ବାରବାଟୀ ଷ୍ଟାଡିୟମ ଜଗିବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ

ବାରବାଟୀ ସୁରକ୍ଷା ବ୍ୟବସ୍ଥା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଉଛି ।OCA, ପୋଲିସ, ହୋଟେଲ, ଏୟାରପୋର୍ଟ, CISF ସହ ଆଲୋଚନା ହୋଇଛି । ବିମାନବନ୍ଦର ଠାରୁ ହୋଟେଲ ଓ ବାରବାଟୀ ପର୍ଯ୍ୟନ୍ତ ସବୁ ବିଷୟରେ ଆଲୋଚନା ହୋଇଛି । ସୁରକ୍ଷା, ଟ୍ରାଫିକ୍ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି । ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଇଂଲଣ୍ଡ କ୍ରିକେଟ୍ ଟିମ୍ । ୮ ତାରିଖରେ ଉଭୟ ଟିମ୍ ଅଭ୍ୟାସ ପାଇଁ […]

ଜୟଦେବ ଜେନାଙ୍କୁ ହତ୍ୟା ଧମକ

କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍‌ ପରେ ଏବେ ଟାର୍ଗେଟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ଅଜଣା ନମ୍ବରରୁ ୫୦ଲକ୍ଷ ଟଙ୍କା ଦେବାକୁ ଜୟଦେବଙ୍କ ନିକଟକୁ ଆସିଛି ଧମକପୂର୍ଣ୍ଣ । ୫୦ଲକ୍ଷ ଦିଅ ନହେଲେ ଜୀବନରୁ ମାରିଦେବାକୁ ଧମକ ଦେଲେ ଦୁର୍ବୃତ୍ତ । ଓଡ଼ିଆ ଭାଷାରେ କଥା ହେଉଥିଲେ ଦୁର୍ବୃତ୍ତ । ଓଡ଼ିଆ ଭାଷାରେ କଥା ହେଉଥିଲେ ଦୁର୍ବୃତ୍ତ। କ୍ୟାପିଟାଲ ଥାନାରେ ଏନେଇ ଅଭିଯୋଗ ଦେଇଛନ୍ତି ଜୟଦେବ ଜେନା। ରାଜ୍ୟରେ ଆଇନଶୃଙ୍ଖଳ ସ୍ଥିତି […]

ବୋର୍ଡ ପରୀକ୍ଷା ଜଗିବେ ପୋଲିସ ।

ବୋର୍ଡ ପରୀକ୍ଷା ଜଗିବେ ପୋଲିସ । ଯୁକ୍ତ ଦୁଇ ପରି ଦଶମ ପରୀକ୍ଷା ପରିଚାଳନା ଓ ସୁରକ୍ଷା ଦାୟିତ୍ବ ନେବେ ପୋଲିସ- ପ୍ରଶାସନ । ଆସନ୍ତା ୧୨ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ଦଶମ ପରୀକ୍ଷାର ଗୋପନୀୟ ଦସ୍ତାବିଜ୍ କଟକର ମୁଖ୍ୟାଳୟରୁ ନୋଡାଲ ସେଣ୍ଟର ଯାଏଁ ପହଞ୍ଚାଯିବ । ୩୧୪ଟି ନୋଡାଲ ସେଣ୍ଟରକୁ ଏହି ଗୋପନୀୟ ଦସ୍ତାବିଜର ସଂରକ୍ଷଣ ପାଇଁ ଚିହ୍ନଟ କରାଯାଇଛି । ସେହିପରି ଉତ୍ତର ଖାତା ବୋର୍ଡ ଅଧିକାରୀଙ୍କ ପାଖକୁ ପଠାଯିବା ସହ ସଂପୂର୍ଣ୍ଣ […]

ଟିକେଟ୍ ପାଇଁ ଦଳାଚକଟା । ସ୍ଥିତି ଅଣାୟତ

ଟିକେଟ୍ ପାଇଁ ସ୍ଥିତି ଅଣାୟତ । ଭାରତ ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜି ଅଫଲାଇନ୍ ଟିକେଟ୍ ହେଉଛି । ଯାହାକୁ ନେଇ କଟକ ବାରବାଟୀରେ ଲୋକଙ୍କ ନାହିଁ ନଥିବା ଭିଡ ସକାଳୁ ଦେଖିବାରୁ ମିଳିଥିଲା । ସମୟ ବଢିବା ସହ ଭିଡ ମଧ୍ୟ ବଢିଥିଲା । ତେବେ ସାଧାରଣ ଦର୍ଶକଙ୍କ କାଉଣ୍ଟରରେ ବିକ୍ରି ହେବ ୧୧ ହଜାର ୮୦ ଟିକେଟ । କିନ୍ତୁ ଟିକେଟ ହାତେଇବାକୁ ପ୍ରାୟ ୫୦ ହଜାର ଦର୍ଶକ ଭିଡ଼ ଲଗାଇଛନ୍ତି ।ଏଥିପାଇଁ ରାତିଠୁ […]

‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ବର୍ତ୍ତମାନ ଖୋର୍ଦ୍ଧାରେ ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତି ଗ୍ରାମସଭାରେ ପ୍ରସ୍ତୁତ ହେବ ଏହି ଯୋଜନା ତାଲିକା ।ଓଡ଼ିଶା ସରକାରଙ୍କ ପକ୍ଷରୁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇ ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି । ଆସନ୍ତା ଫେବୃଆରୀ ୧୫ ତାରିଖ ସୁଦ୍ଧା ପ୍ରତି ଗାଁରେ ସେହି ଅନୁସାରେ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ […]

ATM ରୁ ଟଙ୍କା ଉଠାଇବା ଏବେ ପଡିପାରେ ମହଙ୍ଗା

ଯଦି ଆପଣ ମଧ୍ୟ ପ୍ରତି ମାସରେ ATMରୁ ନଗଦ ଟଙ୍କା ଉଠାନ୍ତି କିମ୍ବା ଡିଜିଟାଲ ପେମେଣ୍ଟ ବ୍ୟବହାର କରିବା ପରିବର୍ତ୍ତେ ନଗଦ ପେମେଣ୍ଟ କରନ୍ତି, ତେବେ ଏହି ଖବର ଆପଣଙ୍କୁ ତାଜୁବ କରିପାରେ। ତେବେ ପାଞ୍ଚଟି ମାଗଣା ସୀମା ସମାପ୍ତ ହେବା ପରେ ଭାରତୀୟ ଜାତୀୟ ପେମେଣ୍ଟ ନିଗମ (NPCI) ସର୍ବାଧିକ ନଗଦ କାରବାର ଶୁଳ୍କକୁ ପ୍ରତି କାରବାର ପାଇଁ ବର୍ତ୍ତମାନର ୨୧ ଟଙ୍କାରୁ ୨୨ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରିଛି।ଏହା ବ୍ୟତୀତ, NPCI ନଗଦ […]

ନେତାଙ୍କ ପରେ ଏବେ ବାବୁଙ୍କ ପାଳି । ଆହାର ନହେଲେ ସ୍କୁଲରେ ଖାଇବେ ମଧ୍ୟାହ୍ନ ଭୋଜନ

ଆଇଏଏସ୍‌ ବାବୁମାନେ ଦୁଇ ମାସରେ ଦୁଇ ଦିନ ନିଶ୍ଚିତ ଜିଲ୍ଲା ଗସ୍ତରେ ଯିବେ । ପଞ୍ଚାୟତକୁ ଯାଇ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବେ । ଏବେ ବାବୁମାନଙ୍କ ପାଳି। ଗାଁକୁ ଯିବେ ବାବୁ। ରାତିରେ ରହିବେ ଓ ଲୋକଙ୍କୁ ଭେଟିବେ। ସରକାରୀ ଯୋଜନାର କାର୍ୟ୍ୟକାରିତା ନେଇ ବୁଝିବେ। ଆହାର ନହେଲେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ମାନ ଚେକ କରିବେ। ଫେବ୍ରୁଆରୀରୁ ମାର୍ଚ୍ଚ ଭିତରେ ବାବୁମାନଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।ବରିଷ୍ଠ […]

ଦିଲ୍ଲୀରେ ଏଥର କିଏ ସରକାର ଗଢ଼ିବ?

ଦିଲ୍ଲୀରେ ଏଥର କିଏ ସରକାର ଗଢ଼ିବ? ବିଜେପି, କଂଗ୍ରେସ ନା ଆପ୍‌? ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ୧୦ ବର୍ଷ ହେଲା ଶାସନ କରିଆସୁଛି । ଏହା ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ସରକାର ଥିଲା । ଏଥର ବିଜେପି କ୍ଷମତାସୀନ ହେବା ନେଇ ଆଶା ରଖିଛି ।ତିନି ପ୍ରମୁଖ ଦଳ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନାହାନ୍ତି |ଆପ୍ ବିଜୟୀ ହେଲେ କ୍ରେଜିୱାଲ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ସନ୍ଦେହ |ମୁଖ୍ୟମନ୍ତ୍ରୀ ଚେହେରା ନେଇ ବିଜେପି ଓ କଂଗ୍ରେସ […]

