ପର୍ଯ୍ୟଟକ ପାଇଁ ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା

ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା । ପର୍ଯ୍ୟଟକଙ୍କ ପାଇଁ ଏହି କଟକଣା ହଟିଛି । ବର୍ତ୍ତମାନ ନିଷିଦ୍ଧାଞ୍ଚଳ ଛାଡ଼ି ବାକି ସ୍ଥାନ ବୁଲିପାରିବେ ପର୍ଯ୍ୟଟକ । ଅପରେସନ ସିନ୍ଦୂର ପାଇଁ ଲାଗିଥିଲା ଏହି କଟକଣା ।ଏହି କଟକଣା ହଟିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୂଚନାମୁତାବକ ଅପରେସନ ସିନ୍ଦୂର ସମୟରେ ହୀରାକୁଦ ଜଳଭଣ୍ଡାର ସୁରକ୍ଷା ନେଇ ଏହି ପଦକ୍ଷପ ନିଆଯାଇଥିଲା |

ମାଓ ନେତା ଜେଜେବାପା ତିରୁପତିଙ୍କୁ ଚିଠି ଲେଖିଲା ନାତୁଣୀ

“ପ୍ରିୟ ଜେଜେବାପା ପ୍ରଣାମ। ମୋତେ ସବୁବେଳେ ଆପଣଙ୍କ ସହ ମିଶିବାକୁ ଇଛା ହେଉଥିଲେ ମଧ୍ୟ ଏଭଳି ସୁଯୋଗ ମୋତେ ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ। ମୁଁ ଯେତେବେଳେ ଗଣମାଧ୍ୟମରେ ଆପଣଙ୍କ ସଂପର୍କରେ ପଢେ ମୋତେ ବହୁତ ଗର୍ବ ଲାଗେ। ଏଥିସହ ମନରେ ଭୟ ଓ ଆତଙ୍କ ମଧ୍ୟ ଖେଳିଯାଏ। ଆଉ ବର୍ତ୍ତମାନର ଘଟଣା ଯେଭଳି ରହିଛି ତାକୁ ଦେଖି ବହୁତ ଦୁଃଖି ହେଉଛି। ଆପଣ କେମିତି ଅଛନ୍ତି ଜେଜେବାପା। ମୁଁ ଆପଣଙ୍କ ବହୁତ ଭଲ ପାଉଛି। ତେଣୁ […]

ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ହେବ।

ଗତ ଦୁଇ ସପ୍ତାହ ହେବ ତାତି ଉଭାନ୍‌ ଥିଲା । ମୌସୁମୀ ଆଗମନରେ ପୂରା ରାଜ୍ୟରେ ମେଘ ବର୍ଷିଥିଲା । ମୌସୁମୀର ଶୀତଳ ସ୍ପର୍ଶରେ ପୂରା ଓଡ଼ିଶା ଥଣ୍ଡା ପଡ଼ିଥିଲା । କିନ୍ତୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଉ ଆଗଉନି। ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନକୁ ଛୁଇଁଛି । ଆଗାମୀ ୫ରୁ ୭ ଦିନ ଯାଏ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ । ତାତି ବଢିବା ସହ ଗରମ ଓ ଗୁଳୁଗୁଳି ଅସ୍ତବ୍ୟସ୍ତ […]

ଗାଁ ଆମ୍ବ ପସରା ଉଦଘାଟନ କଲେ ଜିଲ୍ଲାପାଳ l

ରାୟଗଡ଼ା. ତା.୨/୦୬: ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱରୀ ଆଜି ଓରମାସ ପକ୍ଷରୁ ଖୋଲାଯାଇଥିବା ‘ଆମ ଗାଁ ଆମ୍ବ ପସରାକୁ ଉଦଘାଟନ କରିଛନ୍ତି lସ୍ଥାନୀୟ ଜନଜାତି ଜଗତ କେନ୍ଦ୍ର ସମ୍ମୁଖ ଠାରେ ଆୟୋଜିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ବନ ଖଣ୍ଡିୟ ଅଧିକାରୀ ଶ୍ରୀ ସଚିନ ଆନ୍ନା ସାହେବ ଓ଼ହଲେ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ, ରାୟଗଡ ଶ୍ରୀ ରମେଶ କୁମାର ଜେନା, ସମ୍ମନ୍ୱିତ ଆଦିବାସୀ ଉନ୍ନୟନ […]

