ବିହାରର ମୁହାନିଆରେ ଓଲଟିଲା ଓଡ଼ିଶା ବସ୍‌ ।

ବିହାରରେ ଓଲଟିଲା ଓଡ଼ିଶା ବସ୍ । ବିହାର ମୁହାନିଆରେ ଓଲଟିଲା ଓଡ଼ିଶା ବସ୍ ।ଯାତ୍ରୀବାହୀ ବସ୍ ଓଲଟିବା ଯୋଗୁ ୩୫ ଯାତ୍ରୀ ଆହତ ହୋଇଥିବାବେଳେ ୩ ଗୁରୁତର ଥିବା ଜଣାପଡ଼ିଛି ।ଉତ୍ତର ପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ଯାଉଥିବାବେଳେ ଘଟିଲା ଏହି ଦୁର୍ଘଟଣା । ସୂଚନାମୁତାବ, ଭୋଗରାଇରୁ ୭୦ ଯାତ୍ରୀ ମହାକୁମ୍ଭ ମେଳା ଯାଉଥିଲେ । ଉଭୟ ଆହତ ଓ ଗୁରୁତରମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବସ୍‌ରେ ମହିଳା, ପୁରୁଷ ସହ ୧୦ ଜଣ […]

ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଲେ ନବୀନ ପଟ୍ଟନାୟକ ।

ଓଲିଉଡ୍‌ର ୮୦ ଦଶକର ସୁପରଷ୍ଟାର ଉତ୍ତମ ମହାନ୍ତି ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବାପା ଧୀରେ ଧୀରେ ସୁସ୍ଥ ହେଉଥିବା କହିଛନ୍ତି ବାବୁସାନ । ସେହିପରି ଅଭିନେତା ଅନୁଭବ ମହାନ୍ତି ମଧ୍ୟ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ପହଞ୍ଚି ଉତ୍ତମ ମହାନ୍ତିଙ୍କୁ ଭେଟିଛନ୍ତି । ଏଥିସହିତ ବାବୁସାନଙ୍କ ସହ କଥା ହୋଇଛନ୍ତି ।ଉତ୍ତମ ଏବେ ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ଅଛନ୍ତି। […]

୨୦୨୭ ସୁଦ୍ଧା ରାଜ୍ୟରେ ୨୫ ଲକ୍ଷ ମହିଳାଙ୍କୁ କରାଯିବ ଲକ୍ଷପତି

ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆଜି ଆରମ୍ଭ ହୋଇଛି । ଏହି ଅଧିବେଶନ ପୂର୍ବରୁ ରାଜ୍ୟ ସରକାର ଏକ ସ୍ୱେତପତ୍ର ଜାରି କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି କି, ରାଜ୍ୟ ସରକାର ୨୦୨୭ ସୁଦ୍ଧା ରାଜ୍ୟର ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରିବାର ଯୋଜନା କରିଛନ୍ତି । ଏନେଇ ଜାତୀୟ ଗ୍ରାମୀଣ ଜୀବୀକା ମିଶନ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଜୀବୀକା ମିଶନ ଅଧିନରେ ରହିଛି ଲକ୍ଷପତି ଦିଦି ଅଭିଯାନ । ଏହାର […]

ସରକାରଙ୍କ ନୂଆ ଯୋଜନା ‘ଅର୍ବାନ ମୋବିଲିଟି’ ଆରମ୍ଭ କରିଛନ୍ତି ।

ଓଡ଼ିଶା ବିଧାନସଭାରେ ଆଜିଠାରୁ ଆରମ୍ଭ ହୋଇଛି ବଜେଟ୍ ଅଧିବେଶ । ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଅଭିଭାଷଣ ଦେଉଛନ୍ତି । ଏହାରି ମଧ୍ୟରେ ସେ କହିଛନ୍ତି ଯେ, ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ । ପ୍ରଥମ ୨ ବର୍ଷରେ ୬୫,୦୦୦ ପଦବୀ ପୂରଣ ହେବ । ତେବେ ଏହି ଅଧିବେଶନ ପୂର୍ବରୁ ରାଜ୍ୟ ସରକାର ଏକ ଶ୍ୱେତପତ୍ର ଜାରି କରିଛନ୍ତି । ଏଥିରେ ବିଭିନ୍ନ ଯୋଜନା ବାବଦରେ ଉଲ୍ଲେଖ […]

