ଷଷ୍ଠ ଅର୍ଥ କମିଶନ ଗଠନ କଲେ ରାଜ୍ୟ ସରକାର ।

ରାଜ୍ୟ ସରକାର ଷଷ୍ଠ ଅର୍ଥ କମିଶନ ଗଠନ କରିଛନ୍ତି। କମିଶନରେ ଜଣେ ସଦସ୍ୟ ସଚିବଙ୍କ ସମେତ ୩ ଜଣ ସଦସ୍ୟ ରହିଛନ୍ତି। ଏଥିରେ ଜାଭିଅର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଭୁବନେଶ୍ୱରର ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପଣ୍ଡିଚେରୀ ବିଶ୍ବବିଦ୍ୟାଳୟର ପ୍ରଫେସର ଅମରେଶ ସାମନ୍ତରାୟ ଓ ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସର ପ୍ରଫେସର ଡ. ବିଭୂପ୍ରସାଦ ନାୟକ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି।କମିଶନର ସଦସ୍ୟ ସଚିବ ଭାବେ ଅର୍ଥ ବିଭାଗ ଅତିରିକ୍ତ ସଚିବ ସତ୍ୟପ୍ରିୟ ରଥ କାର୍ଯ୍ୟ […]

ଠାକୁରଙ୍କୁ ବି ଛାଡ଼ୁ ନାହାନ୍ତି: ଶ୍ରୀମନ୍ଦିରରେ ହୋଇଛି ଚୋରୀ

ଶ୍ରୀମନ୍ଦିର ଭିତରେ ପ୍ରତ୍ନତତ୍ତ୍ୱ ବିଭାଗର ଯନ୍ତ୍ରାଂଶ ଚୋରୀ । ପଶ୍ଚିମ ଦ୍ୱାରରୁ ଚୋରୀ ସାମଗ୍ରୀ ଜବତ କଲା ପୋଲିସ ।ଲୁହା ପାଇପ୍ ଖଣ୍ଡ କର୍ମଚାରୀ ଚୋରୀ କରୁଥିବା ଜଣାପଡ଼ିଛି । ଚୋରୀ କରିଥିବା ବ୍ୟକ୍ତି ନିର୍ମାଲ୍ୟ ଖଳାରେ କାହା ଦ୍ୱାରା ନିୟୋଜିତ ହୋଇଥିଲେ, କଣ କାର୍ଯ୍ୟ କରୁଥିଲେ,ଏକାକୀ ଚୋରୀ କରିଛନ୍ତି କି ଆଉ କିଏ ସମ୍ପୃକ୍ତ ଅଛି ସେ ନେଇ ତଦନ୍ତ କରାଯାଉଥିବା ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି।ମନ୍ଦିର ଚୋରୀରେ ମାତିଛନ୍ତି ଚୋର । ଲଗାତର […]

ଉପରାଷ୍ଟ୍ରପତି ଓ ଶାହଙ୍କୁ ଭେଟିଲେ ରାଜ୍ୟପାଳ ହରିବାବୁ ଖମ୍ଭମପତି

ଓଡ଼ିଶା ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ବୁଧବାର ଦିନ ନୂଆଦିଲ୍ଲୀରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ଭେଟିଛନ୍ତି। ଏହି ସମୟରେ ରାଜ୍ୟପାଳ ଓଡିଶାର ପ୍ରମୁଖ ବିକାଶମୂଳକ କାର୍ଯ୍ୟକ୍ରମ ତଥା ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ। ରାଜ୍ୟପାଳ କମ୍ଭମପତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଛନ୍ତି । ଓଡ଼ିଶାର ବିକାଶ ଦିଗରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟପାଳ । ସରକାରୀ ଯୋଜନା, ଶାସନ କଳକୁ ଲୋକାଭିମୁଖୀ କରି ଜନାଦୃତ କରିବା ନେଇ ଗୃହମନ୍ତ୍ରୀଙ୍କ […]

ଓଡ଼ିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର କାରଖାନା

ଓଡ଼ିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର କାରଖାନା । ସିଲିକନ୍ କାର୍ବାଇଡ୍ (ଏସଆଇସି) ସେମିକଣ୍ଡକ୍ଟର ଉତ୍ପାଦନ ସୁବିଧା ପ୍ରତିଷ୍ଠା କରିବା ଲାଗି ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ପାଇଁ ଏକ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍‌ କୁ ଓଡ଼ିଶା କ୍ୟାବିନେଟ୍ ଅନୁମୋଦନ କରିଛି ।ରାଜଧାନୀ ଭୁବନେଶ୍ବରରେ ଏହି ୟୁନିଟ୍ ସ୍ଥାପନ କରିବ । କମ୍ପାନୀ ଏଥିପାଇଁ ୬୧୮.୬୦ କୋଟି ଟଙ୍କା ବିନିଯୋଗ କରିବ । ବୁଧବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ […]

