ଆଜି ୫ ଘଣ୍ଟା ବନ୍ଦ ରହିବ ଶ୍ରୀବିଗ୍ରହମାନଙ୍କ ସାଧାରଣ ଦର୍ଶନ । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହୁଥିବାରୁ ଶ୍ରଦ୍ଧାଳୁ ଏହି ସମୟ ପାଇଁ ଦର୍ଶନରୁ ବଞ୍ଚିତ ରହିବେ । ଏହା ଏକ ଗୁପ୍ତ ନୀତି। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ରାତ୍ର ଘ.୯.୦୦ ଟିକା ଠାରୁ ବିଳମ୍ବିତ ରାତ୍ର ଘ.୨.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଜଣାଯାଇଛି ।
ନୟାଗଡ଼,(ଓଡ଼ିଶା ଦର୍ପଣ):ପବିତ୍ର ଘୋଷଯାତ୍ରା ଅବସରରେ “ଶ୍ରୀ ସୃଜନ”, ନୟାଗଡ଼ ୟୁଟ୍ୟୁବ୍ ଚ୍ୟାନେଲ୍ ଦ୍ଵାରା ପ୍ରସ୍ତୁତ ମହାପ୍ରଭୁଙ୍କର ଏକ ସୁନ୍ଦର ଜଣାଣ “ତୋ ରଥ ଗଡି଼ବ” ଆନୁଷ୍ଠାନିକ ଭାବେ ନୟାଗଡ଼ସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଲୋକାର୍ପିତ ହୋଇଯାଇଛି।ଲୋକାର୍ପଣ ଉତ୍ସବରେ ଶ୍ରୀ ସୃଜନ ନୟାଗଡ଼ ସଙ୍ଗୀତ ବିଦ୍ୟାଳୟର ସଭାପତି ଡ. ବିଜୟ କୁମାର ଚୋୖଧୁରୀ, କୋଷାଧ୍ୟକ୍ଷ ମନୋଜ କୁମାର ମିଶ୍ର, ସଭ୍ୟ ପ୍ରଦୀପ କୁମାର ସାହୁ, ଲକ୍ଷ୍ମୀଧର ମହାପାତ୍ର, କାଦମ୍ବିନୀ ମହାପାତ୍ର, ଝୁମୁରି ସାହୁ, ମଧୁସ୍ମିତା ବେହେରା, ଶୁଭଶ୍ରୀ ମହାପାତ୍ର, […]
କୋଟିଆରେ ରଥଯାତ୍ରା । ସୀମାନ୍ତରୁ ଏକାଠି ରଥ ଟାଣିଲେ ଶାସକ-ବିରୋଧୀ ।ଏଥିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସମେତ ରାଜସ୍ବ ଓ ବିପର୍ଯ୍ୟସ୍ତ ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ ପରିବହନ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, କୋରାପୁଟ ଏମ୍ପି ସପ୍ତଗିରି ଉଲକା, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ୍, କୋରାପୁଟ ବିଧାୟକ ରଘୁରାମ ମାଛ, […]
କେନ୍ଦ୍ର ନିର୍ବାଚନ ଅଧିକାରୀ ଡ. ବି. ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଜୁନ୍ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୩ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଜୁଲାଇ ୧ ସୁଦ୍ଧା ଶେଷ ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ।ବିଜେପି ରାଜ୍ୟ ସଭାପତି ଚୟନରେ ବିଳମ୍ବ ହେଉଛି। ଏହି ପ୍ରସଙ୍ଗରେ ରାଜ୍ୟ […]
ନାସାର ଅକ୍ସିଅମ-୪ ଅଭିଯାନରେ ମହାକାଶ ଯାତ୍ରା କରିଥିବା ଭାରତୀୟ ବାୟୁସେନା ଅଧିକାରୀ ଶୁଭାଂଶୁ ଶୁକ୍ଳାଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଶୁଭାଂଶୁଙ୍କ ସହ ଆଲୋଚନା ବେଳେ କହିଛନ୍ତି, ଆଜି ଆପଣ ଭାରତଭୂମିଠାରୁ ଦୂରରେ ଅଛନ୍ତି, କିନ୍ତୁ ଭାରତବାସୀଙ୍କର ଅତି ନିକଟରେ ରହିଛନ୍ତି। ମୋଦି ଭିଡିଓ କଲ ମାଧ୍ୟମରେ ଶୁଭାଂଶୁଙ୍କ ସହ ଯୋଗାଯୋଗ କରିବା ସମୟରେ ତାଙ୍କ ସାହସ ଏବଂ ଯୋଗଦାନକୁ ପ୍ରଶଂସା କରିଥିଲେ। ପରେ ଶୁଭାଂଶୁ ମହାକାଶରୁ ଭାରତ ଭବ୍ୟ ଦେଖାଯାଉଥିବା କହିଥିବା […]
ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ନିକଟରେ ୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଆତ୍ମସମର୍ପଣ କରିଥିବା ୬ଜଣ ମାଓବାଦୀଙ୍କ ମଧ୍ୟରୁ ୪ ମାଓବାଦୀ ଓ ଦୁଇ ପୁରୁଷ ମାଓବାଦୀ ଥିବା ବେଳେ ସମସ୍ତେ ବିଏସ୍ଏଫ୍ ୧୫ ବାହିନୀ କମାଣ୍ଡାଣ୍ଟ ନବଲ ସିଂ, ୫୩ ବାହିନୀ କମାଣ୍ଡାଣ୍ଟ ସଞ୍ଜୟ କୁମାରଙ୍କ ନିକଟରେ ଏହି ୬ ଜଣ ଆତ୍ମସମର୍ପଣ କରିଛନ୍ତି।ଆତ୍ମସମର୍ପଣ କରିଥିବା ୬ଜଣ ମାଓବାଦୀଙ୍କ ନାଁରେ ୧୦ ଲକ୍ଷ ପୁରସ୍କାର ରାଶି ଘୋଷଣା ହୋଇଥିଲା […]
ପଦ୍ମଶ୍ରୀ ପ୍ରାପ୍ତ ସନ୍ନ୍ୟାସୀଙ୍କ ବିରୋଧରେ ଲାଗିଲା ଦୁଷ୍କର୍ମ ଆରୋପ। ପଶ୍ଚିମବଙ୍ଗର ଜଣେ ମହିଳା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସାଧୁ ସ୍ୱାମୀ ପ୍ରଦୀପ୍ତାନନ୍ଦଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ସ୍ୱାମୀ ପ୍ରଦୀପ୍ତାନନ୍ଦ ତାଙ୍କୁ ଏକ ସ୍କୁଲରେ ଚାକିରି କରାଇ ଦେବା ବାହାନାରେ ୨୦୧୩ ମସିହାରୁ ଅନେକ ଥର ଦୁଷ୍କର୍ମ କରିଥିଲେ। ଅନ୍ୟପକ୍ଷରେ, ସ୍ୱାମୀ ପ୍ରଦୀପ୍ତାନନ୍ଦ ଏହି ଆରୋପକୁ ମିଛ ବୋଲି କହିଛନ୍ତି।ମହିଳା ଜଣକ କହିଥିଲେ, ‘ଥରେ ମହାରାଜ ମୋତେ ଫୋନ୍ କରି ତାଙ୍କ […]
ନବରଙ୍ଗପୁର ଜିଲ୍ଲା ଝରିଗାଁ ସିରାଗୁଡା ସାହିରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଗାଁର ସାଗର ଜୈନ, ଅଙ୍କୁର ଜୈନ ଓ କ୍ରିସ୍ ଜୈନ ତିନି ଭାଇଙ୍କର ହୋଇଛି ଅକାଳ ବିୟୋଗ । ତିନି, ତିନୋଟି ଶବ ମଶାଣିରେ ଜୁଇ ଜଳିବା ଘଟଣା ଗାଁ ବାସୀଙ୍କୁ କରିଛି ସ୍ତବ୍ଧ । ଗୁରୁବାର ସନ୍ଧ୍ୟାରେ କୌଣସି କାମ ପାଇଁ କାର ଯୋଗେ ଯାଉଥିଲେ ପୁଫୁଗାଁ । ଠିକ୍ ଏହି ସମୟରେ ଝରିଗାଁ ଡାବୁଗାଁ ମୁଖ୍ୟ ରାସ୍ତା ଡାଇନିଗୁଡା […]
ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ଗଡ଼ିଲା ବ୍ରହ୍ମ ତାଳଧ୍ବଜ ରଥ । କିନ୍ତୁ ରଥଟଣା ବେଳେ ବାମ ମୋଡ଼ ଯୋଗୁଁ ଅଟକିଲା ବ୍ରହ୍ମ ତାଳଧ୍ବଜ ରଥ । ରେଲୱେ ଜ୍ୟାକ୍ର ସହାୟତା ନିଆଯାଇଛି । ଆଜି ଦ୍ବିତୀୟ ଦିନରେ ଆଧ୍ୟାତ୍ମିକ ପରିବେଶ ଭିତରେ ଚାଲିଛି ରଥ ଟଣା । ଗତକାଲି ପହଣ୍ଡି ପରେ ଦେବୋତ୍ତର କାର୍ଯ୍ୟାଳୟ ପର୍ଯ୍ୟନ୍ତ ରଥ ଯାଇ ଅଟକିଥିଲା । ପ୍ରତିକୂଳ ପାଗ ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣିବା ପାଇଁ ଅପେକ୍ଷା କରିଛନ୍ତି […]
‘ଆମ ବସ ’ ଧକ୍କାରେ ୩ ଯୁବତୀ ମୃତ। ପିପିଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା। ୩ ଜଣ ଯୁବତୀ ସ୍କୁଟିରେ ପୁରୀ ଯାଉଥିଲେ। ଏହି ସମୟରେ ପିପିଲି ଓଭରବ୍ରିଜ ନିକଟରେ ଆମ ବସ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି। ସୂଚନାମୁତାବକ ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଆଉ ଏକ ସ୍କୁଟି ସାଇଡ ମାରିବାରୁ ତଳେ ପଡି ଯାଇଥିଲେ ୩ ଯୁବତୀ । ତଳେ ପଡିଯାଇଥିବା […]
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ସହ ବିଶ୍ୱର ଅନେକ ସ୍ଥାନ । ତେବେ ଚିଲିକା ମଧ୍ୟରେ ଥିବା ଲୀଳା କ୍ଷେତ୍ର କାଙ୍କଣ ଶିଖରୀ ସ୍ଥିତ ନୀଳ ଜଳ ରାଶିରେ ହୋଇଛି ନିଆରା ରଥଯାତ୍ରା । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଈରୀସ୍ଥିତ ଚିଲିକା ନୀଳ ଜଳ ରାଶି ମଧ୍ୟରେ ଥିବା କାଙ୍କଣ ଶିଖରୀ କୁଦରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କର ନୌକାରେ ପ୍ରସ୍ତୁତ ରଥରେ ତିନି ଠାକୁର ରଥାରୁଢ଼ ହୋଇ କାଙ୍କଣ […]
ପରାଗ ଜୈନଙ୍କୁ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ ’ର’ ନୂତନ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି। ‘ର’ ଚିଫ୍ ଭାବରେ ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷର ରହିବ। ସେ ରବି ସିହ୍ନାଙ୍କ ସ୍ଥାନ ନେବେ, ତାଙ୍କ କାର୍ଯ୍ୟକାଳ ୩୦ ଜୁନ୍ରେ ଶେଷ ହେବାକୁ ଯାଉଛି। ପରାଗ ବର୍ତ୍ତମାନ ବିମାନ ଅନୁସନ୍ଧାନ କେନ୍ଦ୍ରର ନେତୃତ୍ବ ନେଉଛନ୍ତି। ଏହି ରିସର୍ଚ୍ଚ ସେଣ୍ଟରରେ ‘ଅପରେସନ୍ ସିନ୍ଦୂର’ ବେଳେ ପାକିସ୍ତାନୀ ସଶସ୍ତ୍ର ବାହିନୀ ବିଷୟରେ ଗୁଇନ୍ଦା ସୂଚନା ଏକାଠି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା […]