MKCGରେ ଛାତ୍ରଙ୍କୁ ରାଗିଂ, ୨୫ ହଜାର ଲେଖାଏଁ ଜରିମ।ନା

ବ୍ରହ୍ମପୁର ଏମକେସିଜିରେ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି । ୨ ହାଉସ୍ ସର୍ଜନଙ୍କୁ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ଜରିମାନା କରାଯାଇଛି ।ରେଗିଂ କରିଥିବା ଦୁଇ ହାଉସ ସର୍ଜନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା । ଏଣ୍ଟି ରେଗିଂ‌ କମିଟିର ବୈଠକରେ ହେଲା ନିଷ୍ପତ୍ତି । ଗତ ମେ ମାସ ୧୨ ତାରିଖରେ ଜଣେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ରେଗିଂ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମେ ୧୩ ତାରିଖରେ ଏମକେସିଜି ମେଡିକାଲ ଡିନଙ୍କୁ […]

୨ ଓଏଏସ ଅଧିକାରୀଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି

ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ଦୁଇ ଅଧିକାରୀଙ୍କୁ ସ୍ୱତନ୍ତ୍ର ସଚିବ ପଦବୀରେ ପଦୋନ୍ନତି ଦିଆଯାଇଛି। ସେହିପରି ଅନ୍ୟ ଦୁଇଜଣଙ୍କୁ ସୁପର ଆଡମିନିଷ୍ଟ୍ରେଟିଭ ଗ୍ରେଡ୍ (ଏସଏଜି) କୁ ଉନ୍ନୀତ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପୃଥକ ବିଜ୍ଞପ୍ତି ଜାରି କରିଛି। ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଓଡିଶା ଲୋକସେବା ଆୟୋଗଙ୍କ ପରାମର୍ଶ ଅନୁଯାୟୀ ଚୟନ ତାଲିକାର ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ, ନିମ୍ନଲିଖିତ ଓଏଏସ (ସୁପିରିଅର ପ୍ରଶାସନିକ ଗ୍ରେଡ୍) ଅଧିକାରୀମାନଙ୍କୁ O.R.S.P. ନିୟମ, 2OI7 […]

ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ ହେଲେ IAS ନିଖିଳ ପବନ କଲ୍ୟାଣ

ନିଖିଲ ପବନ କଲ୍ୟାଣଙ୍କୁ ମିଳିଲା ନୂଆ ଦାୟିତ୍ୱ। ସେ ସେନସସ୍ ଅପରେସନର ନିର୍ଦ୍ଦେଶକର ଦାୟିତ୍ୱ ସମ୍ଭାଳିବେ। ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି ଡିଓପିଟି। ଜନଗଣନା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି।ନିଖିଳ ପବନ କଲ୍ୟାଣ(ଓଡିଶା କ୍ୟାଡର-୨୦୧୨)ର ଜଣେ ଅଭିଜ୍ଞ ଆଇଏଏସ ଅଧିକାରୀ ଭାବେ ପରିଚିତ ଏବଂ ତାଙ୍କ ନେତୃତ୍ୱରେ ଓଡ଼ିଶାରେ ଜନଗଣନା ଏବଂ ନାଗରିକ ପଞ୍ଜୀକରଣ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହେବ ବୋଲି ଆଶା କରାଯାଉଛି।୨୦୨୫ ଡିସେମ୍ବର ୩୧ ଯାଏଁ ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ […]

ପ୍ରକାଶ ପାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ରେଜଲ୍ଟ।

ପ୍ରକାଶ ପାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ରେଜଲ୍ଟ। ଚଳିତ ବର୍ଷ ପାସ୍ ହାର ୮୪.୧୦% ରହିଛି। ଗତବର୍ଷଠାରୁ ପାସ୍ ହାର ଅଧିକ ରହିଛି। ଚଳିତ ବର୍ଷ ବାଣିଜ୍ୟରେ ପାସ୍ ହାର ୮୩.୨୦% ରହିଛି।ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଅନୁଯାୟୀ, କଳା, ବାଣିଜ୍ୟ, ବିଜ୍ଞାନ ଏବଂ ବୃତ୍ତିଗତ ପାଠ୍ୟକ୍ରମରେ ମୋଟ ୧୩୮୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଯେଉଁମାନଙ୍କ ମଧ୍ୟରୁ ୧୧୬୪ ଜଣ ସେମାନଙ୍କ ସମ୍ପୃକ୍ତ ଷ୍ଟ୍ରିମ୍‌ରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳାରେ ୮୫.୯୭ ପ୍ରତିଶତ ପାସ୍ ହାର ରହିଛି। […]

