ମହାପ୍ରଭୁଙ୍କ ମୋଦକ ଚୋରି ଘଟଣା , ରିପୋର୍ଟ ମାଗିଲେ ଆଇନମନ୍ତ୍ରୀ

ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ । ଆହୁରି ତଦନ୍ତ କରାଯିବ, ସିସିଟିଭି ମଧ୍ୟ ଯାଞ୍ଚ ହେବ । କେହି ଦୋଷୀ ସାବ୍ୟସ୍ତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୁପ୍ତନୀତି ସମ୍ପର୍କରେ ବାହାରେ ଆଲୋଚନା କରିବା ଠିକ୍‍ ନୁହେଁ ବୋଲ ଗଣମାଧ୍ୟମରେ କହିଛନ୍ତି […]

ଯୁଦ୍ଧ ପରିସ୍ଥିତି ପାଇଁ ଭୁବନେଶ୍ୱରରୁ ଆବୁଧାବିକୁ ବିମାନ ଉଡାଣ ବାତିଲ କରିଛି ଇଣ୍ଡିଗୋ।

ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ ସ୍ଥିତି ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ପ୍ରଭାବିତ ହେଲା ଆନ୍ତର୍ଜାତୀୟ ବିମାନ ସେବା । ଯୁଦ୍ଧ ସ୍ଥିତି ପାଇଁ ଭୁବନେଶ୍ୱରରୁ ଆବୁଧାବିକୁ ବିମାନ ଉଡ଼ାଣ ବାତିଲ କଲା ଇଣ୍ଡିଗୋ ।ଭୁବନେଶ୍ବରରୁ ଆବୁଧାବି ଯାଉଥିବା ୬ଇ ୧୪୪୨ଓ ଆବୁଧାବିରୁ ଭୁବନେଶ୍ୱର ୬ଇ ୧୪୪୧ବିମାନ ଉଡାଣ ବାତିଲ ହୋଇଛି। ଯୁଦ୍ଧ ଯୋଗୁ ଏୟାର ସ୍ପେସ କଟକଣା ଦେଖାଦେଇଛି।ମଧ୍ୟପ୍ରାଚ୍ୟ ସହର ଦୁବାଇ, ଦୋହା, ଆବୁଧାବି, ଜେଦ୍ଦାହ ଏବଂ ଅନ୍ୟାନ୍ୟ ସହରକୁ ଏବଂ ସେଠାରୁ ବିମାନ ଉଡାଣ ସେବା ସ୍ଥଗିତ […]

ଯୁଦ୍ଧ ବିରତି ଘୋଷଣା ପରେ ଇସ୍ରାଏଲ ଉପରେ ଇରାନର ଆକ୍ରମଣ

ମଙ୍ଗଳବାର ଇସ୍ରାଏଲୀ ସେନା ଏହାର ନାଗରିକମାନଙ୍କୁ ସତର୍କ କରାଇ ଦେଇଛି ଯେ ଇରାନରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି (Israel Iran War)। ଏହା ସହିତ, ଜେରୁଜେଲମ ଏବଂ ତେଲ ଅଭିଭରେ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ଆଲୋଚନାର ବାତାବରଣ ସୃଷ୍ଟି ହେଉଥିଲା।ଇରାନ କାତାରର ଅଲ ଉଦେଇଡ ଏୟାର ବେସ୍ ରେ ମିସାଇଲ ଆକ୍ରମଣ କରିବା ପରେ ଟ୍ରମ୍ପଙ୍କ […]

ବର୍ଷାରେ ଭିଜିବ ରଥଯାତ୍ରା, ୨ ୮ଯାଏଁ ପ୍ରବଳ କାଛିବ

ଆସନ୍ତା ୭ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ବିଜୁଳି ଓ ଘଡ଼ଘଡ଼ି ବି ହେବ । ସପ୍ତାହେ ଯାଏ ଲଗାଣ ବର୍ଷା ସ୍ଥିତି ରହିବ । ଆଜି ରାୟଗଡ଼ା କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ଖୋର୍ଦ୍ଧା , ପୁରୀ, ଜଗତସିଂହପୁର , ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ନାୟଗଡ଼ ଓ ଢେଙ୍କାନାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି […]