ବାରବାଟୀ ପାଇଁ ଆଜିଠୁ ମିଳିବ କାଉଣ୍ଟର ଟିକେଟ

ଖୋଲିଲା କାଉଣ୍ଟର। ଅଫ୍‌ଲାଇନ୍ ବିକ୍ରି ପାଇଁ ଆରମ୍ଭ ହେଲେ ଟିକେଟ୍ ବିକ୍ରି। ବାରବାଟୀ ବ୍ୟାଟେଲ ପାଇଁ ବଢୁଛି କ୍ରେଜ। ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜିଠାରୁ ବିକ୍ରି ହେଉଛି ଅଫଲାଇନ ଟିକେଟ।ଆଜି ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ ଟିକେଟ ବିକ୍ରି ହେବ । ସାଧାରଣ ଦର୍ଶକଙ୍କ ପାଇଁ ମୋଟ ୧୧ ହଜାର ୮୦ ଟିକେଟ ରହିଛି । ଜଣେ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକେଟ କିଣିପାରିବେ । ପରିଚୟ ପତ୍ର ଦେଖାଇ ଦର୍ଶକ କିଣିବେ ଟିକେଟ। ଟିକେଟ […]

ମହିଳା ଇନ୍ସପେକ୍ଟରଙ୍କ ବେକରୁ ସୁନା ଚେନ୍‌ ଝାମ୍ପିନେଲେ ଦୁଇ ଦୁର୍ବୃତ୍ତ ।

ରାଜ୍ୟରେ ପୋଲିସ ମଧ୍ୟ ଚୋରଙ୍କ କବଳରୁ ରକ୍ଷା ପାଇ ନାହାନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଭଦ୍ରକରେ ଜଣେ ମହିଳା ପୋଲିସ ଇନ୍ସପେକ୍ଟରଙ୍କ ବେକରୁ ଦୁଇ ଜଣ ଦୁର୍ବୁତ୍ତ ସୁନା ଚେନ୍ ଝାମ୍ପି ନେଇଛନ୍ତି।ସୂଚନା ଅନୁସାରେ ମହିଳା ଇନ୍ସପେକ୍ଟର ଜଣଙ୍କ ଭଦ୍ରକ କଚେରୀ ବଜାରରୁ ପରିବା କିଣୁଥିଲେ । ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ମଟର ସାଇକେଲରେ ଆସି ସୁନା ଚେନ୍ ଝାମ୍ପିନେଇଥିଲେ । ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିଛନ୍ତି ଲୋକେ । ମାତ୍ର ଅନ୍ୟ […]

ଖାଇବାକୁ ନେଇ ତାତିଲେ ବର ଯାତ୍ରୀ। ଥାନାରେ ହେଲା ବାହାଘର।

ବାଜା ବଜାଇ ରୋଷଣୀରେ ଆସିଲା ବର । ବିବାହ ମଣ୍ଡପରେ ବର ଯାଇ ବସିଲା । ବରଯାତ୍ରୀ ଭୋଜି ଖାଉଥିଲେ । କିନ୍ତୁ ଅଧାରେ ସରିଗଲା ଭୋଜି । ସେତେବେଳକୁ କିଛି ବରଯାତ୍ରୀ ଖାଇବା ପ୍ଲେଟ ବି ଧରିନଥିଲେ । ଖାଇବା ସରିଗଲା ପରେ ଆରମ୍ଭ ହୋଇଗଲା ପାଟିତୁଣ୍ଡ। ବର ଘର ଓ କନ୍ୟା ଘର ଲୋକଙ୍କ ମଧ୍ୟରେ ବଚସା ହେଲା । ପରିସ୍ଥିତି ଏମିତି ହେଲା ଯେ, ବର ଘର ଲୋକ ଘରକୁ ଫେରିଗଲେ । […]

ଏକ ଘରୋଇ ସ୍କୁଲର ଦୁଇ ମହିଳା କର୍ମଚାରୀ ସ୍କୁଲର ଜଣେ ବରିଷ୍ଠ କର୍ମଚାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ଓଡ଼ିଶାର ଅନୁଗୁଳ ଜିଲ୍ଲାର ଏକ ଘରୋଇ ସ୍କୁଲର ଦୁଇ ମହିଳା କର୍ମଚାରୀ ସ୍କୁଲର ଜଣେ ବରିଷ୍ଠ କର୍ମଚାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ପୋଲିସ ଅଭିଯୋଗରେ ଏକ ଅଭିଯୋଗ ଦାଖଲ କରାଯାଇଛି । ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାର ପଞ୍ଚମହଲା ଅଞ୍ଚଳର ଏକ ଘରୋଇ ସ୍କୁଲର ଦୁଇଜଣ ମହିଳା କର୍ମଚାରୀ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଅନୁଗୁଳ ସଦର ଥାନାରେ ଏକ ଅଭିଯୋଗ ଦାଖଲ […]