ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି, ଆଜି ପୁଣି କମିଲା ସୁନା ଦାମ୍‌ ।

କିଛି ଦିନ ହେବ ଲଗାତାର ହ୍ରାସ ପାଉଛି ସୁନା ଦର । ଯାହା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଆଣିଛି ଖୁସି ଖବର । ତେବେ ଆଜି ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୭,୪୨୦ ଟଙ୍କା ରହିଛି । ଗତକାଲି ୯୮,୦୨୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୯,୩୦୦ ଟଙ୍କା ରହିଛି । ଗତକାଲି ୮୯,୮୫୦ ଟଙ୍କା ଥିଲା […]

ପୁରୀ ରଥଯାତ୍ରାରେ ୭୪୨ ଭକ୍ତ ଅସୁସ୍ଥ, କେହି ମୃତାହତ ହୋଇନାହାନ୍ତି

ରଥଯାତ୍ରାରେ ପ୍ରବଳ ଭିଡ଼ ଭିତରେ ପେଲାଠେଲା ଫଳରେ ୧୦ ରୁ ଅଧିକ ଭକ୍ତ ଆହତ ହୋଇଥିଲେ । ସେହିପରି ରଥ ଟଣା ବେଳେ ବଡ଼ଦାଣ୍ଡରେ ପ୍ରବଳ ଗୁଳୁଗୁଳି ହେତୁ ପ୍ରାୟ ୭୪୨ ଭକ୍ତ ଅସୁସ୍ଥ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଅନ୍ୟପଟେ ସମୁଦ୍ରରେ ଗାଧୋଇବା ସମୟରେ ଜୁଆର ମାଡରେ ଅନେକ ପର୍ଯ୍ୟଟକ ଆହତ ହୋଇଥିବା ବେଳେ କିଛି ଭକ୍ତ ବଡ଼ଦାଣ୍ଡରେ ନିଖୋଜ ହୋଇଥିବା ଜଣାପଡ଼ିଛି । ତେବେ ଚଳିତ ରଥଯାତ୍ରାରେ କେହି […]

ରଥଟଣାରେ ବିଭ୍ରାଟକୁ ନେଇ ଉଦବେଗ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ରଥଟଣା ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କଲେ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ Xରେ ପୋଷ୍ଟ କରି ନବୀନ କହିଛନ୍ତି, ଆମେ ଏଠାରେ କାହା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ କିମ୍ବା ଗତ କାଲିର ନନ୍ଦିଘୋଷ ରଥ ଟାଣିବାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଦାୟୀ କରିବାକୁ ଆସି ନାହୁଁ । କିନ୍ତୁ ଆମ ରାଜ୍ୟର ସବୁଠାରୁ ପବିତ୍ର ଉତ୍ସବରେ ଘଟଣାଗୁଡ଼ିକ ଯେଉଁଭାବେ ଘଟିଲା, ତା’ ଉପରେ ଆମର ଗଭୀର ଚିନ୍ତା ଓ ଦୁଃଖ […]

ରଥ ଚକ ତଳେ ଗଲା ଭକ୍ତଙ୍କ ଜୀବନ।

ରଥଯାତ୍ରାରେ ଅଘଟଣ। ରଥ ଚକ ତଳେ ଗଲା ଯୁବକଙ୍କ ଜୀବନ। ଭିଡ଼ ଅଧିକ ହୋଇଥିବା କାରଣରୁ ଠେଲା ପେଲା ବେଳେ ରଥଚକ ତଳେ ପଡ଼ିଯାଇଥିଲେ ଯୁବକ। ଫଳରେ ରଥ ତାଙ୍କ ଉପରେ ଚଢ଼ିଯାଇଥିଲା। ଆଉ ତାଙ୍କର ମୃତ୍ୟୁ ହେଲା।ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରଥ ଟାଣିବା ବେଳେ ଏହି ବଡ଼ ଅଘଟଣ ଘଟିଛି । ତେବେ ରଥଚକା ତଳେ ପଡି ଯିବା ଫଳରେ ରଥ ତାଙ୍କ ଉପରେ ଚଢ଼ିଗଲା। ସଙ୍ଗେ ସଙ୍ଗେ ଯୁବକଙ୍କୁ […]

ଟଙ୍କା ପାଇଁ ଦମ୍ପତିଙ୍କ ମୋବାଇଲ୍ ଆପରେ ଅନ୍ତରଙ୍ଗ ମୁହୂର୍ତ୍ତର କଲେ ଲାଇଭ୍ ଷ୍ଟ୍ରିମିଂ

ନିଜ ଶାରୀରିକ ସମ୍ପର୍କର ଲାଇଭ ଷ୍ଟ୍ରିମିଂ କରିବା ଏବଂ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ତାକୁ ଅନ୍‌ଲାଇନରେ ବିକ୍ରି କରିବା ଅଭିଯୋଗରେ ହାଇଦ୍ରାବାଦ ପୁଲିସ ଏକ ଦମ୍ପତିଙ୍କୁ ଗିରଫ କରିଛି । ପୁଲିସ କହିଛି କି ଏହି ଦମ୍ପତିଙ୍କର ଟଙ୍କା ଦରକାର ଥିଲା । ସେମାନଙ୍କର ଦୁଇ ଝିଅଙ୍କ କଲେଜ ଫି ଦେବାକୁ ଟଙ୍କା ନଥିବାରୁ ସେମାନେ ମୋବାଇଲ ଆପ୍‌ ଜରିଆରେ ଅଶ୍ଳୀଳ ଭିଡିଓ ବ୍ରିକି କରିବା ଆରମ୍ଭ କରିଥିଲେ ଦୁଇ ଝିଅ ଉଭୟ ମେଧାବୀ ଛାତ୍ରୀ […]

ଭୁବନେଶ୍ୱରରେ ପହଞ୍ଚିଲେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ।

ଭୁବନେଶ୍ୱରରେ ପହଞ୍ଚିଲେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ । ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ସେ ପୁରୀ ବାହାରିଛନ୍ତି । ମହାକୁମ୍ଭ ମେଳା ପରେ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସେବା ପ୍ରଦାନ କରାଯିବ । ଏଥିସହିତ କମ୍ପାନିର ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମରେ ମଧ୍ୟ ଭାଗନେବେ। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଆଦାନୀ ପୁରୀସ୍ଥିତ ହୋଟେଲ ମେ ଫେୟାରରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ମଧ୍ୟାହ୍ନ […]

ଅବସରର ୩ ଦିନ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡ଼ିଲେ ସହକାରୀ ଯନ୍ତ୍ରୀ ।

ଆଉ ମାତ୍ର ୩ ଦିନ ଯାଇଥିଲେ ଚାକିରି ଜୀବନରୁ ନେଇଥାନ୍ତେ ଅବସର । କିନ୍ତୁ ଏହାପୂର୍ବରୁ ଆଜି ଭିଜିଲାନ୍ସ ମାଡ଼ିବସିଛି ।ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡାଙ୍କ ବ୍ରହ୍ମପୁର ରାମହରିନଗର ତିନି ମହଲା ବିଶିଷ୍ଟ ବାସଭବନ, ଆଙ୍କୁଲି ମୁକ୍ତେଶ୍ୱର ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌ ସେହିପରି ଉକ୍ତ ଆପାର୍ଟମେଣ୍ଟରେ ତାଙ୍କର ଅନ୍ୟ ଏକ ଫ୍ଲାଟ୍‌, ପୁରୀରେ ଥିବା ଫ୍ଲାଟ୍‌, କବିସୂର୍ଯ୍ୟନଗର ଗୁଡ଼ିଆଳିରେ ଥିବା ତାଙ୍କର ପୈତୃକ ବାସଭବନ, ପୁରୁଷୋତ୍ତମପୁର ବେଢ଼ରେ […]

ଆଜିଠୁ ବାହାର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ

ଆଜିଠୁ ଆରମ୍ଭ ହେବ ବାହାର ରତ୍ନଭଣ୍ଡାର ମରାମତି । ଆସନ୍ତା ୮ ଦିନ ଭିତରେ କାମ ସାରିବାକୁ ଯୋଜନା । ବାହାର ରତ୍ନଭଣ୍ଡାରର 90ଟି ପଥର ବଦଳାଇଯାଇପାରେ । କମ୍ ସମୟ ଥିବାରୁ ପ୍ରତିଦିନ 3ଟି ସିଫ୍ଟରେ କାମ କରିବେ ବିଶେଷଜ୍ଞ ।ରଥଯାତ୍ରା ଭିତରେ କାମ ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ଏଏସ୍‌ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେହିପରି ଜୁନ୍ 29 ତାରିଖ ଦିନ ଶ୍ରୀମନ୍ଦିରର ବାର୍ଷିକ ବୈଷୟିକ ନିରୀକ୍ଷଣ ମଧ୍ୟ […]

ଆଜି ଏସବୁ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ରାଜ୍ୟର ବିଭିନ୍ନ ଅଞ୍ଚଳରେ କିଛିଦିନ ହେବ ବର୍ଷା ଲାଗି ରହିଥିବାବେଳେ ଆଜି ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳ ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଶନିବାର ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, […]

ରଥଟଣାରେ ଅହେତୁକ ବିଳମ୍ବ; କାରଣ କହିଲେ ଆଇନ ମନ୍ତ୍ରୀ

ଆଜି ପାଇଁ ବନ୍ଦ ହେଲା ରଥଟଣା। ରାତି ପ୍ରାୟ ୭.୩୦ ପର୍ଯ୍ୟନ୍ତ ଟଣାଯାଇନଥିଲା ବଡ଼ଠାକୁର ଜଗନ୍ନାଥଙ୍କ ରଥ। ଯାହାକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା। କାହିଁକି ରାତି ହେଲାଣି ଏତେ ବିଳମ୍ୱ ଯାଏଁ ଟଣାଯାଉନି ନନ୍ଦିଘୋଷ ରଥ।ନିର୍ଦ୍ଧାରିତ ସମୟରେ ସମସ୍ତ ନିତୀ ସରିବା ପରେ ଆରମ୍ଭ ହୋଇଥିଲା ରଥଟଣା। ଛେରା ପହଁରା ପରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରତ ଟଣାଯାଇଥିଲା। ହେଲେ ତାଳଧ୍ୱଜ ରଥ ବାରମ୍ୱାର ପ୍ରତି ୧୦ ମିଟରରେ ମୋଡ଼ ନେଉଥିବାର ରତ ଟାଣିବାକୁ […]

ପୁରୀ ବେଳାଭୂମିରେ ବାଲୁକା କଳାରେ ୧୦୧ ଜଗନ୍ନାଥ

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୫ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। ବଡ଼ଦାଣ୍ଡରେ ଭକ୍ତମାନଙ୍କର ଗହଳି ଲାଗିଛି। ପବିତ୍ର ରଥଯାତ୍ରା ଅବସରରେ ଆଜି ପୁରୀ ସହରକୁ ଲକ୍ଷଲକ୍ଷ ଭକ୍ତମାନଙ୍କର ଆଗମନ ହୋଇଛି। ଶ୍ରୀକ୍ଷେତ୍ରକୁ ବାହାରୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ପହଞ୍ଚିବା ଆଶା କରାଯାଉଛି।ଚଳିତ ବର୍ଷ ପବିତ୍ର ରଥଯାତ୍ରା ଅବସରରେ ସେ ପୁରୀ ବେଳାଭୂମିରେ ପ୍ରଭୁ ଜଗନ୍ନାଥଙ୍କର ୧୦୧ଟି ବାଲୁକା ମୂର୍ତ୍ତି ତିଆରି କରିଛନ୍ତି। ଯାହା ଖୁବ୍ ଚମତ୍କାର ଦେଖାଯିବା ସହ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।ସୁଦର୍ଶନ, ପ୍ରଭୁ ଜଗନ୍ନାଥ, […]

ପତ୍ନୀଙ୍କ ସହ ପୁରୀ ବଡ଼ଦାଣ୍ଡରେ ରଥ ଟାଣିଲେ ମୁଖ୍ୟମନ୍ତ୍ରୀ

ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରଥାରୂଢ଼ ଶ୍ରୀଜିଉଙ୍କ ଛେରାପହଁରା ନୀତିକାନ୍ତି ସମ୍ପନ୍ନ ପରେ ଆରମ୍ଭ ହୋଇଛି ରଥଟଣା। ଶ୍ରଦ୍ଧାଳୁମାନେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ଟାଣି ଟାଣି ନେଇଥିଲେ।ଆଉ ରଥଟାଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ବଡ଼ଦାଣ୍ଡରେ ହଜାର ହଜାର ଭକ୍ତଙ୍କ ଭିଡ଼ ଭିତରେ ବଳଭଦ୍ରଙ୍କ ରଥ ଦୋଉଡ଼ି ଧରି ରଥ ଟାଣିଲେ ମୁଖ୍ୟମନ୍ତ୍ରୀ ମୋହନ […]