମିଲା ଏଲପିଜି ଦର

ଜୁଲାଇ ମାସର ପ୍ରଥମ ଦିନରେ ଏଲ୍‌ପିଜି ସିଲିଣ୍ଡର ସମ୍ପର୍କରେ ଏକ ବଡ଼ ଘୋଷଣା କରାଯାଇଛି । ଏହା ଏଲ୍‌ପିଜି ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛି । ମଙ୍ଗଳବାର ୧ ଜୁଲାଇ ଠାରୁ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜିଠାରୁ ୧୯ କିଲୋଗ୍ରାମ ବାଣିଜି୍ୟକ ବା କମରସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ ପାଇଛି। ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର […]

ସବୁ କଲେଜ ପ୍ରିନ୍ସପାଲଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ତାଗିଦ୍-୭ ଘଣ୍ଟା ଡ୍ୟୁଟି ବାଧ୍ୟତାମୂଳକ

ବାୟୋମେଟ୍ରିକ ବ୍ୟବହାର କରୁନଥିବା ପ୍ରିନ୍ସପାଲ ଓ କର୍ମଚାରୀଙ୍କ ବିରୁଦ୍ଧରେ ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି । ଏନେଇ ନିର୍ଦ୍ଦେଶ ଜାରି କରିଛି ବିଭାଗ । ବାୟୋମେଟ୍ରିକ୍ ଉପସ୍ଥାନ ପ୍ରଣାଳୀ ବ୍ୟବହାର କରିବାକୁ ସମସ୍ତ ପ୍ରିନ୍ସପାଲ ଏବଂ କର୍ମଚାରୀ ବାଧ୍ୟ ବୋଲି କୁହାଯାଇଛି । ତେବେ ୭ ଘଣ୍ଟିଆ କର୍ତ୍ତବ୍ୟ ନିୟମ ଉଲ୍ଲଂଘନର ଅନେକ ଘଟଣା ସାମ୍ନାକୁ ଆସିଛି। ଏହା ସହ, ମହାବିଦ୍ୟାଳୟରେ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ବାୟୋମେଟ୍ରିକ ହାଜିରା […]

ହେରା ପଞ୍ଚମୀରେ ମହାବାହୁଙ୍କ ରଥ ଭାଙ୍ଗିବେ ଅଭିମାନିନୀ ମା’ ଲକ୍ଷ୍ମୀ

ମଙ୍ଗଳବାର ହେରାପଞ୍ଚମୀ । ଘୋଷଯାତ୍ରାର ଆଜି ହେଉଛି ପଞ୍ଚମ ଦିବସ । ଭକ୍ତଙ୍କ ଗହଣରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଗୁଣ୍ତିଚ ମନ୍ଦିର ଜନ୍ମ ବେଦୀକୁ ଆସିଛନ୍ତି । ସୋମବାର ଯଜ୍ଞ ମଣ୍ତପରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତ ନୀତି ସଂପନ୍ନ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହେରାପଞ୍ଚମୀ ନୀତି ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି । ପରଂପରା ଅନୁଯାୟୀ ଅଭିମାନିନୀ […]

ବିଏମସି କାର୍ଯ୍ୟାଳୟରେ ଆକ୍ରମଣ ଘଟଣା : ନିନ୍ଦା କଲେ ନବୀନ

ବିଏମସି କାର୍ଯ୍ୟାଳୟରେ ଆକ୍ରମଣ ଘଟଣାକୁ ନେଇ ଦୃଢ଼ ନିନ୍ଦା କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ନବୀନ । ଅଭିଯୁକ୍ତଙ୍କ ପଛରେ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆକ୍ରମଣ ପଛରେ ଥିବା ରାଜନେତାଙ୍କ ଉପରେ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଦାବି କରିଛନ୍ତି । ଯେଉଁଠି ବରିଷ୍ଠ ଅଧିକାରୀ କାର୍ଯ୍ୟାଳୟରେ ସୁରକ୍ଷିତ ନୁହଁନ୍ତି, ସେଠି ସାଧାରଣ ନାଗରିକ ସରକାରଙ୍କଠୁ କଣ ଆଶା କରିବେ ବୋଲି ପ୍ରଶ୍ନ […]

