ଏଡିଜେ-୨ କୋର୍ଟଙ୍କ ଜାମିନ ଖାରଜ ପରେ ଏବେ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଠକ ଦମ୍ପତ୍ତି ହଂସିତା-ଅନୀଲ୍ । ଇନ୍ଫୋସିଟି ଥାନାରେ ରୁଜୁ ହୋଇଥିବା ମାମଲାର ଜାମିନ ଆବେଦନ କରିଛନ୍ତି ଉଭୟ ହଂସିତା-ଅନୀଲ୍। ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍ ଜାନୁଆରୀ ୧୮ ତାରିଖରେ ଜାମିନ ଖାରଜ କରିଥିଲେ ।ସୂଚନାଯୋଗ୍ୟ ଯେ, ବିଭିନ୍ନ ଲୋକଙ୍କୁ ଠକେଇ ଅଭିଯୋଗରେ କମିଶନରେଟ୍ ପୋଲିସ ହଂସିତା-ଅନିଲ୍ଙ୍କୁ ଗିରଫ କରିଥିଲା । ଏହାପରେ ଲଗାତର ୪ ଦିନ ଧରି ହଂସିତା ଏବଂ ଅନିଲଙ୍କର […]
ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀ କାମ କରୁଥିବା ଦୋକାନ ମାଲିକଙ୍କ ଉପରକୁ ଗୋଡିବୋମା ଫୋପାଡିଲା ସ୍ବାମୀ । ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳାରେ ଘଟିଛି ଏହିଭଳି ଘଟଣା |ସୂଚନାମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବ ବ୍ୟବସାୟୀ ସନ୍ତୋଷ କୁମାର ସାହୁଙ୍କ ଉପରେ ବୋମା ମାଡ଼ ହୋଇଛି l ଗୁରୁତର ଭାବେ ଭୁବନେଶ୍ୱରରେ ଚିକିତ୍ସିତ ଅଛନ୍ତି ସନ୍ତୋଷ l । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି […]
ପ୍ରକାଶ ପାଇଲା ନୀଟ ୟୁଜି ୨୦୨୫ ପରୀକ୍ଷା ତାରିଖ। ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଫେବ୍ରୁଆରୀ ୪ ତାରିଖରୁ ମାର୍ଚ୍ଚ ୭ ଯାଏ ଆବେଦନ କରିପାରିବେ। ଚଳିତ ବର୍ଷ ମେ ୪ ତାରିଖରେ ଡାକ୍ତରୀ ପ୍ରବେଶିକ ପରୀକ୍ଷା ଆୟୋଜନ ହେବ। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି।ପ୍ରାର୍ଥୀମାନେ neet.nta.nic.in ୱେବସାଇଟକୁ ଯାଇ ନିଟ୍ ୟୁଜି ୨୦୨୫ ପାଇଁ ଆବେଦନ କରିପାରିବେ । ଏନଟିଏ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ନିଟ୍ ୨୦୨୫ […]
ଗତ କିଛି ଦିନ ରାଜ୍ୟରେ ଅଚାନକ ଶୀତ ଉଭାନ ହୋଇଯାଇଥିଲା କିନ୍ତୁ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ରୁ ୪ ଡ଼ିଗ୍ରୀ ହ୍ରାସ ପାଇଛି ତାପମାତ୍ରା । ପୂର୍ବ ଉପକୂଳ ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ ଦିନ ତାପମାତ୍ରା ସ୍ବାଭାବିକ ରହୁଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବା ନେଇ ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ । ଦିନ ତାପମାତ୍ରା ସହ ରାତି ତାପମାତ୍ରା ହ୍ରାସ ହୋଇଛି । ଯାହାର […]
ଶ୍ରୀମନ୍ଦିରରେ ଭାରତୀୟ କ୍ରିକେଟର । ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜିଉଙ୍କ ଦର୍ଶନ କଲେ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ୱାସିଂଟନ ସୁନ୍ଦର । ଏଥିପାଇଁ କଡା ସୁରକ୍ଷା ଗ୍ରହଣ କରାଯାଇଛି । ସୂଚନା ଥାଉକି, ଗୁରୁବାର ନାଗପୁରରେ ପ୍ରଥମ ଦିନିକିଆ ଖେଳିବା ପରେ ଉଭୟ ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ଦଳ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ପାରମ୍ପରିକ ବାଦ୍ୟ ଓ ନୃତ୍ୟ ମଧ୍ୟରେ ଉଭୟ ଦଳକୁ ସ୍ବାଗତ କରାଯାଇଥିଲା। ସନ୍ଧ୍ୟା ୭ଟା ୪୦ ମିନିଟରେ ଭାରତ ଓ […]
ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରାଯିବ । ଯାଜପୁରରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ଟଙ୍କା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ, ଯେଉଁମାନଙ୍କୁ ଏହି ଟଙ୍କା ମିଳିନି, ୩ ଓ ୪ ତାରିଖରେ ବ୍ୟାଙ୍କୁ ଯାଇ ଇକେୱାଇସି କ୍ଲିଅର କଲେ ଏହି ଟଙ୍କା ମିଳିବ। ଯଦି ହିତାଧିକାରୀଙ୍କୁ ବ୍ୟାଙ୍କ ଏନପିସିଆଇ କ୍ଲିଅର ହୋଇଯାଇଥିବ, ତେବେ ସେମାନଙ୍କୁ ଏହି ପର୍ଯ୍ୟାୟରେ ଟଙ୍କା ମିଳିଯିବ । ୩ […]
