ଭଣ୍ଡ ବାବା ସାଜି ଲୋକଙ୍କୁ ଲୁଟୁଥିଲେ,ଗ୍ୟାଙ୍ଗ୍‌ର ୪ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ ।

ସାଧୁ ବାବା ବେଶରେ ରିଷ୍ଟ ଖଣ୍ଡନ କହି ଲୁଟୁଥିଲେ ସୁନା ଗହଣା । ଝାରସୁଗୁଡ଼ା ପୋଲିସ ହାତରେ ସୁନା ଲୁଟେରା ଗ୍ୟାଙ୍ଗ । ସୂଚନାନୁସାରେ ଗତ ୧୨ ତାରିଖ ଅପରାହ୍ନ ପ୍ରାୟ ୫ ଟା ସମୟରେ ଦୁଇଟି ମୋଟର ସାଇକେଲରେ ଚାରିଜଣ ଅଜ୍ଞାତ ଅପରାଧୀ ସରବାହଲ ନିବାସୀ ନିରୁପାମା ନାୟକଙ୍କ ସୁନା ଅଳଙ୍କାର, ମୋବାଇଲ୍ ଫୋନ୍ ଇତ୍ୟାଦି ଛଡାଇ ନେଇଥିଲେ ବୋଲି ଟାଉନ ଥାନାରେ ଅଭିଯୋଗ କରିଥିଲେ । ସମାନ ଭାବେ ବେଲପାହାଡ଼ ଥାନା ଅନ୍ତର୍ଗତ ଗୁମାଡେରାର […]

ବଢିଲା ଇ-କେୱାଇସି ଅପଡେଟ୍ ଅବଧି ।

ଏବେ ରାଶନ କାର୍ଡ ହିତାଧିକାରୀଙ୍କ E-KYC ଅପଡେଟ୍‌ କରାଯାଉଛି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର E-KYCକୁ ନେଇ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାସନ କାର୍ଡରେ ଇ-କେଓ୍ବାଇସି କରିବାକୁ ଆଜି ଶେଷ ଦିନ ଥିବା ବେଳେ ଲୋକଙ୍କ ଆବଶ୍ୟକତା ଦେଖି, ସମୟ ସୀମାକୁ ଆସନ୍ତା ୩୧ମାର୍ଚ୍ଚ ଯାଏଁ ବୃଦ୍ଧି ହୋଇଛି । ନେଟ୍ୱାର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଇ-କେଓ୍ବାଇସି ଅପଡେଟ୍ ହେଉନାହିଁ । ଆଉ ଏବେ ପର୍ଯ୍ୟନ୍ତ ପ୍ରାୟ ୩୨ ଲକ୍ଷରୁ ଅଧିକ ହିତାଧିକାରୀ […]

କଂଗ୍ରେସକୁ ଫେରିଲେ ସୁର ରାଉତରାୟ

ସୁରଙ୍କ ଘର ବାହୁଡ଼ା । ପୁଣି କଂଗ୍ରେସକୁ ଫେରିଲେ ସୁର ରାଉତରାୟ ।ଶୁକ୍ରବାର ନିଲମ୍ୱନ ହଟିବା ପରେ ଶନିବାର ସେ କଂଗ୍ରେସ ଭବନକୁ ଯାଇ ନବ ନିର୍ବାଚିତ ପିସିସି ସଭାପତିଙ୍କୁ ଭେଟିଛନ୍ତି ସୁର । ଦୀର୍ଘ ଦିନ ପରେ କଂଗ୍ରେସକୁ ଫେରି ଖୁସି ଜାହିର କରିଛନ୍ତି ସୁର । ଏହି ସମୟରେ ସୁର ବେଶ ଭାବବିହ୍ବଳ ହୋଇପଡ଼ିଥିଲେ । ଆଖିରେ ଲୁହ ଛଳ ଛଳ ହୋଇଯାଇଥିଲେ । ଗତ ସାଧାରଣ ନିର୍ବାଚନ ବେଳେ ଦଳ ବିରୋଧୀ କାର୍ଯ୍ୟ […]

ନୟାଗଡ଼ ମାଓ ଆକ୍ରମଣକୁ ପୁରିଲା ୧୭ ବର୍ଷ

ନୟାଗଡ଼ ମାଓ ହମଲାକୁ ପୂରିଲା ୧୭ ବର୍ଷ । ନୟାଗଡ଼ ଜିଲ୍ଲା ମାଓ ମୁକ୍ତ ଘୋଷଣା ହୋଇଛି I ୨୦୦୮ ମସିହା ଫେବୁୟାରୀ ମାସ ୧୫ ତାରିଖ ରାତିପ୍ରାୟ ୧୦ ଟା ସମୟରେ ନୟାଗଡ ସହର ଜନଶୂନ୍ୟ ହେଇଥିଲା I ୧୭ ବର୍ଷ ତଳେ ଆଜିର ଦିନରେ ନୟାଗଡ଼ରେ ତାଣ୍ଡବ ରଚିଥିଲେ ସଶସ୍ତ୍ର ମାଓବାଦୀ । ନୟାଗଡ଼ ଜିଲ୍ଲା ମୁଖ୍ୟାଳୟର ଅସ୍ତ୍ରାଗାର ସମେତ ନୂଆଗାଁ, ଦଶପଲ୍ଲା ଓ ମହିପୁର ଫାଣ୍ତିକୁ ଘେରାବନ୍ଦୀ କରି ତାଣ୍ଡବଲୀଳା ରଚିଥିଲେ ସଶସ୍ତ୍ର […]