ଜୈବିକ ଚାଉଳ ବା ଅମୃତ ଅନ୍ନରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୋଇଛି କୋଠ ଭୋଗ ।

ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଆଜି ଚତୁର୍ଥ ଦିବସ । ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଆଡ଼ପ ଦର୍ଶନ । ଆଜି ପ୍ରଥମ ଦିନ ହୋଇଥିବାରୁ ଭକ୍ତଙ୍କ ଅସମ୍ଭବ ଭିଡ ପରିଲିକ୍ଷିତ ହୋଇଛି । ଲମ୍ବା ବ୍ୟାରିକେଡ଼ରେ ଭକ୍ତ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରୁଛନ୍ତି ।ଆଜି ପ୍ରଥମ ଆଡ଼ପ ଅବଢ଼ା ଭକ୍ତଙ୍କୁ ମିଳିଛି । ଆଡ଼ପ ମଣ୍ଡପରେ ମହାପ୍ରଭୁ ଥିବାରୁ ଗୁଣ୍ଡିଚା ମନ୍ଦିରରେ ଯେଉଁ ଅବଢ଼ା ବାହାରେ ତାହାକୁ ଆଡ଼ପ ଅବଢ଼ା କୁହାଯାଏ । ଭକ୍ତ […]

୩୦ ଦିନ ମଧ୍ୟରେ ସରିବ ତଦନ୍ତ – ଆଇନ ମନ୍ତ୍ରୀ

ପୁରୀ ଶରଧାବାଲିରେ ଯେଉଁ ଅଘଟଣ ଘଟିଲା । ସେଥିପାଇଁ ପହଡ଼ ବନ୍ଦ ନୁହେଁ । ପହଡ଼ ପାଇଁ ଅଘଟଣ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଆଇନମନ୍ତ୍ରୀ। ସ୍ୱାଭାବିକ ସମୟରେ ପହଡ ପଡିଥିଲା। ନୀତିକାନ୍ତି ସରିବା ପରେ ପହଡ ପଡିଥିଲା। ଅଯଥା ଜଗନ୍ନାଥଙ୍କୁ ଅନିଦ୍ରା କରିବାର ଆବଶ୍ୟକତା ନଥିଲା। ତେଣୁ ପହଡକୁ ନେଇ କୌଣସି ଦ୍ୱନ୍ଦ ନାହିଁ। ଖୁବ ଶୀଘ୍ର ତଦନ୍ତ ଆରମ୍ଭ କରିବେ ଉନ୍ନୟନ କମିଶନର। ୩୦ ଦିନ ମଧ୍ୟରେ ସରିବ ତଦନ୍ତ। ଅନ୍ୟ କାହାର ଅବହେଳା ଥିବାର […]

ଜନଶୁଣାଣି ବେଳେ ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ଼,୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ସୋମବାର ନିଜ ଅଫିସରେ କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ସାହୁ ଗ୍ରୀଭାନ୍ସ ରିଡ୍ରେସାଲ ବୈଠକରେ ବ୍ୟସ୍ତ ଥିଲେ। ରିପୋର୍ଟ ଅନୁସାରେ, ଛଅ ଜଣ ଅଜଣା ଯୁବକ ସାହୁଙ୍କ ଚାମ୍ବରକୁ ଅନଧିକୃତ ଭାବେ ପ୍ରବେଶ କରି ବିନା କାରଣରେ ତାଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ […]

ରଥଯାତ୍ରାରେ ଦଳଚକଟା ଘଟଣା !ରାଜ୍ୟ ସରକାରଙ୍କୁ ରାଜ୍ୟ ମାନବାଧିକାର କମିଶନ ନୋଟିସ ଜାରି

ରଥଯାତ୍ରାରେ ଦଳଚକଟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ରାଜ୍ୟ ମାନବାଧିକାର କମିଶନ ନୋଟିସ ଜାରି କରିଛନ୍ତି। ଏଥିସହ ଆହତଙ୍କୁ ସମସ୍ତ. ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦେଶ ଦେଲେ ଓଏଚଆରସି।ଏଥିସହ ଭବିଷ୍ୟତରେ ଯେପରି ଏଭଳି ଅଘଟଣ ନଘଟିବ, ତା ଉପରେ ଦୃଷ୍ଟି ଦେବାକୁ କହିଛନ୍ତି ରାଜ୍ୟ ମାନବାଧିକାର କମିସନ । ତିନି ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ ଶନିବାର ବିଳମ୍ବିତ ରାତିରେ ଦଳାଚକଟା ହୋଇଥିଲା । ଏଥିରେ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା ।୫୦ […]

