ସ୍ଥିର ରହିଛି ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା। ଲିଭର ସିରୋସିସ୍ ରେ ପୀଡ଼ିତ ଅଛନ୍ତି ପୁରୁଣା ଦିନର ଓଡ଼ିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି। ଆଶା କରାଯାଉଛି ସେ ଖୁବଶୀଘ୍ର ଭଲ ହୋଇ ଘରକୁ ଫେରିବେ। ଆଉ ଅଧା ରହିଯାଇଥିବା ଫୁଲ୍ମ ସୁଟିଂକୁ ପୁରା କରିବେ।କିନ୍ତୁ ଏଥର ଦୀର୍ଘ ବର୍ଷ ପରେ ସେ ଏକ ଫିଲ୍ମ ସୁଟିଂ କରୁଥିଲେ। ଯେଉଁଥିରେ ସହ କଳାକାର ଥିଲେ ସ୍ତ୍ରୀ ଅପରାଜିତା ମହାନ୍ତି ଓ ପୁଅ […]
ଫେବ୍ରୁଆରି ୧୫ ସୁଦ୍ଧା ଯେଉଁମାନେ ରାସନ କାର୍ଡର ଇକେୱାଇସି ନ କରିବେ, ସେମାନଙ୍କ ନାଁ କଟାଯିବ। ଆଉ ଡେଡ ଲାଇନ୍ ବୃଦ୍ଧି କରାଯିବ ନାହିଁ। ପୁଣି ଥରେ ଏଭଳି ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ସମୟ ଭିତରେ ଯେଉଁମାନେ E-KYC କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ । ୩୭ ଲକ୍ଷ ୮୫ ହାଜର ୪୯୬ ଜଣ ଲୋକ ଏବେ ସୁଦ୍ଧା କରିନାହାନ୍ତି E-KYC । E-KYC ନ କରିଥିବା […]
ନିଶାଙ୍କ ପାଇଁ ଯାତ୍ରା ପଡ଼ିଆ ପାଲଟିଲା ରଣକ୍ଷେତ୍ର। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍, ଛୁରା ମାଡ଼। ଆହତ ହେଲେ ଶତାଧିକ ବ୍ୟକ୍ତି। ଥାନାରେ ପହଞ୍ଚିଲା ମାମଲା। କେନ୍ଦ୍ରାପଡ଼ା ଗରଦପୁର ବ୍ଲକ କୁଦାନଗରୀ ଥାନା ଶୁକ ପରୀକ୍ଷିତ ଆଶ୍ରମ ଠାରେ ଚାଲିଥିବା ମାଘ ମେଳା ଅବସରରେ ଏଭଳି ଘଟଣା ଘଟିଛି । ନିଶାଙ୍କ ନାଚ ଆରମ୍ଭ ହେବା ମାତ୍ରେ କିଛି ଦର୍ଶ ଛିଡା ହୋଇ ନାଚକୁ ବନ୍ଦ କରିଦେଇଥିଲେ। ହେଲେ ନିଶା ଷ୍ଟେଜରେ ଡ୍ୟାନ୍ସ କରିବେ ବୋଲି ଜିଦି […]
ବାରବାଟୀରେ ବଡ଼ ବିଭ୍ରାଟ । ଅନ୍ତର୍ଜାତୀୟ ମ୍ୟାଚ୍ ଚାଲିଥିବା ବେଳେ ବନ୍ଦ ହୋଇଗଲା ଫ୍ଲଡ ଲାଇଟ୍ । ଭାରତୀୟ ଦଳର ଇନିଂସ ସମୟରେ ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା । ଫଳରେ ଖେଳ ଅଧାରୁ ବନ୍ଦ ରହିଥିଲା ।ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ବାରବାଟୀ ମ୍ୟାଚ ନେଇ ବହୁ ଆୟୋଜନ କରାଯାଇଥିଲା। ଏନେଇ ଓସିଏକୁ ଆମେ ଜବାବ ମାଗିବୁ। ଯେଉଁମାନେ ସମ୍ପୃକ୍ତ କାର୍ଯ୍ୟରେ ନିୟୋଜିତ ଥିଲେ କାହିଁକି ଏପରି ଘଟିଲା ତାହା ଯାଞ୍ଚ […]
ରାଜ୍ୟରେ ଆସନ୍ତା ଦୁଇ ଦିନ ତାପମାତ୍ରା ସାମାନ୍ୟ କମିବ । ସେହିପରି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହୋଇପାରେ । ଏହାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଉରକେଲାରେ ୬ ତାରିଖରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ଥିବାବେଳେ ରବିବାର ୮.୮ ଡିଗ୍ରୀ ସେଲସିୟସ୍କୁ ହ୍ରାସ ପାଇଛି। ଅର୍ଥାତ୍ ୩ଦିନରେ ପ୍ରାୟ ୯.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା କମିଛି। ସେହିପରି ଝାରସୁଗୁଡାରେ ୧୮.୩ ଡିଗ୍ରୀ ସେଲସିୟସ୍ରୁ ୯.୭ ଡିଗ୍ରୀ ସେଲସିୟସ୍କୁ […]
ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର ହେବେ ଉତ୍ତମ ମହାନ୍ତି। ଅବସ୍ଥା ଗୁରୁତର ଥିବାରୁ ସ୍ଥାନାନ୍ତର ହେବେ କହିଲେ ପୁଅ ବାବୁସାନ।ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ନିଆଯିବା ନେଇ କହିଲେ ବାବୁସାନ। ବର୍ତ୍ତମାନ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ୱିଟାଲରେ ଭର୍ତ୍ତି ହୋଇଛନ୍ତି ।ସେ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି।ହେଲେ ଅଧିକ ଚିକିତ୍ସା ଲାଗି ତାଙ୍କୁ ଏୟାରଲିଫ୍ଟ କରାଯିବ। ଏନେଇ କିମ୍ସ କ୍ୟାନ୍ସର ହସ୍ପିଟାଲ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ମନୋଜ ସାହୁ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ନୂଆ ରାଜବାଟୀ ପରିସରରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ ବିଜ୍ଞାନ ପ୍ରକଳ୍ପ ମେଳା ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠୀ ଯୋଗଦାନ କରି ବିଜ୍ଞାନ ମେଳାକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ। ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷ ବସନ୍ତ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ […]
ଭାରତ ଓ ଇଂଲଣ୍ଡ ଦଳ ଶୁକ୍ରବାର ରାତିରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଆଉ ଦିନକ ପରେ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ବିତୀୟ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଏଥି ପାଇଁ ଆୟୋଜକ ଓଡ଼ିଶା କ୍ରିକେଟ୍ ସଂଘ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସବୁଜ ଘାସ ଗାଲିଚା ଓ ଫ୍ଲଡ୍ ଲାଇଟ୍ରେ ଝଲସୁଥିବା ବାରବାଟୀ ଷ୍ଟାଡିୟମ୍ ଏବେ ଭାରତ, ଇଂଲଣ୍ଡ ଦଳର ଖେଳାଳିଙ୍କୁ ଅପେକ୍ଷା କରିଛି।ଏହି ଅବସରରେ ଖେଳାଳୀଙ୍କ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । […]
ମୋ ବସ୍ ନେଇ ବଡ଼ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ । ‘ମୋ ବସ୍’ର ନାଁ ପରିବର୍ତ୍ତନ ହୋଇ ହେବ ‘ଆମ ବସ୍’ । ଏନେଇ କହିଛନତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଗଣମାଧ୍ୟମକୁ ଆଜି ସେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।ଏହା ସହ ସେ କହିଛନ୍ତି, ଦୁର୍ଘଟଣା ରୋକିବାକୁ ବସ୍ ଆଗରେ ଓ ପଛରେ କ୍ୟାମେରା ଲାଗିବ। ଡ୍ରାଇଭର ଆଲର୍ଟ ରହିବାପାଇଁ ବସ୍ରେ ଆଡସ ମଧ୍ୟ ଲାଗିବ। ଯଦି […]
ଓଡିଶା ରାଜ୍ୟପାଳ ତଥା କୁଳାଧିପତି ଡ. ହରି ବାବୁ କମ୍ଭମ୍ପତି ବୁର୍ଲାର ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତ କରିଛନ୍ତି। ଆଜି ପ୍ରଫେସର ଦୀପକ କୁମାର ସାହୁଙ୍କୁ ରାଜ୍ୟପାଳ ତଥା କୁଳାଧିପତି ଡ. ହରି ବାବୁ କମ୍ଭମପତି ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି(ଭିଏସଏସୟୁଟି), ବୁର୍ଲାର ନୂଆ କୁଳପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ୫୯ ବର୍ଷୀୟ ପ୍ରଫେସର ସାହୁ ବର୍ତ୍ତମାନ କୋଚିନ୍ ୟୁନିଭରସିଟି […]
ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ରାଜ୍ୟର ୧୮ ଲକ୍ଷରୁ ଅଧିକ ଯୋଗ୍ୟା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା । ଯାଜପୁରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାକି ରହିଥିବା ମହିଳାଙ୍କୁ ମାର୍ଚ୍ଚ ୮ ତାରିଖ ପୂର୍ବରୁ ହେବ ଡିବିଟି । ମହିଳା ଦିବସରେ ମିଳିବ ଦ୍ବିତୀୟ କିସ୍ତି।ସୂଚନାଯୋଗ୍ୟ, ପୂର୍ବରୁ ୩.୩୮ ଲକ୍ଷ ହିତାଧିକାରୀଙ୍କ […]
ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍ରେ ଉତ୍ତମ ମହାନ୍ତିଙ୍କୁ ଭର୍ତ୍ତି କରାଯାଇଛି। ଏବେ ସେ ଆଇସିୟୁରେ ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଥିବା ନେଇ ସୂଚନା ମିଳିଛି । ଫିଲ୍ମ ସୁଟିଂ ପାଇଁ ଯଇଥିବା ବେଳେ ଗୁରୁତର । ବୋଉ ବୁଟୁ ଭୂତ ସିନେମା ସୁଟିଂ ଚାଲିଥିବା ବେଳେ ଅସୁସ୍ଥ ହୋଇପଡିଥିଲେ ଉତ୍ତମ । ପତ୍ନୀ ଅପରାଜିତା ଓ ପୁଅ ବାବୁସାନଙ୍କ ସହ ବୋଉ […]
