ଆଜି କ୍ୟାପିଟାଲ ମେଡିକାଲ କଲେଜ ପରିସର ବୁଲି ଭିତ୍ତିଭୂମି ପରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଆଗାମୀ ଦିନରେ ରାଜ୍ୟରେ ସବୁଠାରୁ ବଡ଼ ପିଜି କଲେଜ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜୁଲାଇ ୩୧ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଏହି କଲେଜ।ପ୍ରଥମ ବ୍ୟାଚ୍ରେ ୨୪ ଜଣ ଛାତ୍ରଛାତ୍ରୀ ପାସଆଉଟ୍ ହେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପ୍ରସ୍ତାବ ଦେଇଛି ସ୍ବାସ୍ଥ୍ୟ ବିଭାଗ” ବୋଲି ସ୍ବସ୍ଥ୍ୟମନ୍ତ୍ରୀ କହିଛନ୍ତି । ତେବେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ […]
ଆସନ୍ତାକାଲି ଓଡିଶା ଆସିବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ । ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି । ଏହା ସହ ଅନେକ ଶିଳ୍ପପତି ଏବଂ VVIP ମଧ୍ୟ ପୁରୀ ଆସି ରଥଯାତ୍ରା ଦେଖିବେ ।ରଥଯାତ୍ରା ପାଇଁ ପୁରୀକୁ କୋଣ ଅନୁକୋଣରୁ ଭକ୍ତ ଆସିବେ, ଦର୍ଶନ କରିବେ । ସେଥିପାଇଁ ପରିବହନ ବିଭାଗ ତରଫରୁ ପ୍ରତି ଜିଲ୍ଲାରୁ ବସ୍ ଆସିବ । ୨୮ଟି ଜାଗାରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଚଳିତ ରଥଯାତ୍ରା ଅବସରରେ ନୟାଗଡ଼ ଚିନ୍ମୟ ମିଶନ ଶାଖା ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ହାଲୁଆ ବଣ୍ଟନ କରାଯିବ। ଏ ନେଇ ଚିନ୍ମୟ ମିଶନ ପକ୍ଷରୁ ପିଟିଏସ ସ୍ଥିତ ଭାରତ ବିକାଶ ପରିଷଦ ସଭା ଗୃହରେ ଅନୁଷ୍ଠିତ ମାସିକ ବୈଠକରେ ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚିନ୍ମୟ ମିଶନ ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ବରିଷ୍ଠ ସଦସ୍ୟା ଡ. ବିଦ୍ୟୁତପ୍ରଭା ମିଶ୍ରଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନିରବ […]
ସୀମାନ୍ତ କୋଟିଆରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ ! ପ୍ରଥମଥର ପାଇଁ କୋଟିଆରେ ହେବ ରଥଯାତ୍ରା । ଯେଉଁଥରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଏକାଧିକ ମନ୍ତ୍ରୀ ସାମିଲ ହେବେ ।ଆସନ୍ତାକାଲି ସୁଦ୍ଧା କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ । ପୁରୀ ରଥଯାତ୍ରା ପରଦିନ କୋଟିଆରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ କୋଟିଆ ବିବାଦର ସମାଧାନ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । କମିଟିର ପ୍ରଥମ ବୈଠକ ମଧ୍ୟ ଶେଷ […]
ରଥଯାତ୍ରାର ଦିନକ ପୂର୍ବରୁ ଆକ୍ଟିଭ୍ ହେଲା ଆଣ୍ଟି ଡ୍ରୋନ୍ ସିଷ୍ଟମ । ପ୍ରଥମ ଦିନରେ ନିଷ୍କ୍ରିୟ ହେଲା ଶ୍ରୀମନ୍ଦିର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଉଡୁଥିବା ଡ୍ରୋନ । ଗୋଟିଏ ଡ୍ରୋନ ଜବତ କରିଛି ପୁଲିସ । ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ୍ ଜୋନ୍ରେ ଡ୍ରୋନ୍କୁ ନିଷ୍କ୍ରିୟ କରିବା ପାଇଁ ଆରମ୍ଭ ହୋଇଛି ଆଣ୍ଟି ଡ୍ରୋନ୍ ସିଷ୍ଟମ । ଏହାଫଳରେ ଏକ ନେଟ୍ୱର୍କ କ୍ଷେତ୍ର ସୃଷ୍ଟି ହେବ । ବେଆଇନ ଭାବରେ ଡ୍ରୋନ୍ ଉଡ଼ିଲେ ଏହାକୁ ଚିହ୍ନଟ କରି ତୁରନ୍ତ ନିଷ୍କ୍ରିୟ […]
ରାଜ୍ୟରେ ବଢିବ ଚିଙ୍ଗୁଡ଼ି ଉତ୍ପାଦନ।ଏଥିପାଇଁ ରାଜ୍ୟ ସରକାର ପ୍ରତିଷ୍ଠା କରିବେ ‘ଓଡ଼ିଶା ଚିଙ୍ଗୁଡ଼ି ମିଶନ୍’ । ଏଭଳି ଏକ ଭିଜନ ରଖି ରାଜ୍ୟ ସରକାର ଏବେ କାମ ଆରମ୍ଭ କରିଛନ୍ତି। ଓଡ଼ିଶା ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଥିବାରୁ ଦେଶର ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ରାଜ୍ୟ । ସାମୁଦ୍ରିକ ମତ୍ସ୍ୟ ବିକାଶ ପାଇଁ ଏଠାରେ ଅପାର ସୁଯୋଗ ରହିଛି । ତେଣୁ ସାମୁଦ୍ରିକ ଅର୍ଥନୀତିକୁ କିଭଳି ମଜଭୁତ କରାଯିବ ସେନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । […]
ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲାର ଅଭୁଝମାଡ଼ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁରୁବାର ଗୁଳିବିନିମୟ ହୋଇଛି। ଫଳରେ ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମହିଳା ମାଓବାଦୀ ନିହତ ହୋଇଛନ୍ତି।ଏହାସହ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଡିଆର୍ଜି, ଏଟିଏଫ୍ ଯବାନଙ୍କ ଅପରେଶନର ଏହି ସଫଳତା ମିଳିଛି। ସୂଚନା ମୁତାବକ, ଛତିଶଗଡ଼ ଅବୁଝମାଡ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଓ […]
ରାଜ୍ୟକୁ ସମ୍ପୁଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗଞ୍ଜେଇ ଚାଷରୁ ନିବୃତ୍ତ ରହିବାକୁ ଅବକାରୀ ମନ୍ତ୍ରୀଙ୍କ ଅପିଲ ରହିଛି । “ଚଳିତ ବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ବିଭିନ୍ନ ସ୍ଥାନରେ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଯାଉଛି । ମିଛ କହି ସେମାନଙ୍କୁ ଚାଷରେ ନିୟୋଜିତ କରୁଛନ୍ତି । ସେମାନଙ୍କ ଉପରେ ସରକାରଙ୍କ ତୀକ୍ଷ୍ଣ ନଜର ରହିଛି”ବୋଲି ପଥ୍ବୀରାଜ ହରିଚନ୍ଦନ କହିଛନ୍ତି। ପୋଲିସ ସହ ଅବକାରୀ ବିଭାଗର ଆଲୋଚନା ହୋଇଛି […]
ଆସନ୍ତା ୨୯ ତାରିଖରୁ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାମ ଆରମ୍ଭ କରିବ ଏଏସ୍ଆଇ । ପ୍ରତିଦିନ ସକାଳ ୮ରୁ ରାତି ୧୦ ଯାଏଁ କାମ କରି ବାକି କାର୍ଯ୍ୟକୁ ଆସନ୍ତା ମାସ ୬ ତାରିଖ ସୁଦ୍ଧା ଶେଷ କରାଯିବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏଏସଆଇ ଅଧିକାରୀ ଓ ଭଣ୍ଡାର ମରାମତିକୁ ନେଇ ସମ୍ପୃକ୍ତ ସେବାୟତଙ୍କ ସହ ଆଲୋଚନା କରାଯାଇଛି। ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ରତ୍ନଭଣ୍ଡାରର ବାକି ଥିବା ମରାମତି କାର୍ଯ୍ୟ କରାଯିବା ନେଇ ପୂର୍ବରୁ ନିଷ୍ପତି […]
ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଆସନ୍ତାକାଲି ଦାରୁବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ସକାଳ ୯ ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ ।୯.୧୫ ରେ ମଙ୍ଗଳାର୍ପଣ, ୯.୩୦ ପହଣ୍ଡି ଆରମ୍ଭ, ଦିନ ୧୨.୩୦ ରେ ପହଣ୍ଡି ଶେଷ, ୧୨. ୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଶ୍ରୀଶ୍ରୀମଦନ ମୋହନ, ଶ୍ରୀଶ୍ରୀରାମ ଓ ଶ୍ରୀଶ୍ରୀକୃଷ୍ମ ବିଜେ ନିତି କରାଯିବ । ସେହିପରି ୧.୩୦ ରୁ ୨.୦୦ ପର୍ଯ୍ୟନ୍ତ ଚିତା ଲାଗି ଓ ବେଶ ଶେଷ । […]
ରାତି ପାହିଲେ ରଥାରୁଢ ହେବେ ତିନିଠାକୁର । ୯ ଦିନ ଯାତ୍ରା କରିବାକୁ ଭାଇ ଭଉଣୀଙ୍କୁ ଧରି ଗୁଣ୍ଡିଚାବାଡି ଯିବେ କାଳିଆ ଠାକୁର । ପୁରୀରେ ଘୋଷଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା । ଏପଟେ ୧୫ ଦିନର ଅଣସର ଯାତ୍ରା ପରେ ସୁସ୍ଥ ହୋଇଛନ୍ତି ଦାରୁଦିଅଁ । ସେଥିପାଇଁ ଆଜି ମହାପ୍ରଭୁଙ୍କ ନେତ୍ରୋତ୍ସବ । ବଡଦେଉଳରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ସକାଳ ୮ଟାରୁ ଆରମ୍ଭ ହେବ ପାରିମାଣିକ ଦର୍ଶନ । ଘଣ୍ଟାଏ ପାରିମାଣିକ ଦର୍ଶନ […]
ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟରେ ୨ ଦିନ ଲଗାଣ ବର୍ଷା ନେଇ ସତର୍କତା ଜାରି ।କାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ପ୍ରବଳ ବର୍ଷା ନେଇ ରହିଛି ଆଶଙ୍କା । ଉତ୍ତର-ପଶ୍ଚିମ ଓଡ଼ିଶାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।ଦୁଇଟି ଜିଲା କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ତଥା ଭାରିମାତ୍ରାରେ ବର୍ଷା ହେବା ସମ୍ଭାବନା ରହିଥିବାରୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ […]