ଘଣ୍ଟ ଛତା କାହାଳୀ ମଧ୍ୟରେ ଶ୍ରୀନଅରକୁ ବିଜେ ହେବ ଖଡ଼ି ପ୍ରସାଦ ।

ଆଜି ଅଣବସରର ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ଖଡି ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ିପ୍ରସାଦ ବିଜେ କରାଯିବ। ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡ଼ିପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ ରୁପା ଥାଳରେ ଆଣି ଗଜପତି ମହାରାଜାଙ୍କୁ ଅର୍ପଣ କରିବେ । ଏହାପରେ ହିଙ୍ଗୁଳା, ହରିତାଳ, କେଶର, କସ୍ତୁରୀ ଭଳି ପାରମ୍ପରିକ ରଙ୍ଗ ବ୍ୟବହାର କରି ଦତ୍ତମହାପାତ୍ର ସେବାୟତମାନେ ବନକଲାଗି କରିବେ। […]

ମହାପ୍ରଭୁଙ୍କ ନୀତିରେ ପୁଣି ମହାବିଭ୍ରାଟ । ଚୋରି ହୋଇଗଲା ଦଶମୂଳ ମୋଦକ ।

ମହାପ୍ରଭୁଙ୍କ ନୀତିରେ ପୁଣି ମହାବିଭ୍ରାଟ । ଚୋରି ହୋଇଗଲା ଦଶମୂଳ ମୋଦକ । ଶ୍ରୀଜିଉଙ୍କୁ ଲାଗି କରାଗଲା ମାରା ମୋଦକ । ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । ରାଜବୈଦ୍ୟ ମୋଟ ୩୧୩ଟି ମୋଦକ ଦାଖଲ କରିଥାନ୍ତି । କିନ୍ତୁ ଏଥିରୁ ୭୦ଟି ମୋଦକ କମ ଥିବା ଅଭିଯୋଗ ହୋଇଛି । ୩୧୩ ସ୍ଥାନରେ ୨୪୩ଟି […]

ଭିଜିଲାନ୍ସ ଜାଲରେ ବିଷମକଟକ ସିଡିପିଓ ଓ ବରିଷ୍ଠ କିରାଣୀ।

ରାୟଗଡ଼ା ତା ୨୩/୦୬ (ନିପ୍ର) ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ର ବିଷମ କଟକ ସିଡ଼ିପିଓ ସୁଶିଲା ଶବର ଓ କ୍ଲର୍କ ରାମ ଚନ୍ଦ୍ର ପାତ୍ରଙ୍କୁ ଅଶି ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ କୁମ୍ଭାରଧାମୁଣୀ ଥେରୁବାଲି ରାସ୍ତାରେ ଗିରଫ କରାଯାଇଛି। ସୂଚନା ମୁତାବକ ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲୀ ପଞ୍ଚାୟତର ପୁଟେଶି ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଲାଲୁ ସିକକାଙ୍କ ନିଜ ସ୍ତ୍ରୀଙ୍କର ଅଙ୍ଗନୱାଡ଼ି ଚାକିରୀ କରେଇ ଦେବା ନେଇ ଏକ ଲକ୍ଷ କୋଡିଏ […]

ଗୋପାଳପୁର ଦୁଷ୍କର୍ମ ମାମଲା: ଦେଢ଼ ଘଣ୍ଟା କାଳ ଯୁବତୀଙ୍କୁ ଦେଲେ ଯନ୍ତ୍ରଣା!

ଗୋପାଳପୁର ଗଣଦୁର୍ଷମ ମାମଲାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ମାମଲା ସଂକ୍ରାନ୍ତରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛି ସିଏଡବ୍ଲ୍ୟୁ ।ରିପୋର୍ଟ ଦାଖଲବେଳେ କ୍ରାଇମବ୍ରାଞ୍ଚ ଡିଜୁି ଦେଲେ ବଡ଼ ସୂଚନା । ଦୁଷ୍କର୍ମର ଚିତ୍ର କରନାମା ସିସିଟିଭିରେ କଏଦ ହୋଇଥିବା ସୂଚନା ।ସୂଚନାନୁସାରେ ଅଭିଯୁକ୍ତଙ୍କୁ ଦଣ୍ଡ ଦେବାରେ ତଦନ୍ତକାରୀ ସଂସ୍ଥା ପାଖରେ ଯଥେଷ୍ଟ ପ୍ରମାଣ ଥିବା କୁହାଯାଉଛି । ଅଭିଯୁକ୍ତମାନେ ଗ୍ୟାଙ୍ଗରେପର ଭିଡିଓ ମୋବାଇଲ ସାହାଯ୍ୟରେ ଉତ୍ତୋଳନ କରିଥିବା ଜଣାପଡ଼ିଛି ।ଗୁରୁବାର ବ୍ରହ୍ମପୁର […]

