ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର କାମ

ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର କାମ। ଶ୍ରୀପଞ୍ଚମୀ ଓ ବନକଲାଗି ନୀତି ପାଇଁ ଥିଲା ସ୍ଥଗିତ। ଆଜି ଦ୍ବିତୀୟ ଭୋଗ ମଣ୍ଡପ ପରେ ମରାମତି କରାଯିବ। ଶ୍ରୀ ମନ୍ଦିରରେ ବିଭିନ୍ନ ପର୍ବପର୍ବାଣି ଓ ନୀତିକାନ୍ତି ହେତୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ମଝିରେ ମଝିରେ ସ୍ଥଗିତ ରଖାଯାଉଛି । ପୂର୍ବରୁ ରତ୍ନଭଣ୍ଡାରର କାନ୍ଥ ପ୍ଲାଷ୍ଟରିଙ୍ଗ କାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ଚଟାଣରେ ମରାମତି କାର୍ଯ୍ୟ କରାଯିବା ସହ ଆବଶ୍ୟକସ୍ଥଳରେ ପଥର ପରିବର୍ତ୍ତନର କାର୍ଯ୍ୟ କରାଯାଉଛି ।

ବନ୍ଧାହେଲେ କୁବେର ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ।

ଶେଷରେ ଗିରଫ ହେଲେ କୋଟିପତି ସରକାରୀ ବାବୁ ଶାନ୍ତନୁ ମହାପାତ୍ର । ଶାନ୍ତନୁ ମହାପାତ୍ରଙ୍କ ସମେତ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍ । ତାଙ୍କୁ ଲାଞ୍ଚ କାରବାରରେ ସହଯୋଗ କରୁଥିବା ଅନ୍ୟ ୪ଜଣଙ୍କୁ ଗିରଫ କଲା ପୋଲିସ୍ ।। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ୨.୦୬ କୋଟି ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ମାଲକାନଗିରି ଅଫିସ, ଘର ସମେତ କଟକ, ଭୁବନେଶ୍ବର, ଜୟପୁର ଆଦି […]

ନୟାଗଡ଼ରେ ହତ୍ୟା, କନ୍ଧମାଳରୁ ଶବ ଉଦ୍ଧାର: ମୁଖ୍ୟ ଅଭିଯୁକ୍ତ ଗିରଫ

ନୟାଗଡ଼ରେ ହତ୍ୟା, କନ୍ଧମାଳରୁ ଗଳିତ ଶବ ଉଦ୍ଧାର । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଗାଡ଼ିଆପଡ଼ା ଘାଟିର ପ୍ରଥମ ବୁଲାଣି ନିକଟରୁ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି ପୋଲିସ୍ । ଘଟଣାସ୍ଥଳରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ପୋଲିସ୍ ଓ ନୟାଗଡ଼ ଜିଲ୍ଲାର ଗଣିଆ ଥାନା ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି । ମୃତକ ନୟାଗଡ଼ ଜିଲ୍ଲାର ଗଣିଆ ଥାନା ଅନ୍ତର୍ଗତ ଆଡ଼କଟା ପଞ୍ଚାୟତର ଦହପଶି ଗ୍ରାମର ଚରଣ ବେହେରା ହୋଇଥିବା ସୂଚନା ମିଳିଛି । […]

ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରସଙ୍ଗ ନେଇ ଦ୍ବନ୍ଦ୍ବ

ଐତିହାସିକ କଟକ ବାଲିଯାତ୍ରାକୁ କେନ୍ଦ୍ର ସରକାର ‘ଜାତୀୟ ଉତ୍ସବ ମାନ୍ୟତା ପ୍ରଦାନ କରିବା ପ୍ରସଙ୍ଗ ନେଇ ବଢିଲା ଦ୍ବନ୍ଦ୍ବ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏନେଇ ରାଜ୍ୟସଭାରେ ଲିଖିତ ଉତ୍ତର ରଖିଛନ୍ତି ବୋଲି ବିଭିନ୍ନ ଫୋରମରେ ଚଚ୍ଚା ଆସିବା ପରେ ବଭିନ୍ନ ବ୍ୟକ୍ତିବିଶେଷ ସ୍ବାଗତ କରିବା ସହ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ଆରମ୍ଭ କରିଛନ୍ତି ।କିନ୍ତୁ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଶେଖାୱତ ଯେଉଁ ଲିଖିତ ଉତ୍ତର […]