ସୁବନ ମାଉସୀ ହେଲେ ଥଇଥାନ

ନୟାଗଡ଼, ( ଓଡ଼ିଶା ଦର୍ପଣ ):ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ, ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଗ୍ରାମୀଣ ଆଇନ୍ ସଚେତନତା କର୍ମୀ ପ୍ରଫୁଲ୍ଲ କୁମାର ବେହେରା, ମମତା ବେହେରା, ଶୁଭସ୍ମିତା ମିଶ୍ରଙ୍କ ତତ୍ବାବଧାନରେ ପ୍ରତାପପ୍ରସାଦ ନିବାସୀ ସୁବନ ଦେଇଙ୍କୁ ନୟାଗଡ଼ ଲେଖନପୁରସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ଥଇଥାନ କରାଯାଇଛି। ସୁବନ ମାଉସୀଙ୍କସ୍ଵାମୀଙ୍କ ଦେହାନ୍ତ ପରେ ତାଙ୍କ ପରିବାରର ୨ଗୋଟି ପୁଅବୋହୂ ଦାୟିତ୍ଵ ଲିଭାଇବା ବଦଳରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଇଥିଲେ। ଏଥିରେ ସେ ଅତିଷ୍ଟ ହୋଇ ଜିଲ୍ଲା […]

ରାଜ୍ୟରେ ୧୨୬ ଡ଼େଣ୍ଟାଲ ଡ଼ାକ୍ତର ନିଯୁକ୍ତି ହେବେ

ରାଜ୍ୟରେ ନିଯୁକ୍ତି ପାଇବେ ୫ ହଜାର ଡାକ୍ତର। କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା ।୧୨୪ ‌ଦାନ୍ତ ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା ନିୟମାବଳୀ ୨୦୧୭ର ମଧ୍ୟ ସଂଶୋଧନ କରାଯାଇଛି। ୧୦ଟି କ୍ୟାବିନେଟ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ, ଡାକ୍ତର ନିଯୁକ୍ତି ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ପୂର୍ବରୁ ଥିବା ଲେବଲ-୭କୁ ୬କୁ ହ୍ରାସ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । […]

ଘନ କୁହୁଡ଼ି ପାଇଁ ସତର୍କ ସୂଚନା ଜାରି

ଆଜିଠୁ ଓଡ଼ିଶାରେ ତାପମାତ୍ରା ବଢିବା ସହ ଶୀତର ପ୍ରକୋପ କମିବ । ସାରା ରାଜ୍ୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ପାରଦର ସ୍ତର ବଢିବା ସହ ଶୀତରୁ ସାମାନ୍ୟ ଅଶ୍ବସ୍ତି ମିଳିବ । ଥଣ୍ଡା କମିବା ସହ ଘନ କୁହୁଡି ରହିବ। ଦୁଇ ଦିନ ରାଜ୍ୟରେ ଘନ କୁହୁଡି ଦେଖାଯିବ ବୋଲି ଆକଳନ କରିଛି ବିଭାଗ। ଏଥିପାଇଁ ୪ ଜିଲ୍ଲାକୁ ଚେତବନୀ ଜାରି କରିଛି ପାଣିପାଗ କେନ୍ଦ୍ର । ଘନ କୁହୁଡି […]

ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର: ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର

ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ଡାକ୍ତରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ୫,୫୦୦ ଦାବି କରି ଦ୍ବିତୀୟ କିସ୍ତିରେ ୨ ହଜାର ନେଉଥିଲେ ବଡ଼ମ୍ବା CHC ଡାକ୍ତର ବିଶ୍ବନାଥ ଅଢ଼େକ। ଧରାପଡ଼ିବା ପରେ ଡାକ୍ତରଙ୍କ ଦୁଇଟି ଘରେ ଭିଜିଲାନ୍ସ ଟିମ୍‌ର ରେଡ୍‌ ଜାରି ରଖିଛି।ଡାକ୍ତର ବିଶ୍ବନାଥ ଅଢ଼େକ ଜଣେ ସର୍ଜରୀ ସ୍ପେସାଲିଷ୍ଟ। ଡାକ୍ତର ଜଣଙ୍କ ଅଭିଯୋଗକାରୀଙ୍କ ଠାରୁ ତାଙ୍କ ମୃତ ପୁଅର ପୋଷ୍ଟମର୍ଟମ ରିପୋର୍ଟ ପ୍ରଦାନ କରିବା ପାଇଁ ଏବଂ ବିଚାର ସମୟରେ କୋର୍ଟରେ ଅନୁକୂଳ […]

ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେବ ।

ରାଜ୍ୟ କ୍ୟାବିନେଟକୁ ନେଇ ଆସିଛି ବଡ ଖବର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ବଡ ଘୋଷଣା । କ୍ୟାବିନେଟରେ ୧୦ ବଡ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି ।ପ୍ରସ୍ତାନ ଅନୁସାରେ, ପ୍ରତି ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ହେବ ଆଦର୍ଶ ବିଦ୍ୟାଳୟରେ । ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେବ । ୬ହଜାର ୭୯୪ ପଞ୍ଚାୟତରେ ବିଦ୍ୟାଳୟ ପ୍ରତିଷ୍ଠା ହେବ । ଏନେଇ ୪ରୁ ୫ କୋଟି ଖର୍ଚ୍ଚ ହେବ । ୪ବର୍ଷ ମଧ୍ୟରେ […]

‘ଇ-କେୱାଇସି ସରିବା ର୍ପୂବରୁ ସରେଣ୍ଡର କରନ୍ତୁ’ ! ସରେଣ୍ଡର ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।

ଅଯୋଗ୍ୟ ରାସନ୍‌ କାର୍ଡ ହିତାଧିକାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ ତାଗିଦ୍। ମନ୍ତ୍ରୀ କହିଲେ, ‘ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ୍‌ କରୁଛି ସରେଣ୍ଡର କରିଯାଆନ୍ତୁ। ସରେଣ୍ଡର ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। କାର୍ଡ ସରେଣ୍ଡର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ। e-KYC ସରିବା ର୍ପୂବରୁ ସରେଣ୍ଡର କରନ୍ତୁ, ଡେଡଲାଇନ ନାହିଁ। କଟକରେ ଏଭଳି ୧୦ ହଜାର ୭ଶହ ପରିବାରର ସଦସ୍ୟ ବେଆଇନ ଭାବେ ରାସନ ପାଉଥିବା ବେଳେ ସେମାନେ ଏବେ ତାଲିକାରୁ ବାଦ୍‌ ପଡ଼ିବାକୁ ଯାଉଛନ୍ତି। ଯେଉଁ ସରକାରୀ କର୍ମଚାରୀ ରାସନ୍‌ ଉଠାଉଛନ୍ତି, […]

ବାରବାଟୀରେ ଭାରତ-ଇଂଲଣ୍ଡ କ୍ରିକେଟ୍ ମ୍ୟାଚ୍, ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଫେବୃଆରୀ ୯ରେ କଟକ ବାରବାଟିରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ । ଏଥିପାଇଁ ପ୍ରଥମ ଟିକେଟ୍‌ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଦାନ କରିଛି ଓଡିଶା କ୍ରିକେଟ୍‌ ଆସୋସିଏସନ୍‌ । କଟକ ବାରବାଟିରେ ହେବାକୁ ଥିବା ଏହି ମ୍ୟାଚ୍‌ କିଭଳି ଶୃଙ୍ଖଳିତ ଭାବେ ସୁରୁଖୁରୁରେ ଶେଷ ହେବ । ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତିଓସିଏ ସଂପାଦକ ସଞ୍ଜୟ ବେହେରା । ଏହାସହ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ମ୍ୟାଚର ପ୍ରଥମ ଟିକେଟ କିଣିଛନ୍ତି।ସୂଚନାଯୋଗ୍ୟ ଯେ, ଆସନ୍ତା […]

୪ ଦିନ ହେଲା ଟ୍ରେନ୍‌ରୁ ନୌସେନା ଅଫିସର ନିଖୋଜ ।

୪ ଦିନ ହେଲା ସୌରଭଙ୍କ ଫୋନ୍ ସୁଇଚ ଅଫ୍ ଥିବାବେଳେ ତାଙ୍କ ସହ ଯୋଗାଯୋଗ ହୋଇପାରୁ ନ ଥିବା ମା’ କହିଛନ୍ତି ।ଭୋର ୩ଟା ୫୦ରେ ଷ୍ଟେଶନ୍ ଛାଡ଼ିଥିଲା ବ୍ରହ୍ମପୁରରୁ ବିଶାଖାପାଟନମ୍ ଯାଉଥିବା ଟ୍ରେନ୍ । ସୌରଭଙ୍କ ଫୋନର ଲାଷ୍ଟ ଲୋକେଶନ୍ ଇଚ୍ଛାପୁରମ୍ ଦେଖାଉଛି ।ବିଶାଖାପାଟଣା ରେଲଓ୍ୱେ ଷ୍ଟେସନ୍‌ ଏବଂ ଏୟାରପୋର୍ଟରେ ସୌରଭଙ୍କ ବିଷୟରେ ସନ୍ଧାନ କରିଥିଲେ । କିନ୍ତୁ ସେଠାରେ ସେ ଚେକ୍‌ଇନ୍‌ କରିନଥିବା ଜଣାପଡିଛି । ଶେଷରେ ପରିବାର ପକ୍ଷରୁ ଟାଉନ୍‌ ଥାନାରେ ଅଭିଯୋଗ […]