ସିଡିପିଓ,କିରାଣିଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସିଡିପିଓ ଓ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସିଡିପିଓ ସୁଶୀଳା ଶବର ଓ କିରାଣୀ ରାମ ଚନ୍ଦ୍ର ପାତ୍ରଙ୍କୁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ବିଭାଗ। ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଗଲେ। ଅଙ୍ଗନବାଡ଼ି କର୍ମୀ ଚୟନ ପାଇଁ ଦୁହେଁ ଲାଞ୍ଚ ନେଉଥିଲେ। ଏହାପରେ ଏହି ଦୁଇଜଣଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଜେରା ଚାଲିଛି।

ପିଲାଙ୍କ ସହ ବେଞ୍ଚରେ ବସି ପାଠ ପଢିଲେ ପଢାଇଲେ ରାଜସ୍ବ ମନ୍ତ୍ରୀ ।

ଆଜି ରାଜସ୍ବ ମନ୍ତ୍ରୀ ସମ୍ବଲପୁର ଗସ୍ତରେ ଥିବା ସମୟରେ ସେ ପ୍ରଥମେ ସମ୍ବଲପୁର ସହରର ଚନ୍ଦ୍ରଶେଖର ବେହେରା ଜିଲ୍ଲା ହାଇସ୍କୁଲକୁ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଏହି ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହ ସ୍କୁଲ ପରିଚାଳନା ନେଇ ଆଲୋଚନା କରିଥିଲେ l ଏହା ପରେ ସେ ନୂତନ ଶିକ୍ଷା ନୀତି କେତେଦୂର ପର୍ଯ୍ୟନ୍ତ ଲାଗୁ ହୋଇଛି ସେନେଇ ମଧ୍ୟ ସମୀକ୍ଷା କରିଥିଲେ lରାଜସ୍ବ ମନ୍ତ୍ରୀ ଯେହେତୁ ଏହି ସ୍କୁଲରେ ପାଠ ପଢିଥିଲେ ସେଥିପାଇଁ ସେ […]

ମଦ୍ୟପ ଡ୍ରାଇଭରଙ୍କ ଉନ୍ମକ୍ତକାଣ୍ଡ। ଯାତ୍ରୀବାହୀ ବସକୁ ଠିଆ କରି ଆବର୍ଜନା ପୋଖରୀକୁ ମାରିଲେ ଡିଆଁ ।

ମଦ୍ୟପ ଡ୍ରାଇଭରଙ୍କ ଉନ୍ମକ୍ତକାଣ୍ଡ। ଅଧା ରାସ୍ତାରେ ଯାତ୍ରୀବାହୀ ବସକୁ ଠିଆ କରି ଆବର୍ଜନା ପୋଖରୀକୁ ମାରିଲେ ଡିଆଁ । ଯେପରି ସେ ସୁଇମିଙ୍ଗ ପୁଲର ମଜା ଉଠାଉଛନ୍ତି । ତାଙ୍କ ହରକତ ଦେଖି ଲୋକେ ଛାନିଆ ।ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳ ଡୁବୁରୀ ଛକରେ ଦେଖିବାକୁ ମିଳିଛି ଏପରି ଘଟଣା । ଭାଇଙ୍କ ଏଭଳି ଜଳକ୍ରୀଡ଼ା ଦେଖିବାକୁ ରାସ୍ତା ପୁରା ଜାମ । ବହୁ ସମୟ ପରେ ୨ ଜଣ ଉଦ୍ଧାର ପାଇଁ ବାହାରି ଉଦ୍ଧାର କଲେ ।ଏତେ […]

ଅସ୍ତ୍ରୋପଚାର ପରେ ଆଜି ଅଳ୍ପ ଚଲାବୁଲା କରିଛନ୍ତି – ବଡ଼ ଭାଇ ପ୍ରେମ ପଟ୍ଟନାୟକ।

ଅସ୍ତ୍ରୋପଚାର ପରେ ସୁସ୍ଥ ଅଛନ୍ତି ନବୀନ । ଆଜି ଅଳ୍ପ ଚଲାବୁଲା କରିଛନ୍ତି । ନବୀନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଚିନ୍ତା କରିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନଙ୍କ ବଡଭାଇ ପ୍ରେମ ପଟ୍ଟନାୟକ। ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ସେ ଖୁବଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ସେ କହିଛନ୍ତି ।ଅପରେଶନ ନେଇ ପୂର୍ବରୁ ନବୀନ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଥିଲେ। ନବୀନ ତାଙ୍କ ପୋଷ୍ଟରେ ଲେଖଥିଲେ। ଯେ, ସେ ସର୍ଭାଇକାଲ ଆର୍ଥ୍ରାଇଟିସ୍‌ର ଚିକିତ୍ସା ପାଇଁ ମୁମ୍ବାଇ […]