ଗନ୍ଧମାର୍ଦ୍ଦନରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ ମାଓ ମୁହାଁ ମୁହିଁ । ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଥିବା ସୂଚନା । ଖପ୍ରାଖୋଲ ବ୍ଲକ ଭାନପୁର ଗାଁ ନିକଟରେ ହୋଇଛି ଏଭଳି ଘଟଣା।ପୋଲିସର ସର୍ଚ୍ଚ ଅପରେସନ୍ ଜାରି ରହିଥିବା ବଲାଙ୍ଗୀର ଏସପି ସୂଚନା ଦେଇଛନ୍ତି । ଜଙ୍ଗଲରେ ମାଓବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ୍ । ସୂଚନା ଅନୁସାରେ ମଙ୍ଗଳବାର ଦିନ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଏବଂ ନାରାୟଣପୁର […]

ପ୍ରଥମ ଥର ଉଡ଼ନ୍ତା ମାଛ ଚେଲିପୋଗନ ଆର୍ଟିସେପ୍ସ ଚିହ୍ନଟ

ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ପକ୍ଷରୁ ପ୍ରଥମ ଥର ଉଡ଼ନ୍ତା ମାଛ ଚେଲିପୋଗନ ଆର୍ଟିସେପ୍ସ ଚିହ୍ନଟ ହୋଇଛି l ଏହା ପ୍ରଥମେ ପ୍ରଶାନ୍ତ ମହାସାଗରରେ ରହୁଥିବା ବେଳେ ବର୍ତମାନ ଭାରତ ମହାସାଗରରେ ପ୍ରଥମ ଥର ଚିହ୍ନଟ ହୋଇଛି l ଏହି ମାଛଟି ୨୦୨୧ ମସିହାରେ ପଶ୍ଚିମବଙ୍ଗର ପେଟୁଆଘାଟ ମାଛ ଅବତରଣ କେନ୍ଦ୍ରରୁ ସଂଗ୍ରହ କରାଯାଇଥିଲା l ମାଛର ଡେଣାଗୁଡ଼ିକ ଠିକ ଲମ୍ବା ଓ ଓସାରିଆ ରହିଥିବାରୁ ସମୁଦ୍ରରେ ପ୍ରାୟ ୧୦ ରୁ ୧୫ ମିଟର […]

କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା ।

ଐତିହାସିକ କଟକ ବାଲିଯାତ୍ରାକୁ ମିଳିଛି ଜାତୀୟ ମାନ୍ୟତା। ଦୀର୍ଘ ଦିନ ହେଲା ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଲାଗି ଦାବି କରାଯାଉଥିଲା। ୨୦୨୦ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଚିଠି ଲେଖିଥିଲେ । ପୂର୍ବରୁ କଟକ ମେୟର ସୁବାସ ସିଂ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଙ୍କୁ ଭେଟି ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ।ଏପରିକି ଗତବର୍ଷ କଟକ ବାଲିଯାତ୍ରା ସମୟରେ ଏହାକୁ ଜାତୀୟ ମାନ୍ୟତା ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଥିଲେ । […]

ଭୁବନେଶ୍ୱରରେ ନିଯୁକ୍ତି ମେଳା: ଶିକ୍ଷା ବିଭାଗରେ ୨୭୬୭ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ଆମ ରାଜ୍ୟ ସରକାରଙ୍କ ପ୍ରାଥମିକତା । ଏହିକ୍ରମରେ ଭୁବନେଶ୍ବର ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆଠାରେ ଆସନ୍ତାକାଲି ଆୟୋଜିତ ହେବ ନିଯୁକ୍ତି ମେଳା । ଏହି ନିଯୁକ୍ତି ମେଳା ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ୍ ୨୭୬୭ ଜଣଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତିପତ୍ର ପ୍ରଦାନ କରିବେ ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଓଡ଼ିଶା ଆଦର୍ଶ ବିଦ୍ୟାଳୟ […]

ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଏକ କିଲୋମିଟର ବାଟ ଖଟିଆରେ ବୁହା ହେଲେ ପ୍ରସୂତି

ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟ ସେବାର ଏପରି ବିକଳ ଚିତ୍ର। ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।। ଗର୍ଭବତୀ ମହିଳା ଜଣକ ହେଲେ ଡିଗିସିରା ଗାଁ ର ରବୀନ୍ଦ୍ର ଜାନୀଙ୍କ ପତ୍ନୀ ରଞ୍ଜିତା ଜାନି । ତାଙ୍କୁ ଗୁରୁତର ଅବସ୍ଥାରେ ପୁରୁଣା କଟକ ଗୋଷ୍ଠୀ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବୌଦ୍ଧ ଜିଲ୍ଲାର ଡିଗିସିରା ଗାଁର ରବୀନ୍ଦ୍ର ଜାନୀଙ୍କ ପତ୍ନୀ ରଞ୍ଜିତା ଜାନିଙ୍କୁ ସକାଳୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହା […]

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ସମ୍ଭାବନା ।

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ସମ୍ଭାବନା । ୬ ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା । କେନ୍ଦୁଝର, ଗଞ୍ଜାମଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କେରାପୁଟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ତେବେ ଜଗତସିଂହପୁର, ନୟାଗଡ଼, କଟକ, ଖୋର୍ଦ୍ଧାରେ ଘନ କୁହୁଡି ଆଶଙ୍କା । ୮ ତାରିଖ ଯାଏଁ ୪ ଜିଲ୍ଲାକୁ ଘନ କୁହୁଡି ନେଇ ଚେତାବନୀ ।

ଲୋକଙ୍କ ସମସ୍ୟା ସମାଧାନ ନହେଲେ ଏଣିକି କଡା କାର୍ଯ୍ୟାନୁଷ୍ଠାନ

ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦେଇଛନ୍ତି କଡ଼ା ନିର୍ଦ୍ଦେଶ। ଜନଶୁଣାଣିରେ ଲୋକଙ୍କ ଅଭିଯୋଗ ଏବଂ ସମସ୍ୟାର ସମାଧାନ ନହେଲେ ଏଣିକି ତୁରନ୍ତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନେକ ଅଭିଯୋଗ ଦୀର୍ଘଦିନ ଧରି ବିଭିନ୍ନ ସ୍ତରରେ ତ୍ୱରିତ ପଦକ୍ଷେପ ନେବାରେ ବିଳମ୍ବିତ ହେଉଛି । ଯାହାଦ୍ଵାରା ଅଭିଯୋଗକାରୀ ସମାନ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି । ସବୁ ବିଭାଗର ସଚିବଙ୍କୁ ଚିଠି ଲେଖି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ […]

ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ ବଜେଟ ଅଧିବେଶନ ।

ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ ବଜେଟ ଅଧିବେଶନ । ଏହାପୂର୍ବରୁ ୧୨ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକରେ ଉଭୟ ସରକାରୀ ଓ ବିରୋଧୀ ଦଳ ବିଧାୟକ ଯୋଗ ଦେଇ ଆଗତ ହେବାକୁ ଥିବା ବଜେଟ୍‌କୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ । ତେବେ ଏଥିର ବଜେଟ୍‌ରେ କାହା ପାଇଁ କଣ ରହିବ ତାହାରି ଉପରେ ରହିଛି ସଭିଙ୍କ ନଜର । କାରଣ କେନ୍ଦ୍ରରେ ଫେବୃଆରୀ ୧ ତାରିଖରେ ସଂସଦରେ ବଜେଟ୍‌ ଉପସ୍ଥାପନ […]