ରାଜ୍ୟରେ କୋଭିଡ ପଜିଟିଭ ସଂଖ୍ୟା ୧୫କୁ ବୃଦ୍ଧି

ଓଡ଼ିଶାରେ ଆଉ ୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସୋମବାର ସୁଦ୍ଧା ୧୫କୁ ବୃଦ୍ଧି ପାଇଛି ବୋଲି ଜନସ୍ଵାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଏବେ ଲକ୍ଷଣ ଦେଖାଦେଲେ, କେବଳ ଗୁରୁତର ଆକ୍ରାନ୍ତଙ୍କ କୋଭିଡ ପରୀକ୍ଷା କରାଯାଉଛି। ଯେତିକି ପରୀକ୍ଷା ହେଉଛି, ସେଥିରୁ ବହୁତ୍ କମ ପଜିଟିଭ ଆସୁଛି। ଲୋକମାନଙ୍କୁ ପରାମର୍ଶ, ସତର୍କତା ଅବଲମ୍ବନ କରନ୍ତୁ। ଗହଳି […]

ଚଳିତ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ନୂଆ ମଦ ନୀତି ଆସିବ

ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଚଳିତ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ନୂଆ ମଦ ନୀତି ରାଜ୍ୟରେ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି।ଓଡ଼ିଶାରେ ନୂତନ ମଦ ନୀତି ଆରମ୍ଭ ହେବା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ରାଜ୍ୟ ଅବକାରୀ ବିଭାଗ ଅନ୍ୟ ଚାରୋଟି ରାଜ୍ୟର ଅବକାରୀ ନୀତି ଅନୁଧ୍ୟାନ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ତିନିଟି […]

ପୁଣି ଆତ୍ମସମର୍ପଣ କଲେ ୧୬ ମାଓବାଦୀ।

ଭୁଶୁଡ଼ିବାରେ ଲାଗିଛି ମାଓବାଦୀଙ୍କ ଦୁର୍ଗ। ପୁଲିସ ଓ ସୁରକ୍ଷାବାହିନୀର ମାଓବାଦୀ ବିରୋଧୀ ଅଭିଯାନ ଜୋରଦାର ହେବାରୁ ସଂଗଠନ ଦୁର୍ବଳ ହେବାରେ ଲାଗିଛି। ପୁଣି ଆତ୍ମସମର୍ପଣ କଲେ ୧୬ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୋଲିସ ନିକଟରେ ଏହି ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ପିଏଲଜିଏ ବାଟାଲିୟନର ୨ ହାର୍ଡକୋର ନକ୍ସଲ ମଧ୍ୟ ରହିଛନ୍ତି। ସୁକମା ଜିଲ୍ଲା ପୋଲିସ ଏନେଇ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ମାଓବାଦୀଙ୍କ ନାମରେ ୧୬ ଲକ୍ଷ ଏବଂ ଅନ୍ୟ […]

ବଢି ଚାଲିଛି କରୋନା ସଂକ୍ରମଣ, ଦେଶରେ ଆକ୍ଟିଭ କେସ୍‌ ୪ ହଜାର ପାଖାପାଖି ପହଞ୍ଚିଛି।

ସାରା ଦେଶରେ କୋଭିଡ-୧୯ର ସକ୍ରିୟ ମାମଲା ସଂଖ୍ୟା ୩୯୬୧କୁ ବୃଦ୍ଧି ପାଇଛି, ଯେତେବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୦ଟି ନୂଆ ମାମଲା ରିପୋର୍ଟ ହୋଇଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (MoHFW) ରବିବାର (ଜୁନ ୧, ୨୦୨୫) ରେ ନୂତନ ସଂଖ୍ୟା ପ୍ରକାଶ କରିଛି।ଦିଲ୍ଲୀରେ ମୋଟ ସକ୍ରିୟ ମାମଲା ସଂଖ୍ୟା ୪୩୬କୁ ବୃଦ୍ଧି ପାଇଛି। ଏଠାରେ ୬୧ ମାମଲା ବୃଦ୍ଧି ପାଇଛି। ସେହି ସମୟରେ, ଉତ୍ତର ପ୍ରଦେଶରେ ସକ୍ରିୟ ମାମଲା ୧୪୯କୁ ବୃଦ୍ଧି ପାଇଛି।ମହାରାଷ୍ଟ୍ରରେ […]