ଉତ୍ତରାଛକରୁ ପୁରୀ ଲାଗିବ ସିସି କ୍ୟାମେରା

ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ପୁଲିସ ମହାନିର୍ଦେଶକ(ଡିଜିପି)ଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରଥଯାତ୍ରା ଆୟୋଜନକୁ ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା। ରଥଯାତ୍ରାରେ ସମ୍ଭାବ୍ୟ ଭିଡ଼ ନିୟନ୍ତ୍ରଣ ଓ ଗତ ବର୍ଷ ହୋଇଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଏବେଠାରୁ ବ୍ୟାପକ ପ୍ରସ୍ତୁତି […]

ଭାଙ୍ଗିଲା ଶ୍ରୀମନ୍ଦିରରେ ନୀଳଚକ୍ର ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ

ଶ୍ରୀମନ୍ଦିରରେ ଅଘଟଣ । ଶ୍ରୀମନ୍ଦର ନୀଳଚକ୍ରରେ ପତିତପାବନ ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡଟି ଭାଙ୍ଗିଯାଇଛି । ସଂଧ୍ୟା ସମୟରେ ଏଭଳି ଅଘଟଣର ଦୃଶ୍ୟ ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ଅପରାହ୍ନରେ ବାନା ପରିବର୍ତ୍ତନ କରାଯାଇଥାଏ। ତେବେ ଗତ ସନ୍ଧ୍ୟାରେ ଚୁନରା ସେବାୟତ ବାନା ପରିବର୍ତ୍ତନ କରିବାକୁ ଯାଇଥିବା ବେଳେ ଅକ୍ଷୟ ଦଣ୍ଡଟି ଭାଙ୍ଗିଯାଇଥିବା ଦେଖିବାକୁ ପାଇଥିଲେ।ଏଥିପାଇଁ ଶ୍ରୀମନ୍ଦିର ଚୂଡ଼ାରେ ବାନା ବାନ୍ଧି ନପାରି, କେବଳ ନୀଳଚକ୍ରରେ ବାନା ବାନ୍ଧିଛନ୍ତି ଚୁନରା […]

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲା

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ନୂଆମୋଡ଼ । ରୋଷେୟା ଲଳିତଙ୍କ ବାପା ନିରପେକ୍ଷ ତଦନ୍ତ ସହ ନ୍ୟାୟ ପାଇଁ ଗୁହାରି କରିଥିଲେ ଲଳିତଙ୍କ ବାପା ବେଲାଲସେନ ସାହୁ । ଏନେଇ ପ୍ରତିକ୍ରିୟା ରଖିଲେ ଆଇ.ଜି. ହିମାଂଶୁ ଲାଲ ଓ ଝାରସୁଗୁଡ଼ା ଏସ.ପି. ।ପୂର୍ବରୁ, ଲଳିତଙ୍କ ବାପା ବେଲାଲସେନ ସାହୁ ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରି ଡିଜିପିଙ୍କୁ ଏକ ଚିଠି ଲେଖିଥିଲେ ଏବଂ ମାମଲାର ପୁନଃ ତଦନ୍ତ ପାଇଁ ଅନୁରୋଧ […]

ଆସନ୍ତାକାଲି ଅର୍ଥାତ୍‌ ଫେବୃଆରୀ ୧୫ରେ E-KYC କରିବାର ଶେଷ ତାରିଖ।

ରାଶନ କାର୍ଡ ଧାରକଙ୍କ ପାଇଁ ବଡଖବର। ଆସନ୍ତାକାଲି ଅର୍ଥାତ୍‌ ଫେବୃଆରୀ ୧୫ରେ E-KYC କରିବାର ଶେଷ ତାରିଖ।ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର E-KYC ଅବଧି ଫେବୃଆରୀ ୧୫ ଯାଏ ବୃଦ୍ଧି କରିଥିଲେ। ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲା। କିଛି ଲୋକ E-KYC କରି ନ ଥିବାରୁ ବୃଦ୍ଧି ପାଇଁ ଦାବି କରିଥିଲେ। ଏହାକୁ ବିଚାର କରି ସରକାର ଏପରି ନିଷ୍ପତ୍ତି ନିଆଯାଇଥିଲା। ତେବେ E-KYC କରିନଥିଲେ ରାଶନ କାର୍ଡ ଉପଭୋକ୍ତାଙ୍କ ନାଁ କଟିଯିବ। ସରକାରଙ୍କଠାରୁ […]