କୋଟିପତି ରେମୁଣା ତହସିଲଦାର ଗିରଫ ।

କୋଟିପତି ରେମୁଣା ତହସିଲଦାର ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ କୋଟିପତି ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କଲା ଭିଜିଲାନ୍ସ । ରେଡ୍ ବେଳେ ତାଙ୍କ ଘରୁ ଅଚଳାଚଳ ସମ୍ପତ୍ତି ଠାବ ହୋଇଥିଲା । ଭୁବନେଶ୍ବରରେ ଅଢ଼େଇ କୋଟିର ଫ୍ଲାଟ ସହ ବାଲେଶ୍ବରରେ ଏକ ଫ୍ଳାଟ୍ ଠାବ ହୋଇଥିଲା । ଦୁଇଟି ପ୍ଳଟ, ୯୩୭ ଗ୍ରାମ ସୁନା, ଏବଂ ପାଖାପାଖି ୧କୋଟି ୧୨ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଠାବ ହୋଇଥିଲା । […]

OCA ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ଏହି ବ୍ୟକ୍ତି

ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସଭାପତି ପାଇଁ ଶିଳ୍ପପତି ପଙ୍କଜ ଲୋଚନ ମହାନ୍ତି ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବତନ ମନ୍ତ୍ରୀ ଏବଂ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ନେତା ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ଓସିଏ ସଭାପତି ପଦବୀ ଖାଲି ପଡ଼ିଛି।୧୪ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୫ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୧୬ ତାରିଖରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ। ପୂର୍ବରୁ ୨୦୧୯ରୁ ୨୨ ପର୍ଯ୍ୟନ୍ତ ଓସିଏର ସଭାପତି ଭାବେ ଦାୟିତ୍ବ ତୁଲାଇଛନ୍ତି […]

ଖୁବ୍ ଶୀଘ୍ର ୫୦ ଟଙ୍କାର ନୂଆ ନୋଟ୍ ଜାରି କରାଯିବ – RBI

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୁଧବାର ଘୋଷଣା କରିଛନ୍ତି ଯେ ଖୁବ୍ ଶୀଘ୍ର ୫୦ ଟଙ୍କାର ନୂଆ ନୋଟ୍ ଜାରି କରାଯିବ। ଏହି ନୋଟ୍ ଖୁବ୍ ଶୀଘ୍ର ବଜାରକୁ ଆସିବ। ଏହି ନୂଆ ନୋଟରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ସ୍ୱାକ୍ଷର ରହିବ।ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମହାତ୍ମା ଗାନ୍ଧୀ (ନୂଆ) ସିରିଜର ୫୦ ଟଙ୍କିଆ ନୋଟ୍ ସହ ଏହି ନୋଟ୍ ଗୁଡ଼ିକର ଡିଜାଇନ୍ ସବୁ ଦୃଷ୍ଟିରୁ ସମାନ।ପୂର୍ବରୁ ଜାରି ହୋଇଥିବା ମହାତ୍ମା […]

ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି….

ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଡା. ସ୍ମୃତି ମିଶ୍ରଙ୍କ ନେତୃତ୍ବରେ ଅଭିଜ୍ଞ ଚିକିତ୍ସକ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ତାଙ୍କ କିଡ୍‌ନୀ ସୁସ୍ଥ ଥିବାବେଳେ ନିମୋନିଆର ଚିକିତ୍ସା କରାଯାଉଥିବା ଡାକ୍ତର କହିଛନ୍ତି। ଆଉ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ସମେତ କୋଟି କୋଟି ପ୍ରଶଂସକ। ସେଥିପାଇଁ ତ ତାଙ୍କ ଶୁଭ ମନାସି ଜାଳିଛନ୍ତି ୧୦୮ ଦୀପ। କିପରି ଉତ୍ତମ ଶୀଘ୍ର ଭଲ ହୋଇ ଘରକୁ ଫେରିବେ […]

