ଭାରତୀୟ ରେଲୱେ ନିଜ ଯାତ୍ରୀମାନଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଉଛି। ଖୁବଶୀଘ୍ର ଯାତ୍ରୀମାନଙ୍କୁ ଯାତ୍ରାର ୨୪ ଘଣ୍ଟା ପୂର୍ବରୁ ମିଳିବ ସିଟ୍ କନଫର୍ମେସନର ଅପଡେଟ୍। ବର୍ତ୍ତମାନ ୪ ଘଣ୍ଟା ପୂର୍ବରୁ ଏହି ସୂଚନା ପ୍ରଦାନ କରାଯାଉଛି।ରେଳବାଇ ଦ୍ୱାରା ଏହି ନୂତନ ସିଷ୍ଟମ ସମ୍ପର୍କରେ ପରୀକ୍ଷଣ ମଧ୍ୟ ଆରମ୍ଭ କରାଯାଇଛି। ଜୁନ୍ ୬ ରୁ, ଏହି ସିଷ୍ଟମ ରାଜସ୍ଥାନର ବିକାନେର ଡିଭିଜନରେ ପାଇଲଟ୍ ରନ୍ ଭାବରେ ଆରମ୍ଭ କରାଯାଇଛି । ଯାହା ବର୍ତ୍ତମାନ ଗୋଟିଏ ଟ୍ରେନରେ ସୀମିତ ରହିଛି […]
ରାଜଧାନୀରେ ଆଜି କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଅସହ୍ୟ ଗୁଳୁଗୁଳିରୁ ସାମାନ୍ୟ ତ୍ରାହି ଦେଇଛି ବର୍ଷା । ଆଜି ଓଡ଼ିଶାର ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ଝଟକା ପବନ ମଧ୍ୟ ପ୍ରତି ଘଣ୍ଟାବେଗ 30-40 […]
ପାର୍ଟପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା। ଯେଉଁମାନେ ପ୍ଲଟିଂ କରି ବିକ୍ରି କରୁଥିଲେ, ସେମାନେ ଲେ ଆଉଟ୍ ପସ୍ତୁତ କରିବାକୁ ପଡ଼ିବ। ବିକ୍ରି ପାଇଁ ରାସ୍ତା ମଧ୍ୟ ଛାଡ଼ିବାକୁ ପଡ଼ିବ।ଡ୍ରେନ, ପାର୍କିଙ୍ଗ, ଓପନ ସ୍ପେସ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ରଖି ଲେଆଉଟ କରି ବିଡିଏ କିମ୍ଵା ଗ୍ରାମାଞ୍ଚଳରେ ବିଡ଼ିଓଙ୍କ ନିକଟରେ ଦାଖଲ ପରେ ବିକି ପାରିବେ । ଦୀର୍ଘଦିନ ଧରି ପାର୍ଟ ପ୍ଲଟ ବନ୍ଦ ଥିବାରୁ ସରକାର କ୍ଷତି ସହୁଥିଲେ ଏବଂ ଲୋକ କ୍ଷତିରେ ଏବଂ ହଇରାଣ […]
ଏକ ନୂଆ UN ଜନସଂଖ୍ୟିକ ରିପୋର୍ଟ ଅନୁସାରେ, ୨୦୨୫ରେ ଭାରତର ଜନସଂଖ୍ୟା ୧.୪୬ ବିଲିୟନରେ ପହଞ୍ଚିବା ଆଶା କରାଯାଉଛି, ଯାହା ବିଶ୍ୱର ସର୍ବାଧିକ ଜନସଂଖ୍ୟା ଭାବେ ଆଗରେ ରହିଛି। ରିପୋର୍ଟ ଅନୁଯାୟୀ ଦେଶର ମୋଟ ପ୍ରଜନନ ହାର (TFR) ପୂର୍ବ ତିସ୍ଥାପନ ସ୍ତର (replacement rate)ରୁ ହ୍ରାସ ପାଇଛି ବୋଲି ଜଣାଇଛି।ଭାରତରେ ମୋଟ ପ୍ରଜନନ ହାର (TFR) ବର୍ତ୍ତମାନ ପ୍ରତି ମହିଳାଙ୍କ ପାଇଁ ୨.୦ ସନ୍ତାନ। ଏହାର ଅର୍ଥ ହେଉଛି ଯେ, ଭାରତରେ ଜଣେ ମହିଳାଙ୍କ ପ୍ରଜନନ […]
ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ଅମାନିଆଙ୍କୁ ଜୋରିମାନା ଦେବାକୁ ପଡ଼ିବ। କଟକ ମହାନଗର ନିଗମ (ସିଏମସି) ଆବର୍ଜନା ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏଭଳି କଠୋର ବ୍ୟବସ୍ଥା ଆପଣାଇବାକୁ ଯାଉଛି। ଘରୋଇ ଲୋକେ ରାସ୍ତାରେ ଅଳିଆ ଫିଙ୍ଗିଲେ ୧୦୦ ଟଙ୍କା ଓ ବ୍ୟବସାୟୀମାନେ ରାସ୍ତାରେ ଫିଙ୍ଗିଲେ ୨୦୦ ଟଙ୍କା ଜୋରିମାନା ଭରଣା କରିବାକୁ ପଡ଼ିବ। ଖୁବ୍ଶୀଘ୍ର ନଗର ନିଗମ ଜୋରିମାନା ବ୍ୟବସ୍ଥାକୁ କଡ଼ାକଡ଼ି କରିବ ବୋଲି ଜଣାପଡ଼ିଛି।ପ୍ରଥମେ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ସର୍ବନିମ୍ନ ଜୋରିମାନା ଆଦାୟ […]
ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର, ଜୁନ୍ ୧୨ ତାରିଖରୁ ଆବୁଧାବିକୁ ବହୁ ପ୍ରତୀକ୍ଷିତ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏୟାରଲାଇନ୍ସର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଏହି ନନ୍-ଷ୍ଟପ୍ ବିମାନ ସେବା ମାଧ୍ୟମରେ ସପ୍ତାହରେ ତିନିଥର ବୁଧବାର, ଶୁକ୍ରବାର ଏବଂ ରବିବାର ଉଡ଼ାଣ କରି ଭୁବନେଶ୍ୱରକୁ ଆବୁଧାବି ସହିତ ସଂଯୋଗ କରିବ।ଭୁବନେଶ୍ୱରରୁ ପୂର୍ବାହ୍ନ ୯ଟା ୩୫ରୁ ଉଡ଼ାଣ ଆରମ୍ଭ କରି, ବିମାନଟି ସ୍ଥାନୀୟ ସମୟ ଅନୁସାରେ ମଧ୍ୟାହ୍ନ ୧୨ଟା ୩୫ରେ ୟୁଏଇର […]