୧୦ମାସର ବକେୟା ରାଶି ପାଇବେ ସପୋର୍ଟ ଷ୍ଟାଫ

ସଫଳ ହେଲା ଧାରଣା ମିଳିବ ବକେୟା ଅର୍ଥ । ସିଆରପି, ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରଙ୍କ ପାଇଁ ବଡ଼ ଖବର । ଗତବର୍ଷ ଏପ୍ରିଲରୁ ୧୦ ମାସର ବକେୟା ଦରମା ନୂଆ ସରକାର ଦେବେ। ଏନେଇ ମୁଖ୍ୟମନ୍ତ୍ରୀ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କରିଛନ୍ତି। ଏଥିରୁ ୬୨ ହଜାରରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ ଉପକୃତ ହେବେ।ସୂଚନା ଅନୁସାରେ, ରାଜ୍ୟରେ ପ୍ରାୟ ୬୨ ହଜାରରୁ ଊର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ କାର୍ଯ୍ୟରତ ଥିବା ବେଳେ ସମାଜର […]

ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାନ୍ତି ଫେଡାଣ ହରଣ : ଗଣଶିକ୍ଷା ମନ୍ତ୍ରୀ

ବିଧାନସଭାର ଦ୍ୱିତୀୟ ଦିନରେ ମଧ୍ୟ ସ୍ୱାଭାବିକ ଢଙ୍ଗରେ ଗୃହ ଚାଲି ପାରୁନାହିଁ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ଦିନରେ ଦୁଇଥର ବିଧାନସଭା ମୁଲତବି ହୋଇଥିଲା । ଏହାରି ମଧ୍ୟରେ ଗୃହର ସଦସ୍ୟ ବିଧାୟକ ଚକ୍ରମଣି କହଁର ବିଦ୍ୟାଳୟରେ ଡ୍ରପ୍‌ ଆଉଟ୍‌ ସଂଖ୍ୟା ରୋକିବା ନେଇ ପ୍ରଶ୍ନ କରିଥିଲେ । ତେବେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସେ କହିଛନ୍ତି ଯେ ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ଫେଡାଣ ଓ ହରଣ । […]

ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ମଇଁଷି ଭୀମକୁ ନେଇ ଚର୍ଚ୍ଚା ।

୬ ଲକ୍ଷ ଛୁଆର ବାପା । ଦାମ ୩୬ ଲକ୍ଷ ଟଙ୍କା । ଦିନକୁ ଖାଏ ୭୫ ହଜାର ଟଙ୍କା ର ଖାଦ୍ୟ । ୨୪ କୋଟି ଟଙ୍କାର ମଇଁଷି ଭୀମ ସହ ଫୋଟୋ, ଭିଡିଓ ଉଠାଇବାକୁ ଲୋକଙ୍କ ଭିଡ଼ । ରାଜସ୍ଥାନ ଜୋଧପୁର ରୁ ଆସିଛି ଭୀମ । ରାଜା ଭଳି ସଜେଇ ହୋଇଛି । ୧୬ଶହ କେଜି ଓଜନର, ଚିକଣ କଳା ରଙ୍ଗର ଭୀମ ଦେହରେ ପ୍ରତିଦିନ ଲାଗୁଛି ଏକ କେଜି ଭେସଲିନ, ୧ଲିଟର […]

ଓଡିଆ ଅସ୍ମିତା: ଅରୁଣ-ସୂର୍ଯ୍ୟବଂଶୀ ଭିତରେ କଥା କଟାକଟି

ବିଧାନସଭା ଆରମ୍ଭରୁ ମାଡିଆସିଲେ ବିରୋଧୀ। ଆରମ୍ଭରୁ କଲେ ହଙ୍ଗାମା। ଏହାରି ଭିତରେ ମୁହାଁମୁହିଁ ହୋଇଗଲେ ବିଜେଡି ବିଧାୟକ ଆଉ ଭାଜପା ବିଧାୟକ। ଗୃହରେ ଜମିଲା ଅସ୍ମିତା କଳି। ଏପରି କିଛି ଦୃଶ୍ୟ ଥିଲା ଶୁକବ୍ରାର ବିଧାନସଭା ଅଧିବେଶନର।ବିଧାନସଭାରେ ବିଧାୟକ ଅରୁଣ ସାହୁ ଲିଖିତ ପ୍ରଶ୍ନ କରି ଓଡ଼ିଆ ଅସ୍ମିତାର ଅର୍ଥର ମାନେ କଣ ବୋଲି ପଚାରିଥିଲେ । ଯାହାର ଉତ୍ତରରେ ଓଡ଼ିଆ ଅଭିଧାନରେ ଦିଆଯାଇଥିବା ଅର୍ଥକୁ ଉଲ୍ଲେଖ କରି, ଅସ୍ମିତା ଶବ୍ଦର ବ୍ୟାଖା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ […]