ରଥଯାତ୍ରାରେ ଅଘଟଣ | ରାଜ୍ୟ ସରକାର ସ୍ୱୀକୃତିପ୍ରାପ୍ତ ଓ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରଥଯାତ୍ରା ଖବର ସଂଗ୍ରହ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିବା ବେଳେ ପୁଲିସ ଆକ୍ରମଣରେ 7ରୁ ଉର୍ଦ୍ଧ୍ବ ଗୁରୁତର ଆହାତ ହୋଇଛନ୍ତି | ଜଣେ ମହିଳା ସାମ୍ବାଦିକ ହାତରେ 20 ଷ୍ଟିଜ ପଡିଛି | ଏହି ଘଟଣା ପ୍ରଥମ ଥର ଘଟିଥିବା ବେଳେ ଏହାକୁ ବିରୋଧୀ ନିନ୍ଦା କରିଛନ୍ତି|ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ସାମ୍ବାଦିକମାନଙ୍କ ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିବାକୁ ସ୍ଵତନ୍ତ୍ର […]
ଟଙ୍କ ତୋରାଣିକୁ ଅବଢ଼ା ତୋରାଣି ମଧ୍ୟ କୁହାଯାଇଥାଏ। ଏହା ଶ୍ରୀମନ୍ଦିରର ଆନନ୍ଦ ବଜାରରେ ମିଳୁଥିବା ଏକ ପାନୀୟ। ଏହି ତୋରାଣି ରନ୍ଧା ଅବଢ଼ା ଅନ୍ନରେ ଦହି, କଞ୍ଚା ଲଙ୍କା, ଲେମ୍ବୁ, ଅଦା, ଭୃଷୁଙ୍ଗ ପତ୍ର ଓ ଜିରା ଗୁଣ୍ଡ ଆଦି ମିଶାଇ ପ୍ରସ୍ତୁତ କରାଯାଏ। ରଥଯାତ୍ରା ସମୟରେ ବଡ଼ଦେଉଳରୁ ମାଉସୀ ମା’ ମନ୍ଦିର ଯାଏ ରଥ ଟାଣି ନେଲାବେଳେ ଲୋକମାନଙ୍କୁ ସେବନ ପାଇଁ ଏହି ଟଙ୍କ ତୋରାଣୀ ପରସାଯାଇଥାଏ।୧୫୧୨ ମସିହାରେ କବୀରଙ୍କ ପୁରୀ ଆଗମନ ସମୟରେ ଭକ୍ତମାନଙ୍କୁ […]
ଶରଣକୁଳ,(ଓଡ଼ିଶା ଦର୍ପଣ) ପଞ୍ଚମରାଗିଣୀ ୟୁଟୁବ ମନୋରଞ୍ଜନ ଚାନେଲ ପକ୍ଷରୁ ପବିତ୍ର ଘୋଷଯାତ୍ରା ଅବସରରେ ଦେଖ ଗୁଣ୍ଡିଚାଯାତ ଜଗନ୍ନାଥ ଭଜନ କୁନିକୁନି କଳାକାର ମାନଙ୍କ ଦ୍ୱାରା ଅନୁଷ୍ଠିତ ରଥଯାତ୍ରାରେ ଶୁକ୍ରବାର ଲୋକାର୍ପିତ ହୋଇଯାଇଛି l ଗୀତଟିକୁ ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ କଣ୍ଠଦାନ କରିଥିବା ବେଳେ ହିମାଂଶୁ ବିଧାର ରଚନା କରିଛନ୍ତି l ସେହିପରି ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ ଦୀପକ ପଟ୍ଟନାୟକ ଗୀତଟିର ସ୍ୱର ସଂଯୋଜନା କରିଥିବା ବେଳେ ଅଶୋକ କୁମାର ସାହୁ ସଙ୍ଗୀତ […]
ଆଜି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଦାରୁଦିଅଁ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇଆସି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଜଗାଙ୍କ ଦର୍ଶନ ପାଇଁ ଜନସମୁଦ୍ର ହୋଇଛି ବଡ଼ଦାଣ୍ଡ। ଅନ୍ୟପକ୍ଷେ ମହାପ୍ରଭୁଙ୍କ ଦର୍ଶନ ଲାଗି ବଡ଼ଦାଣ୍ଡରେ ଠେଲାପେଲା ଗହଳି ହେବା ସହ ଲୋକେ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରୁଥିବା ନଜର ଆସିଛି। ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ନାକେଦମ ହୋଇଛି । ଏଥିରେ ଚାପି ହୋଇ ଜଣେ ଶ୍ରଦ୍ଧାଳୁ ଚେତା ହରାଇଛନ୍ତି। ଉଦ୍ଧାରକାରୀ ଦଳ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ […]
ଗତ କିଛି ଦିନ ଧରି ଅମିତାଭ ବଚ୍ଚନଙ୍କ ପ୍ରତିଟି ପୋଷ୍ଟରେ ଭିନ୍ନ ପ୍ରତିକ୍ରିୟା ରଖୁଥିଲେ। ଫୋନ୍ରେ ସେମାନେ ତାଙ୍କ କଣ୍ଠସ୍ବର ଶୁଣି ଶୁଣି ଥକି ଗଲେଣି ବୋଲି କହୁଥିଲେ। ଏହାର ଜବାବ ଦେଇଥିଲେ ବିଗ୍ ବି। ମୋତେ ନୁହେଁ ବରଂ ସରକାରକୁ କୁହନ୍ତୁ, ସରକାର କହିଲେ ବୋଲି ମୁଁ କହିଛି ବୋଲି କହିଥିଲେ। ଏହାକୁ ନେଇ ଏବେ ସରକାର ବଡ଼ ଘୋଷଣା କରିଛନ୍ତି। କାରଣ ଏହି କଲର୍ ଟ୍ୟୁନ୍କୁ ବନ୍ଦ କରିଦିଆଯାଇଛି।ପ୍ରତ୍ୟେକ ମୋବାଇଲ୍ କଲ୍ ପୂର୍ବରୁ ୪୦ […]
ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । କମିଲା ସୁନା ଦର । ଜୁନ୍ ୨୭ ଅର୍ଥାତ୍ ଶୁକ୍ରବାର ହ୍ରାସ ପାଇଛି ସୁନା ଦର ।ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮,୧୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୦ ହଜାର ୦୦୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୮,୦୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ […]
କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ଛାତ୍ରୀଙ୍କ ସହ ହୋଇଥିବା ବର୍ବରତା ମନରୁ ନ ଲିଭୁଣୁ ପୁଣି ଥରେ ସେଠାରେ ଏକ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରୀଙ୍କ ସହ ବର୍ବରତା ଘଟଣା ସାମ୍ନାକୁ ଆସିଛି। ସହରର ଏକ ଆଇନ କଲେଜରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ପୀଡିତାଙ୍କ ଅଭିଯୋଗ ଆଧାରରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରିଛି ପୁଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବ ଛାତ୍ର ଯିଏ ବର୍ତ୍ତମାନ ରାଜନୀତିରେ ସକ୍ରିୟ ଏବଂ […]
ଉଚ୍ଚ ଶିକ୍ଷା ବିଭାଗର ଚିଠି । ୨୦୨୫- ୨୬ ଶିକ୍ଷା ବର୍ଷ ପାଇଁ ଅସ୍ଥାୟୀ ଭାବେ ଆଡ଼ମିଶନ ପ୍ରକ୍ରିୟାକରଣ ଏବେ ବନ୍ଦ କରାଯାଇଛି । ମୁଖ୍ୟତଃ B.ED, M.ED, ଏବଂ B.H. ED । ୨ ବର୍ଷିଆ ଏହି କୋର୍ସ ଗୁଡିକ ପାଇଁ ହୋଇଥିବା ଏଣ୍ଟ୍ରାସ ସ୍କୋରରେ ଅନେକ ଅଭିଯୋଗ ହୋଇଥିବା କାରଣରୁ ପୁନଶ୍ଚ ବିଷୟ ଭିତ୍ତିକ ଅଭିଜ୍ଞ ଏକ୍ସପର୍ଟ ମାନେ ଆଉ ଥରେ ଭେରିଫାଏ କରିବେ । ଯାଞ୍ଚ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ନାମଲେଖା […]
ସୋମବାର ଅର୍ଥାତ୍ ଜୁନ୍ ୩୦ ତାରିଖରେ ଜନ ଅଭିଯୋଗ ଶୁଣାଣି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନ ୧୦ଟା୩୦ରୁ ଭୁବନେଶ୍ୱର ଅଶୋକ ନଗରର ୟୁନିଟ୍-୨ ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ)ଠାରେ ସାଧାରଣ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିବେ । ଏନେଇ ଶୁକ୍ରବାର ଦିନ ୧୨ଟାରୁ ପଞ୍ଜୀକରଣ ଆରମ୍ଭ ହୋଇଛି । ଆଜି ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଅନଲାଇନ ପଞ୍ଜୀକରଣ, ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା […]
୧୪୮ତମ ଜଗନ୍ନାଥ ରଥଯାତ୍ରା ଅହମଦାବାଦରେ ଚାଲିଛି। ଏହି ଯାତ୍ରା ସମୟରେ ହାତୀ ନିୟନ୍ତ୍ରଣ ହରାଇ ବସିଥିଲା। ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲା ଏବଂ ଆଖପାଖ ଲୋକଙ୍କ ମଧ୍ୟରେ ଦଳାଚକଟା ସୃଷ୍ଟି ହୋଇଥିଲା। ବହୁ ଚେଷ୍ଟା ପରେ ଶେଷରେ ମାହୁନ୍ତମାନେ ହାତୀଟିକୁ ନିୟନ୍ତ୍ରଣକୁ ଆଣିଥିଲେ।ହାତୀ ବେକାବୁ ହେବାର ଭିଡିଓ ମଧ୍ୟ ଭାଇରଲ ହୋଇଛି । ଡିଜେର ବିକଟାଳ ସାଉଣ୍ଡରେ ହାତୀ ରାଗି ଯାଇଥିଲା ଆଉ ଦୌଡିବାକୁ ଲାଗିଥିଲା । ଗୋଟିଏ ହାତୀକୁ […]
ପବିତ୍ର ରଥଯାତ୍ରାରେ ଭକ୍ତିମୟ ହୋଇଛି ଶ୍ରୀକ୍ଷେତ୍ର । ଶୂନ୍ୟ ପହଣ୍ଡିରେ ଆସି ଦେବଦଳନ ରଥରେ ବିରାଜିଛନ୍ତି ଚକ୍ରରାଜ ଶ୍ରୀସୁଦର୍ଶନ । ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ । ଏହାପରେ ଧାଡି ପହଣ୍ଡିରେ ଆସୁଛନ୍ତି ବଡଠାକୁର ଶ୍ରୀବଳଭଦ୍ର । ଘଣ୍ଟଘଣ୍ଟା ଓ ଶଙ୍ଖ ନାଦରେ କମ୍ପୁଛି ଶ୍ରୀମନ୍ଦିର । ରଥଯାତ୍ରା ପାଇଁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର ଧାମ । ବଡଦାଣ୍ଡରେ ଆଜି ହନୁମାନ, ମହାଦେବ ପୁଣି ବୃନ୍ଦାବନ କୃଷ୍ଣ ବେଶଧାରୀଙ୍କ ଭିଡ । ବିଭିନ୍ନ ବେଶ ଧାରଣ କରି […]
ଆଜି ପବିତ୍ର ଘୋଷ ଯାତ୍ରା । ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଦର୍ଶକଙ୍କ ଭିଡ଼ ଜମିଛି । ତେବେ ଏହାରି ଭିତରେ ଜନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପରାମର୍ଶ ଜାରି କରାଯାଇଛି ।କୋଭିଡ ଓ ରାଜ୍ୟରେ ବ୍ୟାପୁଥିବା ହଇଜାକୁ ଆଖି ଆଗରେ ରଖି ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ପ୍ରସ୍ତୁତି ଶେଷ କରିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ । ପୁରୀରେ ହସ୍ପିଟାଲ ପ୍ରସ୍ତୁତ ଅଛି । ଅଧିକ ବେଡ଼, ଆଇସିୟୁ, ଅଧିକ […]