ଅହଙ୍କାରର ଚରମ ସୀମାରେ ମମତା ବାନାର୍ଜୀ । ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ମମତାଙ୍କୁ କଡ଼ା ଭର୍ତ୍ସନା କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ନାଁ ଦେବା ପ୍ରସଙ୍ଗ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କିନ୍ତୁ ଏଯାଏଁ ଚିଠିର କୌଣସି ଉତ୍ତର ମିଳଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣମାଧ୍ୟମରେ ଯାହା […]
ଯାଜପୁରରେ ଡାଇରିଆ ଆତଙ୍କ । ଝାଡାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ।ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୦ରୁ ଊର୍ଦ୍ଧ୍ବ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ, ଦାନଗଦୀ, ଧର୍ମଶାଳା, ରସୁଲପୁର ଓ କୋରେଇ ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକ ଝାଡାବାନ୍ତି ଆକ୍ରାନ୍ତ ହୋଇଥିବା ବେଳେ ଦାନଗଦୀ ଓ ବ୍ୟାସନଗର ଅଞ୍ଚଳର ଜଣେ […]
ମଙ୍ଗଳବାର ରାତିରେ ଇନ୍ଦୋରର ଦେବୀ ଅହଲ୍ୟାବାଇ ହୋଲକର ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ରାଜା ରଘୁବଂଶୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଚାପୁଡ଼ା ମାରିଥିଲେ।ଏହି ସମସ୍ତ ଘଟଣା ପୋଲିସ ଏବଂ ଗଣମାଧ୍ୟମ ଉପସ୍ଥିତିରେ ହିଁ ଘଟିଥିବା ଖବର ମିଳୁଛି । ସେହି ଭିଡିଓ ଖୁବ୍ ଜୋରରେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ସୂଚନାମୁତାବକ ମେଘାଳୟ ପୋଲିସ ଦଳ ଚାରି ଜଣ ଅଭିଯୁକ୍ତଙ୍କୁ ନେଇ […]
ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନବେଦୀରେ ବିଜେ କରିଛନ୍ତି କୋଟି ଓଡ଼ିଆଙ୍କ ମଉଡ଼ମଣି ଶ୍ରୀଜିଉ । ଦଇତାପତି ସେବାୟତମାନେ ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପରେ ବିଜେ କରାଇଛନ୍ତି । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି ।ଏଥି ପାଇଁ ଶ୍ରୀଜିଉମାନଙ୍କର ନୀତିକାନ୍ତି ଭୋର୍ରୁ ଆରମ୍ଭ ହୋଇଯାଇଛି । ମହାପ୍ରଭୁଙ୍କ ମଙ୍ଗଳର୍ପଣ ସକାଳ ୫.୩୨ […]
ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ନିଲମ୍ବିତ । ଭିଜିଲାନ୍ସ ଗିରଫ ପରେ ନିଲମ୍ବନ କଲେ ସରକାର । ଫାଇଲରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ପରେ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା । ସୂଚନାଥାଉକି, ଜଣେ କ୍ରସର ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିବା ପରେ ଆଇଏଏସ ଅଧିକାରୀ ଧୀମନ ଚକମାଙ୍କ ଅଫିସ ଓ ବାସ ଭବନରେ ଚଢ଼ଉ ହୋଇଥିଲା। ଚଢ଼ଉ ବେଳେ ତାଙ୍କ ବାସଭବନରୁ ନଗଦ ୪୭ ଲକ୍ଷ ଟଙ୍କା ଜବତ ହୋଇଥିଲା। ଆଇନଗତ କାର୍ଯ୍ୟାନୁଷ୍ଠାନର […]
ନାଣ୍ଡୁ ବାବୁଙ୍କ ପିଛା ଛାଡ଼ୁନି ବିବାଦ। ସୋମବାର ପୁଣି ଯାତ୍ରା କଳାକାର ପୂଜା ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ବ୍ୟକ୍ତିଗତ ଭାବେ ଶୋଷଣ କରାଯାଉଥିବା ଅଭିଯୋଗ ଆଣି ଯାତ୍ରା ଅଭିନେତ୍ରୀ ପୂଜା ଲିଙ୍ଗରାଜ ଥାନାରେ ନାଣ୍ଡୁବାବୁଙ୍କ ବିରୋଧରେ ଏତଲା ଦେଇଛନ୍ତି । ଜୀବନ ପ୍ରତି ବିପଦ ଦର୍ଶାଇ ସେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ଯାତ୍ରାରେ ସୁଯୋଗ ଦେବାକୁ କହି ନାଣ୍ଡୁ ଶାରିରୀକ ସମ୍ପର୍କ […]