ସସ୍‌ କମ୍ପାନୀରେ ପୋଲିସ ଓ ଖାଦ୍ୟ ସୁରକ୍ଷା ସ୍କ୍ବାଡ୍‌ର ରେଡ୍।

ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ଦ୍ବିତୀୟ ଲାଇନରେ ଥିବା ସସ୍ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ କରାଯାଇଛି । ବେଆଇନ ଭାବେ ନକଲି ସସ୍ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ପରେ ଚଡାଉ କରିଛି ପୋଲିସ । ଗତକାଲି କାରଖାନର ମାଲିକ ନଥିବା ଯୋଗୁ କେବଳ ବାହାରପଟୁ କାରଖାନାକୁ ସିଲ୍ କରାଯାଇଥିଲା । ଆଜି ମାଲିକ ଫେରିବା ପରେ ଚଢାଉ କରି କାରଖାନାରେ ରହିଥିବା ସସ୍ ପ୍ରସ୍ତୁତ ସାମଗ୍ରୀ ଓ ସସ୍ କୁ ନେଇ ଅଧିକ […]

ପୁରୀ ଦଳଚକାଟା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ରବିବାର ଶରଧାବାଲି ଅଘଟଣକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ |ତେବେ ଏହି ଘଟଣାକୁ ନେଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଏହି ଘଟଣାକୁ ବିଧାନସଭା ଓ ସଂସଦରେ ଉଠାଯିବ । ‘‘ସରକାର ବାକ୍ୟ ବୀର, କର୍ମ ବୀର ନୁହଁନ୍ତି। ରଥଯାତ୍ରା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଭାବରେ ହୋଇଛି। ଏଭଳି ଘଟଣା ଅକ୍ଷମଣୀୟ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି […]

ତତ୍କାଳ ଟିକେଟ ବୁକିଂରୁ ATMରୁ ଟଙ୍କା ଉଠାଣରେ ବଦଳିଯିବ ୪ ବଡ଼ ନିୟମ !

ଜୁଲାଇ ମାସ ସହ ଅନେକ ବଡ଼ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ। ପରିବର୍ତ୍ତନ ଗୁଡ଼ିକ ରୋଷେଇ ଘରେ ବ୍ୟବହୃତ ଏଲପିଜି ସିଲିଣ୍ଡରର ମୂଲ୍ୟ ଠାରୁ କ୍ରେଡିଟ୍ କାର୍ଡ ବ୍ୟବହାର ଉପରେ ଚାର୍ଜ ବୃଦ୍ଧି ପର୍ଯ୍ୟନ୍ତ ସାମିଲ । ଏତିକି ନୁହେଁ, ଭାରତୀୟ ରେଳବାଇ ମଧ୍ୟ ଜୁଲାଇ ୧ରୁ ନିୟମ ପରିବର୍ତ୍ତନ କରିବାକୁ ଯାଉଛି। ଭାରତୀୟ ରେଳବାଇ ଜୁଲାଇ ୧ରୁ ଟିକେଟ ଭଡ଼ା […]

ଆଜି ଅଭିଯୋଗ ଶୁଣାଣି ବେଳେ ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ

ଭୁବନେଶ୍ୱର ମହାନଗର ନିଗମ ଅଫିସ୍‌ରେ ମାର୍‌ପିଟ୍। ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କର୍ପୋରେଟଙ୍କ ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆଜି ବିଏମସି ଅଫିସରେ ଅଭିଯୋଗ ଶୁଣାଣି ଚାଲିଥିଲା। ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣାଣି କରୁଥିଲେ। ହଠାତ୍ ୫ରୁ ୬ ଜଣ ବ୍ୟକ୍ତି ଆସି ଅତିରିକ୍ତ କମିଶନରଙ୍କ ଚାମ୍ବର ଭିତରେ ପଶି ତାଙ୍କୁ ମାଡ ମାରିଥିଲେ। ପରେ ଏ ନେଇ ଖାରବେଳନଗର ଥାନାକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ସିସି ଟିଭି […]