ଶିକ୍ଷିତ ପତ୍ନୀ ରୋଜଗାର ନ କରି ଭରଣପୋଷଣ ଦାବି କରିପାରିବେ ନାହିଁ

ନିକଟରେ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଉପଯୁକ୍ତ ଲାଭଦାୟକ ଚାକିରିରେ ଅଭିଜ୍ଞତା ଥିବା ଜଣେ ସୁଶିକ୍ଷିତ ପତ୍ନୀ କେବଳ ତାଙ୍କ ସ୍ୱାମୀଙ୍କଠାରୁ ଭରଣପୋଷଣ ଦାବି କରିବା ପାଇଁ ବେରୋଜଗାର ରହିପାରିବେ ନାହିଁ।ଏକ ମାମଲାର ଶୁଣାଣି କରି, ହାଇକୋର୍ଟ ଏକ ଛାଡପତ୍ର ମାମଲାରେ ପରିବାର କୋର୍ଟ ଦ୍ୱାରା ନିର୍ଦ୍ଦେଶିତ ଭରଣପୋଷଣ ପରିମାଣକୁ ପ୍ରତିମାସ ୮,୦୦୦ ଟଙ୍କାରୁ ହ୍ରାସ କରି ୫,୦୦୦ ଟଙ୍କାକୁ ହ୍ରାସ କରିଛନ୍ତି।ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଏହି ମାମଲାରେ ରାୟ ଶୁଣାଣି ବେଳେ କହିଥିଲେ ଯେ, […]

ଫେବୃଆରୀରୁ ବଢିଲାଣି ଖରା । ୩୭ ଡିଗ୍ରୀ ଛୁଇଁଲା ତାତି ।

ଫେବୃଆରୀରୁ ବଢିଲାଣି ତାତି। ୩୫ ଡିଗ୍ରୀ ଉପରେ ୯ ସହରର ତାପମାତ୍ରା। ଝାରସୁଗୁଡାରେ ସର୍ବାଧି ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ। ଚଳିତ ବର୍ଷର ଏହା ସର୍ବାଧିକ ତାପମାତ୍ରା। ହେଲେ ଆଗାମୀ ୪ ଦିନରେ ରାତି ତାପମାତ୍ରା ୫ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଉପକୂଳ ଓଡ଼ିଶାରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସ୍ଵାଭାବିକଠାରୁ ଅଧିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ଅଧିକ ରହିଛି […]

ଭିଜିଲାନ୍ସ ପଞ୍ଝାରେ ଜିଆର୍‌ଏସ୍‌

ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଧରାପଡ଼ିଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଏଡିଇଓ (Accountant cum Data Entry Operator) ପାର୍ଥସାରଥୀ ବିଷୋୟୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମର ଚଢ଼ାଉ ଚାଲିଛି। ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍‌ । ଯେଉଁଥିରେ ତାଙ୍କ ବାସଭବନ ଏବଂ ଅଫିସ ଆଦି ସ୍ଥାନ ରହିଛି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କୌଣସି ସୂଚନା ମିଳିନାହିଁ । […]

ବୁର୍ଲା ଭୀମସାରରେ ସାଂଘାତିକ ଅବ୍ୟବସ୍ଥା: ମୋବାଇଲ ଟର୍ଚ୍ଚ ଲଗାଇ ରୋଗୀଙ୍କୁ ଦିଆଗଲା କେମୋ

ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲରେ ସାମ୍ନାକୁ ଆସିଛି ସାଂଘାତିକ ଦୃଶ୍ୟ । ବୁର୍ଲା ଭୀମସାରରେ ଅନ୍ଧାରୀ ଚିକିତ୍ସା । କର୍କଟ ରୋଗ ବିଭାଗରେ ଆନ୍ଧାରରେ ଦିଆଗଲା କେମୋ । ୩ ଘଣ୍ଟା ଧରି ହୋଇଥିଲା ବିଦ୍ୟୁତ କାଟ୍ । ମୋବାଇଲ ଆଲୁଅରେ ରୋଗୀଙ୍କୁ ଦିଆଯାଇଥିଲା କେମୋ । ଅନ୍ୟପଟେ ହସ୍ପିଟାଲରେ ବିନା ସୂଚନାରେ କାହିଁକି ବିଦ୍ୟୁତ କାଟ୍ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ବିଦ୍ୟୁତ କାଟ୍ ପରେ ଜେନେରେଟର ବି ଚାଲିନଥିଲା […]