ନୂଆଗାଁ: ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଣ୍ଡଳସ୍ତରୀୟ ନିପୁଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । । ଛାତ୍ର ଛାତ୍ରୀଙ୍କ ପାଇଁ ମୌଳିକ ସାକ୍ଷରତା ଓ ମୌଳିକ ସଂଖ୍ୟାଜ୍ଞାନ କୁ ଦୃଢିଭୂତ କରିବା ଦିଗରେ ଟିଏଲଏମ ଗୁଡିକ କେତେ କାର୍ଯ୍ୟ କାରୀ ହୋଇପାରୁଛି ସେ ବିଷୟରେ ଉପସ୍ଥିତ ଥିବା ୧୩ ଟି କ୍ଲଷ୍ଟରରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ବୁଝାଉଥିଲେ । ମୁଖ୍ୟ ଅତିଥିଭାବେ ମଣ୍ଡଳ ଶିକ୍ଷା ଅଧିକାରୀ […]
ନୂଆଗାଁ: ନୂଆଗାଁ ବ୍ଲକ୍ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ମଣ୍ଡଳ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ସୂଚନା ଅନୁଯାୟୀ ନୂତନ ପେନସନ ଭୂକ୍ତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅଶୋକ କୁମାର ପଣ୍ଡାଙ୍କ ନେତୃତ୍ୱରେ ଶିକ୍ଷକ କର୍ମକର୍ତ୍ତା ମାନେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି।ଉକ୍ତ ଆଲୋଚନା ସମୟରେ ଉପ […]
ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଫଳ । ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା-୨୦୨୩ ଆଜି ପ୍ରକାଶିତ ହୋଇଛି । ମେନ୍ ପାଇଁ ୪ ହଜାର ୭୯୯ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ, ଏମାନଙ୍କ ମଧ୍ୟରେ ୧୫୭୩ ମହିଳା ମେନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପରୀକ୍ଷା ୨୦୨୪ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା ।ଏ ନେଇ ଓପିଏସସି ପକ୍ଷରୁ […]
ବର୍ତ୍ତମାନ ଅନେକ ସମୟରେ ଲଗାତାର ଭାବେ ରାଜଧାନୀ ରାଜ ରାସ୍ତାରେ ମୋ ବସ୍ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା କାରଣରୁ ନିକଟରେ ଏକ ୧୩ ବର୍ଷ ନାବାଳିକାର ଜୀବନ ଯାଇଥିଲା ।ଏହାକୁ ନଜରରେ ରଖି ବର୍ତ୍ତମାନ ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସହରରେ ଚାଲୁଥିବା ସରକାରୀ ବସ ୪୦ କିମି ବେଗରୁ ଅଧିକ ସ୍ପିଡ଼ରେ […]
ପୁଣି ବଢିପାରେ ଧାନର ସହାୟକ ମୂଲ୍ୟ । ଧାନ ସହ ଡାଲି ଓ ତୈଳ ଜାତୀୟ ଦ୍ରବ୍ୟର ବି ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । ଆଜି ଏନେଇ ପୂର୍ବ ଭାରତ ରାଜ୍ୟ ସମୂହ ବୈଠକରେ କେନ୍ଦ୍ର ପାଖରେ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ଗୁଡ଼ିକର ପ୍ରତିନିଧି ମଣ୍ଡଳୀ ।। ରାଜ୍ୟ ଅତିଥି ଭବନରେ ବସିଥିବା ଏକ ବୈଠକରେ ସିଏସିପିର ଅଧକ୍ଷ ପ୍ରଫେସର ବିଜୟ ପଲ ଶର୍ମା ଯୋଗଦେଇଥିବା ବେଳେ ଓଡ଼ିଶା, ଛତିଶଗଡ଼, ବିହାର, ପଶ୍ଚିମ […]
ଆୟୁଷ୍ମାନ ଯୋଜନାକୁ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା ଦେଇଛନ୍ତି। ସାଢ଼େ ୩ କୋଟି ଲୋକଙ୍କୁ ଯୋଜନାରେ ସାମିଲ କରାଯିବ। ବର୍ତ୍ତମାନ ଆୟୁଷ୍ମାନ କାର୍ଡ ଛପା ଚାଲିଛି । ଆୟୁଷ୍ମାନ ଭାରତ ସହ ଆଇଟି ଇଣ୍ଟିଗ୍ରେସନ ପ୍ରକ୍ରିୟା ମଧ୍ୟ ଚାଲିଛି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଚଳିତ ମାସ ଫେବୃଆରୀରୁ ଏହାକୁ ଲାଗୁ କରିବା ସହ ଏପ୍ରିଲରୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରାଇବେ। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଚଳିତ ମାସ ଫେବୃଆରୀରୁ […]
